Biblia Todo Logo
Bib sou entènèt

- Piblisite -




ଯୋହନ 16:2 - ପବିତ୍ର ବାଇବଲ (CL) NT (BSI)

2 ତୁମ୍ଭେମାନେ ସମାଜ-ଚ୍ୟୁତ ହେବ ଏବଂ ଏପରି ଦିନ ଆସିବ, ଯେତେବେଳେ ଲୋକେ ଭାବିବେ, ତୁମ୍ଭମାନଙ୍କୁ ବଧ କରିବା ଦ୍ୱାରା ସେମାନେ ଈଶ୍ୱରଙ୍କ ସେବା କରୁଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ସେମାନେ ତୁମ୍ଭମାନଙ୍କୁ ସମାଜଚ୍ୟୁତ କରିବେ, ହଁ, ଏପରି ସମୟ ଆସୁଅଛି, ଯେତେବେଳେ ଯେକେହି ତୁମ୍ଭମାନଙ୍କୁ ବଧ କରେ, ସେ ଈଶ୍ଵରଙ୍କ ଉଦ୍ଦେଶ୍ୟରେ ଉପାସନାରୂପ ବଳି ଉତ୍ସର୍ଗ କରୁଅଛି ବୋଲି ମନେ କରିବ।

Gade chapit la Kopi

ଓଡିଆ ବାଇବେଲ

2 ସେମାନେ ତୁମ୍ଭମାନଙ୍କୁ ସମାଜଗୃହରୁ ବାହାର କରିବେ, ହଁ, ଏପରି ସମୟ ଆସୁଅଛି, ଯେତେବେଳେ ଯେ କେହି ତୁମ୍ଭମାନଙ୍କୁ ବଧ କରେ, ସେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉପାସନାରୂପ ବଳି ଉତ୍ସର୍ଗ କରୁଅଛି ବୋଲି ମନେ କରିବ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ସେମାନେ ତୁମ୍ଭମାନଙ୍କୁ ସମାଜଗୃହରୁ ବାହାର କରିବେ, ହଁ, ଏପରି ସମୟ ଆସୁଅଛି, ଯେତେବେଳେ ଯେ କେହି ତୁମ୍ଭମାନଙ୍କୁ ବଧ କରେ, ସେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଉପାସନାରୂପ ବଳି ଉତ୍ସର୍ଗ କରୁଅଛି ବୋଲି ମନେ କରିବ।

Gade chapit la Kopi

ପବିତ୍ର ବାଇବଲ

2 ତୁମ୍ଭମାନଙ୍କୁ ଲୋକମାନେ ସେମାନଙ୍କର ସମାଜଗୃହଗୁଡ଼ିକରୁ ବାହାର କରିଦେବେ। ହଁ, ଏପରି ସମୟ ଆସୁଛି ଯେତେବେଳେ ଲୋକମାନେ ଭାବିବେ ଯେ ତୁମ୍ଭକୁ ବଧ କରିବା ଦ୍ୱାରା ସେମାନେ ପରମେଶ୍ୱରଙ୍କ ସେବା କରୁଛନ୍ତି।

Gade chapit la Kopi




ଯୋହନ 16:2
27 Referans Kwoze  

ଲୋକଟିର ପିତାମାତା ଇହୁଦୀ କର୍ତ୍ତୃପକ୍ଷମାନଙ୍କୁ ଭୟ କରି ଏକଥା କହିଥିଲେ। କାରଣ ସେହି କର୍ତ୍ତୃପକ୍ଷମାନେ ସ୍ଥିର କରିଥିଲେ ଯେ ଯେଉଁମାନେ ଯୀଶୁଙ୍କୁ ମସୀହ ବୋଲି ସ୍ୱୀକାର କରିବେ, ସେମାନଢ଼ଙ୍କୁ ସମାଜଚ୍ୟୁତ କରାଯିବ।


