Biblia Todo Logo
Bib sou entènèt

- Piblisite -




ଯୋହନ 15:4 - ପବିତ୍ର ବାଇବଲ (CL) NT (BSI)

4 ମୋ’ ସହିତ ସଂଯୁକ୍ତ ହୋଇ ରୁହ। ତା’ହେଲେ ମୁଁ ମଧ୍ୟ ତୁମ ସହିତ ରହିବି। ଶାଖା, ଲତା ସହିତ ସଂଯୁକ୍ତ ହୋଇ ନ ରହିଲେ, ନିଜେ ଫଳ ଧରି ପାରିବ ନାହିଁ, ସେହିପରି ତୁମେ ମୋ’ଠାରେ ନ ରହିଲେ, ଫଳପ୍ରଦ ହୋଇପାରିବ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ମୋʼଠାରେ ରୁହ, ସେଥିରେ ମୁଁ ତୁମ୍ଭମାନଙ୍କଠାରେ ରହିବି। ଶାଖା ଯେପରି ଦ୍ରାକ୍ଷାଲତାରେ ନ ରହିଲେ ନିଜରୁ ଫଳ ଫଳି ପାରେ ନାହିଁ, ସେହିପରି ତୁମ୍ଭେମାନେ ମଧ୍ୟ ମୋʼଠାରେ ନ ରହିଲେ ଫଳ ଫଳି ପାର ନାହିଁ।

Gade chapit la Kopi

ଓଡିଆ ବାଇବେଲ

4 ମୋ'ଠାରେ ରୁହ, ସେଥିରେ ମୁଁ ତୁମ୍ଭମାନଙ୍କଠାରେ ରହିବି । ଶାଖା ଯେପରି ଦ୍ରାକ୍ଷାଲତାରେ ନ ରହିଲେ ନିଜରୁ ଫଳ ଫଳି ପାରେ ନାହିଁ, ସେହିପରି ତୁମ୍ଭେମାନେ ମଧ୍ୟ ମୋ'ଠାରେ ନ ରହିଲେ ଫଳ ଫଳି ପାର ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ମୋʼ ଠାରେ ରୁହ, ସେଥିରେ ମୁଁ ତୁମ୍ଭମାନଙ୍କଠାରେ ରହିବି। ଶାଖା ଯେପରି ଦ୍ରାକ୍ଷାଲତାରେ ନ ରହିଲେ ନିଜରୁ ଫଳ ଫଳି ପାରେ ନାହିଁ, ସେହିପରି ତୁମ୍ଭେମାନେ ମଧ୍ୟ ମୋʼ ଠାରେ ନ ରହିଲେ ଫଳ ଫଳି ପାର ନାହିଁ।

Gade chapit la Kopi

ପବିତ୍ର ବାଇବଲ

4 ମୋ'ଠାରେ ରୁହ ଓ ମୁଁ ତୁମ୍ଭଠାରେ ରହିବି। ଗୋଟିଏ ଶାଖା ଏକୁଟିଆ ଅଲଗାରେ କେବେ ଫଳ ଦେବ ନାହିଁ। ଏହା ଲତାରେ ଲାଗି ରହିବା ଉଚିତ୍। ତୁମ୍ଭେମାନେ ମଧ୍ୟ ଏକା ଥାଇ ଫଳ ଫଳି ପାରିବ ନାହିଁ। ତେଣୁ ତୁମ୍ଭେ ମୋ’ ସହିତ ମିଶି ରହିବା ଉଚିତ୍।

Gade chapit la Kopi




ଯୋହନ 15:4
29 Referans Kwoze  

ଯେ ଈଶ୍ୱରଙ୍କ ସତ୍ତା ଅନୁଭବ କରୁଛି ବୋଲି କହେ, ସେ ଅବିକଳ ଖ୍ରୀଷ୍ଟ ଯୀଶୁଙ୍କ ପରି ଜୀବନ ଯାପନ କରିବା ଉଚିତ।


ତେଣୁ ବର୍ତ୍ତମାନ ପ୍ରକୃତରେ ମୁଁ ଆଉ ଜୀବିତ ନୁହେଁ, ମୋ’ଠାରେ ଖ୍ରୀଷ୍ଟ ହିଁ ଜୀବନ୍ତ। ମୁଁ ବର୍ତ୍ତମାନ ଯେଉଁ ଜୀବନ ଯାପନ କରୁଛି, ତାହା କେବଳ ଈଶ୍ୱରଙ୍କ ପୁତ୍ରଙ୍କ ଉପରେ ମୋ’ ବିଶ୍ୱାସ ଦ୍ୱାରା ସମ୍ଭବ ହୋଇଛି - ଯିଏ ମୋତେ ପ୍ରେମ କରି ମୋ’ ପାଇଁ ତାଙ୍କ ପ୍ରାଣଦାନ କରିଛନ୍ତି।


