Biblia Todo Logo
Bib sou entènèt

- Piblisite -




ଯୋହନ 21:1 - ପବିତ୍ର ବାଇବଲ (CL) NT (BSI)

1 ଏହା ପରେ ତିବିରିଆ ହ୍ରଦ କୂଳରେ ଯୀଶୁ ବାର ଜଣ ଶିଷ୍ୟଙ୍କୁ ଆଉ ଥରେ ଦର୍ଶନ ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଏଥିଉତ୍ତାରେ ଯୀଶୁ ତିବିରୀୟା ସମୁଦ୍ର କୂଳରେ ଶିଷ୍ୟମାନଙ୍କୁ ପୁନର୍ବାର ଦର୍ଶନ ଦେଲେ। ସେ ଏହି ପ୍ରକାରେ ଦର୍ଶନ ଦେଲେ;

Gade chapit la Kopi

ଓଡିଆ ବାଇବେଲ

1 ଏଥିଉତ୍ତାରେ ଯୀଶୁ ତିବିରୀୟା ସମୁଦ୍ରକୂଳରେ ଶିଷ୍ୟମାନଙ୍କୁ ପୁନର୍ବାର ଦର୍ଶନ ଦେଲେ । ସେ ଏହି ପ୍ରକାରେ ଦର୍ଶନ ଦେଲେ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ଯୀଶୁ ତିବିରୀୟା ହ୍ରଦର କୂଳରେ ଶିଷ୍ୟମାନଙ୍କୁ ପୁନର୍ବାର ଦର୍ଶନ ଦେଲେ। ସେ ଏହି ପ୍ରକାରେ ଦର୍ଶନ ଦେଲେ;

Gade chapit la Kopi

ପବିତ୍ର ବାଇବଲ

1 ତା'ପରେ ଯୀଶୁ ନିଜକୁ ଶିଷ୍ୟମାନଙ୍କ ଆଗରେ ଦେଖା ଦେଲେ। ସେ ତିବିରିଆ ହ୍ରଦ ଗାଲିଲୀ କୂଳରେ ସେମାନଙ୍କୁ ଦେଖାଦେଇଥିଲେ। ସେ ଏହିପରି ଭାବରେ ଦର୍ଶନ ଦେଇଥିଲେ:

Gade chapit la Kopi




ଯୋହନ 21:1
11 Referans Kwoze  

ଏହାପରେ ଯୀଶୁ ଗାଲିଲୀ ବା ତିବିରିଆର ହ୍ରଦର ଆରପାରିକୁ ଗଲେ।


ଯେଉଁଠାରେ ଯୀଶୁ ପ୍ରାର୍ଥନା କରି ଲୋକମାନଙ୍କୁ ରୋଟୀ ଖାଇବାକୁ ଦେଇଥିଲେ, ତିବିରିଆରୁ ଆଉ କେତୋଟି ନୌକା ସେହି ସ୍ଥାନ ନିକଟରେ ପହଞ୍ôଚଲା।


ଯୀଶୁ କହିବା ଅନୁଯାୟୀ ତାଙ୍କ ଶିଷ୍ୟମାନେ ଗାଲିଲୀର ଗୋଟିଏ ପାହାଡ଼ ଉପରକୁ ଗଲେ।


“ଶୀଘ୍ର ଯାଇ ତାଙ୍କ ଶିଷ୍ୟମାନଙ୍କୁ କୁହ, ‘ସେ ପୁନର୍ଜୀବିତ ହୋଇଛନ୍ତି ଏବଂ ତୁମ୍ଭମାନଙ୍କ ଆଗେ ଆଗେ ସେ ଗାଲିଲୀକୁ ଯାଉଛନ୍ତି। ସେଠାରେ ତୁମେ ତାଙ୍କୁ ଦେଖିବ।’ ମୁଁ ଯାହା କହିଲି, ମନେରଖ।”


କିନ୍ତୁ ମୁଁ ପୁନରୁତ୍ôଥତ ହେବା ପରେ ତୁମ୍ଭମାନଙ୍କ ଆଗରୁ ଗାଲିଲୀକୁ ଯିବି।”


ପୁନରୁତ୍ଥାନ ପରେ ଯୀଶୁ ଶିଷ୍ୟମାନଙ୍କୁ ଦର୍ଶନ ଦେବାର ଏହା ତୃତୀୟ ଥର।


ଏହାପରେ ଯୀଶୁଙ୍କ ଆଉ ଦୁଇଜଣ ଶିଷ୍ୟ ଗୋଟିଏ ଗ୍ରାମକୁ ଗଲାବେଳେ ବାଟରେ ଯୀଶୁ ସେମାନଙ୍କୁ ଭିନ୍ନ ପ୍ରକାରେ ଦେଖାଦେଲେ।


ବର୍ତ୍ତମାନ ଯାଇ ପିତର ଓ ଯୀଶୁଙ୍କ ଅନ୍ୟାନ୍ୟ ଶିଷ୍ୟମାନଙ୍କୁ ଏହି ସମ୍ବାଦ ଦିଅ। ସେମାନଙ୍କୁ କୁହ, ‘ଯୀଶୁ ତୁମ୍ଭମାନଙ୍କ ଆଗେ ଆଗେ ଗାଲିଲୀକୁ ଯାଉଛନ୍ତି। ସେ କହିବା ଅନୁସାରେ ତୁମେ ତାଙ୍କୁ ସେଠାରେ ଦେଖି ପାରିବ’।”


ଶେଷରେ ତାଙ୍କର ଏଗାର ଜଣ ଶିଷ୍ୟ ଖାଇ ବସିଥିବାବେଳେ ଯୀଶୁ ସେମାନଙ୍କୁ ଦର୍ଶନ ଦେଲେ। ସେମାନଙ୍କର ଅବିଶ୍ୱାସ ପାଇଁ ଓ ତାଙ୍କୁ ଜୀବିତ ଦେଖିଥିବା ଲୋକମାନଙ୍କ କଥାରେ ପ୍ରତ୍ୟୟ କରି ନ ଥିବାରୁ ଯୀଶୁ ସେମାନଙ୍କୁ ଅନୁଯୋଗ କଲେ।


ସେତେବେଳେ ସେ ଜୀବିତ ଥିଲେ, ଏହା ପ୍ରମାଣ କରିବା ପାଇଁ ଓ ଶିଷ୍ୟମାନଙ୍କ ସନ୍ଦେହ ଦୂର କରିବା ପାଇଁ ସେ ତାଙ୍କର ମୃତ୍ୟୁ ପରେ ଚାଳିଶ ଦିନ ପର୍ଯ୍ୟନ୍ତ ଅନେକ ଥର ସେମାନଙ୍କୁ ଦର୍ଶନ ଦେଇଥିଲେ। ସେମାନେ ଯୀଶୁଙ୍କୁ ଦେଖିଥିଲେ ଓ ଯୀଶୁ ସେମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ ବୁଝାଇ ଥିଲେ।


Swiv nou:

Piblisite


Piblisite