Biblia Todo Logo
Bib sou entènèt

- Piblisite -




ଯୋହନ 13:10 - ପବିତ୍ର ବାଇବଲ (CL) NT (BSI)

10 ଯୀଶୁ କହିଲେ, “ଯେଉଁମାନେ ସ୍ନାନ କରିସାରିଛନ୍ତି, ସେମାନଙ୍କ ପାଦ ଛଡ଼ା ଅନ୍ୟ କିଛି ଧୋଇବା ଆବଶ୍ୟକ ନାହିଁ। ସେମାନଙ୍କର ସର୍ବାଙ୍ଗ ପରିଷ୍କାର। ଜଣକ ବ୍ୟତୀତ ତୁମେ ସମସ୍ତେ ଶୁଚି।” (

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଯୀଶୁ ତାଙ୍କୁ କହିଲେ, ଯେ ସ୍ନାନ କରିଅଛି, ତାହାର ପାଦ ଧୋଇବା ବିନା ଆଉ କିଛି ପ୍ରୟୋଜନ ନାହିଁ, ସେ ପ୍ରକୃତରେ ଶୁଚି; ତୁମ୍ଭେମାନେ ଶୁଚି ଅଟ, କିନ୍ତୁ ସମସ୍ତେ ନୁହଁ।

Gade chapit la Kopi

ଓଡିଆ ବାଇବେଲ

10 ଯୀଶୁ ତାଙ୍କୁ କହିଲେ, ଯେ ସ୍ନାନ କରିଅଛି, ତାହାର ପାଦ ଧୋଇବା ବିନା ଆଉ କିଛି ପ୍ରୟୋଜନ ନାହିଁ, ସେ ପ୍ରକୃତରେ ଶୁଚି; ତୁମ୍ଭେମାନେ ଶୁଚି ଅଟ, କିନ୍ତୁ ସମସ୍ତେ ନୁହଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଯୀଶୁ ତାହାଙ୍କୁ କହିଲେ, “ଯେ ସ୍ନାନ କରିଅଛି, ତାହାର ପାଦ ଧୋଇବା ବିନା ଆଉ କିଛି ପ୍ରୟୋଜନ ନାହିଁ, ସେ ପ୍ରକୃତରେ ଶୁଚି; ତୁମ୍ଭେମାନେ ଶୁଚି ଅଟ, କିନ୍ତୁ ସମସ୍ତେ ନୁହଁ।”

Gade chapit la Kopi

ପବିତ୍ର ବାଇବଲ

10 ଯୀଶୁ କହିଲେ, “ଜଣେ ଲୋକ ସ୍ନାନ କରିବାପରେ ତା'ର ସମ୍ପୂର୍ଣ୍ଣ ଶରୀରଟା ନିର୍ମଳ ହୋଇଯାଏ। କେବଳ ତା'ର ପାଦ ସେ ଧୋଇବା ଦରକାର। ମୁଁ ଜାଣେ ତୁମ୍ଭେମାନେ ପରିଷ୍କାର ହୋଇଛ, କିନ୍ତୁ ତୁମ୍ଭମାନଙ୍କ ଭିତରୁ ସମସ୍ତେ ପରିଷ୍କାର ନୁହନ୍ତି।”

Gade chapit la Kopi




ଯୋହନ 13:10
23 Referans Kwoze  

ମୋ’ଠାରୁ ପାଇଥିବା ଶିକ୍ଷା ଦ୍ୱାରା ତୁମ୍ଭେମାନେ ପରିଷ୍କୃତ ହୋଇସାରିଛ।


ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେଲେ, ମନୁଷ୍ୟର ନୂତନ ସୃଷ୍ଟି ହୁଏ। ପୁରାତନ ବିଷୟସବୁ ଲୋକ ପାଏ, ନୂତନର ଆବିର୍ଭାବ ହୁଏ।


