Biblia Todo Logo
Bib sou entènèt

- Piblisite -




ଯୋହନ 3:16 - ପବିତ୍ର ବାଇବଲ (CL) NT (BSI)

16 ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ନିଜର ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ- ଯେ କେହି ତାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପାଇବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 କାରଣ ଈଶ୍ଵର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ଵିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେକେହି ତାହାଙ୍କଠାରେ ବିଶ୍ଵାସ କରେ, ସେ ବିନଷ୍ଟ ନ ହୋଇ ଅନ; ଜୀବନ ପ୍ରାପ୍ତ ହୁଏ।

Gade chapit la Kopi

ଓଡିଆ ବାଇବେଲ

16 କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 କାରଣ ଈଶ୍ବର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ।

Gade chapit la Kopi

ପବିତ୍ର ବାଇବଲ

16 ହଁ, ପରମେଶ୍ୱର ଏ ପୃଥିବୀକୁ ଏତେ ପ୍ରେମ କଲେ ଯେ ସେ ତାହାଙ୍କ ଏକମାତ୍ର ପୁତ୍ରଙ୍କୁ ଦାନ କଲେ। ଯେପରି ତାହାଙ୍କ ପୁତ୍ରଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି, ବିନାଶ ହେବେ ନାହିଁ, କିନ୍ତୁ ଅନନ୍ତ ଜୀବନ ପାଇବେ।

Gade chapit la Kopi




ଯୋହନ 3:16
28 Referans Kwoze  

କିନ୍ତୁ ଆମ୍ଭେମାନେ ପାପୀ ଥିବାବେଳେ ଯୀଶୁ ଆମ ପାଇଁ ନିଜର ପ୍ରାଣ ଦେଲେ। ଏହା ଦ୍ୱାରା ଈଶ୍ୱର ଆମ୍ଭମାନଙ୍କୁ କେତେ ପ୍ରେମ କରନ୍ତି, ତାହା ସେ ପ୍ରକାଶ କରିଛନ୍ତି।


ତାହାହେଲେ, ଯେ କେହି ତାଙ୍କଠାରେ ବିଶ୍ୱାସ କରିବ, ସେ ଅନନ୍ତ ଜୀବନ ପାଇବ।


ଈଶ୍ୱର କଦାପି ଆମର ବିପକ୍ଷ ନୁହନ୍ତି, କାରଣ ସେ ନିଜ ପୁତ୍ରଙ୍କୁ ମଧ୍ୟ ରକ୍ଷା ନ କରି ଆମ୍ଭମାନଙ୍କ ପାଇଁ ଦାନ କରିଛନ୍ତି। ତାହାହେଲେ, ସେ କଅଣ ଆମ୍ଭମାନଙ୍କୁ ସବୁ ବିଷୟ ଦାନ କରିବେ ନାହିଁ?


କାରଣ ପିତା ଚାହାଁନ୍ତି, ଯେଉଁମାନେ ତାଙ୍କ ପୁତ୍ରଙ୍କୁ ଦେଖି ତାଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ଅନନ୍ତ ଜୀବନ ଲାଭ କରନ୍ତୁ। ଏଣୁ ଶେଷ ଦିନରେ ମୁଁ ସେ ସମସ୍ତଙ୍କୁ ପୁନର୍ଜୀବିତ କରିବି।”


ଯେ କେହି ସେହି ପୁତ୍ରଙ୍କଠାରେ ବିଶ୍ୱାସ ସ୍ଥାପନ କରେ, ସେ ଅନନ୍ତ ଜୀବନ ପାଇବ; ଯେ କେହି ତାଙ୍କର ଅବାଧ୍ୟ ହୁଏ, ସେ ସେହି ଜୀବନରୁ ବଞ୍ôଚତ ହେବ ଓ ଈଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ରହିବ।


ଆମେ ପ୍ରେମ କରିବାକୁ ଶିଖିଛୁ, କାରଣ ଈଶ୍ବର ହିଁ ପ୍ରଥମେ ଆମକୁ ପ୍ରେମ କରିଛନ୍ତି।


ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦାନ କରେ, ସେମାନେ କେବେ ବିନଷ୍ଟ ହେବେ ନାହିଁ। ସେମାନଙ୍କୁ ମୋ’ ପାଖରୁ କେହି ଛଡ଼ାଇ ନେଇ ପାରିବ ନାହିଁ।


ଆମ୍ଭେମାନେ ଈଶ୍ୱରଙ୍କ ଶତ୍ରୁ ଥିବା ସମୟରେ ତାଙ୍କ ପୁତ୍ର ଆମ୍ଭମାନଙ୍କ ପାଇଁ ପ୍ରାଣ ଦେଲେ, ତାହା ଦ୍ୱାରା ଈଶ୍ୱରଙ୍କ ସହିତ ପୁନର୍ମିଳନ ହେଲା ପରେ ବର୍ତ୍ତମାନ ଖ୍ରୀଷ୍ଟଙ୍କ ଜୀବନ ଦ୍ୱାରା ପରିତ୍ରାଣ ପାଇବା ପାଇଁ ଆମେ କେତେ ଅଧିକ ସୁଯୋଗ ନ ପାଇବା?


