Biblia Todo Logo
Bib sou entènèt

- Piblisite -




ଯୋହନ 15:5 - ପବିତ୍ର ବାଇବଲ (CL) NT (BSI)

5 “ମୁଁ ଦ୍ରାକ୍ଷାଲତା, ତୁମ୍ଭେମାନେ ଶାଖା। ଯେ ମୋ’ଠାରେ ରହେ ଓ ମୁଁ ଯାହାଠାରେ ଥାଏ, ସେ ପ୍ରଚୁର ଫଳ ଧଶରଣ କରେ, କାରଣ ମୋ’ ବିନା ତୁମେ କିଛି କରିପାରିବ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ମୁଁ ଦ୍ରାକ୍ଷାଲତା, ତୁମ୍ଭେମାନେ ଶାଖା; ଯେ ମୋʼଠାରେ ରହେ ଓ ମୁଁ ଯାହାଠାରେ ରହେ, ସେ ପ୍ରଚୁର ଫଳ ଫଳେ; କାରଣ ମୋʼ ବିନା ତୁମ୍ଭେମାନେ କିଛି କରି ପାର ନାହିଁ।

Gade chapit la Kopi

ଓଡିଆ ବାଇବେଲ

5 ମୁଁ ଦ୍ରାକ୍ଷାଲତା, ତୁମ୍ଭେମାନେ ଶାଖା; ଯେ ମୋ'ଠାରେ ରହେ ଓ ମୁଁ ଯାହାଠାରେ ରହେ, ସେ ପ୍ରଚୁର ଫଳ ଫଳେ; କାରଣ ମୋ' ବିନା ତୁମ୍ଭେମାନେ କିଛି କରି ପାର ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ମୁଁ ଦ୍ରାକ୍ଷାଲତା, ତୁମ୍ଭେମାନେ ଶାଖା; ଯେ ମୋʼ ଠାରେ ରହେ ଓ ମୁଁ ଯାହାଠାରେ ରହେ, ସେ ପ୍ରଚୁର ଫଳ ଫଳେ; କାରଣ ମୋʼ ବିନା ତୁମ୍ଭେମାନେ କିଛି କରିପାର ନାହିଁ।

Gade chapit la Kopi

ପବିତ୍ର ବାଇବଲ

5 “ମୁଁ ଦ୍ରାକ୍ଷାଲତା ଓ ତୁମ୍ଭେମାନେ ଶାଖା। ଯେଉଁ ଲୋକ ମୋ'ଠାରେ ରହେ ଓ ମୁଁ ତା'ଠାରେ ରହେ, ସେହି ଲୋକ ପ୍ରଚୁର ଫଳ ଫଳେ। କିନ୍ତୁ ମୋ’ ବିନା ସେ କିଛି କରି ପାରିବ ନାହିଁ।

Gade chapit la Kopi




ଯୋହନ 15:5
28 Referans Kwoze  

ମୋର ଶକ୍ତିଦାତା ଖ୍ରୀଷ୍ଟଙ୍କ ସହାୟତାରେ ମୁଁ ସବୁ କିଛି କରିପାରେ।


ତାହାହେଲେ, ତୁମ୍ଭେମାନେ ପ୍ରଭୁଙ୍କ ଇଚ୍ଛା ଅନୁରୂପ ଜୀବନ କାଟି ପାରିବ ଓ ତାଙ୍କର ସନ୍ତୋଷଜନକ କାର୍ଯ୍ୟ କରିପାରିବ। ତୁମ୍ଭେମାନେ ଜୀବନରେ ସମସ୍ତ ପ୍ରକାର ଉତ୍ତମ କାର୍ଯ୍ୟ କରି ପାରିବ ଓ ଈଶ୍ୱରଙ୍କ ବିଷୟରେ ତୁମ୍ଭମାନଙ୍କର ଜ୍ଞାନ ବୃଦ୍ଧି ପାଇବ।


