Biblia Todo Logo
Bib sou entènèt

- Piblisite -




ଯୋହନ 15:2 - ପବିତ୍ର ବାଇବଲ (CL) NT (BSI)

2 ଯେଉଁ ଶାଖା ଫଳ ଧରେ ନାହିଁ, ତାକୁ ସେ କାଟି ପକାନ୍ତି ଏବଂ ଯେଉଁ ଶାଖାରେ ଫଳ ଧରେ, ଅଧିକ ଫଳବତୀ କରିବା ପାଇଁ ତାକୁ କାଟି ପରିଷ୍କାର କରନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ମୋʼଠାରେ ଥିବା ଯେକୌଣସି ଶାଖା ଫଳ ନ ଫଳେ, ତାହା ସେ କାଟିପକାନ୍ତି; ଆଉ, ଯେକୌଣସି ଶାଖା ଫଳ ଫଳେ, ଅଧିକ ଫଳ ଫଳିବା ନିମନ୍ତେ ସେ ତାହା ପରିଷ୍କାର କରନ୍ତି।

Gade chapit la Kopi

ଓଡିଆ ବାଇବେଲ

2 ମୋ'ଠାରେ ଥିବା ଯେକୌଣସି ଶାଖା ଫଳ ନ ଫଳେ, ତାହା ସେ କାଟିପକାନ୍ତି; ଆଉ, ଯେକୌଣସି ଶାଖା ଫଳ ଫଳେ, ଅଧିକ ଫଳ ଫଳିବା ନିମନ୍ତେ ସେ ତାହା ପରିଷ୍କାର କରନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ମୋʼ ଠାରେ ଥିବା ଯେକୌଣସି ଶାଖା ଫଳ ନ ଫଳେ, ତାହା ସେ କାଟିପକାନ୍ତି; ଆଉ, ଯେକୌଣସି ଶାଖା ଫଳ ଫଳେ, ଅଧିକ ଫଳ ଫଳିବା ନିମନ୍ତେ ସେ ତାହା ପରିଷ୍କାର କରନ୍ତି।

Gade chapit la Kopi

ପବିତ୍ର ବାଇବଲ

2 ମୋ'ଠାରେ ଥିବା ଯେଉଁ ଶାଖାରେ ଫଳ ଫଳେ ନାହିଁ, ସେ ତାକୁ କାଟିଦିଅନ୍ତି। ଯେଉଁ ଶାଖାରେ ଫଳ ଫଳି ଥାଏ, ସେ ସେଗୁଡ଼ିକ ଆହୁରି ଅଧିକ ଫଳ ପ୍ରଦାନ କରିବା ପାଇଁ ଅଗ କଟାକଟି କରି ପରିଷ୍କାର କରନ୍ତି।

Gade chapit la Kopi




ଯୋହନ 15:2
42 Referans Kwoze  

ବୃକ୍ଷସବୁକୁ ସମୂଳେ କାଟି ଦେବା ପାଇଁ କୁଠାର ଉତ୍ତୋଳିତ। ଯେଉଁ ବୃକ୍ଷରେ ଭଲ ଫଳ ହୁଏ ନାହିଁ, ତାହା କଟାଯାଇ ଅଗ୍ନିରେ ନିକ୍ଷିପ୍ତ ହେବ।


ଯୀଶୁ ଉତ୍ତର ଦେଲେ, “ଯେଉଁ ଗଛଗୁଡ଼ିକୁ ମୋ’ ପିତା ଈଶ୍ୱର ରୋପଣ କରି ନାହାନ୍ତି, ସେସବୁ ଉତ୍ପାଟିତ ହେବ।


ମୁଁ ଯେଉଁମାନଙ୍କୁ ପ୍ରେମ କରେ, ସେମାନଙ୍କୁ ତିରସ୍କାର କରେ ଓ ଶାସ୍ତି ଦିଏ। ତେଣୁ ଆନ୍ତରିକତା ସହିତ ପାପ ପଥରୁ ଫେରି ଆସ।


