Biblia Todo Logo
Bib sou entènèt

- Piblisite -




ଯୋହନ 17:2 - ପବିତ୍ର ବାଇବଲ (CL) NT (BSI)

2 ତୁମେ ତାଙ୍କୁ ସମସ୍ତ ମାନବ ଜାତି ଉପରେ ଅଧିକାର ଦେଇଛ। ପୁଣି ଯେଉଁମାନଙ୍କୁ ତାଙ୍କ ହସ୍ତରେ ସମର୍ପଣ କରିଛ, ସେମାନଙ୍କୁ ଅନନ୍ତ ଜୀବନ ଦାନ କରିବା ପାଇଁ ତାଙ୍କୁ ଶକ୍ତି ଦେଇଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଯେପ୍ରକାର ତୁମ୍ଭେ ତାହାଙ୍କୁ ଯେଉଁ ଯେଉଁ ଲୋକମାନଙ୍କୁ ଦେଇଅଛ, ସେମାନଙ୍କୁ ଅନ; ଜୀବନ ଦେବା ନିମନ୍ତେ ତାହାଙ୍କୁ ସମସ୍ତ ମର୍ତ୍ତ୍ୟ ଉପରେ ଅଧିକାର ଦେଲ।

Gade chapit la Kopi

ଓଡିଆ ବାଇବେଲ

2 ଯେପ୍ରକାର ତୁମ୍ଭେ ତାହାଙ୍କୁ ଯେଉଁ ଯେଉଁ ଲୋକମାନଙ୍କୁ ଦେଇଅଛ, ସେମାନଙ୍କୁ ଅନନ୍ତ ଜୀବନ ଦେବା ନିମନ୍ତେ ତାହାଙ୍କୁ ସମସ୍ତ ମର୍ତ୍ତ୍ୟ ଉପରେ ଅଧିକାର ଦେଲ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଯେପ୍ରକାର ତୁମ୍ଭେ ତାହାଙ୍କୁ ଯେଉଁ ଯେଉଁ ଲୋକମାନଙ୍କୁ ଦେଇଅଛ, ସେମାନଙ୍କୁ ଅନନ୍ତ ଜୀବନ ଦେବା ନିମନ୍ତେ ତାହାଙ୍କୁ ସମସ୍ତ ମନୁଷ୍ୟ ଉପରେ ଅଧିକାର ଦେଲ।

Gade chapit la Kopi

ପବିତ୍ର ବାଇବଲ

2 ତୁମ୍ଭେ ତାହାଙ୍କୁ ସମସ୍ତ ଲୋକଙ୍କ ଉପରେ କ୍ଷମତା ଦେଇଛ। ଯେପରି ତୁମ୍ଭେ ତାହାଙ୍କୁ ଯେଉଁମାନଙ୍କ ପାଇଁ ଦେଇଛ, ସେସମସ୍ତଙ୍କୁ ସେହି ପୁତ୍ର ଅନନ୍ତ ଜୀବନ ଦିଅନ୍ତି।

Gade chapit la Kopi




ଯୋହନ 17:2
31 Referans Kwoze  

ଯେଉଁମାନଙ୍କୁ ସେ ମୋ’ ନିକଟକୁ ପଠାଇଛନ୍ତି, ସେମାନଙ୍କ ମଧ୍ୟରୁ ମୁଁ ଜଣକୁ ହେଲେ ନ ହରାଇ ଶେଷ ଦିନରେ ସେହି ସମସ୍ତଙ୍କୁ ପୁନର୍ଜୀବିତ କରିବି, ଏହା ତାଙ୍କର ଇଚ୍ଛା।


ଯେଉଁମାନଙ୍କୁ ମୋ’ ପିତା ମୋତେ ଦେଇଛନ୍ତି, ସେମାନେ ମୋ’ ନିକଟକୁ ଆସିବେ। ଯେ କେହି ମୋ’ ପାଖକୁ ଆସିବ, ମୁଁ କେବେ ତାକୁ ଫେରାଇ ଦେବି ନାହିଁ।


“ପିତା! ତୁମେ ସେମାନଙ୍କୁ ମୋ’ ହାତରେ ଦେଇଛ। ମୁଁ ଚାହେଁ; ଯେଉଁଠାରେ ମୁଁ ରହିବି, ସେମାନେ ସେଠାରେ ମୋ’ ସଙ୍ଗରେ ରହି ତୁମେ ମୋତେ ଦେଇଥିବା ଗୌରବ ଦେଖନ୍ତୁ, କାରଣ ଜଗତର ସୃଷ୍ଟି ପୂର୍ବରୁ ତୁମେ ମୋତେ ପ୍ରେମ କରିଥିଲ।


କେତେକ ଅବିଶ୍ୱାସ କରିବାରୁ, ଯୀଶୁ ସେମାନଙ୍କ ପାଖକୁ ଆସି କହିଲେ, “ସ୍ୱର୍ଗ ଓ ଜଗତର ସମସ୍ତ କର୍ତ୍ତାପଣ ମୋତେ ଦିଆଯାଇଛି।


