Biblia Todo Logo
Bib sou entènèt

- Piblisite -




ଯୋହନ 13:1 - ପବିତ୍ର ବାଇବଲ (CL) NT (BSI)

1 ନିସ୍ତାର ପର୍ବ ପୂର୍ବ ଦିନର ଘଟଣା। ଯୀଶୁ ଜାଣିଥିଲେ, ଏହି ଜଗତ ଛାଡ଼ି ପିତା ଈଶ୍ୱରଙ୍କ ନିକଟକୁ ଯିବା ପାଇଁ ତାଙ୍କର ସମୟ ଉପସ୍ଥିତ। ଜଗତରେ ଥିବା ତାଙ୍କର ଅନୁଗତ ପ୍ରିୟଜନମାନଙ୍କୁ ସେ ସବୁବେଳେ ପ୍ରେମ କରୁଥିଲେ। ସେମାନଙ୍କ ପ୍ରତି ଚୂଡ଼ାନ୍ତ ପ୍ରେମ ସେ ପ୍ରକାଶ କରିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ନିସ୍ତାର ପର୍ବ ହେବା ପୂର୍ବରୁ ଯୀଶୁ ଏହି ଜଗତରୁ ପିତାଙ୍କ ନିକଟକୁ ଆପଣାର ପ୍ରୟାଣ କରିବାର ସମୟ ଉପସ୍ଥିତ ଜାଣି, ଜଗତରେ ଥିବା ନିଜର ଯେଉଁ ଲୋକମାନଙ୍କୁ ସେ ପ୍ରେମ କରି ଆସୁଥିଲେ, ସେମାନଙ୍କ ପ୍ରତି ଚୂଡ଼ା; ପ୍ରେମ ପ୍ରକାଶ କଲେ।

Gade chapit la Kopi

ଓଡିଆ ବାଇବେଲ

1 ନିସ୍ତାର ପର୍ବ ହେବା ପୂର୍ବରୁ ଯୀଶୁ ଏହି ଜଗତରୁ ପିତାଙ୍କ ନିକଟକୁ ଆପଣାର ପ୍ରୟାଣ କରିବାର ସମୟ ଉପସ୍ଥିତ ଜାଣି, ଜଗତରେ ଥିବା ନିଜର ଯେଉଁ ଲୋକମାନଙ୍କୁ ସେ ପ୍ରେମ କରି ଆସୁଥିଲେ, ସେମାନଙ୍କ ପ୍ରତି ଚୂଡ଼ାନ୍ତ ପ୍ରେମ ପ୍ରକାଶ କଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ନିସ୍ତାର ପର୍ବ ହେବା ପୂର୍ବରୁ ଯୀଶୁ ଏହି ଜଗତରୁ ପିତାଙ୍କ ନିକଟକୁ ଆପଣାର ପ୍ରୟାଣ କରିବାର ସମୟ ଉପସ୍ଥିତ ଜାଣି, ଜଗତରେ ଥିବା ନିଜର ଯେଉଁ ଲୋକମାନଙ୍କୁ ସେ ପ୍ରେମ କରି ଆସୁଥିଲେ, ସେମାନଙ୍କ ପ୍ରତି ଚୂଡ଼ାନ୍ତ ପ୍ରେମ ପ୍ରକାଶ କଲେ।

Gade chapit la Kopi

ପବିତ୍ର ବାଇବଲ

1 ସେତେବେଳେ ଯିହୂଦୀମାନଙ୍କର ନିସ୍ତାରପର୍ବ ସମୟ ପ୍ରାୟ ହୋଇଯାଇଥିଲା। ଯୀଶୁ ଜାଣିଥିଲେ, ତାହାଙ୍କୁ ଜଗତକୁ ଛାଡ଼ିଯିବାର ସମୟ ଉପସ୍ଥିତ ହୋଇଗଲାଣି। ବର୍ତ୍ତମାନ ସେ ତାହାଙ୍କ ପରମପିତାଙ୍କ ନିକଟକୁ ଫେରିଯିବେ। ସେ ସବୁବେଳେ ଏହି ଜଗତରେ ଥିବା ତାହାଙ୍କ ନିଜର ହୋଇଯାଇଥିବା ଲୋକମାନଙ୍କୁ ଭଲ ପାଉଥିଲେ। ସେ ସେମାନଙ୍କ ପ୍ରତି ତାହାଙ୍କର ଗଭୀର ଓ ଚୁଡ଼ାନ୍ତ ପ୍ରେମ ଦେଖାଇଥିଲେ।