ତୁମେ ମୋତେ ମନୋନୀତ କରି ନାହଁ, ମୁଁ ତୁମକୁ ମନୋନୀତ କରିଛି। ତୁମେ ଯେପରି ପ୍ରଚୁର ଫଳ ଧାରଣ କର ଓ ତାହା ସ୍ଥାୟୀ ହୁଏ, ସେଥିପାଇଁ ତୁମ୍ଭମାନଙ୍କୁ ମୁଁ ନିଯୁକ୍ତ କରିଛି। ତେଣୁ ମୋ’ ନାମରେ ଯାହା ମାଗିବ, ମୋ’ ପିତା ତାହା ତୁମ୍ଭମାନଙ୍କୁ ଦେବେ।


ପବିତ୍ର ଆତ୍ମାଙ୍କ ଦାନ ହେଉଛି; ପ୍ରେମ, ଆନନ୍ଦ, ଶାନ୍ତି, ଧୈର୍ଯ୍ୟ, ଦୟା, ସଦାଚାର, ବିଶ୍ୱସ୍ତତା, ନମ୍ରତା ଏବଂ ଆତ୍ମସଂଯମ। ଏହିପରି ଶ୍ରେୟସ୍କର ବିଷୟ ବିରୁଦ୍ଧରେ ବ୍ୟବସ୍ଥାର କୌଣସି ବିରୋଧ ନାହିଁ।


ସତ୍ୟର ବିରୁଦ୍ଧାଚରଣ କରିବାର କ୍ଷମତା ଆମର ନାହଁ, ଆମେ କେବଳ ସତ୍ୟର ସପକ୍ଷରେ କାର୍ଯ୍ୟ କରିପାରୁ।


ଯୀଶୁ ସେମାନଙ୍କୁ କହିଲେ, “ମୁଁ ସତ୍ୟ କହୁଛି, ପୁତ୍ର ନିଜେ କିଛି କରିପାରନ୍ତି ନାହିଁ। ପିତାଙ୍କୁ ଯାହା କରୁଥିବାର ଦେଖିନ୍ତି, ପୁତ୍ର ତାହା ହିଁ କରନ୍ତି। ପିତା ଯାହା କରନ୍ତି, ପୁତ୍ର ମଧ୍ୟ ତାହା କରନ୍ତି।


ସମସ୍ତ ଉତ୍ତମ ଦାନ ଓ ସର୍ବୋତ୍କୃଷ୍ଟ ଉପହାର ସ୍ୱର୍ଗସ୍ଥ ପିତାଙ୍କଠାରୁ ଆସିଥାଏ। ସେ ସମଗ୍ର ଜ୍ୟୋତିର୍ମଣ୍ଡଳର ସ୍ରଷ୍ଟା। ସେ ପରିବର୍ତ୍ତନଶୀଳ ନୁହନ୍ତିଁ; ଛାୟାପାତ କରି କେବେ ଲେଶମାତ୍ର ଅନ୍ଧକାର ସୃଷ୍ଟି କରନ୍ତି ନାହିଁ।


କିନ୍ତୁ ଆମ ପ୍ରଭୁ ଓ ତ୍ରାଣକର୍ତ୍ତାଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଜ୍ଞାନରେ ତୁମ୍ଭେମାନେ ବୃଦ୍ଧି ପାଅ। ବର୍ତ୍ତମାନ ଓ ଚିରକାଳ ତାଙ୍କର ଗୌରବ ହେଉ, ଆମେନ୍।


ମୁଁ ତୁମକୁ ସତ୍ୟ କହୁଛି, ଗହମ ବୀଜଟିଏ ଭୂମିରେ ପଡ଼ି ମରିବା ପର୍ଯ୍ୟନ୍ତ ତାହା ଗୋଟିଏ ଦାନା ହୋଇ ରହେ, କିନ୍ତୁ ସେ ମଲେ ସେଥିରୁ ଅନେକ ବୀଜ ଉତ୍ପନ୍ନ ହୁଏ।