ତୁମ୍ଭେମାନେ ପ୍ରଚୁର ଫଳ ଧାରଣ କଲେ, ମୋ’ ପିତାଙ୍କ ମହିମା ପ୍ରକାଶ ପାଇବ ଏବଂ ଏହାଦ୍ୱାରା ତୁମେ ମୋର ପ୍ରକୃତ ଶିଷ୍ୟ ହେବ।


ଯାହାର ଅଛି, ତାକୁ ଅଧିକ ଦିଆଯିବ ଏବଂ ସେଥିରେ ସେ ପ୍ରଚୁର୍ଯ୍ୟ ଲାଭ କରିବ। କିନ୍ତୁ ଯାହାର ନାହିଁ, ତା’ର ଯାହା କିଛି ଅଛି, ତାହା ମଧ୍ୟ କାଢ଼ି ନିଆଯିବ।


ଶସ୍ୟରୁ ତୁଷ ସବୁ ଉଡ଼ାଇ ଦେବା ପାଇଁ ତାଙ୍କ ହାତରେ କୁଲା ଅଛି। ସେ ଶସ୍ୟଗୁଡ଼ିକୁ ତାଙ୍କ ଅମାରରେ ରଖିବେ ଓ ତୁଷ ସବୁ ଚିର ଜ୍ୱଳନ୍ତ ଅଗ୍ନିରେ ପୋଡ଼ି ପକାଇବେ।


ରାସ୍ତାକଡ଼ରେ ଗୋଟିଏ ଡ଼ିମିରି ଗଛ ଥିଲା। ଯୀଶୁ ତା’ ନିକଟକୁ ଯାଇ ସେଥିରେ ପତ୍ର ଛଡ଼ା ଆଉ କିଛି ଦେଖିଲେ ନାହିଁ। ତେଣୁ ସେ ଗଛଟିକୁ କହିଲେ, “ତୁ ଆଉ କେବେ ଫଳ ଧରିବୁ ନାହିଁ।” ତତ୍କ୍ଷଣାତ୍ ଡ଼ିମିରି ଗଛଟି ଶୁଖିଗଲା।


ସାବଧାନ, ଯେପରି ଈା୍ବରଙ୍କ ଅନୁଗ୍ରହରୁ ବଞ୍ଚିତ ନ ହୁଅ। ତିକ୍ତ ବୃକ୍ଷ ପରି ହୁଅ ନାହିଁ। ତିକ୍ତ ବୃକ୍ଷ ବଢ଼ିଗଲେ, ତା’ର ବିଷ ଦ୍ୱାରା ବହୁ ଅନିଷ୍ଠ ସାଧିତ ହୁଏ।


ତୁମେ ମୋତେ ମନୋନୀତ କରି ନାହଁ, ମୁଁ ତୁମକୁ ମନୋନୀତ କରିଛି। ତୁମେ ଯେପରି ପ୍ରଚୁର ଫଳ ଧାରଣ କର ଓ ତାହା ସ୍ଥାୟୀ ହୁଏ, ସେଥିପାଇଁ ତୁମ୍ଭମାନଙ୍କୁ ମୁଁ ନିଯୁକ୍ତ କରିଛି। ତେଣୁ ମୋ’ ନାମରେ ଯାହା ମାଗିବ, ମୋ’ ପିତା ତାହା ତୁମ୍ଭମାନଙ୍କୁ ଦେବେ।


ଯେଉଁମାନେ ସେହି ବାର୍ତ୍ତା ଶୁଣି ଆନନ୍ଦରେ ଗ୍ରହଣ କରନ୍ତି, ସେମାନେ ପଥୁରିଆ ଭୂଇଁରେ ପଡ଼ିଥିବା ବିହନ ପରି। ସେହି ବାର୍ତ୍ତା ସେମାନଙ୍କ ମଧ୍ୟରେ ଗଭୀରଭାବେ ପ୍ରବେଶ କରି ନ ଥିବାରୁ, ସେମାନଙ୍କ ବିଶ୍ୱାସ କ୍ଷଣସ୍ଥାୟୀ ହୁଏ ଏବଂ ପରୀକ୍ଷା ଆସିଲେ, ସେମାନଙ୍କ ପତନ ଘଟେ।