ତା’ ପରଦିନ ଯୀଶୁଙ୍କୁ ତାଙ୍କ ନିକଟକୁ ଆସୁଥିବାର ଦେଖି ଯୋହନ କହିଲେ, “ଏହି ଦେଖ, ଈଶ୍ୱରଙ୍କ ମେଷଶାବକ ଯେ ଜଗତର ପାପ ବହି ନେଇ ଯାଆନ୍ତି।


ଆମର ଯେଉଁ ପ୍ରଭୁ ସ୍ୱୟଂ ଯୀଶୁ ଖ୍ରୀଷ୍ଟ ଓ ପିତା ଈଶ୍ୱର ଆମକୁ ପ୍ରେମ କରି ତାଙ୍କର ଅନୁଗ୍ରହ ଦ୍ୱାରା ଆମକୁ ଅଦମ୍ୟ ସାହସ ଓ ଦୃଢ଼ ଭରସା ଦାନ କରିଛନ୍ତି,


କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଏତେ ପ୍ରଚୁର ଓ ଆମ ପ୍ରତି ତାଙ୍କ ପ୍ରେମ ଏତେ ମହାନ୍ ଯେ, ଆମ ଅବାଧ୍ୟତା ହେତୁ ଆମେ ଆଧ୍ୟାତ୍ମିକ ଭାବେ ମୃତ ଥିବା ସମୟରେ ସେ ଖ୍ରୀଷ୍ଟଙ୍କ ସହିତ ଆମକୁ ସଞ୍ଜୀବିତ କଲେ। ଈଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ହିଁ ତୁମ୍ଭେମାନେ ପରିତ୍ରାଣ ପାଉଛ।


“ଶାସ୍ତ୍ରରେ ଲେଖା ହେରଇଛି, “ମୁଁ ଚାହେିଁ ଦୟା, ବଳିଦାନ ନୁହେଁ - ଏହି କଥାର ଅର୍ଥ କଅଣ, ଯାଇ ବୁଝିବାକୁ ଚେଷ୍ଠା କର। ମୁଁ ଧାର୍ମିକମାନଙ୍କୁ ଡାକିବାକୁ ଆସି ନାହିଁ; ଆସିଛି ପାପୀମାନଙ୍କ ପାଇଁ।”


ଏବଂ ମୃତ୍ୟୁରୁ ପୁନରୁତ୍ôଥତ ସର୍ବପ୍ରଥମ, ବିଶ୍ୱସ୍ତ ସାକ୍ଷ୍ୟଦାତା ଓ ରାଜାଧିରାଜ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭ ପ୍ରତି ହେଉ। ସେ ଆମକୁ ପ୍ରେମ କରନ୍ତି ଓ ତାଙ୍କର ମୃତ୍ୟୁ ଦ୍ୱାରା ଆମକୁ ପାପରୁ ପରିତ୍ରାଣ କରିଅଛନ୍ତି


ସେହି ବାକ୍ୟ ମାନବ ଶରୀର ଧାରଣ କରି ଆମ ସହିତ ଜୀବନଯାପନ କଲେ। ସେ ଅନୁଗ୍ରହ ଓ ସତ୍ୟତାରେ ପରିପୂର୍ଣ୍ଣ ଥିଲେ। ଈଶ୍ୱରଙ୍କ ଅନ୍ୟ ପୁତ୍ର ସ୍ୱରୂପେ ସେ ଯେଉଁ ଅଲୌକିକ ମହିମା ପାଇଥିଲେ, ତାହା ଆମେ ଦେଖିଲୁ।


