Biblia Todo Logo
Bib sou entènèt

- Piblisite -




ଯୋହନ 18:8 - ପବିତ୍ର ବାଇବଲ (CL) NT (BSI)

8 ଯୀଶୁ କହିଲେ, “ମୁଁ କହିସାରିଛି, ମୁଁ ସେହି। ଯଦି ମୋ’ ପାଇଁ ଆସିଛ, ଏମାନଙ୍କୁ ଛାଡ଼ିଦିଅ। (

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଯୀଶୁ ଉତ୍ତର ଦେଲେ, ମୁଁ ଯେ ସେହି, ଏହା ତ ମୁଁ ତୁମ୍ଭମାନଙ୍କୁ କହିଲି। ଏଣୁ ଯଦି ତୁମ୍ଭେମାନେ ମୋତେ ଖୋଜୁଅଛ, ତାହାହେଲେ ଏମାନଙ୍କୁ ଯିବା ପାଇଁ ଛାଡ଼ିଦିଅ।

Gade chapit la Kopi

ଓଡିଆ ବାଇବେଲ

8 ଯୀଶୁ ଉତ୍ତର ଦେଲେ, ମୁଁ ଯେ ସେହି, ଏହା ତ ମୁଁ ତୁମ୍ଭମାନଙ୍କୁ କହିଲି । ଏଣୁ ଯଦି ତୁମ୍ଭେମାନେ ମୋତେ ଖୋଜୁଅଛ, ତାହାହେଲେ ଏମାନଙ୍କୁ ଯିବା ପାଇଁ ଛାଡ଼ିଦିଅ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଯୀଶୁ ଉତ୍ତର ଦେଲେ, “ମୁଁ ଯେ ସେହି, ଏହା ତ ମୁଁ ତୁମ୍ଭମାନଙ୍କୁ କହିଲି। ଏଣୁ ଯଦି ତୁମ୍ଭେମାନେ ମୋତେ ଖୋଜୁଅଛ, ତାହାହେଲେ ଏମାନଙ୍କୁ ଯିବା ପାଇଁ ଛାଡ଼ିଦିଅ।”

Gade chapit la Kopi

ପବିତ୍ର ବାଇବଲ

8 ଯୀଶୁ କହିଲେ, “ମୁଁ ତ କହିଲି ଯେ ମୁଁ ସେହି ଯୀଶୁ। ଯଦି ତୁମ୍ଭେ ମୋତେ ଖୋଜୁଛ, ତେବେ ଏହି ଅନ୍ୟ ଲୋକମାନଙ୍କୁ ଏଠାରୁ ଯିବାକୁ ଛାଡ଼ିଦିଅ।”

Gade chapit la Kopi




ଯୋହନ 18:8
13 Referans Kwoze  

ତୁମର ସମସ୍ତ ଚିନ୍ତା ଭାର ତାଙ୍କ ନିକଟରେ ସମର୍ପଣ କର, କାରଣ ସେ ତୁମର ଯତ୍ନ ନିଅନ୍ତି।


ସ୍ୱାମୀମାନେ, ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କରି, ତା’ ପାଇଁ ନିଜର ପ୍ରାଣ ଦେଲେ, ତୁମ୍ଭେମାନେ ଠିକ୍ ସେହିପରି ନିଜ ନିଜ ସ୍ତ୍ରୀକୁ ପ୍ରେମ କର।


କିନ୍ତୁ ସେ ମୋତେ କହିଲେ, “ମୋର ଅନୁଗ୍ରହ ତୁମ ନିମନ୍ତେ ଯଥେଷ୍ଟ, ତୁମେ ଦୁର୍ବଳ ହେଲାବେଳେ ମୋର ଶକ୍ତି ସମ୍ପୁର୍ଣ୍ଣ ଭାବରେ ପ୍ରକାଶିତ ହୁଏ।” ତେଣୁ ଖ୍ରୀଷ୍ଟଙ୍କ ଶକ୍ତି ମୋ’ଠାରେ ଅଧିଷ୍ଠାନ କରିବା ନିମନ୍ତେ ମୁଁ ମୋ’ ଦୁର୍ବଳତା ପାଇଁ ଅଧିକ ଦର୍ପ କରିବି ଓ ଆନନ୍ଦିତ ହେବି।