ଏମାନେ ପ୍ରକୃତରେ ଆମ ଦଳରୁ ଲୋକ ନୁହଁନ୍ତି, ସେଥିପାଇଁ ଏମାନେ ଆମକୁ ପରିତ୍ୟାଗ କରିଛନ୍ତି- ଆମ ଦଳର ହୋଇଥିଲେ, ସେମାନେ ଆମ ସହିତ ରହି ଥାଆନ୍ତେ; ଆମଠାରୁ ଦୂରେଇ ଯିବା ଦ୍ୱାରା ସେମାନେ ଆମ ଦଳର ନୁହଁନ୍ତି ବୋଲି ସ୍ପଷ୍ଟ ପ୍ରମାଣିତ ହୋଇ ଯାଇଛି।


ଆମ୍ଭମାନଙ୍କୁ ସବୁ ଦୁଷ୍କର୍ମରୁ ନିବୃତ୍ତ କରାଇ ସତ୍କର୍ମ ପ୍ରତି ଆଗ୍ରହ ଜନ୍ମାଇବାକୁ ଯୀଶୁ ଖ୍ରୀଷ୍ଟ ଆତ୍ମବଳିଦାନ କରିଛନ୍ତି। ଏହା ଦ୍ୱାରା ଆମ୍ଭେମାନେ ଶୁଦ୍ଧପୂତ ହୋଇ ତାଙ୍କର ନିଜ ଲୋକ ହେବା ପାଇଁ ସୁଯୋଗ ପାଇଛୁ।


ମୁଁ ମନୁଷ୍ୟମାନଙ୍କର ତଥା ସ୍ୱର୍ଗଦୂତମାନଙ୍କ ଭାଷାରେ କଥା କହି ପାରିଲେ ସୁଦ୍ଧା, ମୋ’ ହୃଦୟରେ ପ୍ରେମ ନ ଥିଲେ, ମୁଁ କେବଳ ଗୋଟିଏ ଶବ୍ଦାୟମାନ ପିଟା ଘଣ୍ଟା, କିଅବା ଝଣତ୍କାର କରୁଥିବା ଗୋଟିଏ କରତାଳ।


ଯେଉଁମାନେ ଈଶ୍ୱରଙ୍କ ଉଦ୍ଦେଶ୍ୟ ସାଧନ କରିବା ପାଇଁ ଆହୂତ ଓ ଈଶ୍ୱରଙ୍କୁ ପ୍ରେମ କରନ୍ତି, ସେମାନଙ୍କ ନିମନ୍ତେ ସବୁ ବିଷୟ ମଙ୍ଗଳଜନକ ହୁଏ।


“ସେମାନଙ୍କ ସଙ୍ଗରେ ଥିବାବେଳେ ତୁମ ନାମର ଶକ୍ତିରେ ମୁଁ ସେମାନଙ୍କୁ ରକ୍ଷା କରିଥିଲି। ଶାସ୍ତ୍ର ବାକ୍ୟ ଅନୁଯାୟୀ ସେମାନଙ୍କୁ ରକ୍ଷା କରିଥିଲି। ଶାସ୍ତ୍ର ବାକ୍ୟ ଅନୁଯାୟୀ ସେମାନଙ୍କ ମଧ୍ୟରୁ ଯାହାର ପତନ ଘଟିବାର ଥିଲା, ତା’ ଛଡ଼ା ଆଉ କାହାକୁ ମୁଁ ହରାଇ ନାହିଁ।


ଆଉ ଥରେ ଯୀଶୁ ଉଦାହରଣ ଦେଇ କହିଲେ, “ଜଣେ ସ୍ତ୍ରୀଲୋକ ଟିକେ ଖମୀର ନେଇ ଅଧବସ୍ତା ପରିମାଣ ମଇଦାରେ ମିଶାଇଲା। ଯଥା ସମୟରେ ସବୁଯାକ ମଇଦା ତାଡ଼ିରେ ମିଶିଯାଇ ଫୁଲି ଉଠଇଲା। ସ୍ୱର୍ଗରାଜ୍ୟ ଏହିପରି ବୃଦ୍ଧି ପାଏ।”