ତା’ପରେ ଯୀଶୁ ତାଙ୍କଠାରେ ବିଶ୍ୱାସ କରୁଥିବା ଇହୁଦୀମାନଙ୍କୁ କହିଲେ: “ମୋର ଆଜ୍ଞାବହ ହେଲେ, ତୁମେ ପ୍ରକୃତରେ ମୋର ଶିଷ୍ୟ ହେବ।


ଯେ କେହି ଖ୍ରୀଷତଟଙ୍କ ଶିକ୍ଷଶର ପରିସର ଭିତରେ ନ ରହି ବାହାରକୁ ଚାଲିଯାଏ, ସେ ଈଶ୍ବରଙ୍କଠାରୁ ବିଚ୍ଛିନ୍ନ ହୋଇଛି। ଯେ କେହି ଖ୍ରୀଷ୍ଟଙ୍କ ଶିକ୍ଷଶରେ ଦୃଢ଼ ରହେ, ସେ ଈଶ୍ୱର ଓ ତାଙ୍କ ପୁତ୍ର ଉଭୟଙ୍କ ସହିତ ସଂଯୁକ୍ତ ହୋଇ ରହିଛି।


ଯେ କେହି ମୋର ମାଂସ ଭୋଜନ କରେ ଓ ମୋର ରକ୍ତ ପାନ କରେ, ସେ ମୋ’ଠାରେ ରହିବ ଏବଂ ମୁଁ ମଧ୍ୟ ତା’ଠାରେ ସଦା ବିଦ୍ୟମାନ ରହିବି।


ଓ ଈଶ୍ୱରଙ୍କ ଗୌରବ ଓ ପ୍ରଶଂସା ନିମନ୍ତେ ତୁମ୍ଭମାନଙ୍କର ଜୀବନ ଯୀଶୁ ଖ୍ରୀଷ୍ଟଙ୍କ ପ୍ରଦତ୍ତ ସମସ୍ତ ସଦ୍ଗୁଣରେ ପରିପୂର୍ଣ୍ଣ ହେବ।


ସେହିଦିନ ଆସିଲେ, ତୁମ୍ଭେମାନେ ଜାଣିବ; ମୁଁ ପିତାଙ୍କଠାରେ, ତୁମ୍ଭେମାନେ ମୋ’ଠାରେ ଓ ମୁଁ ତୁମ୍ଭମାନଙ୍କଠାରେ ବିଦ୍ୟମାନ।


ଯେଉଁମାନେ ବାର୍ତ୍ତା ଶୁଣି ବିଶ୍ୱସ୍ତ ଭାବରେ ଦୃଢ଼ ରୂପେ ଧରି ରଖନ୍ତି ଓ ପ୍ରଚୁର ଫଳ ଉତ୍ପନ୍ନ କରନ୍ତି, ସେମାନେ ଭଲ ଭୂମିରେ ପଡ଼ିଥିବା ବିହନ ପରି।


ତୁମେ ବିଶ୍ୱାସରେ ଦୃଢ଼ ଅଛ କି ନାହିଁ ଆତ୍ମପରୀକ୍ଷା କରି ଦେଖ। ତୁମ ଅନ୍ତରରେ ଖ୍ରୀଷ୍ଟ ବାସ କରୁଛନ୍ତି, ଏ କଥା କ’ଣ ଜାଣ ନାହିଁ-ନା, ଏଥିରେ ତୁମ୍ଭେମାନେ ଏକାବେଳକେ ବିଫଳ ହୋଇଛ?


ଯେହେତୁ ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କୁ ପ୍ରଭୁ ରୂପେ ଗ୍ରହଣ କରିଛ, ତାଙ୍କ ସହିତ ସଂଯୁକ୍ତ ହୋଇ ଜୀବନ ଯାପନ କର।


ତାଙ୍କ ଲୋକମାନଙ୍କୁ ସେହି ଗୁପ୍ତ ତତ୍ତ୍ୱ ଜଣାଇବା ଈଶ୍ୱରଙ୍କର ପରିକଳ୍ପନା। ତାଙ୍କର ଏହି ବହୁମୂଲ୍ୟ ଓ ଗୌରବଜନକ ତତ୍ତ୍ୱ ସମଗ୍ର ମାନବ ଜାତି ନିମନ୍ତେ ଉଦ୍ଦିଷ୍ଟ। ସେହି ତତ୍ତ୍ୱ ହେଉଛି, ଖ୍ରୀଷ୍ଟ ତୁମ୍ଭମାନଙ୍କ ନିକଟରେ ମଧ୍ୟ ବିଦ୍ୟମାନ। ଏହାର ଅର୍ଥ, ତୁମ୍ଭେମାନେ ଈଶ୍ୱରଙ୍କର ଗୌରବର ଅଂଶୀ।


