Biblia Todo Logo
Bib sou entènèt

- Piblisite -




ଯୋହନ 2:10 - ପବିତ୍ର ବାଇବଲ (CL) NT (BSI)

10 “ସମସ୍ତେ ସବୁଠୁ ଉକ୍ରୃଷ୍ଟ ଦ୍ରାକ୍ଷାରସ ପ୍ରଥମେ ପରିବେଷଣ କରନ୍ତି ଏବଂ ଅତିଥିମାନେ ତାହା ପାନ କରି ପରିତୃପ୍ତ ହେବା ପରେ ସାଧାରଣ ଦ୍ରାକ୍ଷାରସ ଦିଅନ୍ତି। କିନ୍ତୁ ତୁମେ ସବୁଠାରୁ ଭଲ ଦ୍ରାକ୍ଷାରସ ଶେଷ ପର୍ଯ୍ୟନ୍ତ ରଖିଛ!”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ସମସ୍ତେ ପ୍ରଥମରେ ଭଲ ଦ୍ରାକ୍ଷାରସ ଦେଇଥାଆନ୍ତି, ଆଉ ଲୋକେ ମାତାଲ ହେଲା ଉତ୍ତାରେ ମନ୍ଦ ଦିଅନ୍ତି; ତୁମ୍ଭେ ଏପର୍ଯ୍ୟନ୍ତ ଭଲ ଦ୍ରାକ୍ଷାରସ ରଖିଅଛ।

Gade chapit la Kopi

ଓଡିଆ ବାଇବେଲ

10 ସମସ୍ତେ ପ୍ରଥମରେ ଭଲ ଦ୍ରାକ୍ଷାରସ ଦେଇଥାଆନ୍ତି, ଆଉ ଲୋକେ ମାତାଲ ହେଲା ଉତ୍ତାରେ ମନ୍ଦ ଦିଅନ୍ତି; ତୁମ୍ଭେ ଏପର୍ଯ୍ୟନ୍ତ ଭଲ ଦ୍ରାକ୍ଷାରସ ରଖିଅଛ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ସମସ୍ତେ ପ୍ରଥମରେ ଭଲ ଦ୍ରାକ୍ଷାରସ ଦେଇଥାଆନ୍ତି, ଆଉ ଲୋକେ ମାତାଲ ହେଲା ଉତ୍ତାରେ ମନ୍ଦ ଦିଅନ୍ତି; ତୁମ୍ଭେ ଏପର୍ଯ୍ୟନ୍ତ ଭଲ ଦ୍ରାକ୍ଷାରସ ରଖିଅଛ।

Gade chapit la Kopi

ପବିତ୍ର ବାଇବଲ

10 ସେ ବରକୁ କହିଲେ, “ଲୋକମାନେ ସବୁବେଳେ ସବୁଠାରୁ ଉତ୍ତମ ଦ୍ରାକ୍ଷାରସ ପ୍ରଥମେ ପିଇବାକୁ ଦିଅନ୍ତି। ଅତିଥିମାନେ ଯଥେଷ୍ଟ ପିଇ ମାତାଲ ହେବାପରେ ସେମାନେ ଶସ୍ତା ଦ୍ରାକ୍ଷାରସ ଦିଅନ୍ତି। କିନ୍ତୁ ତୁମ୍ଭେ ତ ଏପର୍ଯ୍ୟନ୍ତ ଉତ୍ତମ ଦ୍ରାକ୍ଷାରସ ରଖିଅଛ।”

Gade chapit la Kopi




ଯୋହନ 2:10
15 Referans Kwoze  

“କିନ୍ତୁ ଅବ୍ରାହମ କହିଲେ, ‘ହେ ମୋର ପୁଅ, ତୁ ଯେ ଜୀବନରେ ସମସ୍ତ ଉକ୍ରୃଷ୍ଟ ବିଷୟ ଭୋଗ କଲୁ, କିନ୍ତୁ ଲାଜାର କେବଳ ନିକୃଷ୍ଟ ବିଷୟ ପାଇଥିଲା, ତାହା ସ୍ମରଣ କର। କିନ୍ତୁ ବର୍ତ୍ତମାନ ସେ ଏଠାରେ ସୁଖ ଭୋଗ କରୁଛି ଓ ତୁ କଷ୍ଟ ଭୋଗ କରୁଛୁ।


ଅନ୍ୟ ଭୃତ୍ୟମାନଙ୍କୁ ମାରପିଟ କରି ମଦ୍ୟପମାନଙ୍କ ସହିତ ଭୋଜନ ପାନରେ ରତ ହେବ,


କିନ୍ତୁ ଯଦି ସେହି ଦାସ ମନେ ମନେ ଭାବେ ଯେ ଘରର ମାଲିକ ଫେରି ଆସିବା ପାଇଁ ବିଳମ୍ବ ଅଛି ଓ ସେ ଅନ୍ୟ ଦାସଦାସୀମାନଙ୍କୁ ମାରଧର କରେ ଏବଂ ଖାଇ ପିଇ ମାତାଲ ହୁଏ,


ତୁମ୍ଭେମାନେ ମନେ କରୁଛ, ଏମାନେ ମାତାଲ। ନା, ଏମାନେ ମାତାଲ ନୁହଁନ୍ତି, କାରଣ ବର୍ତ୍ତମାନ ସମୟ ସକାଳ ନ’ଟା।


କାରଣ ସେତେବେଳେ ତୁମ୍ଭେମାନେ ପ୍ରତ୍ୟେକେ ନିଜ ନିଜ ଆହାର ଭୋଜନ କରିବାରେ ବ୍ୟସ୍ତ ଥାଅ। ଫଳରେ ଜଣେ କ୍ଷୁଧାର୍ତ୍ତ ଥିଲାବେଳେ, ଅନ୍ୟ ଜଣେ ମାତାଲ ହୋଇ ପଡ଼େ।


ମଦ୍ୟପାନରେ ମତ୍ତ ହୁଅ ନାହିଁ, କାରଣ ତାହା କେବଳ ତୁମର ସର୍ବନାଶ କରିବ, ମାତ୍ର ପବିତ୍ର ଆତ୍ମାରେ ପୂର୍ଣ୍ଣ ହୁଅ।


ଲୋକମାନେ ରାତ୍ରି ସମୟରେ ନିଦ୍ରା ଯାଆନ୍ତି; ରାତ୍ରିରେ ସେମାନେ ସୁରା ପାନ କରି ମାତାଲ ହୁଅନ୍ତି।


ପୃଥିବୀର ରାଜାଗଣ ସେହି ବେଶ୍ୟା ସହିତ ବ୍ୟଭିଚାର କରିଛନ୍ତି ଏବଂ ପୃଥିବୀର ଜନସାଧାରଣ ତାହାର ବ୍ୟଭିଚାରରୂପ ସୁରାପାନ କରି ମତୁଆଳ ହୋଇଛନ୍ତି।”


ମୁଁ ଆହୁରି ଦେଖିଲି, ସେହି ସ୍ତ୍ରୀ ଲୋକଟି ସାଧୁମାନଙ୍କର ଓ ଯୀଶୁଙ୍କ ପ୍ରତି ବିଶ୍ୱସ୍ତ ରହି ନିହତ ହୋଇଥିବା ଲୋକମାନଙ୍କର ରକ୍ତପାନ କରି ମତୁଆଲା ହୋଇଥିଲା। ତାକୁ ଦେଖି ମୁଁ ବିସ୍ମୟରେ ହତବୁଦ୍ଧି ହୋଇଗଲି।


Swiv nou:

Piblisite


Piblisite