Biblia Todo Logo
Bib sou entènèt

- Piblisite -




ଯୋହନ 15:6 - ପବିତ୍ର ବାଇବଲ (CL) NT (BSI)

6 ଯେ ମୋ’ଠାରେ ନ ରହେ, ତାକୁ ଗୋଟିଏ କଟାଯାଇଥିବା ଶାଖା ପରି ବାହାରେ ପକାଇ ଦିଆଯାଏ ଓ ତାହା ଶୁଖିଯାଏ। ଏହିପରି ଶାଖାଗୁଡ଼ିକ ଲୋକେ ଏକାଠି କରି ନିଆଁରେ ପକାନ୍ତି ଓ ସେଗୁଡ଼ିକ ପୋଡ଼ିଯାଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 କେହି ଯେବେ ମୋʼଠାରେ ନ ରହେ, ତାହାହେଲେ ସେ ଶାଖା ପରି ବାହାରେ ପକାଇ ଦିଆଯାଏ ଓ ଶୁଖିଯାଏ, ପୁଣି ଲୋକେ ସେଗୁଡ଼ାକ ଏକାଠି କରି ନିଆଁରେ ପକାଇ ଦିଅନ୍ତି ଓ ସେଗୁଡ଼ାକ ପୋଡ଼ିଯାଏ।

Gade chapit la Kopi

ଓଡିଆ ବାଇବେଲ

6 କେହି ଯେବେ ମୋ'ଠାରେ ନ ରହେ, ତାହାହେଲେ ସେ ଶାଖା ପରି ବାହାରେ ପକାଇ ଦିଆଯାଏ ଓ ଶୁଖିଯାଏ, ପୁଣି, ଲୋକେ ସେଗୁଡ଼ାକ ଏକାଠି କରି ନିଆଁରେ ପକାଇ ଦିଅନ୍ତି ଓ ସେଗୁଡ଼ାକ ପୋଡ଼ିଯାଏ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 କେହି ଯେବେ ମୋʼ ଠାରେ ନ ରହେ, ତାହାହେଲେ ସେ ଶାଖା ପରି ବାହାରେ ପକାଇ ଦିଆଯାଏ ଓ ଶୁଖିଯାଏ, ପୁଣି, ଲୋକେ ସେଗୁଡ଼ାକ ଏକାଠି କରି ନିଆଁରେ ପକାଇ ଦିଅନ୍ତି ଓ ସେଗୁଡ଼ାକ ପୋଡ଼ିଯାଏ।

Gade chapit la Kopi

ପବିତ୍ର ବାଇବଲ

6 ଯଦି କେହି ବ୍ୟକ୍ତି ମୋ'ଠାରେ ରୁହେ ନାହିଁ, ତେବେ ତା'କୁ ଶାଖା ପରି ଫିଙ୍ଗି ଦିଆଯିବ। ସେହି ଫିଙ୍ଗା ଯାଇଥିବା ଶାଖା ଶୁଖିଯାଏ। ଲୋକମାନେ ଶୁଖିଲା ଶାଖାକୁ ଉଠାଇ ନିଆଁରେ ଫୋପାଡ଼ି ଦିଅନ୍ତି। ସେଗୁଡ଼ିକ ଜଳିଯାଏ।

Gade chapit la Kopi




ଯୋହନ 15:6
20 Referans Kwoze  

ଭଲ ‘ଳ ନ ଧରିଲେ ଗଛଟି କଟା ଯାଇ ନିଆଁରେ ପକାଯାଏ।


ଯେଉଁ ଶାଖା ଫଳ ଧରେ ନାହିଁ, ତାକୁ ସେ କାଟି ପକାନ୍ତି ଏବଂ ଯେଉଁ ଶାଖାରେ ଫଳ ଧରେ, ଅଧିକ ଫଳବତୀ କରିବା ପାଇଁ ତାକୁ କାଟି ପରିଷ୍କାର କରନ୍ତି।


ମନୁଷ୍ୟପୁତ୍ର ତାଙ୍କ ରାଜ୍ୟରୁ ସବୁ ଦୁଷ୍କର୍ମକାରୀ ଓ ଯେଉଁମାନେ ଅନ୍ୟମାନଙ୍କୁ ପାପ କରିବାକୁ ପ୍ରବର୍ତ୍ତାଇ ଥାଆନ୍ତି, ସେମାନଙ୍କୁ ଏକତ୍ରିତ କରିବା ପାଇଁ ସ୍ୱର୍ଗଦୂତମାନଙ୍କୁ ପଠାଇବେ।