କିନ୍ତୁ ମୁକ୍ତିଦାତା ଈଶ୍ୱର ନିଜେ ଆମ୍ଭମାନଙ୍କ ପ୍ରତି ତାଙ୍କର ଦୟା ଓ ପ୍ରେମ ପ୍ରକାଶ କରି ଆମକୁ ରକ୍ଷା କରିଛନ୍ତି। ଆମ ସତ୍କର୍ମର ଫଳ ସ୍ୱରୂପ ଏହା ହୋଇନାହିଁ। କେବଳ ତାଙ୍କ ଅନୁଗ୍ରହରେ ପବିତ୍ର ଆତ୍ମାଙ୍କ ସ୍ପର୍ଶ ଦ୍ୱାରା ଆମ ପାପ ସବୁ ଧୋଇ ହୋଇଯାଇଛି ଏବଂ ଆମେ ନୂତନ ଜନ୍ମ ଲାଭ କରି ପରିତ୍ରାଣ ପାଇଛୁ।


କେହି କେବେ ଈଶ୍ୱରଙ୍କୁ ଦେଖି ନାହିଁ। ତାଙ୍କ ସହିତ ଥିବା କେବଳ ତାଙ୍କର ଅଦ୍ୱିତୀୟ ପୁତ୍ର ତାଙ୍କୁ ପ୍ରକାଶ କରିଛନ୍ତି।


ଏବେ ମାଲିକଙ୍କ ପାଖରେ କେବଳ ଜଣେ ମାତ୍ର ବାକୀ ରହିଲେ - ତାଙ୍କର ପ୍ରିୟ ପୁତ୍ର। ମାଲିକ ଭାବିଲେ, “ସେମାନେ ମୋ’ ପୁଅକୁ ନିଶ୍ଚୟ ଖାତିର କରିବେ।” ଏହା ଭାବି ଶେଷରେ ଚାଷୀମାନଙ୍କ ପାଖକୁ ନିଜ ପୁତ୍ରକୁ ପଠାଇଲେ।


“ସର୍ବୋଚ୍ଚ ସ୍ୱର୍ଗରେ ଈଶ୍ୱରଙ୍କ ମହିମା; ପୃଥିବୀରେ ଯେଉଁମାନେ ତାଙ୍କର ପ୍ରୀତିଭାଜନ, ସେମାନଙ୍କ ମନରେ ଶାନ୍ତି।”


ଯେ କେହି ସେହି ପୁତ୍ରଙ୍କଠାରେ ବିଶ୍ୱାସ କରେ, ସେ ଆଉ ବିଚାରିତ ହେବ ନାହିଁ; କିନ୍ତୁ ଯେ ବିଶ୍ୱାସ କରେ ନାହିଁ, ତା’ର ବିଚାର ହୋଇ ସାରିଛି। କାରଣ ସେ ଈଶ୍ୱରଙ୍କ ଅଦ୍ୱିତୀୟ ପୁତ୍ରଙ୍କୁ ଅବିଶ୍ୱାସ କରିଛି।


କିନ୍ତୁ ଆମେ ଦେଖୁଛୁ, କିପରି ଯୀଶୁ କ୍ଷଣକାଳ ପାଇଁ ସ୍ୱର୍ଗଦୂତମାନଙ୍କଠାରୁ ଅଳ୍ପ ନ୍ୟୁନ କରାଯାଇଥିଲେ, ଯେପରି କି ଈଶ୍ୱରଙ୍କ ଅନୁଗ୍ରହରୁ ସେ ସମସ୍ତଙ୍କ ନିମନ୍ତେ ମୃତ୍ୟୁ ଭୋଗ କରିବେ। ତାଙ୍ମକର ଦେହି ମୃତ୍ୟଭୋଗ ଯୋଗୁଁ ଆମେ ତାଙ୍କୁ ବର୍ତ୍ତମାନ ଗୌରବ ଓ ସମ୍ଭ୍ରମରୂପ ମୁକୁଟରେ ଭୂଷିତ ହୋଇଥିବା ଦେ୍ୁଛୁ।


ଈଶ୍ୱର ଆମକୁ କେଡ଼େ ପ୍ରେମ କରନ୍ତି, ଟିକିଏ ଚିନ୍ତା କରି ଦେଖ। ଆମ ପ୍ରତି ତାଙ୍କ ପ୍ରେମ ଏତେ ପ୍ରଚୁର ଯେ, ଆମେ ତାଙ୍କର ସନ୍ତାନ ରୂପେ ନାର୍ମିତ ହୋଇଛୁ। ବାସ୍ତବରେ ଆମେ ତାଙ୍କର ସନ୍ତାନ- ସେଥିପାଇଁ ଜଗତ ଈଶ୍ୱରଙ୍କୁ ଜାଣି ନ ଥିବାରୁ, ଆମକୁ ମଧ୍ୟ ଚିହ୍ନିପାରେ ନାହିଁ।


Swiv nou:

Piblisite


Piblisite