Biblia Todo Logo
Bib sou entènèt

- Piblisite -




ଯୋହନ 14:1 - ପବିତ୍ର ବାଇବଲ (CL) NT (BSI)

1 ଯୀଶୁ କହିଲେ, “ତୁମ୍ଭେମାନେ ଉଦ୍ବିଗ୍ନ ହୁଅ ନାହିଁ।” ତୁମ୍ଭେମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କରୁଛ। ମୋ’ଠାରେ ମଧ୍ୟ ବିଶ୍ୱାସ କର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ତୁମ୍ଭମାନଙ୍କ ହୃଦୟ ଉଦ୍ବିଗ୍ନ ନ ହେଉ; ତୁମ୍ଭେମାନେ ଈଶ୍ଵରଙ୍କଠାରେ ବିଶ୍ଵାସ କର, ମୋʼଠାରେ ମଧ୍ୟ ବିଶ୍ଵାସ କର।

Gade chapit la Kopi

ଓଡିଆ ବାଇବେଲ

1 ତୁମ୍ଭମାନଙ୍କ ହୃଦୟ ଉଦ୍ବିଗ୍ନ ନ ହେଉ; ତୁମ୍ଭେମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କର, ମୋ'ଠାରେ ମଧ୍ୟ ବିଶ୍ୱାସ କର ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 “ତୁମ୍ଭମାନଙ୍କ ହୃଦୟ ଉଦ୍‌ବିଗ୍ନ ନ ହେଉ; ତୁମ୍ଭେମାନେ ଈଶ୍ବରଙ୍କଠାରେ ବିଶ୍ୱାସ କର, ମୋʼ ଠାରେ ମଧ୍ୟ ବିଶ୍ୱାସ କର।

Gade chapit la Kopi

ପବିତ୍ର ବାଇବଲ

1 ଯୀଶୁ କହିଲେ, “ତୁମ୍ଭେମାନଙ୍କର ହୃଦୟ ଦୁଃଖିତ ନ ହେଉ। ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖିଥାଅ। ମୋ'ଠାରେ ମଧ୍ୟ ବିଶ୍ୱାସ ରଖ,

Gade chapit la Kopi




ଯୋହନ 14:1
37 Referans Kwoze  

ଯୀଶୁ ଉଚ୍ଚ ସ୍ୱରରେ କହିଲେ, “ଯେ ମୋ’ଠାରେ ବିଶ୍ୱାସ କରେ, ସେ କେବଳ ମୋତେ ନୁହେଁ; ମୋର ପ୍ରେରଣକର୍ତ୍ତାଙ୍କୁ ମଧ୍ୟ ବିଶ୍ୱାସ କରେ।


କାରଣ ପିତା ଚାହାଁନ୍ତି, ଯେଉଁମାନେ ତାଙ୍କ ପୁତ୍ରଙ୍କୁ ଦେଖି ତାଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ଅନନ୍ତ ଜୀବନ ଲାଭ କରନ୍ତୁ। ଏଣୁ ଶେଷ ଦିନରେ ମୁଁ ସେ ସମସ୍ତଙ୍କୁ ପୁନର୍ଜୀବିତ କରିବି।”


ତାଙ୍କ ଯୋଗୁଁ ତୁମ୍ଭେମାନେ ଈଶ୍ୱରବିଶ୍ୱାସୀ ହୋଇଛ। ତାଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରାଇ ମହିମାନ୍ୱିତ କରିଥିବା ଈଶ୍ୱରଙ୍କ ଉପରେ ତୁମ୍ର ବିଶ୍ୱାସ ଓ ଭରସା ଦୃଢ଼ ହୋଇଛି।


ଏହା ଘଟିବା ପୂର୍ବରୁ ମୁଁ ତୁମ୍ଭମାନଢ଼ଙ୍କୁ ଜଣାଇ ଦେଉଛି। ଯେତେବେଳେ ତାହା ଘଟିବ, ତୁମେ ବିଶ୍ୱାସ କରିବ ଯେ, ‘ମୁଁ ହେଉଛି ସେହି’।