ସେମାନେ ବିଶ୍ୱାସୀମାନଙ୍କୁ ନିଜ ବିଶ୍ୱାସରେ ଦୃଢ଼ ରହିବା ପାଇଁ ଉତ୍ସାହିତ କଲେ। ସେମାନେ ଶିକ୍ଷା ଦେଇ କହିଲେ, “ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ପାଇଁ ଆମକୁ ବହୁ ଦୁଃଖକଷ୍ଟ ମଧ୍ୟଦେଇ ଗତି କରିବାକୁ ହେବ।”


ତୁମେ ଯେପରି ମୋ’ଠାରେ, ମୁଁ ସେହିପରି ସେମାନଙ୍କଠାରେ ରହିବି। ତା’ହେଲେ ସେମାନେ ସମ୍ପୂର୍ଣ୍ଣ ଭାବରେ ଏକ ହେବେ ଏବଂ ଜଗତ ଜାଣିବ ଯେ ତୁମେ ମୋତେ ପଠାଇଛ ଓ ମୋତେ ଯେପରି ପ୍ରେମ କରୁଛ, ସେମାନଙ୍କୁ ମଧ୍ୟ ସେପରି ପ୍ରେମ କରୁଛ।


ମୁଁ ପ୍ରାର୍ଥନା କରେ, ଯେପରି ତୁମ୍ଭମାନଙ୍କ ବିଶ୍ୱାସ ବଳରେ ଖ୍ରୀଷ୍ଟ ତୁମ୍ଭମାନଙ୍କ ହୃଦୟରେ ବାସ କରିବେ। ମୁଁ ପ୍ରାର୍ଥନା କରେ, ଯେପରି ତୁମ୍ଭମାନଙ୍କର ମୂଳଦୁଆ ପ୍ରେମରେ ସ୍ଥାପିତ ଓ ଦୃଢ଼ୀଭୂତ ହେବ।


ସେ ସେଠାରେ ପହଞ୍ଚି ଈଶ୍ୱର ସେହି ଲୋକମାନଙ୍କୁ କିପରି ଆଶୀର୍ବାଦ କରିଛନ୍ତି, ତା’ ଦେଖି ଆନନ୍ଦିତ ହେଲେ ଓ ସର୍ବାନ୍ତଃକରଣରେ ପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ରହି ସଦାଚରଣ କରିବା ପାଇଁ ସେମାନଙ୍କୁ ଉଦ୍ବୋଧନ ଦେଲେ।


ତୁମ୍ଭେମାନେ ଏକ ଦୃଢ଼ ଓ ନିଶ୍ଚିତ ମୂଳଦୁଆ ଉପରେ ସଂସ୍ଥାପିତ ହୋଇ ରହିଥାଅ ଓ ସୁସମାଚାର ଶୁଣିବା ସମୟରେ ଯେଉଁ ଭରସା ଲାଭ କରିଥିଲ, ସେଥିରୁ ବିଚଳିତ ହେବା ପାଇଁ ନିଜକୁ ପ୍ରଶ୍ରୟ ଦିଅ ନାହିଁ। ସେହି ସୁସମାଚାର ହିଁ ପୃଥିବୀର ପ୍ରତ୍ୟେକଙ୍କ ନିକଟରେ ପ୍ରଚାରିତ ହେଉଛି ଓ ମୁଁ ପାଉଲ, ତାହାର ଜଣେ ବିଶ୍ୱସ୍ତ ଦାସ।


ତେଣୁ ତୀମଥିଙ୍କୁ ପଠାଇଲି। ମୁଁ ଆଉ ନିଶ୍ଚିନ୍ତ ହୋଇ ରହିପାରିଲି ନାହିଁ। ତୁମ୍ଭେମାନେ ତୁମ ବିଶ୍ୱାସରେ ଅଟଳ ରହିଛି କି ନାହିଁ, ଜାଣିବା ନିମନ୍ତେ ମୁଁ ତାଙ୍କୁ ପଠାଇଲି। ସତେ କଅଣ ଶୟତାନ ତୁମ୍ଭମାନଙ୍କୁ ପ୍ରଲୋଭିତ କରିଥିବ ଓ ଆମର ସମସ୍ତ କାର୍ଯ୍ୟ ବିଫଳ ହୋଇଥିବ? ନା, ଏହା କଦାପି ସମ୍ଭବ ନୁହେଁ।


ପଛଘୁଞ୍ଚା ଦେଇ ବିନଷ୍ଟ ହେବା ଷଳାକ ଆମେ ନୋହୁଁ। ଆମେ ଦୃଢ଼ ବିଶ୍ୱାସୀ ଓ ପରିତ୍ରାଣପ୍ରାପ୍ତ।


“ଭଲ ଫଳ ଧରିବା ପାଇଁ ଗଛଟି ବଳିଷ୍ଠ ହେବା ଦରକାର। ଦୁର୍ବଳ ଗଛରେ ନିକୃଷ୍ଠ ଫଳ ହୁଏ। ଗଛଟି କି ପ୍ରକାର, ତା’ ଫଳ ଦ୍ୱାରା ଜଣାପଡ଼େ।


Swiv nou:

Piblisite


Piblisite