ଆମେ ଜାଣ, ଈଶ୍ୱରଙ୍କ ପୁତ୍ର ଅବତୀର୍ଣ୍ଣ ହୋଇ ସତ୍ୟ ଈଶ୍ୱରଙ୍କ ସତ୍ତା ଅନୁଭବ କରିବାକୁ ଆମକୁ ଜ୍ଞାନ ଦେଇଛନ୍ତି। ଆମେ ଦତ୍ୟ ଈଶ୍ବର ଓ ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହିନ ସଂଯୁକ୍ତ ଜୀବନ ଯାପନ କରୁଛୁ। ସେ ହିଁ ସତ୍ୟ ଈଶ୍ୱର ଏବଂ ସେ ହିଁ ଅନନ୍ତ ଜୀବନ।


“ମୁଁ ସେହିମାନଙ୍କ ପାଇଁ ପ୍ରାର୍ଥନା କରୁଛି। ଜଗତ ପାଇଁ ମୁଁ ପ୍ରାର୍ଥନା କରୁ ନାହିଁ। କେବଳ ଯେଉଁମାନେ ତୁମର ଓ ଯେଉଁମାନଙ୍କୁ ମୋ’ ହାତରେ ଦେଇଛ, ସେମାନଙ୍କ ପାଇଁ ପ୍ରାର୍ଥନା କରୁଛି।


“ଏହି ଜଗତ ମଧ୍ୟରୁ ଯେଉଁମାନଙ୍କୁ ତୁମେ ମୋ’ ହାତରେ ସମର୍ପଣ କରିଥିଲ, ମୁଁ ସେମାନଙ୍କ ନିକଟରେ ତୁମକୁ ପ୍ରକାଶ କରିଛି। ସେମାନେ ତୁମର- ତୁମେ ସେମାନଙ୍କୁ ମୋ’ ହାତରେ ଦେଇଥିଲ। ସେମାନେ ତୁମର- ତୁମେ ସେମାନଙ୍କୁ ମୋ’ ହାତରେ ଦେଇଥିଲ। ସେମାନେ ତୁମର ଆଜ୍ଞା ପାଳନ କରିଛନ୍ତି,


କିନ୍ତୁ ମୁଁ ଯେଉଁ ଜଳ ଦିଏ, ତାହା ଯେ ପାନ କରିବ, ସେ ଆଉ କେବେ ତୃଷାର୍ତ୍ତ ହେବ ନାହିଁ, ବରଂ ମୁଁ ଦେଉଥିବା ଜଳ ତା’ ଅନ୍ତରରେ ଗୋଟିଏ ଜୀବନ ପ୍ରଦାୟୀ ନିର୍ଝରରେ ପରିଣତ ହେବ। ସେଥିରୁ ପାନ କଲେ, ସେ ଅନନ୍ତ ଜୀବନ ପାଇବ।”


ପିତା ଈଶ୍ୱର ପୁତ୍ରଙ୍କୁ ପ୍ରେମ କରନ୍ତି ଓ ତାଙ୍କଠାରେ ସମସ୍ତ ବିଷୟର କର୍ତ୍ତୃତ୍ୱ ଅର୍ପଣ କରିଛନ୍ତି।


ଆମ୍ଭମାନଙ୍କୁ ଏହି ଦାନ କରିବା ପାଇଁ ସ୍ୱୟଂ ଖ୍ରୀଷ୍ଟ ପ୍ରତିଜ୍ଞା କରିଛନ୍ତି- ଏହାହିଁ ଅନନ୍ତ ଜୀବନ।


ସେହି ଖ୍ରୀଷ୍ଟ ବର୍ତ୍ତମାନ ସ୍ୱର୍ଗଦୂତ ଓ ସମସ୍ତ ସ୍ୱର୍ଗୀୟ ଅଧିପତି ଓ ଶକ୍ତିପୁଞ୍ଜ ଉପରେ ରାଜତ୍ୱ କରୁଛନ୍ତି।


କିନ୍ତୁ ଏହି ଶେଷ କାଳରେ ସେ ଆପଣା ପୁତ୍ରଙ୍କ ଦ୍ୱାରା ଆମ ସଙ୍ଗେ କଥା କହିଛନ୍ତି। ସେହି ପୁତ୍ରଙ୍କ ଦ୍ୱାରା ହିଁ ଈଶ୍ବର ବିଶ୍ୱଜଗତ ସୃଷ୍ଟି କଲେ ଏବଂ ଶେଷରେ ସମସ୍ତ ବିଷୟରେ ଅଧିକାରୀ ହେବାକୁ ସେ ତାଙ୍କୁ ମନୋନୀତ କରିଛନ୍ତି।