ଏହି କାରଣରୁ ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭମାନଙ୍କର ବିଶ୍ୱାସ ଓ ଈଶ୍ୱରଙ୍କ ଲୋକମାନଙ୍କ ପ୍ରତି ତୁମ୍ଭମାନଙ୍କର ପ୍ରେମ ବିଷୟ ଶୁଣିବା ସମୟଠାରୁ ତୁମ୍ଭମାନଙ୍କ ପାଇଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ଆସୁଛି।


“ଏବେ ମୁଁ ବଡ଼ ବ୍ୟଥିତ- କ’ଣ କହିବି? ‘ପିତା, ଏହି ଦୁଃସମୟରୁ ମୋତେ ଉଦ୍ଧାର କର’ ବୋଲି କ’ଣ ମୁଁ ନିବେଦନ କରିବି? ସେଥିପାଇଁ ତ ମୁଁ ଆସିଛି। ଦୁଃଖଭୋଗର ମୁହୂର୍ତ୍ତଗୁଡ଼ିକୁ ସହ୍ୟ କରିବା ପାଇଁ ମୁଁ ପ୍ରେରିତ।


ପ୍ରଭୁଙ୍କର ଦିନ ଆସି ଯାଇଛି ବୋଲି କାହାଠାରୁ ଶୁଣି ତୁମେ ବିଚଳିତ ବା ବିଭ୍ରାନ୍ତ ହୁଅ ନାହିଁ। ଆମେ ପ୍ରଚାର କରିବା ସମୟରେ ଏଭଳି କିଛି କଥା କହିଛୁ କିମ୍ବା ଏ ସମ୍ପର୍କରେ କିଛି ଲେଖି ଜଣାଇଛୁ ବୋଲି କେତେକଙ୍କର ଧାରଣା ଅଛି।


ସେ ଯେପରି ଅଧିକ ଦୁଃଖରେ ଅଭିଭୂତ ନ ହୁଏ, ସେଥିପାଇଁ ବର୍ତ୍ତମାନ ତାକୁ କ୍ଷମା ଓ ସାନ୍ତ୍ୱନାଦେବା ତୁମ୍ଭମାନଙ୍କର କର୍ତ୍ତବ୍ୟ।


ମରିୟମ ଓ ତା’ ସାଙ୍ଗରେ ଥିବା ଲୋକମାନଙ୍କୁ କାନ୍ଦୁଥିବାର ଦେଖି ଯୀଶୁ ବ୍ୟଥିତ ଓ ବ୍ୟାକୁଳ ହେଲେ।


ତାହାହେଲେ ପିତା ଯେପରି ସମ୍ମାନିତ ହେବେ- ଯେ ପୁତ୍ରଙ୍କୁ ସମ୍ମାନ ଦିଏ ନାହିଁ, ତାଙ୍କ ପ୍ରେରଣକର୍ତ୍ତା ପିତାଙ୍କୁ ମଧ୍ୟ ସେ ସମ୍ମାନିତ କରେ ନାହିଁ।


ଲୋକେ ତୁମ ପ୍ରତି ଏହି ସବୁ କରିବେ, କାରଣ ସେମାନେ ମୋତେ କିମ୍ବା ପିତାଙ୍କୁ ଜାଣନ୍ତି ନାହିଁ।


ଏବେ ମୋର ଏସବୁ କଥା ଶୁଣି ତୁମେ ଦୁଃଖରେ ଅଧୀର ହୋଇ ପଡ଼ିଛ।


ଏ ପର୍ଯ୍ୟନ୍ତ ତୁମ୍ଭେମାନେ ମୋ’ ନାମରେ କିଛି ମାଗି ନାହଁ। ବର୍ତ୍ତମାନଠାରୁ ମାଗ, ନିଶ୍ଚୟ ପାଳକ ଓ ତୁମ୍ଭେମାନେ ସମ୍ପୂର୍ଣ୍ଣଭାବେ ସୁଖୀ ହେବ।


Swiv nou:

Piblisite


Piblisite