Biblia Todo Logo
Bib sou entènèt

- Piblisite -




ଯୋହନ 21:2 - ପବିତ୍ର ବାଇବଲ (CL) NT (BSI)

2 ସେତେବେଳେ ସେଠାରେ ଶିମୋନ ପିତର, ଥୋମା (ଯାହାଙ୍କର ଅନ୍ୟ ନାମ ଯମଜ), ଗାଲିଲୀର କାନ୍ନା ସହର ନିବାସୀ ନିଥେନିୟଲ, ଜେବଦୀଙ୍କ ଦୁଇ ପୁତ୍ର, ପୁଣି ଅନ୍ୟ ଦୁଇ ଜଣ ଶିଷ୍ୟ ଉପସ୍ଥିତ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଶିମୋନ ପିତର, ଥୋମା, ଯାହାଙ୍କୁ ଦିଦୁମ କହନ୍ତି, ଗାଲିଲୀର କାନ୍ନାନିବାସୀ ନିଥନିୟେଲ , ଜେବଦିଙ୍କ ପୁତ୍ରମାନେ ଓ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଆଉ ଦୁଇ ଜଣ ଏକତ୍ର ଥିଲେ।

Gade chapit la Kopi

ଓଡିଆ ବାଇବେଲ

2 ଶିମୋନ ପିତର, ଥୋମା, ଯାହାଙ୍କୁ ଦିଦୁମ କହନ୍ତି, ଗାଲିଲୀର କାନ୍ନାନିବାସୀ ନିଥନିୟେଲ, ଜେବଦୀଙ୍କ ପୁତ୍ରମାନେ ଓ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଆଉ ଦୁଇ ଜଣ ଏକତ୍ର ଥିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଶିମୋନ ପିତର, ଥୋମା, ଯାହାଙ୍କୁ ଦିଦୁମ କହନ୍ତି, ଗାଲିଲୀର କାନ୍ନାନିବାସୀ ନିଥନିୟେଲ, ଜେବଦୀଙ୍କ ପୁତ୍ରମାନେ ଓ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଆଉ ଦୁଇ ଜଣ ଏକତ୍ର ଥିଲେ।

Gade chapit la Kopi

ପବିତ୍ର ବାଇବଲ

2 ଯୀଶୁଙ୍କର କେତେକ ଶିଷ୍ୟ ଏକତ୍ର ହୋଇଥିଲେ, ସେମାନେ ହେଲେ ଶିମୋନ ପିତର, ଥୋମା, (ଡାକନାମ ଦିଦୁମ)। ଗାଲିଲୀର କାନ୍ନା ନିବାସୀ ନିଥନିୟେଲ, ଜେବଦୀର ପୁତ୍ରମାନେ ଓ ଦୁଇଜଣ ଅନ୍ୟ ଶିଷ୍ୟ।

Gade chapit la Kopi




ଯୋହନ 21:2
12 Referans Kwoze  

ତା’ପରେ ଯୀଶୁ ଗାଲିଲୀର କାନ୍ନା ସହରକୁ ଫେରିଗଲେ। ସେଠାରେ ସେ ଜଳକୁ ଦ୍ରାକ୍ଷାରସରେ ପରିଣତ କରିଥିଲେ।


ଫିଲିପ୍ ନିଥ୍ନିୟେଲଙ୍କୁ ଭେଟି କହିଲେଏ “ଯାହାଙ୍କ ବିଷୟରେ ମୋଶା ତାଙ୍କ ବ୍ୟବସ୍ଥା ପୁସ୍ତକରେ ଉଲ୍ଲେଖ କରିଛନ୍ତି ଓ ଭାବବାଦୀମାନେ ଲେଖି ଯାଇଛନ୍ତି, ଆମେ ତାଙ୍କର ପରିଚୟ ପାଇଛୁ। ସେ ହେଉଛନ୍ତି ନାଜରିତ ଗ୍ରାମର ଯୋଷେଫଙ୍କ ପୁତ୍ର ଯୀଶୁ।”


ଥୋମା ଉତ୍ତର ଦେଇ କହିଲେ, “ମୋର ପ୍ରଭୁ- ମୋ’ ଈଶ୍ୱର!”


ଥୋମା (ଯାହାକୁ ଲୋକେ ଯମଜ ବୋଲି କହନ୍ତି) ଅନ୍ୟ ଶିଷ୍ୟମାନଙ୍କୁ କହିଲେ, “ଚାଲ, ଗୁରୁଙ୍କ ସାଙ୍ଗରେ ଯାଇ ସମସ୍ତେ ତାଙ୍କ ସହିତ ମରିବା।”


ଯୀଶୁ ତାଙ୍କର ଏହି ପ୍ରଥମ ଅଲୌକିକ କାର୍ଯ୍ୟ ଗାଲିଲୀର କାନ୍ନା ସହରରେ କରିଥିଲେ। ସେଠାରେ ସେ ତାଙ୍କର ମହିମା ପ୍ରକାଶ କଲେ ଏବଂ ଶିଷ୍ୟମାନେ ତାଙ୍କଠାରେ ବିଶ୍ୱାସ କଲେ।


ଶିମୋନଙ୍କ ସଙ୍ଗୀ ଯାକୁବ ଓ ଯୋହନ ମଧ୍ୟ ସେହିପରି ବିସ୍ମିତ ହେଲେ। ଯୀଶୁ ଶିମୋନଙ୍କୁ କହିଲେ, “ଭୟ କର ନାହିଁ, ବର୍ତ୍ତମାନଠାରୁ ତୁମେ ମନୁଷ୍ୟ ଧରିବ।”


ଫିଲିପ, ବାର୍ଥଲୋମି, ଥୋମା ଓ କରଆଦାୟକାରୀ ମାଥିଉ;ଥଦ୍ଦିୟ, ଆଲଫିଙ୍କ ପୁତ୍ର ଯାକୁବ;


ଯୀଶୁ ଆଉ କିଛି ଦୂର ଆଗକୁ ଯାଇ ଜେବଦୀଙ୍କ ଦୁଇ ପୁତ୍ର ଯାକୁବ ଓ ଯୋହନଙ୍କୁ ଦେଖିଲେ। ସେମାନେ ଜାଲ ପକାଇବାକୁ ନିଜ ନୌକାରେ ପ୍ରସ୍ତୁତ ହେଉଥିଲେ।


ଏହାର ଦୁଇ ଦିନ ପରେ ଗାଲିଲୀ ପ୍ରଦେଶର କାନ୍ନା ସହରରେ ଗୋଟିଏ ବିବାହ ଉତ୍ସବ ହେଉଥିଲା। ଯୀଶୁଙ୍କର ମା’ ସେଠାରେ ଉପସ୍ଥିତ ଥିଲେ।


Swiv nou:

Piblisite


Piblisite