Biblia Todo Logo
Bib sou entènèt

- Piblisite -




ଯୋହନ 16:5 - ପବିତ୍ର ବାଇବଲ (CL) NT (BSI)

5 ଏବେ ମୁଁ ମୋର ପ୍ରେରଣକର୍ତ୍ତାଙ୍କ ନିକଟକୁ ଫେରି ଯାଉଛି। ତଥାପି ମୁଁ କୁଆଡ଼େ ଯାଉଛି ବୋଲି ତୁମ ମଧ୍ୟରୁ କେହି ମୋତେ ପଚାରୁ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 କିନ୍ତୁ ବର୍ତ୍ତମାନ ମୁଁ ମୋହର ପ୍ରେରଣକର୍ତ୍ତାଙ୍କ ନିକଟକୁ ପ୍ରୟାଣ କରୁଅଛି, ଆଉ ତୁମ୍ଭେ କେଉଁ ସ୍ଥାନକୁ ଯାଉଅଛ ବୋଲି ତୁମ୍ଭମାନଙ୍କ ମଧ୍ୟରୁ କେହି ମୋତେ ପଚାରୁ ନାହଁ।

Gade chapit la Kopi

ଓଡିଆ ବାଇବେଲ

5 କିନ୍ତୁ ବର୍ତ୍ତମାନ ମୁଁ ମୋହର ପ୍ରେରଣକର୍ତ୍ତାଙ୍କ ନିକଟକୁ ଯାଉଅଛି, ଆଉ ତୁମ୍ଭେ କେଉଁ ସ୍ଥାନକୁ ଯାଉଅଛ ବୋଲି ତୁମ୍ଭମାନଙ୍କ ମଧ୍ୟରୁ କେହି ମୋତେ ପଚାରୁ ନାହଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 “କିନ୍ତୁ ବର୍ତ୍ତମାନ ମୁଁ ମୋହର ପ୍ରେରଣକର୍ତ୍ତାଙ୍କ ନିକଟକୁ ଯାଉଅଛି, ଆଉ ତୁମ୍ଭେ କେଉଁ ସ୍ଥାନକୁ ଯାଉଅଛ ବୋଲି ତୁମ୍ଭମାନଙ୍କ ମଧ୍ୟରୁ କେହି ମୋତେ ପଚାରୁ ନାହଁ।

Gade chapit la Kopi

ପବିତ୍ର ବାଇବଲ

5 ବର୍ତ୍ତମାନ ମୁଁ ମୋର ପ୍ରେରଣକର୍ତ୍ତାଙ୍କ ପାଖକୁ ଯାଉଛି। କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ମୋତେ କେହି ପଗ୍ଭରୁ ନାହଁ, “ତୁମ୍ଭେ କେଉଁଆଡ଼େ ଯାଉଛ?”

Gade chapit la Kopi




ଯୋହନ 16:5
15 Referans Kwoze  

ଶିମୋନ ପିତର ପଚାରିଲେ: “ଆପଣ କେଉଁଠାକୁ ଯିବେ ପ୍ରଭୁ?” ଯୀଶୁ ଉତ୍ତର ଦେଲେ: “ମୁଁ ଯେଉଁଠିକି ଯିବି, ସେଠାକୁ ତୁମେ ବର୍ତ୍ତମାନ ଯାଇପାରିବ ନାହିଁ, କିନ୍ତୁ ପରେ ମୋର ଅନୁଗମନ କରିବ।”


ଯୀଶୁ କହିଲେ: “ମୁଁ ତୁମ୍ଭମାନଙ୍କ ସହିତ ଆଉ ଅଳ୍ପ କିଛି ସମୟ ରହିବି, ତା’ପରେ ମୋର ପ୍ରେରଣକର୍ତ୍ତାଙ୍କ ନିକଟକୁ ଫେରିଯିବି।


ବାସ୍ତବିକ୍ ମୁଁ ଈଶ୍ୱରଙ୍କ ନିକଟରୁ ଜଗତକୁ ଆସିଛି ଏବଂ ଶୀଘ୍ର ଏ ଜଗତକୁ ତ୍ୟାଗ କରି ପିତା ଈଶ୍ୱରଙ୍କ ନିକଟକୁ ଫେରିଯିବି।”


ମୁଁ ପୃଥିବୀରେ ତୁମର ମହିମା ପ୍ରକାଶ କରିଛି। ତୁମେ ମୋତେ ଦେଇଥିବା କାର୍ଯ୍ୟ ମୁଁ ସମାପ୍ତ କରିଛି।


ମୁଁ ପିତାଙ୍କ ନିକଟକୁ ଯାଉଛି ଏବଂ ତୁମ୍ଭେମାନେ ମୋତେ ଆଉ ଦେଖିବ ନାହିଁ; ଏହା ମୋର ଧାର୍ମିକତା ପ୍ରତିପନ୍ନ କରୁଛି।


