Biblia Todo Logo
Bib sou entènèt

- Piblisite -




ଯୋହନ 17:4 - ପବିତ୍ର ବାଇବଲ (CL) NT (BSI)

4 ମୁଁ ପୃଥିବୀରେ ତୁମର ମହିମା ପ୍ରକାଶ କରିଛି। ତୁମେ ମୋତେ ଦେଇଥିବା କାର୍ଯ୍ୟ ମୁଁ ସମାପ୍ତ କରିଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ତୁମ୍ଭେ ମୋତେ ଯେଉଁ କର୍ମ କରିବାକୁ ଦେଇଅଛ, ତାହା ମୁଁ ସମାପ୍ତ କରି ପୃଥିବୀରେ ତୁମ୍ଭକୁ ମହିମାନ୍ଵିତ କରିଅଛି।

Gade chapit la Kopi

ଓଡିଆ ବାଇବେଲ

4 ତୁମ୍ଭେ ମୋତେ ଯେଉଁ କର୍ମ କରିବାକୁ ଦେଇଅଛ, ତାହା ମୁଁ ସମାପ୍ତ କରି ପୃଥିବୀରେ ତୁମ୍ଭକୁ ମହିମାନ୍ୱିତ କରିଅଛି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ତୁମ୍ଭେ ମୋତେ ଯେଉଁ କର୍ମ କରିବାକୁ ଦେଇଅଛ, ତାହା ମୁଁ ସମାପ୍ତ କରି ପୃଥିବୀରେ ତୁମ୍ଭକୁ ମହିମାନ୍ୱିତ କରିଅଛି।

Gade chapit la Kopi

ପବିତ୍ର ବାଇବଲ

4 ତୁମ୍ଭେ ମୋତେ ଯେଉଁ କାମ ଦେଇଥିଲ ତାହା ମୁଁ କରିସାରିଛି। ମୁଁ ତୁମ୍ଭକୁ ଏ ସଂସାରରେ ଗୌରବାନ୍ୱିତ କରିଛି।

Gade chapit la Kopi




ଯୋହନ 17:4
13 Referans Kwoze  

ଯୀଶୁ କହିଲେ, “ମୋର ପ୍ରେରଣକର୍ତ୍ତାଙ୍କ ଇଚ୍ଛାର ବାଧ୍ୟ ହୋଇ ତାଙ୍କ ଦେଇଥିବା କାର୍ଯ୍ୟ ସାଧନ କରିବା ହିଁ ମୋର ଖାଦ୍ୟ।


କିନ୍ତୁ ମୋ’ ପାଇଁ ମୋ’ ନିଜ ଜୀବନକୁ ମୁଁ ନଗଣ୍ୟ ମନେ କରେ। ଈଶ୍ୱରଙ୍କ ଅନୁଗ୍ରହ ବିଷୟରେ ପ୍ରଭୁ ଯୀଶୁ ଯେଉଁ ବାର୍ତ୍ତା ଘୋଷଣା କରିବା ପାଇଁ ମୋତେ ଦାୟିତ୍ୱ ଦେଇଛନ୍ତି, ତାହା ପୂରଣ କରି ମୋର ପ୍ରଚାର କାର୍ଯ୍ୟ ସଂପୂର୍ଣ୍ଣ କରିବି - ଏତିକି କେବଳ ମୋର ଇଚ୍ଛା।


ଜୀବନ ସଂଗ୍ରାମରେ ମୁଁ ପ୍ରାଣପଣେ ଯୁଦ୍ଧ କରିଛି। ଜୀବନ ଦୌଡ଼ରେ ମୁଁ ନିରୂପିତ ପଥ ଅତିକ୍ରମ କରିଛି; ମୋର ବିଶ୍ୱାସରେ ମୁଁ ଦୃଢ଼ ରହିଛି।


ଯୀଶୁ ତାହା ଗ୍ରହଣ କରି କହିଲେ, “ସମାପ୍ତ ହେଲା”। ଏହା କହି ସେ ମସ୍ତକ ନତ କରି ପ୍ରାଣତ୍ୟାଗ କଲେ।


