Biblia Todo Logo
Bib sou entènèt

- Piblisite -




ଯୋହନ 2:22 - ପବିତ୍ର ବାଇବଲ (CL) NT (BSI)

22 ତାଙ୍କ ପୁନରୁତ୍ଥାନ ପରେ ଶିଷ୍ୟମାନଙ୍କର ମନେ ପଡ଼ିଲା ଯେ ସେ ଏହା କହିଥିଲେ। ତେଣୁ ସେମାନେ ଧର୍ମଶାସ୍ତ୍ର ଓ ଯୀଶୁଙ୍କ କଥାରେ ବିଶ୍ୱାସ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ଏଣୁ ସେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲା ଉତ୍ତାରେ ତାହାଙ୍କ ଶିଷ୍ୟମାନେ ସେ ଏହା କହିଥିଲେ ବୋଲି ସ୍ମରଣ କଲେ; ପୁଣି, ସେମାନେ ଧର୍ମଶାସ୍ତ୍ର ଓ ଯୀଶୁଙ୍କ କଥିତ ବାକ୍ୟ ବିଶ୍ଵାସ କଲେ।

Gade chapit la Kopi

ଓଡିଆ ବାଇବେଲ

22 ଏଣୁ ସେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲା ଉତ୍ତାରେ ତାହାଙ୍କ ଶିଷ୍ୟମାନେ ସେ ଏହା କହିଥିଲେ ବୋଲି ସ୍ମରଣ କଲେ; ପୁଣି, ସେମାନେ ଧର୍ମଶାସ୍ତ୍ର ଓ ଯୀଶୁଙ୍କ କଥିତ ବାକ୍ୟ ବିଶ୍ୱାସ କଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ଏଣୁ ସେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲା ଉତ୍ତାରେ ତାହାଙ୍କ ଶିଷ୍ୟମାନେ ସେ ଏହା କହିଥିଲେ ବୋଲି ସ୍ମରଣ କଲେ; ପୁଣି, ସେମାନେ ଧର୍ମଶାସ୍ତ୍ର ଓ ଯୀଶୁଙ୍କ କଥିତ ବାକ୍ୟ ବିଶ୍ୱାସ କଲେ।

Gade chapit la Kopi

ପବିତ୍ର ବାଇବଲ

22 ଏଣୁ ସେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲା ଉତ୍ତାରେ ତାହାଙ୍କ ଶିଷ୍ୟମାନେ ସେ ଏହା କହିଥିଲେ ବୋଲି ସ୍ମରଣ କଲେ। ତେଣୁ ତାହାଙ୍କର ଶିଷ୍ୟମାନେ ତାହାଙ୍କ ବିଷୟରେ ଶାସ୍ତ୍ରରେ ଯାହା ଲେଖାଥିଲା ଓ ଯୀଶୁ ଯାହା କହିଥିଲେ, ସେସବୁ କଥା ବିଶ୍ୱାସ କଲେ।

Gade chapit la Kopi




ଯୋହନ 2:22
13 Referans Kwoze  

ସେତେବେଳେ ଶିଷ୍ୟମାନେ ଏହାର ତାତ୍ପର୍ଯ୍ୟ ବୁଝି ନ ଥିଲେ। କିନ୍ତୁ ଯୀଶୁଙ୍କର ଗୌରବମୟ ପୁନରୁତ୍ଥାନ ପରେ ସେମାନଙ୍କର ମନେ ପଡ଼ିଲା ଯେ, ତାଙ୍କ ସମ୍ପର୍କରେ ଏସବୁ କଥା ଶାସ୍ତ୍ରରେ ଲେଖାଯାଇଥିଲା ଏବଂ ସେହି ଅନୁସାରେ ସେମାନେ କାର୍ଯ୍ୟ କରିଥିଲେ।


