Biblia Todo Logo
Bib sou entènèt

- Piblisite -




ଯୋହନ 2:11 - ପବିତ୍ର ବାଇବଲ (CL) NT (BSI)

11 ଯୀଶୁ ତାଙ୍କର ଏହି ପ୍ରଥମ ଅଲୌକିକ କାର୍ଯ୍ୟ ଗାଲିଲୀର କାନ୍ନା ସହରରେ କରିଥିଲେ। ସେଠାରେ ସେ ତାଙ୍କର ମହିମା ପ୍ରକାଶ କଲେ ଏବଂ ଶିଷ୍ୟମାନେ ତାଙ୍କଠାରେ ବିଶ୍ୱାସ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଯୀଶୁ ଏହି ପ୍ରକାରେ ଗାଲିଲୀର କାନ୍ନାରେ ଆଶ୍ଚର୍ଯ୍ୟକର୍ମ ଆରମ୍ଭ କରି ଆପଣା ମହିମା ପ୍ରକାଶ କଲେ, ଆଉ ତାହାଙ୍କ ଶିଷ୍ୟମାନେ ତାହାଙ୍କଠାରେ ବିଶ୍ଵାସ କଲେ।

Gade chapit la Kopi

ଓଡିଆ ବାଇବେଲ

11 ଯୀଶୁ ଏହି ପ୍ରକାରେ ଗାଲିଲୀର କାନ୍ନାରେ ଆଶ୍ଚର୍ଯ୍ୟକର୍ମ ଆରମ୍ଭ କରି ଆପଣା ମହିମା ପ୍ରକାଶ କଲେ, ଆଉ ତାହାଙ୍କ ଶିଷ୍ୟମାନେ ତାହାଙ୍କଠାରେ ବିଶ୍ୱାସ କଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଯୀଶୁ ଏହି ପ୍ରକାରେ ଗାଲିଲୀର କାନ୍ନାରେ ଆଶ୍ଚର୍ଯ୍ୟକର୍ମ ଆରମ୍ଭ କରି ଆପଣା ମହିମା ପ୍ରକାଶ କଲେ, ଆଉ ତାହାଙ୍କ ଶିଷ୍ୟମାନେ ତାହାଙ୍କଠାରେ ବିଶ୍ୱାସ କଲେ।

Gade chapit la Kopi

ପବିତ୍ର ବାଇବଲ

11 ଏହା ଯୀଶୁଙ୍କର ପ୍ରଥମ ଆଶ୍ଚର୍ଯ୍ୟକାର୍ଯ୍ୟ ଥିଲା। ସେ ଏହି ଆଶ୍ଚର୍ଯ୍ୟକାମ ଗାଲିଲୀର କାନ୍ନା ସହରରେ କରିଥିଲେ। ଏହିପରି ଭାବେ ସେ ଆପଣା ମହିମା ଦେଖାଇଲେ। ଏବଂ ତାହାଙ୍କର ଶିଷ୍ୟମାନେ ତାହାଙ୍କ ଉପରେ ବିଶ୍ୱାସ କଲେ।

Gade chapit la Kopi




ଯୋହନ 2:11
43 Referans Kwoze  

ସେହି ବାକ୍ୟ ମାନବ ଶରୀର ଧାରଣ କରି ଆମ ସହିତ ଜୀବନଯାପନ କଲେ। ସେ ଅନୁଗ୍ରହ ଓ ସତ୍ୟତାରେ ପରିପୂର୍ଣ୍ଣ ଥିଲେ। ଈଶ୍ୱରଙ୍କ ଅନ୍ୟ ପୁତ୍ର ସ୍ୱରୂପେ ସେ ଯେଉଁ ଅଲୌକିକ ମହିମା ପାଇଥିଲେ, ତାହା ଆମେ ଦେଖିଲୁ।


ସେ ରାତ୍ରି ସମୟରେ ଯୀଶୁଙ୍କ ନିକଟକୁ ଆସି କହିଲେ, “ରାବି, ଆମେ ଜାଣୁ, ଆପଣ ଈଶ୍ୱର ପ୍ରେରିତ ଗୁରୁ। ଆପଣ ଯେଉଁସବୁ ଅଲୌକିକ କାର୍ଯ୍ୟ କରୁଛନ୍ତି, ଈଶ୍ୱରଙ୍କ ସହାୟତା ବିନା ତାହା କେହି କରି ପାରିବେ ନାହିଁ।”