ଭାଇମାନେ, ତୁମ୍ଭମାନଙ୍କର ମଧ୍ୟ ଠିକ୍ ସେହି ପରିସ୍ଥିତି। ତୁମ୍ଭେମାନେ ଜଳଦୀକ୍ଷା ଦ୍ୱାରା ଖ୍ରୀଷ୍ଟଙ୍କ ଶରୀର ସହିତ ମୃତ୍ୟୁଭୋଗ କରି, ତାଙ୍କର ପୁନରୁତ୍ଥାନରେ ମଧ୍ୟ ଅଂଶୀ ହୋଇଛ ଏବଂ ବର୍ତ୍ତମାନ ତୁମେ ଈଶ୍ୱରଙ୍କ ସୁଯୋଗ୍ୟ ସେବକ। ବ୍ୟବସ୍ଥା ପ୍ରତି ତୁମ୍ଭେମାନେ ମୃତ ହୋଇଛି।


ଓ ଈଶ୍ୱରଙ୍କ ଗୌରବ ଓ ପ୍ରଶଂସା ନିମନ୍ତେ ତୁମ୍ଭମାନଙ୍କର ଜୀବନ ଯୀଶୁ ଖ୍ରୀଷ୍ଟଙ୍କ ପ୍ରଦତ୍ତ ସମସ୍ତ ସଦ୍ଗୁଣରେ ପରିପୂର୍ଣ୍ଣ ହେବ।


ଈଶ୍ୱରଙ୍କ ଠାରୁ ଆସି ନ ଥିଲେ, ସେ କେବେ ଏହି କାର୍ଯ୍ୟ କରିପାରି ନ ଥାଆନ୍ତେ।”


କିନ୍ତୁ ତୁମ୍ଭମାନଙ୍କଠାରୁ କେବଳ ଦାନ ଗ୍ରହଣ କରିବାକୁ ମୁଁ ଚାହେଁ ନାହିଁ; ଏହାର ଫଳରେ ତୁମ୍ଭେମାନେ ଯେପରି ଅଧିକରୁ ଅଧିକ ଲାଭବାନ ହୁଅ, ଏହା ମୋର ଇଚ୍ଛା।


କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ପାପରୁ ମୁକ୍ତି ପାଇ ଈଶ୍ୱରଙ୍କ ଦାସ ହୋଇଛ। ଏହାର ଲାଭ ହେଉଛି, ଈଶ୍ୱରଙ୍କଠାରେ ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ ଏବଂ ଏହାର ପରିଣାମ ଅନନ୍ତ ଜୀବନ।


କେବଳ ତାଙ୍କ ଦ୍ୱାରା ପରିତ୍ରାଣ ସମ୍ଭବ ହୋଇଛି। ସମଗ୍ର ବିଶ୍ୱ ଜଗତରେ ଥିବା ଅନ୍ୟ କୌଣସି ନାମ ଦ୍ୱାରା ମନୁଷ୍ୟ ପରିତ୍ରାଣ ପାଇପାରିବେ ନାହିଁ।”


ଖ୍ରୀଷ୍ଟ ଅନେକ ଅବୟବବିଶିଷ୍ଟ ଏକ ଶରୀର ସ୍ୱରୂପ। ଅନେକ ଅଙ୍ଗପ୍ରତ୍ୟେଙ୍ଗର ସମଷ୍ଟି ହୋଇଥିଲେ ସୁଦ୍ଧା, ଶରୀର ଏକ।


ମନୁଷ୍ୟମାନେ ଯେଉଁ ଜୀବନ୍ତ ପ୍ରସ୍ତର ସ୍ୱରୁପ ପ୍ରଭୁଙ୍କୁ ମୂଲ୍ୟହୀନ ଭାବି ପ୍ରତ୍ୟାଖ୍ୟାନ କଲେ, ତାଙ୍କ ନିକଟକୁ ଆସ, କାରଣ ସେ ଈଶ୍ୱରଙ୍କ ଦ୍ୱାରା ବହୁମୂଲ୍ୟ ବିହବେଚିତ ହୋଇ ମନୋନୀତ ହୋଛନ୍ତି।


ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଶରୀର। ତୁମ୍ଭେମାନେ ପ୍ରତ୍ୟେକେ ସେହି ଶରୀରର ଗୋଟିଏ ଗୋଟିଏ ଅଙ୍ଗ।


କାରଣ, ଆଲୋକ ହିଁ ସବୁ ପ୍ରକାର ସଦ୍ଗୁଣ, ଧାର୍ମିକତା ଓ ସତ୍ୟରୂପ ଫଳ ଉତ୍ପନ୍ନ କରେ।


ଯେଉଁ ବୀଜବପନକାରୀମାନଙ୍କୁ ଈଶ୍ୱର ବୁଣିବା ପାଇଁ ବିହନ ଓ ଆହାର ପାଇଁ ଖାଦ୍ୟ ଯୋଗାନ୍ତି, ସେ ତୁମ୍ଭମାନଙ୍କର ପ୍ରୟୋଜନ ଅନୁସାରେ ବିହନ ଯୋଗାଇବେ ଓ ତୁମ୍ଭମାନଙ୍କ ଉଦାରତାର ଫଳ ସ୍ୱରୂପ ତୁମେ ମଧ୍ୟ ପ୍ରଚୁର ଫସଲ ଅମଳ କରିବ।


ଯେଉଁ ସୁସମାଚାର ପ୍ରଚାର ହେତୁ ତୁମ୍ଭେମାନେ ପ୍ରଥମେ ଈଶ୍ୱରଙ୍କ ଅନୁଗ୍ରହ ବିଷୟ ଶୁଣିଲ ଓ ଏହାର ସତ୍ୟତା ଅନୁଭବ କଲ, ସେହି ସୁସମାଚାର ବର୍ତ୍ତମାନ ସମଗ୍ର ଜଗତରେ ପ୍ରସାର ଲାଭ କରୁଛି ଓ ଆଶୀର୍ବାଦ ଆଣୁଛି।


ସେହିପରି ଆମେ ଅନେକ, କିନ୍ତୁ ସମସ୍ତେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଥିବାରୁ, ଆମେ ଏକ ଶରୀର ଏବଂ ଶରୀରର ଅଙ୍ଗପ୍ରତ୍ୟଙ୍ଗ ପରି ଆମେ ଏକାରେକ ସହିତ ସଂଲଗ୍ନ।


ପ୍ରଭୁଭୋଜରେ ଆମେ ଯେଉଁ ପାନପାତ୍ର ବ୍ୟବହାର କରୁ, ତାହା ନିମନ୍ତେ ଆମେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇଥାଉ। ଏହି ପାନପାତ୍ରରୁ ପାନ କରିବାବେଳେ ଆମେ ଖ୍ରୀଷ୍ଟଙ୍କ ରକ୍ତରେ ଅଂଶ ଗ୍ରହଣ କରୁ। ପୁଣି ରୋଟୀ ଭାଙ୍ଗି ଖାଇବା ଦ୍ୱାରା ଆମେ ଖ୍ରୀଷ୍ଟଙ୍କ ଶରୀରରେ ଅଂଶ ଗ୍ରହଣ କରୁ।


ସେମାନଙ୍କ ମନର ଗହୀରକୁ ଯାଇ ନ ଥିବାରୁ ସେମାନେ ତାକୁ ବେଶୀ ସମୟ ଧରି ରଖି ପାରନ୍ତି ନାହିଁ। ଏହି ବାର୍ତ୍ତା ଲାଗି ଯେତେବେଳେ କଷ୍ଟ ସ ତାଡ଼ନା ଆସେ, ସେମାନେ ଶୀଘ୍ର ତାକୁ ପରିତ୍ୟାଗ କରନ୍ତି।


Swiv nou:

Piblisite


Piblisite