ଯେଉଁମାନେ କେବଳଶରୀରକୁ ବିନଷ୍ଟ କରନ୍ତି, କିନ୍ତୁ, କିନ୍ତୁଆମାôର କିଛି କ୍ଷତି କରିପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ। ବରଂ ଯେଉଁ ଈଶ୍ୱର ତୁମର ଶରୀର ଓ ଆତ୍ମା ଉଭୟକୁ ନରକରେ ଧ୍ୱଂସ କରିପାରନ୍ତି, ତାଙ୍କୁ ଭୟ କର।


ତା’ପରେ, ମେଷଶାବକ ପଞ୍ଚମ ମୋହର ଭାଙ୍ଗିଲେ ଏବଂ ମୁଁ ଦେଖିଲି, ଏକ ବେଦୀ। ଈଶ୍ୱରଙ୍କ ବାକ୍ୟ ଘୋଷଣା କରି ସାକ୍ଷ୍ୟଦାନରେ ବିଶ୍ୱସ୍ତ ରହିଥିବା ଯୋଗୁଁ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କର ଆତ୍ମାଗଣ ସେହି ବେଦୀ ତଳେ ସୁରକ୍ଷିତ ହୋଇଥିଲେ।


ତଥାପି ଇହୁଦୀ କର୍ତ୍ତୃପକ୍ଷଙ୍କ ମଧ୍ୟରୁ ଅନେକେ ଯୀଶୁଙ୍କଠାରେ ବିଶ୍ୱାସ କଲେ, କିନ୍ତୁ ଫାରୁଶୀମାନଙ୍କ ଦ୍ୱାରା ସମାଜଚ୍ୟୁତ ହେବା ଭୟରେ ପ୍ରକ୍ୟାରେ ସେହି ବିଷୟରେ କଥାବାର୍ତ୍ତା ହେଉ ନ ଥିଲେ।


“ମନୁଷ୍ୟପୁତ୍ରଙ୍କ ନିମନ୍ତେ ଯଦି ଲୋକମାନେ ତୁମକୁ ଘୃଣା କରନ୍ତି, ତୁମ ସହିତ ସମ୍ପର୍କ ରଖନ୍ତି ନାହିଁ, ଅପମାନ ଦିଅନ୍ତି ଓ ତୁମକୁ ଭ୍ରଷ୍ଟାଚାରୀ ବୋଲି କହନ୍ତି, ତେବେ ତୁମ୍ଭେମାନେ ଧନ୍ୟ!


ଅପମାନିତ ହେଲେ, ମୃଦୁ କଥାରେ ଉତ୍ତର ଦେଇଥାଉ। ଏପର୍ଯ୍ୟନ୍ତ ଆମେ ଜଗତର ଆବର୍ଜନା ସ୍ୱରୂପ ହୋଇ ରହିଛୁ - ସମସ୍ତଙ୍କ ଦ୍ୱାରା ପରିତ୍ୟକ୍ତ।


ସେ କହିଲେ, “ଦେଖ, ମୁଁ ସ୍ୱର୍ଗ ଉନ୍ମୁକ୍ତ ହେବା ଓ ମନୁଷ୍ୟପୁତ୍ରଙ୍କୁ ଈଶ୍ୱରଙ୍କ ଦକ୍ଷିଣ ପାଶ୍ୱର୍ରେ ଉଭା ହୋଇଥିବା ଦେଖୁଛି!”


