Biblia Todo Logo
Bib sou entènèt

- Piblisite -




ଯୋହନ 21:9 - ପବିତ୍ର ବାଇବଲ (CL) NT (BSI)

9 କୂଳରେ ପହଞ୍ଚି ସେମାନେ ଦେଖିଲେ, ଜଳନ୍ତା ଅଙ୍ଗାର ଉପରେ କିଛି ମାଛ ଓ ପାଖରେ କେତେ ଖଣ୍ଡ ରୁଟି ରହିଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ସେମାନେ କୂଳରେ ଓହ୍ଳାଇ ସେଠାରେ ଅଙ୍ଗାରର ନିଆଁ, ପୁଣି ତାହା ଉପରେ ଭଜା ମାଛ ଓ ରୋଟୀ ଥୁଆ ହୋଇଥିବା ଦେଖିଲେ।

Gade chapit la Kopi

ଓଡିଆ ବାଇବେଲ

9 ସେମାନେ କୂଳରେ ଓହ୍ଳାଇ ସେଠାରେ ଅଙ୍ଗାରର ନିଆଁ, ପୁଣି, ତାହା ଉପରେ ଭଜା ମାଛ ଓ ରୁଟି ଥୁଆ ହୋଇଥିବା ଦେଖିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ସେମାନେ କୂଳରେ ଓହ୍ଲାଇ ସେଠାରେ ଅଙ୍ଗାରର ନିଆଁ, ପୁଣି, ତାହା ଉପରେ ଭଜା ମାଛ ଓ ରୁଟି ଥୁଆ ହୋଇଥିବା ଦେଖିଲେ।

Gade chapit la Kopi

ପବିତ୍ର ବାଇବଲ

9 ଶିଷ୍ୟମାନେ ଯେତେବେଳେ ନୌକାରୁ ବାହାରି କୂଳରେ ପହଞ୍ଚିଲେ, ସେମାନେ ସେତେବେଳେ ରଡ଼ନିଆଁ ଜଳୁଥିବାର ଦେଖିଲେ। ସେଠାରେ ନିଆଁ ଉପରେ ମାଛ ଥିଲା, ଓ କିଛି ରୋଟୀ ମଧ୍ୟ ଥିଲା।

Gade chapit la Kopi




ଯୋହନ 21:9
10 Referans Kwoze  

ଯୀଶୁ ସେମାନଙ୍କ ନିକଟକୁ ଆସି ରୁଟି ଓ ମାଛ ପରିବେଷଣ କଲେ।


ଯୀଶୁ କହିଲେ, “ତୁମେ ଯେଉଁ ମାଛ ଧରିଛ, ସେଥିରୁ କିଛି ଆଣ।”


ସେତେବେଳେ ଶୀତ ହେଉଥଲା, ତେଣୁ ଭୃତ୍ୟ ଓ ପ୍ରହରୀମାନେ ନିଆଁ ଜାଳି ତା’ ଚାରି ପାଖରେ ଠିଆ ହୋଇ ନିଜକୁ ଉଷୁମ କରୁଥିଲେ। ପିତର ମଧ୍ୟ ସେମାନଙ୍କ ପାଖରେ ଠିଆ ହୋଇଥିଲେ।


ସେମାନଙ୍କୁ ନ ଖୁଆଇ ଛାଡ଼ିଦେଲେ, ଫେରିଯିବାବେଳେ ସେମାନେ ଥକି ପଡ଼ିବେ। ସେମାନଙ୍କ ମଧ୍ୟରୁ କେତେକ ବହୁଦୂରରୁ ଆସିଛନ୍ତି।”


ସଙ୍ଗେ ସଙ୍ଗେ ଶୟତାନ ତାଙ୍କୁ ଛାଡ଼ି ଚାଲିଗଲା ଓ ସ୍ୱର୍ଗଦୂତମାନେ ଆସି ଯୀଶୁଙ୍କର ଯତ୍ନ ନେଲେ।


କିନ୍ତୁ ଏତେ ଲୋକଙ୍କ ପାଇଁ ତାହା ଯଥେଷ୍ଟ ନୁହେଁ।”


ଯୀଶୁ ରୋଟୀ ନେଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ସେଠାରେ ବସିଥିବା ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେଲେ। ଦୁଇଟି ମାଛ ମଧ୍ୟ ସେହିପରି ସେ ବାଣ୍ଟିଲେ। ସେମାନେ ଯଥେଷ୍ଟ ଖାଇବାକୁ ପାଇଲେ।


ଅନ୍ୟ ଶିଷ୍ୟମାନେ ମାଛରେ ପୂର୍ଣ୍ଣ ହୋଇଥିବା ଜାଲ ଟାଣି ଟାଣି ଡଙ୍ଗାକୁ କୂଳରେ ଲଗାଇଲେ। କୂଳରୁ ସେମାନେ ବେଶୀ ଦୂରରେ ନ ଥିଲେ। କେବଳ ଦୁଇ ଶହ ହାତ ଭିତରକୁ ଯାଇଥିଲେ।


Swiv nou:

Piblisite


Piblisite