Gade chapit la Kopi




ଯୋହନ 13:1
44 Referans Kwoze  

ଯୀଶୁ ଉତ୍ତର ଦେଲେ, “ମନୁଷ୍ୟପୁତ୍ର ମହିମାନ୍ୱିତ ହେବାର ବେଳ ଆସିଛି।


ଆମେ ପ୍ରେମ କରିବାକୁ ଶିଖିଛୁ, କାରଣ ଈଶ୍ବର ହିଁ ପ୍ରଥମେ ଆମକୁ ପ୍ରେମ କରିଛନ୍ତି।


ଏବେ ତୁମକୁ ମୁଁ ଗୋଟିଏ ନୂଆ ଆଜ୍ଞା ଦେଉଛି; ପରସ୍ପରକୁ ପ୍ରେମ କର। ମୁଁ ତୁମ୍ଭମାନଙ୍କୁ ଯେପରି ପ୍ରେମ କରିଛି, ତୁମେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କରିବା ଉଚିତ୍।


ବାସ୍ତବିକ୍ ମୁଁ ଈଶ୍ୱରଙ୍କ ନିକଟରୁ ଜଗତକୁ ଆସିଛି ଏବଂ ଶୀଘ୍ର ଏ ଜଗତକୁ ତ୍ୟାଗ କରି ପିତା ଈଶ୍ୱରଙ୍କ ନିକଟକୁ ଫେରିଯିବି।”


ଯୀଶୁ ଜାଣିଥିଲେ, ପିତା ଈଶ୍ୱର ତାଙ୍କ ହାତରେ ସମ୍ପୂର୍ଣ୍ଣ କ୍ଷମତା ନ୍ୟସ୍ତ କରିଛନ୍ତି ଏବଂ ସେ ଈଶ୍ୱରଙ୍କଠାରୁ ଆଗତ ଓ ଈଶ୍ୱରଙ୍କ ନିକଟକୁ ଫେରିଯିବେ।


ତାଙ୍କ ପ୍ରତି କ’ଣ ଘଟିବ, ଯୀଶୁ ସବୁ ଜାଣିଥିଲେ। ତେଣୁ ସେ ଆଗକୁ ଆସି ପଚାରିଲେ, “ତୁମ୍ଭେମାନେ କାହାକୁ ଖୋଜୁଛ?”


ସେ ମଧ୍ୟ ତୁମ୍ଭମାନଙ୍କୁ ଶେଷ ପର୍ଯ୍ୟନ୍ତ ସୁରକ୍ଷା କରିବେ। ଫଳରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ “ଦିବସ”ରେ ତୁମ୍ଭେମାନେ ନିର୍ଦ୍ଦୋଷ ବିବେଚିତ ହେବ।


ମୁଁ ଯେପରି ଏ ଜଗତର ନୁହେଁ, ସେମାନେ ମଧ୍ୟ ନୁହଁନ୍ତି। ତୁମର ବାକ୍ୟ ହିଁ ସତ୍ୟ।


ଏହି ସବୁ କଥା କହିସାରିବା ପରେ, ଯୀଶୁ ଊଦ୍ଧ୍ୱର୍ମୁଖ ହୋଇ ପ୍ରାର୍ଥନା କଲେ; “ପିତା, ମୋର ସମୟ ଉପସ୍ଥିତ। ତୁମ ପୁତ୍ରଙ୍କୁ ମହିମାନ୍ୱିତ କର। ତା’ହେଲେ ପୁତ୍ର ମଧ୍ୟ ତୁମକୁ ମହିମାନ୍ୱିତ କର। ତା’ହେଲେ ପୁତ୍ର ମଧ୍ୟ ତୁମକୁ ମହିମାନ୍ୱିତ କରିବେ।


ଏବଂ ମୃତ୍ୟୁରୁ ପୁନରୁତ୍ôଥତ ସର୍ବପ୍ରଥମ, ବିଶ୍ୱସ୍ତ ସାକ୍ଷ୍ୟଦାତା ଓ ରାଜାଧିରାଜ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭ ପ୍ରତି ହେଉ। ସେ ଆମକୁ ପ୍ରେମ କରନ୍ତି ଓ ତାଙ୍କର ମୃତ୍ୟୁ ଦ୍ୱାରା ଆମକୁ ପାପରୁ ପରିତ୍ରାଣ କରିଅଛନ୍ତି


ଯଦି ଆମେ ଶେଷ ପର୍ଯ୍ୟନ୍ତ ଆମ୍ଭମାନଙ୍କର ଆଦ୍ୟ ବିଶ୍ୱାସରେ ଅଟଳ ରହୁ, ତେବେ ଆମେ ସମସ୍ତେ ଖ୍ରୀଷ୍ଟଙ୍କ ଅଂଶୀଦାର ହୋଇ ପାରିବା।