“ମୋ’ ନିତା ମୋତେ ସବୁକିଛି ଦାନ କରିଛନ୍ତି। ପିତାଙ୍କ ଛଡ଼ଶ ପୁତ୍ରଙ୍କୁ ଆଉ କେହି ଜାଣିନ୍ତି ନାହିଁ। ପୁତ୍ର ଯେଉଁମାନଙ୍କ ନିକଟରେ ପିତାଙ୍କୁ ପ୍ରକାଶ କରିବେ, କେବଳ ସେହିମାନେ ପିତାଙ୍କୁ ଜାଣି ପାରିବେ।


ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହରେ ଅନନ୍ତ ଜୀବନ ପାଇବା ପାଇଁ ଅପେକ୍ଷା କରୁ କରୁ ଈଶ୍ବରଙ୍କ ପ୍ରେମରେ ସ୍ଥିର ଣୁହ।


ଜୀବନପ୍ରଦାୟୀ ସେହି ବାକ୍ୟ ଯେତେବେଳେ ଦୃଶ୍ୟମାନ ହେଲେ, ଆମେ ତାହାଙ୍କୁ ଦେଖିଲୁ; ତେଣୁ ତାଙ୍କ ବିଷୟରେ ଆମେ ଏହି କଥା ସାକ୍ଷ୍ୟ ଦେଇ ଘୋଷଣା କରୁଛୁ ଯେ, ଅନନ୍ତଜୀବନ ରୂପେ ସେ ପିତା ଈଶ୍ୱରଙତ୍ ସହିତ ସଦା ବିଦ୍ୟମାନ ଥିଲେ- ଏବଂ ସେ ଆମେ ନିକଟରେ ପ୍ରକାଶିତ ହୋଇଇଛନ୍ତି।


କିନ୍ତୁ ମୋ’ ପରି ଗୋଟିଏ ନରାଧମ ପ୍ରତି ମଧ୍ୟ ଈଶ୍ୱରଙ୍କ କୃପା ଓ ଖ୍ରୀଷ୍ଟ ଯୀଶୁଙ୍କ ସହନଶୀଳତା ମୋତେ ଏକ ଦୃଷ୍ଟାନ୍ତ କରି ରଖିଛି - ଅନ୍ୟମାନେ ଯେପରି ଯୀଶୁଙ୍କଠାରେ ବିଶ୍ୱାସ ସ୍ଥାପନ କରି ଅନନ୍ତ ଜୀବନ ଲାଭ କରିବେ।


ତେଣୁ ଯୀଶୁଙ୍କର ନାମର ସମ୍ମାନାର୍ଥେ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳର ସମସ୍ତ ପ୍ରାଣୀ ତାଙ୍କ ସମ୍ମୁଖରେ ଜାନୁପାତ କରିବେ।


ବର୍ତ୍ତମାନ, ଆମ୍ଭମାନଙ୍କ ମଧ୍ୟରେ ସକ୍ରିୟ ଥିବା ସେହି ଶକ୍ତି ଦ୍ୱାରା ହିଁ ଈଶ୍ୱର ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନରୁତ୍ôଥତ କରି ତାଙ୍କୁ ସ୍ୱର୍ଗଲୋକରେ ନିଜ ଦକ୍ଷିଣ ପାଶ୍ୱର୍ରେ ଉପବିଷ୍ଟ କରାଇ ଅଛନ୍ତି।


ଈଶ୍ୱର ସମସ୍ତ ଶତ୍ରୁଙ୍କୁ ପରାସ୍ତ କରି ଖ୍ରୀଷ୍ଟଙ୍କ ପଦଦଳିତ କରିବା ପର୍ଯ୍ୟନ୍ତ, ଖ୍ରୀଷ୍ଟ ରାଜତ୍ୱ କରିବେ।


ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅଯାଚିତ ଦାନ ହେଉଛି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ଅନନ୍ତ ଜୀବନ।


ଯେଉଁ ଖାଦ୍ୟ କ୍ଷୟ ହୁଏ, ତା’ ପାଇଁ ଏତେ ପରିଶ୍ରମ କର ନାହିଁ। ବରଂ ଯେଉଁ ଅକ୍ଷୟ ଖାଦ୍ୟ ଅନନ୍ତ ଜୀବନ ପ୍ରଦାନ କରେ, ସେଥିପାଇଁ ପରିଶ୍ରମ କର। ଏହି ଖାଦ୍ୟ ମନୁଷ୍ୟପୁତ୍ର ଦିଅନ୍ତି, କାରଣ ପିତା ଈଶ୍ୱର ସେଥିପାଇଁ ତାଙ୍କୁ ଅଧିକାର ଦେଇଛନ୍ତି।”


ଏହି ଲୋକମାନେ ଚିରଦିନ ପାଇଁ ଦଣ୍ଡ ଭୋଗିବେ ଏବଂ ଧାର୍ମିକମାନେ ଅନନ୍ତ ଜୀବନ ଲାଭ କରିବେ।”


Swiv nou:

Piblisite


Piblisite