ଅନେକ ଲୋକ ତାଙ୍କର ପଛେ ପଛେ ଯାଉଥିଲେ, କାରଣ ଯୀଶୁ ତାଙ୍କ ଅଲୌକିକ ଶକ୍ତି ବଳରେ ପୀଡ଼ିତ ଲୋକମାନଙ୍କୁ ସୁସ୍ଥ କରୁଥିବା ସେମାନେ ଦେଖିଥିଲେ।


ସେମାନେ ପଚାରିଲେ, “ତୁମଠାରେ ଆମେ ଯେପରି ବିଶ୍ୱାସ କରିବୁ, ସେଥିପାଇଁ ଆମକୁ କି କର୍ମ ଦେଖାଇ ପାରିବ? କୁହ, କ’ଣ କରିପାରିବ?


ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ମୋର ଅଲୌକିକ କାର୍ଯ୍ୟର ତାତ୍ପର୍ଯ୍ୟ ବୁଝି ମୋତେ ଖୋଜିବାକୁ ଆସି ନାହଁ। କିନ୍ତୁ ରୋଟୀ ଖାଇ ପରିତୃପ୍ତ ହୋଇଥିଲ ବୋଲି ଆସିଛ।


ଯୀଶୁଙ୍କ ଏହି ଅଲୌକିକ କାର୍ଯ୍ୟ ଦେଖି ଲୋକେ କହିଲେ, “ଯେଉଁ ଭାବବାଦୀ ଜଗତକୁ ଆସବାର ଥିଲା, ଏ ନିଶ୍ଚୟ ସେହି।”


ଏହି ସାମାନ୍ୟ ଓ କ୍ଷଣିକ ଦୁଃଖ ଦୁର୍ଦ୍ଦଶା ଆମ ପାଇଁ ଆଣି ଦେଉଛି ଅତୁଳନୀୟ ଚିରସ୍ଥାୟୀ ଗୌରବର ସମ୍ପଦ।


ଏବଂ ମୋ’ ନାମରେ ତୁମେ ଯାହା କିଛି ମାଗିବ, ତାହା ମୁଁ ପ୍ରଦାନ କରିବି। ଏହାଦ୍ୱାରା ପୁତ୍ରଙ୍କଠାରେ ପିତା ଈଶ୍ୱରଙ୍କ ମହିମା ପ୍ରକାଶ ପାଇବ।


ଯିଶାଇୟ ତାଙ୍କ ଦିବ୍ୟଦୃଷ୍ଟିରେ ଯୀଶୁଙ୍କ ମହିମା ବିଷୟରେ ପୂର୍ବରୁ ଅବଗତ ହୋଇ ଏହିପରି ଲେଖିଥିଲେ।


ସେମାନଙ୍କ ସାକ୍ଷାତରେ ତାଙ୍କର ଅଲୌକିକ କାର୍ଯ୍ୟସମୂହ କରିଥିବା ସତ୍ତେ୍ୱ ସେମାନେ ତାଙ୍କଠାରେ ବିଶ୍ୱାସ କଲେ ନାହିଁ।


ନିସ୍ତାର ପର୍ବ ସମୟରେ ଯିରୁଶାଲମରେ ଯୀଶୁ ଥିବା ବେଳେ ଅନେକେ ତାଙ୍କର ଅଲୌକିକ କାର୍ଯ୍ୟ ସବୁ ଦେଖି ତାଙ୍କଠରେ ବିଶ୍ୱାସ କଲେ।


ଯୀଶୁ କହିଲେ: “ଡିମିରି ଗଛ ତଳେ ତୁମକୁ ଦେଖିଥିଲି ବୋଲି କହିବାରୁ ତୁମର କ’ଣ ମୋ’ଠାରେ ବିଶ୍ୱାସ ହୋଇଛି! ଏହାଠାରୁ ଆହୁରି ଚମକ୍ରାର ବିଷୟ ସବୁ ତୁମେ ଦେଖିବ।”