କିନ୍ତୁ ପିତା ମୋତେ ଯେପରି ଆଜ୍ଞା ଦେଇଛନ୍ତି, ସେହି ଅନୁସାରେ ମୁଁ କାର୍ଯ୍ୟ କରିବି। ତାହାହେଲେ, ମୁଁ ମୋ’ ପିତାଙ୍କୁ ପ୍ରେମ କରେ ବୋଲି ଜଗତ ଜାଣିବ। ଆସ, ଆମେ ଏଠାରୁ ଯିବା।


ମୁଁ ଯେପରି ମୋ’ ପିତାଙ୍କ ଆଜ୍ଞା ପାଳନ କରି ତାଙ୍କ ପ୍ରେମରେ ଅବିଚଳିତ ରହିଥାଏ, ତୁମେ ମଧ୍ୟ ସେହିପରି ମୋର ଆଜ୍ଞା ପାଳନ କଲେ, ମୋ’ ପ୍ରେମରେ ସ୍ଥିର ହୋଇ ରହିବ।


ଏବଂ ମୋ’ ନାମରେ ତୁମେ ଯାହା କିଛି ମାଗିବ, ତାହା ମୁଁ ପ୍ରଦାନ କରିବି। ଏହାଦ୍ୱାରା ପୁତ୍ରଙ୍କଠାରେ ପିତା ଈଶ୍ୱରଙ୍କ ମହିମା ପ୍ରକାଶ ପାଇବ।


ପିତା, ତୁମ ନାମ ମହିମାନ୍ୱିତ ହେଉ।” ଏହି ସମୟରେ ଊଦ୍ଧ୍ୱର୍ରୁ ଏକ ବାଣୀ ଶୁଣାଗଲା, “ଆମେ ତାହାକୁ ମହିମାନ୍ୱିତ କରିଛୁ ଏବଂ ପୁନର୍ବାର କରିବୁ।”


ଯୀଶୁ ଉତ୍ତର ଦେଲେ - “ତା’ର କିମ୍ବା ତା’ ପିତାମାତାଙ୍କର ପାପ- କୌଣସିଟି ଏହାର କାରଣ ନୁହେଁ। ଈଶ୍ୱରଙ୍କ ଶକ୍ତି ତା’ଠାରେ ପ୍ରକାଶ ପାଇବ ବୋଲି ସେ ଆଜି ଅନ୍ଧ।


କିନ୍ତୁ ମୋ’ ସପକ୍ଷରେ ଯୋହନଙ୍କଠାରୁ ଅଧିକ ଶକ୍ତିଶାଳୀ ଜଣେ ସାକ୍ଷୀ ଅଛନ୍ତି। ପିତା ଈଶ୍ୱରଙ୍କ ଆଜ୍ଞା ଅନୁଯାୟୀ ମୁଁ ଯେଉଁସବୁ କର୍ମ ସାଧନ କରୁଛି, ସେହିସବୁ ହିଁ ମୋ’ ପାଇଁ ଯଥାର୍ଥ ସାକ୍ଷ୍ୟ। ସେହିସବୁ ପ୍ରମାଣ କରୁଛି ଯେ, ମୋତେ ଈଶ୍ୱର ପ୍ରେରଣ କରିଛନ୍ତି।


କାରଣ ମୁଁ ତୁମ୍ଭମାନଙ୍କୁ କହୁଛି, ‘ସେ ଅପରାଧୀମାନଙ୍କ ସହ ସମଦଶା ଭୋଗ କଲେ’ ଧର୍ମଶାସ୍ତ୍ରରେ ଲିଖିତ ଏହି ଉକ୍ତି ମୋ’ଠାରେ ସଫଳ ହେବ; କାରଣ ମୋ’ ସମ୍ପର୍କରେ ଲିଖିତ ସମସ୍ତ ବିଷୟ ସଫଳ ହେବାକୁ ଯାଉଛି।”


ଯୀଶୁ ଜାଣିପାରିଲେ, ସବୁ ବିଷୟ ସମ୍ପୂର୍ଣ୍ଣ ହୋଇଛି। କିନ୍ତୁ ଶାସ୍ତ୍ରୋକ୍ତ ଭବିଷ୍ୟବାଣୀକୁ ସଫଳ କରିବା ପାଇଁ ସେ କହିଲେ: “ମୋତେ ତୃଷା ହେଉଅଛି।”


Swiv nou:

Piblisite


Piblisite