ପିତା, ଜଗତର ସୃଷ୍ଟି ପୂର୍ବରୁ ତୁମ ସହିତ ମୋର ଯେଉଁ ଗୌରବ ଥିଲା, ବର୍ତ୍ତମାନ ତୁମର ଉପସ୍ଥିତିରେ ସେହି ଗୌରବ ମୋତେ ପ୍ରଦାନ କର।


ତା’ପରେ ଶିଷ୍ୟମାନଙ୍କ ନିକଟକୁ ଆସି କହିଲେ, “ତୁମେ ଏର୍ପ୍ୟନ୍ତ ଶୋଇ ରହି ବିଶ୍ରାମ କରୁଛ? ଦେଖ, ମନୁଷ୍ୟପୁତ୍ର ଖଳ ଲୋକମାନଙ୍କ ହାତରେ ସମର୍ପିତ ହେବାର ବେଳ ଆସିଛି।


କର୍ମ ସାଧନ କରିବାକୁ ପ୍ରସ୍ତୁତ ହୁଅ। ସଜାଗ ଥାଇ ଯୀଶୁ ଖ୍ରୀଷ୍ଟ ପ୍ରକାଶିତ ହେବା ସମୟରେ ଯେଉଁ ଆଶୀର୍ବାଦ ତୁମ୍ଭମାନଙ୍କୁ ପ୍ରଦତ୍ତ ହେବ, ତାହା ଉପରେ ନିଶ୍ଚିତ ଭରସା ରଖ।


ଆମର ଏକାନ୍ତ ଇଚ୍ଛା, ଶେଷ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଆଗହ ଅକ୍ଷୁଣ୍ଠ ରହୁ। ତାହାହେଲେ, ତୁମ୍ଭମାନଙ୍କର ପ୍ରତ୍ୟାଶିତ ସମସ୍ତ ବିଷୟ ସଫଳ ହେବ।


କିନ୍ତୁ ପୁତ୍ରଭାବେ ଈଶ୍ୱରଙ୍କ ଗୃହର ତତ୍ତ୍ୱାବଧାନରେ ଖ୍ରୀଷ୍ଟ ବିଶ୍ୱାସ୍ତ ଅଡ଼ନ୍ତି। ଆମେ ଯଦି ସାହାସ ଧରି ପ୍ରତ୍ୟାଶିତ ବିଷୟ ପାଇବୁ ବୋଲି ଆମ ବିଶ୍ୱାସରେ ଦୃଢ଼ ରହୁ, ତେବେ ଆମେ ଗୃହ ସ୍ୱରୂପ ହେବୁ।


ଯେ ଆମ୍ଭମାନଙ୍କୁ ପ୍ରେମ କରୁଛନ୍ତି, ତାଙ୍କ ସାହାଯ୍ୟରେ ଆମେ ଏ ସବୁ ଉପରେ ବିଜୟୀ ହୋଇଛୁ।


ମୁଁ ସେମାନଙ୍କୁ ତୁମର ପରିଚୟ ଦେଇଛି ଏବଂ ସବୁବେଳେ ଦେଉଥିବି; ତାହାଦ୍ୱାରା ମୋ’ ପାଇଁ ତୁମର ପ୍ରେମ ସେମାନେ ଅନୁଭବ କରିବେ ଏବଂ ମୋତେ ସେମାନଙ୍କ ଅନ୍ତରରେ ରଖିବେ।”


“ମୁଁ ଯାହା କହିଥିଲି, ଶୁଣିଛ, ‘ମୁଁ ଯାଉଛି, କିନ୍ତୁ ପୁଣି ଫେରି ଆସିବି’। ମୋତେ ଯଦି ପ୍ରେମ କରୁଥାଅ, ମୁଁ ପିତାଙ୍କ ନିକଟକୁ ଯାଉଛି ଶୁଣି ଖୁସି ହେବ; କାରଣ ମୋ’ ପିତା ମୋ’ଠାରୁ ମହାନ।


ସେତେବେଳେ ଇହୁଦୀମାନଙ୍କର “ନିସ୍ତାର” ପର୍ବ ନିକଟ ହୋଇ ଆସିଥିଲା ଏବଂ ସେହି ପର୍ବ ଆଗରୁ ନିଜ ନିଜକୁ ଶୁଚି କରିବା ପାଇଁ ଗ୍ରାମାଞ୍ଚଳରୁ ଅନେକ ଲୋକ ଯିରୂଶାଲମରେ ଏକତ୍ର ହେଲେ।


ଏହା ଶୁଣି ସେମାନେ ତାଙ୍କୁ ଧରିବାକୁ ଚେଷ୍ଟା କଲେ। କିନ୍ତୁ ତାଙ୍କର ନିରୂପିତ ସମୟ ଆସି ନ ଥିବାରୁ କେହି ତାଙ୍କ ଉପରେ ନିରୂପିତ ସମୟ ଆସି ନ ଥିବାରୁ କେହି ତାଙ୍କ ଉପରେ ହାତ ଦେଇ ପାରିଲେ ନାହିଁ।