ଯାହାଙ୍କ ଉପରେ ଆମ ନିରବଚ୍ଛିନ୍ନ ବିଶ୍ୱାସ ନିର୍ଭର କରୁଛୁ, ସେହି ଯୀଶୁଙ୍କ ପ୍ରତି ଆମ ଦୃଷ୍ଟି ନିବଦ୍ଧ କରି ରଖିବା। ସେ କ୍ରୁଶ ଭୟରେ ନିଜ କର୍ତ୍ତବ୍ୟରୁ ବିରତ ହୋଇ ନ ଥିଲେ; ବରଂ ଭବିଷ୍ୟତରେ ତାଙ୍କ ପାଇଁ ଗଚ୍ଛିତ ରହିଥିବା ଆନନ୍ଦ ହେତୁ, କ୍ରୁଶୀୟ ମରଣର ଅପମାନକୁ ସେ ତୁଚ୍ଛ ଜ୍ଞାନ କଲେ; ବର୍ତ୍ତମାନ ସେ ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାଶ୍ୱର୍ାରେ ଆସୀନ।


ତାଙ୍କଠାରେ ଈଶ୍ୱରଙ୍କ ମହିମାର ତେଜ ପ୍ରତିଫଳିତ ଓ ସମ୍ପୂର୍ଣ୍ଣ ଐଶ୍ୱରିକତ୍ପ ସନ୍ନିବେଶିତ। ପୁଣି ସେ ନିଜର ବାକ୍ୟ ବଳରେ ସମଗ୍ର ବିଶ୍ୱଜଗତକୁ ପିୟତ୍ରଣ କରୁଛନ୍ତି। ସେ ମନୁଷ୍ୟ ଜାତି ନିକନ୍ତେ ପାପ କ୍ଷମା ସାଧନ କରି ସ୍ୱର୍ଗରେ ପରାତ୍ପର ଈଶ୍ୱରଙ୍କ ଦକ୍ଷିଣ ପାଶ୍ୱର୍ରେ ଉପବେଶନ କରିଛନ୍ତି।


ଯୀଶୁ ଜାଣିଥିଲେ, ପିତା ଈଶ୍ୱର ତାଙ୍କ ହାତରେ ସମ୍ପୂର୍ଣ୍ଣ କ୍ଷମତା ନ୍ୟସ୍ତ କରିଛନ୍ତି ଏବଂ ସେ ଈଶ୍ୱରଙ୍କଠାରୁ ଆଗତ ଓ ଈଶ୍ୱରଙ୍କ ନିକଟକୁ ଫେରିଯିବେ।


“ଅଳ୍ପ ସମୟ ପରେ ତୁମ୍ଭେମାନେ ମୋତେ ଆଉ ଦେଖି ପାରିବ ନାହିଁ, କିନ୍ତୁ ଆଉ କିଛି କାଳ ପରେ ମୋତେ ଦେଖିବ।”


“ମୁଁ ଯାହା କହିଥିଲି, ଶୁଣିଛ, ‘ମୁଁ ଯାଉଛି, କିନ୍ତୁ ପୁଣି ଫେରି ଆସିବି’। ମୋତେ ଯଦି ପ୍ରେମ କରୁଥାଅ, ମୁଁ ପିତାଙ୍କ ନିକଟକୁ ଯାଉଛି ଶୁଣି ଖୁସି ହେବ; କାରଣ ମୋ’ ପିତା ମୋ’ଠାରୁ ମହାନ।


ମନୁଷ୍ୟପୁତ୍ର ଯେଉଁଠାରୁ ଆସିଛନ୍ତି, ସେଠାକୁ ତାଙ୍କୁ ଫେରିଯିବା ଦେଖିଲେ, କଅଣ କରିବ?


ବର୍ତ୍ତମାନ ତୁମ ନିକଟକୁ ଆସୁଛି, କିନ୍ତୁ ଜଗତରେ ଥାଉଁ ଥାଉଁ ମୋର ଆନନ୍ଦରେ ସେମାନଙ୍କ ହୃଦୟ ପୂର୍ଣ୍ଣ କରିବା ପାଇଁ ମୁଁ ଆଜି ଏହି ସବୁ କଥା କହୁଛି।


ଶିଷ୍ୟମାନଙ୍କ ମଧ୍ୟରୁ କେତେକ ପରସ୍ପରକୁ ପଚାରିଲେ, “ଏହାର ଅର୍ଥ କ’ଣ? ସେ କହୁଛନ୍ତି, ଅଳ୍ପ ସମୟ ପରେ ଆମେ ତାଙ୍କୁ ଦେଖିପାରିବା ନାହିଁ, ପୁଣି ଆଉ କିଛି କାଳ ପରେ ତାଙ୍କୁ ଦେଖିବା। ପୁଣି ସେ କହୁଛନ୍ତି, ସେ ତାଙ୍କ ପିତାଙ୍କ ନିକଟକୁ ଯିବେ।


Swiv nou:

Piblisite


Piblisite