ବନ୍ଧୁଗଣ, ଏହିସବୁ ପ୍ରତିଶ୍ରୁତି ଆମ୍ଭେମାନେ ଈଶ୍ୱରଙ୍କଠାରୁ ପାିଛୁ। ତେଣୁ ଆସ, ଶରୀର ଆତ୍ମାକୁ ଅଶୁଚି କରୁଥିବା ସବୁ ବିଷୟରୁ ନିଜ ନିଜର ପରିଷ୍ମୃତି କରିବା। ପୁଣି ଈଶ୍ୱରଙ୍କୁ ଭୟ କରି ସମ୍ପୂର୍ଣ୍ଣ ପବିତ୍ରଭାବେ ବାସ କରିବା।


କାରଣ ଖ୍ରୀଷ୍ଟ ସମ୍ପୂର୍ଣ୍ଣ ନିଷ୍ଠାପ ଥିଲେ ସୁଦ୍ଧା, ଈଶ୍ୱର ତାଙ୍କୁ ଆମ ପାଇଁ ପାପ ସ୍ୱରୂପ କଲେ, ଆମେ ଯେପିର ତାଙ୍କ ସହିତ ଯଂଯୁକ୍ତ ହୋଇ ଈଶ୍ୱରଙ୍କ ଧାର୍ମିକତାର ଅଂଶୀ ହୋଇ ପାରିବା।


ଆମେ ସମସ୍ତେ ଅନେକ ଥର ଭୁଲ କରିଥାଉ। ଯଦି କେହି ତା’କଥାବାର୍ତ୍ତାରେ କଦାପି ଭୁଲି କରେ ନାହିଁ, ତେବେ ସେ ସିଦ୍ଧ ଏବଂ ନିଜକୁ ସମ୍ପୁର୍ଣ୍ଣ ସଂଯୁତ କରିପାରିଛି।


କାରଣ ସେ ସବୁ କେବଳ ଖାଦ୍ୟପେୟ ଏବଂ ଶୁଚିକରଣ ପାଇଁ ବାହିକ କ୍ରିୟା କର୍ମ ମାତ୍ର। ଈଶ୍ୱରଙ୍କର ନୂତନ ବିଧାନର ପ୍ରତିଷ୍ଠା ପର୍ଯ୍ୟନ୍ତ ଏ ସବୁର ଉପଯୋଗିତା ଥିଲା।


ଯେଉଁ ଈଶ୍ୱର ଆମକୁ ଶାନ୍ତି ପ୍ରଦାନ କରନ୍ତି, ସେ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣଭାବେ ପବିତ୍ର କରନ୍ତୁ ଓ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ସମୟରେ ତୁମର ସମସ୍ତ ସତ୍ତା, ମନ, ଆତ୍ମା, ଶରୀରକୁ ସମ୍ପୂର୍ଣ୍ଣଭାବେ ନିର୍ଦ୍ଦୋଷ ରଖନ୍ତୁ।


ଆମ ବିରୁଦ୍ଧରେ ଦୋଷ କରିଥିବା ଲୋକମାନଙ୍କୁ ଆମେ ଯେପରି କ୍ଷମା କରୁ, ସେପରି ଆମର ଦୋଷ ସବୁ କ୍ଷମା କର।


ଶିମୋନ ପିତର ଉତ୍ତର ଦେଲେ, “ପ୍ରଭୁ, ତା’ହେଲେ ମୋର ପାଦ କାହିଁକି, ମୋ’ ହାତ ଓ ମୁଣ୍ଡ ମଧ୍ୟ ଧୋଇ ଦିଅନ୍ତୁ।”


“ତୁମ ସମସ୍ତଙ୍କର ବିଷୟରେ ମୁଁ ଏ କଥା କହୁ ନାହିଁ। ମୁଁ ଯେଉଁମାନଙ୍କୁ ମନୋନୀତ କରିଛି, ସେମାନଙ୍କୁ ମୁଁ ଜାଣେ। କିନ୍ତୁ ଶାସ୍ତ୍ରର ଏହି ଉକ୍ତି ନିଶ୍ଚୟ ସଫଳ ହେବ - ‘ଯେ ମୋ’ ଅନ୍ନରେ ପ୍ରତିପାଳିତ, ସେ ମୋତେ ପଦାଘାତ କଲା।’


Swiv nou:

Piblisite


Piblisite