Biblia Todo Logo
Bib sou entènèt

- Piblisite -




ଯୋହନ 20:1 - ପବିତ୍ର ବାଇବଲ (CL) NT (BSI)

1 ରବିବାର ଦିନ ଅତି ପ୍ରତ୍ୟୁଷରେ ଅନ୍ଧାର ଥାଉ ଥାଉ ମଗ୍ଦଲିନୀ ମରିୟମ ଯୀଶୁଙ୍କ ସମାଧି ନିକଟକୁ ଯାଇ ଦେଖିଲେ, ସମାଧି ମୁହଁରୁ ପଥରଟି ଘୁଞ୍ଚା ଯାଇଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ସପ୍ତାହର ପ୍ରଥମ ଦିନ ପ୍ରତ୍ୟୁଷରେ ଅନ୍ଧକାର ଥାଉ ଥାଉ ମଗ୍ଦଲୀନୀ ମରୀୟମ ସମାଧି ନିକଟକୁ ଆସି ସେଥିରୁ ପଥର ଘୁଞ୍ଚାଯାଇଥିବା ଦେଖିଲେ।

Gade chapit la Kopi

ଓଡିଆ ବାଇବେଲ

1 ସପ୍ତାହର ପ୍ରଥମ ଦିନ ପ୍ରତ୍ୟୁଷରେ ଅନ୍ଧକାର ଥାଉ ଥାଉ ମଗ୍‍ଦଲୀନୀ ମରିୟମ ସମାଧି ନିକଟକୁ ଆସି ସେଥିରୁ ପଥର ଘୁଞ୍ଚାଯାଇଥିବା ଦେଖିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ସପ୍ତାହର ପ୍ରଥମ ଦିନ ପ୍ରତ୍ୟୁଷରେ ଅନ୍ଧକାର ଥାଉ ଥାଉ ମଗ୍‌ଦଲୀନୀ ମରୀୟମ ସମାଧି ନିକଟକୁ ଆସି ସେଥିରୁ ପଥର ଘୁଞ୍ଚାଯାଇଥିବା ଦେଖିଲେ।

Gade chapit la Kopi

ପବିତ୍ର ବାଇବଲ

1 ରବିବାର ଦିନ ପାହାନ୍ତିଆରେ ମ‌‌‌‌‌ଗ୍‌ଦଲୀନୀ ମରିୟମ ଯୀଶୁଙ୍କର କବର ନିକଟକୁ ଆସିଲେ। ସେତେବେଳେ ତଥାପି ଅନ୍ଧାର ଥିଲା। ସେ ଦେଖିଲେ ଯେ, ବହୂତ ବଡ଼ ପଥରଟି କବର ଦ୍ୱାରା ପାଖରୁ ଦୂରକୁ ଘୁଞ୍ଚି ଯାଇଛି।

Gade chapit la Kopi




ଯୋହନ 20:1
19 Referans Kwoze  

ଯୀଶୁ ରବିବାର ଦିନ ପ୍ରତ୍ୟୁଷରେ ପୁନରୁତ୍ôଥତ ହେବା ପରେ ପ୍ରଥମେ ମଗଦଲିନୀ ମରିୟମଙ୍କୁ ଦର୍ଶନ ଦେଇଥିଲେ। ଏହି ମରିୟମଙ୍କଠାରୁ ସେ ସାତୋଟି ଭୂତ ଛଡ଼ାଇଥିଲେ।


ତାଙ୍କ ନିଜ ପାଇଁ ପଥରରେ ଖୋଳା ହୋଇଥିବା ଗୋଟିଏ ନୂତନ କବରରେ ତାଙ୍କୁ ରଖିଲେ ଓ କବର ମୁହଁରେ ଗୋଟିଏ ବଡ଼ ପଥର ଢ଼ାଙ୍କି ଦେଇ ଚାଲିଗଲେ।


ଯୋସେଫ ଯୀଶୁଙ୍କ ଶରୀରକୁ କ୍ରୁଶରୁ ଓହ୍ଲାଇ ଆଣିଲେ ଓ ଖଣ୍ଡିଏ ଚାଦର ଆଣି ଯୀଶୁଙ୍କ ଶରୀରକୁ ସେଥିରେ ଗୁଡ଼ାଇ ଦେଲେ ଏବଂ ପାହାଡ଼ରେ ଖୋଳା ହୋଇଥିବା ଗୋଟିଏ କବରରେ ନେଇ ତାହା ରଖିଲେ। ପୁଣି ଗୋଟିଏ ବଡ଼ ପଥର ଗଡ଼ାଇ କବରର ମୁହଁ ବନ୍ଦ କଲେ।


ପୁନର୍ବାର ଏହାର ସପ୍ତାହକ ପରେ, ଶିଷ୍ୟମାନେ ଘର ଭିତରେ ଏକାଠି ଥିଲେ ଏବଂ ଥୋମା ସେମାନଙ୍କ ସହିତ ଥିଲେ। କବାଟଗୁଡ଼ିକ ବନ୍ଦ ହୋଇଥିଲା। କିନ୍ତୁ ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ: “ତୁମ୍ଭମାନଙ୍କର ଶାନ୍ତି ହେଉ।”