ତୁମେ ଯେଉଁ ସକଳ ପରୀକ୍ଷାର ସମ୍ମୁଖୀନ ହୋଇଛ, ଲୋକେ ସାଧାରଣତଃ ସେହି ପ୍ରକାର ପରୀକ୍ଷାର ସମ୍ମୁଖୀନ ହୋଇଥାନ୍ତି, କିନ୍ତୁ ଈଶ୍ୱର ତାଙ୍କ ପ୍ରତିଜ୍ଞା ରକ୍ଷାରେ ବିଶ୍ୱସ୍ତ। ସେ ତୁମ୍ଭମାନଙ୍କୁ ତୁମ ଶକ୍ତିର ବାହାରେ ପରୀକ୍ଷିତ ହେବାକୁ ଦେବେ ନାହିଁ। ତୁମେ ପରୀକ୍ଷିତ ହେବାବେଳେ, ସହ୍ୟ କରିବା ପାଇଁ ଈଶ୍ୱର ତୁମକୁ ଶକ୍ତି ଯୋଗାଇ ଦେବେ ଓ ଉଦ୍ଧାରର ପଥ ଦେଖାଇ ଦେବେ।


ସମୟ ଆସୁଛି- ବର୍ତ୍ତମାନ ସେ ସମୟ ଆସିଗଲାଣି, ଯେତେବେଳେ ତୁମେ ସମସ୍ତେ ଛିନ୍ନଭିନ୍ନ ହୋଇଯିବ, ପ୍ରତ୍ୟେକେ ନିଜ ନିଜ ଘରକୁ ପଳାଇଯିବ, ଆଉ ମୁଁ ଏକାକୀ ହୋଇ ରହିଯିବି। କିନ୍ତୁ ପ୍ରକୃତରେ ମୁଁ ଏକାକୀ ନୁହେଁ, କାରଣ ପିତା ଈଶ୍ୱର ମୋ’ ସଙ୍ଗରେ ଅଛନ୍ତି।


ଶିମୋନ ପିତର ପଚାରିଲେ: “ଆପଣ କେଉଁଠାକୁ ଯିବେ ପ୍ରଭୁ?” ଯୀଶୁ ଉତ୍ତର ଦେଲେ: “ମୁଁ ଯେଉଁଠିକି ଯିବି, ସେଠାକୁ ତୁମେ ବର୍ତ୍ତମାନ ଯାଇପାରିବ ନାହିଁ, କିନ୍ତୁ ପରେ ମୋର ଅନୁଗମନ କରିବ।”


ନିସ୍ତାର ପର୍ବ ପୂର୍ବ ଦିନର ଘଟଣା। ଯୀଶୁ ଜାଣିଥିଲେ, ଏହି ଜଗତ ଛାଡ଼ି ପିତା ଈଶ୍ୱରଙ୍କ ନିକଟକୁ ଯିବା ପାଇଁ ତାଙ୍କର ସମୟ ଉପସ୍ଥିତ। ଜଗତରେ ଥିବା ତାଙ୍କର ଅନୁଗତ ପ୍ରିୟଜନମାନଙ୍କୁ ସେ ସବୁବେଳେ ପ୍ରେମ କରୁଥିଲେ। ସେମାନଙ୍କ ପ୍ରତି ଚୂଡ଼ାନ୍ତ ପ୍ରେମ ସେ ପ୍ରକାଶ କରିଥିଲେ।


ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦାନ କରେ, ସେମାନେ କେବେ ବିନଷ୍ଟ ହେବେ ନାହିଁ। ସେମାନଙ୍କୁ ମୋ’ ପାଖରୁ କେହି ଛଡ଼ାଇ ନେଇ ପାରିବ ନାହିଁ।


ସେ ଯାହାହେଉ, ଭାବବାଦୀମାନେ ଶାସ୍ତ୍ରରେ ଯାହା ଯାହା ଲେଖିଛନ୍ତି, ସେସବୁ ସଫଳ ହେବା ପାଇଁ ଏହା ଘଟିଛି।” ଏତିକିବେଳେ ଶିଷ୍ୟମାନେ ସମସ୍ତେ ଯୀଶୁଙ୍କୁ ଛାଡ଼ି ପଳାଇ ଗଲେ।


ଯୀଶୁ ପୁନର୍ବାର ପଚାରିଲେ, “ତୁମ୍ଭେମାନେ କାହାକୁ ଖୋଜୁଛ?” “ନାଜରିତୀୟ ଯୀଶୁଙ୍କୁ”, ସେମାନେ ଉତ୍ତର ଦେଲେ।


“ଯେଉଁମାନଙ୍କୁ ତୁମେ ମୋତେ ଦେଇଛ, ସେମାନଙ୍କ ମଧ୍ୟରୁ ଜଣକୁ ସୁଦ୍ଧା ମୁଁ ହରାଇ ନାହିଁ” ତାଙ୍କର ଏହି ଉକ୍ତି ସଫଳ କରିବାକୁ ସେ ଏହା କହିଲେ।)


Swiv nou:

Piblisite


Piblisite