“ତୁମ୍ଭେମାନେ ଧରା ହୋଇ ଉତ୍ପୀଡ଼ିତ ହେବ ଓ ମୃତ୍ୟୁଦଣ୍ଡ ଭୋଗ କରିବ ଏବଂ ମୋ’ ଲାଗି ତୁମେ ସମସ୍ତଙ୍କର ଘୃଣାର ପାତ୍ର ହେବ।


“ପାପରେ ଜନ୍ମି ପାପରେ ବଢ଼ିଛୁ। ତୁ ଫେର୍ ଆମକୁ ଶିକ୍ଷା ଦେଉଛୁ?” ଏହା କହି ସେମାନେ ତାକୁ ସମାଜ ଗୃହରୁ ବାହାର କରିଦେଲେ।


ମହାସଭାର ସଦସ୍ୟମାନେ ଏହି କଥା ଶୁଣି ଏତେ ଉତ୍ତ୍ୟକ୍ତ ହେଲେ ଯେ, ସେମାନେ ଶିଷ୍ୟମାନଙ୍କୁ ମାରିଦେବା ପାଇଁ ଚାହିଁଲେ।


ଯୀଶୁ କହିଲେ: “ମୋତେ ବିଶ୍ୱାସ କର; ସମୟ ଆସୁଛି, ଯେତେବେଳେ ଲୋକେ ମୋ’ ପିତା ଈଶ୍ୱରଙ୍କୁ ଏହି ପର୍ବତ ଉପରେ ବା ଯିରୂଶାଲମରେ ଆଉ ଉପାସନା କରିବେ ନାହିଁ।


ଏବଂ ମୋର ନିଷ୍ଠାପରତା ହେତୁ ମୁଁ ଖ୍ରୀଷ୍ଟୀୟ ମଣ୍ଡଳୀକୁ ଉତ୍ପୀଡ଼ନ କଲି। ବ୍ୟବସ୍ଥାର ଆଜ୍ଞା ପାଳନ ଦ୍ୱାରା ଯଦି ମନୁଷ୍ୟ ଧାର୍ମିକ ହୋଇପାରେ, ତେବେ ମୁଁ ନିଷ୍ପାପ ଥିଲି।


ସମୟ ଆସୁଛି ଓ ସେ ସମୟ ଆସିଗଲାଣି, ଯେତେବେଳେ ସ୍ୱୟଂ ପବିତ୍ରଆତ୍ମାଙ୍କ ଶକ୍ତିରେ ଲୋକେ ପିତା ଈଶ୍ୱରଙ୍କ ସ୍ପଷ୍ଟ ପରିଚୟ ପାଇବେ। ସେତେବେଳେ ସେମାନେ ତାଙ୍କୁ ଯଥାର୍ଥ ଭାବରେ ଅନ୍ତରାତ୍ମା ସହ ଆରାଧନା କରିବେ। ଏହିପରି ଉପାସନା ସେ ଚାହାଁନ୍ତି।


“ମୁଁ ତୁମ୍ଭମାନଙ୍କୁ ଏହି ସବୁ କଥା ରୂପକ ଦେଇ କହୁଛି। କିନ୍ତୁ ଏପରି ସମୟ ଆସୁଛି, ଯେତେବେଳେ ଆଉ ରୂପକ ବ୍ୟବହାର ନ କରି ଈଶ୍ୱରଙ୍କ ସମ୍ପର୍କରେ ସବୁ ବିଷୟ ମୁଁ ସରଳ କଥାରେ ପ୍ରକାଶ କରିବି।


ସମୟ ଆସୁଛି- ବର୍ତ୍ତମାନ ସେ ସମୟ ଆସିଗଲାଣି, ଯେତେବେଳେ ତୁମେ ସମସ୍ତେ ଛିନ୍ନଭିନ୍ନ ହୋଇଯିବ, ପ୍ରତ୍ୟେକେ ନିଜ ନିଜ ଘରକୁ ପଳାଇଯିବ, ଆଉ ମୁଁ ଏକାକୀ ହୋଇ ରହିଯିବି। କିନ୍ତୁ ପ୍ରକୃତରେ ମୁଁ ଏକାକୀ ନୁହେଁ, କାରଣ ପିତା ଈଶ୍ୱର ମୋ’ ସଙ୍ଗରେ ଅଛନ୍ତି।


Swiv nou:

Piblisite


Piblisite