ତୁମ୍ଭମାନଙ୍କୁ ଏହି ପତ୍ର ଲେଖୁଛୁ, ଅନନ୍ତ ଜୀବନର ଅଧିକାରୀ ବୋଲି ତୁମ୍ଭେମାନେ ଯେପରି ଜାଣିବ, କାରଣ ଈଶ୍ବରଙ୍କର ପୁତ୍ରଙ୍କଠାରେ ତୁମ୍ଭମାନଙ୍କର ବିଶ୍ବାସ ଅଛି।


ତା’ପରେ ଯୀଶୁ ଗାଲିଲୀର କାନ୍ନା ସହରକୁ ଫେରିଗଲେ। ସେଠାରେ ସେ ଜଳକୁ ଦ୍ରାକ୍ଷାରସରେ ପରିଣତ କରିଥିଲେ।


ତାହାହେଲେ ପିତା ଯେପରି ସମ୍ମାନିତ ହେବେ- ଯେ ପୁତ୍ରଙ୍କୁ ସମ୍ମାନ ଦିଏ ନାହିଁ, ତାଙ୍କ ପ୍ରେରଣକର୍ତ୍ତା ପିତାଙ୍କୁ ମଧ୍ୟ ସେ ସମ୍ମାନିତ କରେ ନାହିଁ।


କାରଣ ଯେଉଁ ଈଶ୍ୱର କହିଥିଲେ, “ଅନ୍ଧକାର ମଧ୍ୟରୁ ଆଲୋକର ଆବିର୍ଭାବ ହେଉ”, ସେହି ଈଶ୍ୱର ଖ୍ରୀଷ୍ଟଙ୍କ ମୁଖରେ ପ୍ରତିଭାତ ଐଶ୍ୱରିକ ମହିମା ଦେଖିବା ପାଇଁ ଆମ ହୃଦୟକୁ ଆଲୋକିତ କରିଛନ୍ତି।


ଆମ ସମସ୍ତଙ୍କ ଅନାବୃତ ମୁଖରେ ଏବେ ପଅଭୁଙ୍କ ମହିମା ପଅତିଫଳିତ ହେଉଛି ଏବଂ ପ୍ରଭୁଙ୍କଠାରୁ ନିସୃତ ସେହି ମହିମାର ପ୍ରଭାବରେ ଆମେ ଅଧିକ ତେଜୋମୟ ଭାବରେ ତାଙ୍କ ସାଦୃଶ୍ୟରେ ରୂପାନ୍ତରିତ ହେଉଛୁ।


କିନ୍ତୁ ମୁଁ ଆନନ୍ଦିତ ଯେ, ମୁଁ ସେଠାରେ ତା’ ସହିତ ସେତେବେଳେ ନ ଥିଲି। ଏହା ତୁମ ପକ୍ଷେ ମଙ୍ଗଳଜନକ ହୋଇଛି। କାରଣ ତଦ୍ଦ୍ୱାରା ତୁମ୍ଭମାନଙ୍କର ବିଶ୍ୱାସ ଜନ୍ମିବ। ଚାଲ, ତା’ ପାଖକୁ ଯିବା।”


ଈଶ୍ୱର ମୋଶାଙ୍କ ଦ୍ୱାରା ବିଧିବ୍ୟବସ୍ଥା ପ୍ରଦାନ କଲେ। କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅନୁଗ୍ରହ ଓ ସତ୍ୟ ଜଗତକୁ ଆସିଛି।


ତହିଁ ଆରଦିନ ଯୀଶୁ ଗାଲିଲୀକୁ ବାହାରିଲେ। ବାଟରେ ଫିଲିପ୍ ନାମକ ଜଣେ ବ୍ୟକ୍ତିକୁ ଭେଟି କହିଲେ, “ମୋ’ ସଙ୍ଗରେ ଆସ।” (


ଏହାର ଦୁଇ ଦିନ ପରେ ଗାଲିଲୀ ପ୍ରଦେଶର କାନ୍ନା ସହରରେ ଗୋଟିଏ ବିବାହ ଉତ୍ସବ ହେଉଥିଲା। ଯୀଶୁଙ୍କର ମା’ ସେଠାରେ ଉପସ୍ଥିତ ଥିଲେ।