ଭଲ ‘ଳ ନ ଧରିଲେ ଗଛଟି କଟା ଯାଇ ନିଆଁରେ ପକାଯାଏ।


କାରଣ ଯାହାର ଅଛି, ତାକୁ ଅଧିକ ଦିଆଯିବ ଏବଂ ସେ ପ୍ରାଚୁର୍ଯ୍ୟ ଲାଭ କରିବ। କିନ୍ତୁ ଯାହାର ନାହିଁ, ତା’ର ଯାହା କିଛି ଅଛି, ତାହା ମଧ୍ୟ କାଢ଼ି ନିଆଯିବ।


କିନ୍ତୁ ଭଲ ଜମିରେ ପଡ଼ିଥିବା ବିହନ ପରି, ସେହି ବାର୍ତ୍ତାକୁ ଆଉ କେତେକ ଶୁଣି ଗ୍ରହଣ କରନ୍ତି ଏବଂ ଜୀବନରେ କେହି ତିରିଶ ଗୁଣ, କେହି ଷାଠିଏ ଗୁଣ ଓ କେହି ଶହେ ଗୁଣ ଫଳ ଫଳନ୍ତି।”


“ମୁଁ ପ୍ରକୃତ ଦ୍ରାକ୍ଷାଲତା ଓ ମୋର ପିତା କୃଷକ।


ମୋ’ଠାରୁ ପାଇଥିବା ଶିକ୍ଷା ଦ୍ୱାରା ତୁମ୍ଭେମାନେ ପରିଷ୍କୃତ ହୋଇସାରିଛ।


ଯେ ମୋ’ଠାରେ ନ ରହେ, ତାକୁ ଗୋଟିଏ କଟାଯାଇଥିବା ଶାଖା ପରି ବାହାରେ ପକାଇ ଦିଆଯାଏ ଓ ତାହା ଶୁଖିଯାଏ। ଏହିପରି ଶାଖାଗୁଡ଼ିକ ଲୋକେ ଏକାଠି କରି ନିଆଁରେ ପକାନ୍ତି ଓ ସେଗୁଡ଼ିକ ପୋଡ଼ିଯାଏ।


ଉଦ୍ୟାନରେ ଯତ୍ନ ନିଆଯାଉଥିବା ଗୋଟିଏ ଜୀତ ବୃକ୍ଷର କେତୋଟି ଶାଖା ଛିନ୍ନ କରାଯାଇ, ଜଙ୍ଗଲୀ ଜୀତ ବୃକ୍ଷ ତୁଲ୍ୟ। ତୁମ୍ଭେମାନେ ବର୍ତ୍ତମାନ ଇହୁଦୀମାନଙ୍କର ବଳିଷ୍ଠ ଆଧ୍ୟାତ୍ମିକ ଜୀବନର ଅଂଶୀଦାର ହୋଇଛ।


ଏଠାରେ ଲକ୍ଷ୍ୟ କରିବା କଥା, ଈଶ୍ୱର କିପରି ଦୟାଳୁ ଓ କଠୋର ମଧ୍ୟ। ଯେଉଁମାନଙ୍କ ପଦ ସ୍ଖଳନ ହୋଇଛି, ସେମାନଙ୍କ ପ୍ରତି ସେ କଠୋର; କିନ୍ତୁ ତୁମ୍ଭମାନଢ଼ଙ୍କ ପ୍ରତି ସେ ସଦୟ- ଯେତେ ଦିନ ପର୍ଯ୍ୟନ୍ତ ତୁମ୍ଭେମାନେ ତାଙ୍କ ଦୟାର ପାତ୍ର ହୋଇ ରହିଥିବ। ତାଙ୍କ ଦୟା ହରାଇଲେ, ତୁମେମାନେ ମଧ୍ୟ ବିଚ୍ଛିନ୍ନ ହେବ।


Swiv nou:

Piblisite


Piblisite