ବୃକ୍ଷସବୁକୁ ସମୂଳେ କାଟି ଦେବା ପାଇଁ କୁଠାର ଉତ୍ତୋଳିତ। ଯେଉଁ ବୃକ୍ଷରେ ଭଲ ଫଳ ହୁଏ ନାହିଁ, ତାହା କଟାଯାଇ ଅଗ୍ନିରେ ନିକ୍ଷିପ୍ତ ହେବ।


ଆମ୍ଭମାନଙ୍କର ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କଠାରୁ ଜ୍ଞାନ ଲାଭ କରି ଯେଉଁମାନେ ସଂସାରର ବିନାଶକାରୀ ଶକ୍ତିଗୁଡ଼ିକ କବଳରୁ ରକ୍ଷା ପାଇବା ପରେ ପୁନର୍ବାର ସେ ସବୁର ବଶୀଭୂତ ହୁଅନ୍ତି, ସେମାନଙ୍କର ଶେଷ ଦଶା ପ୍ରଥମ ଦଶା ଅନେକ୍ଷା ଅଧିକମ ଶୋଚନୀୟ ହେବ।


ତାହାହେଲେ, ଆମେ ଆଗାମୀ ମହାବିଚାରର ସମ୍ମୁଖୀନ ହୋଇ ଈଶ୍ୱର-ଦ୍ରୋହୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ପ୍ରଚଣ୍ଡ ଅଗ୍ନିରେ ଧ୍ୱଂସ ପାଇଯିବା ପରିଣାମକୁ ଭୟଭୀତ ହୋଇ ପ୍ରତିକ୍ଷା କରିବା ଛଡ଼ା ଆମ୍ଭମାନଙ୍କର ଅନ୍ୟ ଦଶା ନାହିଁ।


ଯେଉଁମାନଙ୍କର ନାମ ଜୀବନ ପୁସ୍ତକରେ ଲେଖାଯାଇ ନ ଥିଲା, ସେମାନେ ମଧ୍ୟ ସମସ୍ତେ ଅଗ୍ନିମୟ ହ୍ରଦରେ ନିକ୍ଷିପ୍ତ ହେଲେ।


ଏମାନେ ପ୍ରକୃତରେ ଆମ ଦଳରୁ ଲୋକ ନୁହଁନ୍ତି, ସେଥିପାଇଁ ଏମାନେ ଆମକୁ ପରିତ୍ୟାଗ କରିଛନ୍ତି- ଆମ ଦଳର ହୋଇଥିଲେ, ସେମାନେ ଆମ ସହିତ ରହି ଥାଆନ୍ତେ; ଆମଠାରୁ ଦୂରେଇ ଯିବା ଦ୍ୱାରା ସେମାନେ ଆମ ଦଳର ନୁହଁନ୍ତି ବୋଲି ସ୍ପଷ୍ଟ ପ୍ରମାଣିତ ହୋଇ ଯାଇଛି।


ଯିହୁଦା ମୁଦ୍ରାଗୁଡ଼ିକୁ ମନ୍ଦିର ଭିତରେ ଫୋପାଡ଼ି ଦେଇ ଚାଲିଗଲା ଏବଂ ଗଳାରେ ଦଉଡ଼ି ଦେଇ ଆତ୍ମହତ୍ୟା କଲା।


କିନ୍ତୁ କାପୁରୁଷ, ବିଶ୍ୱାସଘାତକ, ବିକୃତଚରିତ୍ର, ନରହନ୍ତା, ଲମ୍ପଟ, ତନ୍ତ୍ରମନ୍ତ୍ରସାଧକ, ପ୍ରତିମାପୂଜକ ଓ ମିଥ୍ୟାବାଦୀ ଆଦି ସମସ୍ତ ଭ୍ରଷ୍ଟାଚାରୀମାନଙ୍କର ନିରୂପିତ ସ୍ଥାନ ହେଉଛି, ଗନ୍ଧକାଗ୍ନି ଜଳୁଥିବା ହ୍ରଦ - ସେଠାରେ ସେମାନେ ଦ୍ୱିତୀୟ ମୃତ୍ୟୁଭୋଗ କରିବେ।”


Swiv nou:

Piblisite


Piblisite