ତୁମ୍ଭମାନଙ୍କୁ ମୁଁ ଏହି ସବୁ କଥା କହି ରଖିବାର ଉଦ୍ଦେଶ୍ୟ ହେଉଛି, ଏସବୁ ଘଟିଲେ, ତୁମ୍ଭେମାନେ ସ୍ମରଣ କରିବ ଯେ, ମୁଁ ଆଗରୁ ଏ ବିଷୟରେ କହିଥିଲି। “ଆରମ୍ଭରୁ ମୁଁ ତୁମ୍ଭମାନଙ୍କୁ ଏିହ ବିଷୟ କହି ନ ଥିଲି, କାରଣ ମୁଁ ତୁମ ସଙ୍ଗରେ ଥିଲି।


ଯେଉଁ ସହାୟକ ପବିତ୍ରଆତ୍ମାଙ୍କୁ ଈଶ୍ୱର ମୋ’ ସ୍ଥାନରେ ପଠାଇବେ, ସେ ସମସ୍ତ ବିଷୟରେ ତୁମ୍ଭମାନଙ୍କୁ ଶିକ୍ଷା ଦେବେ ଏବଂ ମୁଁ କହିଥିବା ସମସ୍ତ ବିଷୟକୁ ସ୍ମରଣ କରାଇଦେବେ।


ଏହା ଦେଖି ଶାସ୍ତ୍ରରେ ଲିଖିତ ଏକ ଉକ୍ତି ଶିଷ୍ୟମାନଙ୍କର ମନେ ପଡ଼ିଲା, “ତୁମ ଗୃହ ପ୍ରତି ମୋର ଭକ୍ତି ମୋ’ ଭିତରେ ଅଗ୍ନି ପରି ପ୍ରଜ୍ଜ୍ୱଳିତ ହେଉଛି।”


ତା’ପରେ ମୁଁ ପ୍ରଭୁଙ୍କର ଏହି ବାକ୍ୟ ସ୍ମରଣ କଲି: ‘ଯୋହନ ଜଳଳେ ଦୀକ୍ଷା ଦେଲେ, କିନ୍ତୁ ତୁମ୍ଭେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଦୀକ୍ଷିତ ହେବ।’


ଯୀଶୁ ତାଙ୍କର ଏହି ପ୍ରଥମ ଅଲୌକିକ କାର୍ଯ୍ୟ ଗାଲିଲୀର କାନ୍ନା ସହରରେ କରିଥିଲେ। ସେଠାରେ ସେ ତାଙ୍କର ମହିମା ପ୍ରକାଶ କଲେ ଏବଂ ଶିଷ୍ୟମାନେ ତାଙ୍କଠାରେ ବିଶ୍ୱାସ କଲେ।


ତା’ପରେ ସେ ସେମାନଙ୍କୁ କହିଲେ, “ମୁଁ ତୁମ ସଙ୍ଗରେ ଥିବା ସମୟରେ ଠିକ୍ ଏହି କଥା ସବୁ କହିଥିଲି। ମୋଶାଙ୍କ ବ୍ୟବସ୍ଥା, ଭାବବାଦୀ ଗ୍ରନ୍ଥ ଓ ଦାଉଦଙ୍କ ଗୀତଗୁଡ଼ିକରେ ମୋ’ ବିଷୟରେ ଉଲ୍ଲିଖିତ ହୋଇଥିବା ପ୍ରତ୍ୟେକ ବିଷୟ ସଫଳ ହୋଇଛି।”


ଏସବୁ ଦୁଃଖ ଭୋଗ ପରେ ତାଙ୍କର ଗୌରବରେ ପ୍ରବେଶ କରିବା କ’ଣ ମସୀହଙ୍କର ଆବଶ୍ୟକ ନ ଥିଲା?”


ଯୀଶୁ ଓ ତାଙ୍କର ଶିଷ୍ୟମାନେ ମଧ୍ୟ ନିମନ୍ତ୍ରିତ ହେଇ ସେଠାକୁ ଯାଇଥିଲେ।


Swiv nou:

Piblisite


Piblisite