ଯୀଶୁ ସେମାନଙ୍କୁ କହିଲେ: “ମୋ’ ପାଇଁ ଉପଯୁକ୍ତ ସମୟ ଏ ପର୍ଯ୍ୟନ୍ତ ଆସି ନାହିଁ। ଯେକୌଣସି ସମୟ ତୁମ ପାଇଁ ଉପଯୁକ୍ତ ହୋଇପାରେ,


ସେତେବେଳେ ନିସ୍ତାର ପର୍ବ ପାଖେଇ ଆସିଥିଲା।


ମୁଁ ପ୍ରତିଦିନ ତୁମ୍ଭମାନଙ୍କ ସହିତ ମନ୍ଦିରରେ ଥିଲି, କିନ୍ତୁ ତୁମ୍ଭେମାନେ ସେତେବେଳେ ମୋତେ ଧରିଲ ନାହିଁ, ଏହିକ୍ଷଣି ତୁମ୍ଭମାନଙ୍କର ସମୟ ଆସିଛି, କାରଣ ବର୍ତ୍ତମାନ ଅନ୍ଧକାରର ରାଜତ୍ୱ।”


ଯୀଶୁଙ୍କ ସ୍ୱର୍ଗାରୋହଣ ସମୟ ନିକଟବର୍ତ୍ତୀ ହେବାରୁ ସେ ଯିରୂଶାଲମ ଅଭିମୁଖେ ଯାତ୍ରା କରିବା ପାଇଁ ମନସ୍ଥ କଲେ।


ଏବଂ ମୁଁ ଯେଉଁସବୁ ଆଜ୍ଞା ଦେଇଛି, ତାହା ପାଳନ କରିବାକୁ ସେମାନଙ୍କୁ ଶିକ୍ଷା ଦିଅ। ପୁଣି ମନେରଖ, ଯୁଗାନ୍ତ ପର୍ଯ୍ୟନ୍ତ ମୁଁ ଚିରକାଳ ତୁମ୍ଭମାନଙ୍କ ସଙ୍ଗରେ ରହିବି।”


ମନ୍ଦିରର ଦାନ ସଂଗ୍ରହ ବାକ୍ସଗୁଡ଼ିକ ରଖାଯାଇଥିବା କୋଠରୀରେ ଯୀଶୁ ଏସବୁ ବିଷୟ ଶିକ୍ଷା ଦେଉଥିଲେ, କିନ୍ତୁ ତାଙ୍କ ସମୟ ଆସି ନ ଥିବାରୁ କେହି ତାଙ୍କୁ ଗିରଫ କରିପାରିଲେ ନାହିଁ।


ଇହୁଦୀମାନଙ୍କର ନିସ୍ତାର ପର୍ବ ଅତି ନିକଟ ହୋଇ ଆସିଲା। ତେଣୁ ଯୀଶୁ ଯିରୂଶଶଲମକୁ ଗଲେ।


ଯିହୁଦା ହାତରେ ଟଙ୍କା ଥଳୀ ଥିବାରୁ କେତେକ ଶିଷ୍ୟ ବିଚାରିଲେ, ଉତ୍ସବ ପାଇଁ କିଛି ଦରକାରୀ ଜିନିଷ କିଣିବାକୁ କିମ୍ବା ଗରିବମାନଙ୍କୁ କିଛି ଦାନ ଦେବା ପାଇଁ ଯୀଶୁ ତାକୁ ନିର୍ଦ୍ଦେଶ ଦେଇଛନ୍ତି।


କିନ୍ତୁ ପିତା ମୋତେ ଯେପରି ଆଜ୍ଞା ଦେଇଛନ୍ତି, ସେହି ଅନୁସାରେ ମୁଁ କାର୍ଯ୍ୟ କରିବି। ତାହାହେଲେ, ମୁଁ ମୋ’ ପିତାଙ୍କୁ ପ୍ରେମ କରେ ବୋଲି ଜଗତ ଜାଣିବ। ଆସ, ଆମେ ଏଠାରୁ ଯିବା।


ଯୀଶୁ ଜାଣିପାରିଲେ, ସବୁ ବିଷୟ ସମ୍ପୂର୍ଣ୍ଣ ହୋଇଛି। କିନ୍ତୁ ଶାସ୍ତ୍ରୋକ୍ତ ଭବିଷ୍ୟବାଣୀକୁ ସଫଳ କରିବା ପାଇଁ ସେ କହିଲେ: “ମୋତେ ତୃଷା ହେଉଅଛି।”


Swiv nou:

Piblisite


Piblisite