Biblia Todo Logo
Bib sou entènèt

- Piblisite -




ଯୋହନ 12:5 - ପବିତ୍ର ବାଇବଲ (CL) NT (BSI)

5 “ଏହି ସୁଗନ୍ଧି ତୈଳ ତିନି ଶହ ଟଙ୍କାରେ ବିକ୍ରୀ ହୋଇ ଦରିଦ୍ରମାନଙ୍କୁ ଦିଆଗଲା ନାହିଁ କାହିଁକି?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଏହି ତୈଳ ଦେଢ଼ଶହ ଟଙ୍କାରେ ବିକ୍ରୟ କରାଯାଇ କାହିଁକି ଦରିଦ୍ରମାନଙ୍କୁ ଦିଆ ନ ଗଲା?

Gade chapit la Kopi

ଓଡିଆ ବାଇବେଲ

5 ଏହି ତୈଳ ଦେଢ଼ଶହ ଟଙ୍କାରେ ବିକ୍ରୟ କରାଯାଇ କାହିଁକି ଦରିଦ୍ରମାନଙ୍କୁ ଦିଆ ନ ଗଲା ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଏହି ତୈଳ ତିନିଶହ ଦିନର ମଜୁରୀ ସମାନ ମୂଲ୍ୟରେ ବିକ୍ରୟ କରାଯାଇ କାହିଁକି ଦରିଦ୍ରମାନଙ୍କୁ ଦିଆ ନ ଗଲା?

Gade chapit la Kopi

ପବିତ୍ର ବାଇବଲ

5 “ସେହି ଅତରର ମୂଲ୍ୟ ତିନିଶହ ରୂପାଟଙ୍କା। ଏହାକୁ ବୀକ୍ରି କରି ସେହି ଟଙ୍କା ଗରିବ ଲୋକମାନଙ୍କୁ ଦେବା ଉଚିତ୍ ଥିଲା,”

Gade chapit la Kopi




ଯୋହନ 12:5
16 Referans Kwoze  

ଯୀଶୁ ଏହା ଶୁଣି କହିଲେ, “ତଥାପି ତୁମକୁ ଆଉ ଗୋଟିଏ ବିଷୟ କରିବାକୁ ହେବ। ତୁମର ଯାହା କିଛି ଅଛି, ସେସବୁ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର, ତେବେ ସ୍ୱର୍ଗରେ ତୁମେ ଧନ ପାଇବ; ତା’ପରେ ଆସି ମୋର ଅନୁଗମନ କର।”


ତୁମ୍ଭମାନଙ୍କ ସମସ୍ତ ସମ୍ପତ୍ତି ବିକ୍ରୟ କରି ଦାନ କରି ଦିଅ। କ୍ଷୟ ହେଉ ନ ଥିବା ଥଳୀ ସଂଗ୍ରହ କର, ଯେଉଁଠାରେ ଚୋର ପ୍ରବେଶ କରେ ନାହିଁ କିମ୍ବା କୀଟ ନଷ୍ଟ କରେ ନାହିଁ, ସେହି ସ୍ୱର୍ଗରେ ଅକ୍ଷୟ ଧନ ସଞ୍ଚୟ କର।


ଫିଲିପ୍ ଉତ୍ତର ଦେଲେ, “ସମସ୍ତଙ୍କୁ ଅଳ୍ପ କିଛି ଖୁଆଇବା ପାଇଁ ଦୁଇ ଶହରୁ ଅଧିକ ରୌପ୍ୟ ମୁଦ୍ରା ମୂଲ୍ୟର ରୋଟୀ କିଣିବାକୁ ହେବ।”


“ନିଜ ଆଖିରେ ଥିବା କଡ଼ିକାଠ ବିଷୟରେ ଚିନ୍ତା ନ କରି, ତୁମ୍ଭେମାନେ କାହିଁକି ତୁମ ଭାଇର ଆଖିରେ ଥିବା କୁଟାଟିକୁ ଦେଖୁଛ?


ଯେଉଁମାନଙ୍କୁ ପାଇଲା, ପ୍ରତ୍ୟେକଙ୍କୁ ଦୈନିକ ଗୋଟିଏ ଲେଖାଁ ରୌପ୍ୟମୁଦ୍ରା ମଜୁରୀ ଦେବାକୁ ଚୁକ୍ତି କରି ସେମାନଙ୍କୁ ତା’ କ୍ଷେତକୁ ପଠାଇଲା।


“ଏହି ଲୋକ ଚାଲିଯିବାବେଳେ ତା’ଠାରୁ ଅଳ୍ପ କିଛି ଟଙ୍କା ଋଣ ନେଇଥିବା ତା’ର ଜଣେ ସହକର୍ମୀକୁ ଭେଟିଲା। ସେ ତା’ର ଗଳାକୁ ଧରି ପକାଇ, ତା’ର ତଣ୍ଟି ଚିପି କହିଲା, ‘ମୋ’ଠାରୁ ଋଣ ନେଇଥିôବା ଟଙ୍କା ଫେରାଇ ଦେ।’


ଯୀଶୁଙ୍କ ଶିଷ୍ୟ ଯିହୁଦା ଇଷ୍କରିୟୋଥ୍ (ଯେ ଯୀଶୁଙ୍କ ପ୍ରତି ବିଶ୍ୱାସଘାତକତା କରିବାକୁ ଯାଉଥିଲା) କହିଲା,


ଦରିଦ୍ରମାନଙ୍କ ପ୍ରତି ଯିହୁଦାର ଦରଦ ଥିବାରୁ ଯେ ସେ ଏ କଥା କହିଥିଲା, ତା’ ନୁହେଁ। ସେ ଥିଲା ଗୋଟିଏ ଚୋର। ତା’ ଦାୟିତ୍ୱରେ ଥିବା ଟଙ୍କା ଥଳୀରୁ ସେ କିଛି କିଛି ଆତ୍ମସାତ୍ କରୁଥିଲା।


ଯିହୁଦା ହାତରେ ଟଙ୍କା ଥଳୀ ଥିବାରୁ କେତେକ ଶିଷ୍ୟ ବିଚାରିଲେ, ଉତ୍ସବ ପାଇଁ କିଛି ଦରକାରୀ ଜିନିଷ କିଣିବାକୁ କିମ୍ବା ଗରିବମାନଙ୍କୁ କିଛି ଦାନ ଦେବା ପାଇଁ ଯୀଶୁ ତାକୁ ନିର୍ଦ୍ଦେଶ ଦେଇଛନ୍ତି।


Swiv nou:

Piblisite


Piblisite