ତାଙ୍କ ବିଷୟରେ ଲୋକେ ଏ ପ୍ରକାର କଥାବାର୍ତ୍ତା ହେଉଥିବାର ଶୁଣି ଯୀଶୁ ଯିହୁଦା ପ୍ରଦେଶ ଛାଡ଼ି ଗାଲିଲୀକୁ ଫେରିଗଲେ।


ଯୀଶୁ ଗାଲିଲୀକୁ ଆସିବା ପରେ, ଏହା ହେଉଛି ତାଙ୍କର ଦ୍ୱିତୀୟ ଅଲୌକିକ କାର୍ଯ୍ୟ।


କିନ୍ତୁ ଜନତା ଭିତରୁ ଅନେକେ ଯୀଶୁଙ୍କଠାରେ ବିଶ୍ୱାସ କରି କହିଲେ, “ମସୀହ ଆସିଲେ, ଏହାଙ୍କ ଅପେକ୍ଷା ସେ କ’ଣ ଆହୁରି ଅଧିକ ଅଲୌକିକ କାର୍ଯ୍ୟ କରିବେ?”


ଫାରୁଶୀମାନଙ୍କ ମଧ୍ୟରୁ କେତେକ କହିଲେ, “ଯେ ଏ କାର୍ଯ୍ୟ କରିଛି, ସେ ଈଶ୍ୱରଙ୍କଠାରୁ ଆସି ନାହିଁ, କାରଣ ସେ ବିଶ୍ରାମବାର ବିଧାନ ଲଙ୍ଘନ କରିଛି।” ଅନ୍ୟମାନେ କହିଲେ, “ଜଣେ ଲୋକ ପାପୀ ହୋଇ ଏଭଳି ଅଲୌକିକ କାର୍ଯ୍ୟ କିପରି କରିପାରିବ?” ଏ ବିଷୟ ନେଇ ସେମାନଙ୍କ ଭିତରେ ବିଭେଦ ସୃଷ୍ଟି ହେଲା।


ତାଙ୍କ ନିକଟକୁ ଅନେକ ଲୋକ ଆସିଲେ। ସେମାନେ କୁହାକୁହି ହେଲେ, “ଯୋହନ ନିଜେ କୌଣସି ଅଲୌକିକ କାର୍ଯ୍ୟ କରି ନ ଥିଲେ କିନ୍ତୁ ଏହାଙ୍କ ବିଷୟରେ ସେ ଯାହା କହିଥିଲେ, ତାହା ଯଥାର୍ଥ”


ଏହା ଶୁଣି ଫାରୁଶୀ ଓ ମୁଖ୍ୟ ଯାଜକମାନେ ମହାସଭାର ସଦସ୍ୟମାନଙ୍କୁ ଭେଟି କହିଲେ, “ଆମେ କ’ଣ କିରବା? ଦେଖ, ଏ ଲୋକଟା କେତେ କେତେ ଆଶ୍ଚର୍ଯ୍ୟ କର୍ମ କରି ଯାଉଛି।


ସେଥିପାଇଁ ଯୀଶୁଙ୍କର ଏହି ଅଲୌକିକ କାର୍ଯ୍ୟର ଖବର ଶୁଣି ଲୋକମାନେ ଯୀଶୁଙ୍କୁ ଭେଟିବା ପାଇଁ ଯାଇଥିଲେ।


କାରଣ ଈଶ୍ୱର ନିଜେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି। ସେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, କାରଣ ତୁମ୍ଭେମାନେ ମୋତେ ପ୍ରେମ କରୁଛ ଏବଂ ମୁଁ ଈଶ୍ୱରଙ୍କ ନିକଟରୁ ଆଗତ ବୋଲି ବିଶ୍ୱାସ କରୁଛ।


ବର୍ତ୍ତମାନ ଆମେ ଜାଣୁଛ ଯେ ଆପଣ ସବୁ କଥା ଜାଣନ୍ତି। ଆପଣଙ୍କୁ କେହି କିଛି ପ୍ରଶ୍ନ ପଚାରିବା ଦରକାର ନାହିଁ। ଏଥିରୁ ଆମର ପୁରା ବିଶ୍ୱାସ ହେଉଛି, ଆପଣ ଈଶ୍ୱରଙ୍କ ପାଖରୁ ଆସିଛନ୍ତି।”


Swiv nou:

Piblisite


Piblisite