ଯୀଶୁଙ୍କ କ୍ରୁଶ ନିକଟରେ ତାଙ୍କ ମାଁ, ତାଙ୍କ ମାଉସୀ କ୍ଳିଅପାଙ୍କ ସ୍ତ୍ରୀ ମରିୟମ ଓ ମଗ୍ଦଲିନୀ ମରିୟମ ଛିଡ଼ା ହୋଇଥିଲେ।


ପ୍ରଭୁଙ୍କ ଦିବସରେ ପବିତ୍ର ଆତ୍ମା ମୋତେ ଆବିଷ୍ଟ କଲେ ଏବଂ ମୋର ପଶ୍ଚାତ୍ରେ ତୂରୀ ଧ୍ୱନି ପରି ଏକ ଉଚ୍ଚ ସ୍ୱର ଶୁଣିଲି।


ତେଣୁ ତିନି ଦିନ ପର୍ଯ୍ୟନ୍ତ ସେହି କବର ଜଗି ରହିବାକୁ ପ୍ରହରୀ ନିଯୁକ୍ତ କରିବାକୁ ଆଦେଶ ଦିଅନ୍ତୁ, ତା’ହେଲେ ତାଙ୍କ ଶିଷ୍ୟମାନେ ତାଙ୍କ ଶରୀରକୁ ଚୋରାଇ ନେଇ, ସେ ବଞ୍ôଚ ଉଠିଛନ୍ତି ବୋଲି କହି ପାରିବେ ନାହିଁ। ସେମାନଙ୍କର ଏହି ମିଥ୍ୟା ପ୍ରଚାର ସବୁଠାରୁ ଅଧିକ ଅନିଷ୍ଟକର ହେବ।”


ତୁମ ଆୟ ଅନୁପାତରେ ପ୍ରତ୍ୟେକ ରବିବାର ଏ ବାବଦକୁ କିଛି ଅର୍ଥ ସଞ୍ଚୟ କରି ରଖ। ତାହାହେଲେ, ମୁଁ ଗଲାବେଳେ ତୁମ୍ଭମାନଙ୍କୁ ଆଉ ଅର୍ଥ ସଂଗ୍ରହ କରିବାକୁ ପଡ଼ିବ ନାହିଁ।


ଶନିବାର ସନ୍ଧ୍ୟାରେ ଆମ୍ଭେମାନେ ସମ୍ମିଳିତ ଭୋଜନ ପାଇଁ ଏକତ୍ରିତ ହେଲୁ। ପାଉଲ ଲୋକମାନଙ୍କୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଉପଦେଶ ଦେଲେ, କାରଣ ତହିଁ ଆରଦିନ ସେ ସେହି ସ୍ଥାନ ପରିତ୍ୟାଗ କରିବାକୁ ଯାଉଥିଲେ।


ଏମାନଙ୍କ ମଧ୍ୟରେ ଥିଲେ ମଗଦଲୀନୀ ମରିୟମ, ଯାକୁବ ଓ ଯୋସେଫଙ୍କ ମାତା ମରିୟମ ଏବଂ ଜେବଦୀଙ୍କ ପତ୍ନୀ।


ସେମାନେ ଯାଇ କବରଟିର ସୁରକ୍ଷା କରିବା ପାଇଁ ବ୍ୟବସ୍ଥା କଲେ। ତା’ ମୁହଁକୁ ଢ଼ାଙ୍କି ରଖିଥିବା ପଥର ଉପରେ ମୋହର ବସାଇ ଜଗିବା ପାଇଁ ପ୍ରହରୀମାନଙ୍କୁ ରଖିଲେ।


ବିଶ୍ରାମ ବାର ପରଦିନ ରବିବାର ପ୍ରତ୍ୟୁଷରୁ ମଗଦଲୀନୀ ମରିୟମ ଓ ଅନ୍ୟ ମରିୟମ କବର ଦେଖିବାକୁ ଗଲେ।


ସେତିକିବେଳେ ହଠାତ୍ ଗୋଟିଏ ଭୂମିକମ୍ପ ହେଲା। ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ଉଦ୍ଧ୍ୱର୍ରୁ ଓହ୍ଲାଇ ଆସି, କବର ମୁହଁରୁ ପଥରଟିକୁ ଗଡ଼ାଇ ଦେଇ ତା’ ଉପରେ ବସିଲେ।


ଶୋକାଭିଭୂତ ହୋଇ ଯୀଶୁ ସମାଧି ପାଖକୁ ଗଲେ। ଏହା ଗୋଟିଏ ଗୁମ୍ଫା। ତା’ ମୁହଁରେ ଗୋଟିଏ ବଡ଼ ପଥର ରଖାଯାଇଥିଲା।


ସେମାନେ ପଥରଯିକୁ ଘୁଞ୍ଚାଇ ଦେବା ପରେ ଯୀଶୁ ଊଦ୍ଧ୍ୱର୍ମୁଖ ହୋଇ ପ୍ରାର୍ଥନା କଲେ, “ପିତା- ତୁମେ ମୋ’ କଥା ଶୁଣୁଛ, ଏଥିପାଇଁ ଧନ୍ୟବାଦ ଦେଉଛି।


Swiv nou:

Piblisite


Piblisite