Biblia Todo Logo
Bib sou entènèt

- Piblisite -




ଯୋହନ 13:3 - ପବିତ୍ର ବାଇବଲ (CL) NT (BSI)

3 ଯୀଶୁ ଜାଣିଥିଲେ, ପିତା ଈଶ୍ୱର ତାଙ୍କ ହାତରେ ସମ୍ପୂର୍ଣ୍ଣ କ୍ଷମତା ନ୍ୟସ୍ତ କରିଛନ୍ତି ଏବଂ ସେ ଈଶ୍ୱରଙ୍କଠାରୁ ଆଗତ ଓ ଈଶ୍ୱରଙ୍କ ନିକଟକୁ ଫେରିଯିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ସେତେବେଳେ, ପିତା ଯେ ତାହାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କରିଅଛନ୍ତି ଓ ସେ ଯେ ଈଶ୍ଵରଙ୍କ ନିକଟରୁ ଆସିଅଛନ୍ତି, ପୁଣି ଈଶ୍ଵରଙ୍କ ନିକଟକୁ ଯାଉଅଛନ୍ତି,

Gade chapit la Kopi

ଓଡିଆ ବାଇବେଲ

3 ସେତେବେଳେ, ପିତା ଯେ ତାହାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କରିଅଛନ୍ତି ଓ ସେ ଯେ ଈଶ୍ୱରଙ୍କ ନିକଟରୁ ଆସିଅଛନ୍ତି, ପୁଣି, ଈଶ୍ୱରଙ୍କ ନିକଟକୁ ଯାଉଅଛନ୍ତି,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ସେତେବେଳେ, ପିତା ଯେ ତାହାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କରିଅଛନ୍ତି ଓ ସେ ଯେ ଈଶ୍ବରଙ୍କ ନିକଟରୁ ଆସିଅଛନ୍ତି, ପୁଣି, ଈଶ୍ବରଙ୍କ ନିକଟକୁ ଯାଉଅଛନ୍ତି,

Gade chapit la Kopi

ପବିତ୍ର ବାଇବଲ

3 ପରମପିତା ଯୀଶୁଙ୍କୁ ସବୁ ବିଷୟରେ କ୍ଷମତା ଦେଇଥିଲେ। ଯୀଶୁ ଏହା ଜାଣିଥିଲେ। ସେ ପରମେଶ୍ୱରଙ୍କଠାରୁ ଆସିଛନ୍ତି, ବୋଲି ମଧ୍ୟ ଜାଣିଥିଲେ। ସେ ତାହାଙ୍କ ପାଖକୁ ଫେରିଯାଉଛନ୍ତି ବୋଲି ମଧ୍ୟ ଜାଣିଥିଲେ।

Gade chapit la Kopi




ଯୋହନ 13:3
22 Referans Kwoze  

ପିତା ଈଶ୍ୱର ପୁତ୍ରଙ୍କୁ ପ୍ରେମ କରନ୍ତି ଓ ତାଙ୍କଠାରେ ସମସ୍ତ ବିଷୟର କର୍ତ୍ତୃତ୍ୱ ଅର୍ପଣ କରିଛନ୍ତି।


“ମୋ’ ନିତା ମୋତେ ସବୁକିଛି ଦାନ କରିଛନ୍ତି। ପିତାଙ୍କ ଛଡ଼ଶ ପୁତ୍ରଙ୍କୁ ଆଉ କେହି ଜାଣିନ୍ତି ନାହିଁ। ପୁତ୍ର ଯେଉଁମାନଙ୍କ ନିକଟରେ ପିତାଙ୍କୁ ପ୍ରକାଶ କରିବେ, କେବଳ ସେହିମାନେ ପିତାଙ୍କୁ ଜାଣି ପାରିବେ।


କିନ୍ତୁ ଏହି ଶେଷ କାଳରେ ସେ ଆପଣା ପୁତ୍ରଙ୍କ ଦ୍ୱାରା ଆମ ସଙ୍ଗେ କଥା କହିଛନ୍ତି। ସେହି ପୁତ୍ରଙ୍କ ଦ୍ୱାରା ହିଁ ଈଶ୍ବର ବିଶ୍ୱଜଗତ ସୃଷ୍ଟି କଲେ ଏବଂ ଶେଷରେ ସମସ୍ତ ବିଷୟରେ ଅଧିକାରୀ ହେବାକୁ ସେ ତାଙ୍କୁ ମନୋନୀତ କରିଛନ୍ତି।


ତୁମେ ତାଙ୍କୁ ସମସ୍ତ ମାନବ ଜାତି ଉପରେ ଅଧିକାର ଦେଇଛ। ପୁଣି ଯେଉଁମାନଙ୍କୁ ତାଙ୍କ ହସ୍ତରେ ସମର୍ପଣ କରିଛ, ସେମାନଙ୍କୁ ଅନନ୍ତ ଜୀବନ ଦାନ କରିବା ପାଇଁ ତାଙ୍କୁ ଶକ୍ତି ଦେଇଛି।


ଯୀଶୁ ସେମାନଙ୍କୁ କହିଲେ: “ଈଶ୍ୱର ଯଦି ପ୍ରକୃତରେ ତୁମ୍ଭମାନଙ୍କର ପିତା, ତାହାହେଲେ ତୁମ୍ଭେମାନେ ମୋତେ ସ୍ନେହ କରିଥାଆନ୍ତ, କାରଣ ମୁଁ ଈଶ୍ୱରଙ୍କ ନିକଟରୁ ଆସି ବର୍ତ୍ତମାନ ଏଠାରେ ଅଛି। ମୁଁ ନିଜ ଅଧିକାରରେ ଆସି ନାହିଁ। ଈଶ୍ୱର ମୋତେ ପ୍ରେରଣ କରିଛନ୍ତି।


କେତେକ ଅବିଶ୍ୱାସ କରିବାରୁ, ଯୀଶୁ ସେମାନଙ୍କ ପାଖକୁ ଆସି କହିଲେ, “ସ୍ୱର୍ଗ ଓ ଜଗତର ସମସ୍ତ କର୍ତ୍ତାପଣ ମୋତେ ଦିଆଯାଇଛି।


କାରଣ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, “ଈଶ୍ୱର ସମସ୍ତ ବିଷୟ ଖ୍ରୀଷ୍ଟଙ୍କ ଅଧୀନ କରିବେ।” ଅବଶ୍ୟ ଈଶ୍ୱର ଏହି ‘ସମସ୍ତ ବିଷୟ’ର ଅନ୍ତର୍ଭୁକ୍ତ ନୁହନ୍ତି, ଯେହେତୁ ସେ ସମସ୍ତ ବିଷୟକୁ ଖ୍ରୀଷ୍ଟଙ୍କ ଅଧୀନ କରିବେ।


“ଅତଏବ ଇଶ୍ରାୟେଲୀୟମାନେ ସମସ୍ତେ ନିଶ୍ଚିତଭାବେ ଜାଣନ୍ତୁ ଯେ, ଏହି ଯେଉଁ ଯୀଶୁଙ୍କୁ ତୁମ୍ଭେମାନେ କ୍ରୁଶାର୍ପିତ କରିଛ, ଈଶ୍ୱର ତାଙ୍କୁ ହିଁ ପ୍ରଭୁ ଓ ମସୀହ କରିଛନ୍ତି।”


ନିସ୍ତାର ପର୍ବ ପୂର୍ବ ଦିନର ଘଟଣା। ଯୀଶୁ ଜାଣିଥିଲେ, ଏହି ଜଗତ ଛାଡ଼ି ପିତା ଈଶ୍ୱରଙ୍କ ନିକଟକୁ ଯିବା ପାଇଁ ତାଙ୍କର ସମୟ ଉପସ୍ଥିତ। ଜଗତରେ ଥିବା ତାଙ୍କର ଅନୁଗତ ପ୍ରିୟଜନମାନଙ୍କୁ ସେ ସବୁବେଳେ ପ୍ରେମ କରୁଥିଲେ। ସେମାନଙ୍କ ପ୍ରତି ଚୂଡ଼ାନ୍ତ ପ୍ରେମ ସେ ପ୍ରକାଶ କରିଥିଲେ।


ଯୀଶୁ କହିଲେ: “ମୁଁ ତୁମ୍ଭମାନଙ୍କ ସହିତ ଆଉ ଅଳ୍ପ କିଛି ସମୟ ରହିବି, ତା’ପରେ ମୋର ପ୍ରେରଣକର୍ତ୍ତାଙ୍କ ନିକଟକୁ ଫେରିଯିବି।


ମୁଁ ତାଙ୍କୁ ଜାଣେ, କାରଣ ସେ ମୋତେ ପ୍ରେରଣ କରିଛନ୍ତି, ମୁଁ ତାଙ୍କଠାରୁ ଆସିଛି।”


ଯେଉଁ ମନୁଷ୍ୟପୁତ୍ର ସ୍ୱର୍ଗରୁ ଅବତରଣ କଲେ, ତାଙ୍କ ବିନା ଆଉ କେହି ସ୍ୱର୍ଗାରୋହଣ କରି ନାହିଁ।”


କେହି କେବେ ଈଶ୍ୱରଙ୍କୁ ଦେଖି ନାହିଁ। ତାଙ୍କ ସହିତ ଥିବା କେବଳ ତାଙ୍କର ଅଦ୍ୱିତୀୟ ପୁତ୍ର ତାଙ୍କୁ ପ୍ରକାଶ କରିଛନ୍ତି।


“ମୋର ପିତା ମୋତେ ସମସ୍ତ ବିଷୟ ଦେଇଛନ୍ତି। ପୁତ୍ର କିଏ, ପିତାଙ୍କ ଛଡ଼ା ଆଉ କିଏ ଜାଣେ ନାହିଁ ଏବଂ ପିତା କିଏ, ପୁତ୍ରଙ୍କ ଛଡ଼ା ଓ ପୁତ୍ର ଯେଉଁମାନଙ୍କଠାରେ ପ୍ରକାଶ କରିବାକୁ ଚାହାନ୍ତି, ସେମାନଙ୍କ ଛଡ଼ା ଆଉ କେହି ଜାଣେ ନାହିଁ।”


ଯୀଶୁ ଉତ୍ତର ଦେଲେ, “ନା- ମୁଁ ନିଜ ପାଇଁ ସାକ୍ଷ୍ୟ ଦେଲେ ସୁଦ୍ଧା, ମୁଁ ଯାହା କହୁଛି ତାହା ସତ୍ୟ, କାରଣ ମୁଁ ଜାଣେ, ମୁଁ କେଉଁଠାରୁ ମୋର ଆଗମନ ଓ କେଉଁଠାକୁ ମୋର ପ୍ରସ୍ଥାନ, ତୁମେ ତାହା ଜାଣ ନାହିଁ।


Swiv nou:

Piblisite


Piblisite