Biblia Todo Logo
Bib sou entènèt

- Piblisite -




ଯୋହନ 12:1 - ପବିତ୍ର ବାଇବଲ (CL) NT (BSI)

1 ଯୀଶୁ ନିସ୍ତାର ପର୍ବର ଛଅ ଦିନ ନୂର୍ବେ ବେଥନିଆ ସହରକୁ ଗଲେ। ସେଠାରେ ଲାଜାରଙ୍କ ଘର। ଏହି ଲାଜାରଙ୍କୁ ଯୀଶୁ ମୃତ୍ୟୁରୁ ଉଠାଇଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଇତିମଧ୍ୟରେ ଯୀଶୁ ନିସ୍ତାର ପର୍ବର ଛଅ ଦିନ ପୂର୍ବରୁ ବେଥନୀୟାକୁ ଆସିଲେ; ଯେଉଁ ଲାଜାରଙ୍କୁ ସେ ମୃତମାନଙ୍କ ମଧ୍ୟରୁ ଉଠାଇଥିଲେ, ସେ ସେହି ସ୍ଥାନରେ ଥିଲେ।

Gade chapit la Kopi

ଓଡିଆ ବାଇବେଲ

1 ଇତିମଧ୍ୟରେ ଯୀଶୁ ନିସ୍ତାର ପର୍ବର ଛଅ ଦିନ ପୂର୍ବରୁ ବେଥନୀୟାକୁ ଆସିଲେ; ଯେଉଁ ଲାଜାରଙ୍କୁ ସେ ମୃତମାନଙ୍କ ମଧ୍ୟରୁ ଉଠାଇଥିଲେ, ସେ ସେହି ସ୍ଥାନରେ ଥିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଇତିମଧ୍ୟରେ ଯୀଶୁ ନିସ୍ତାର ପର୍ବର ଛଅ ଦିନ ପୂର୍ବରୁ ବେଥନୀୟାକୁ ଆସିଲେ; ଯେଉଁ ଲାଜାରଙ୍କୁ ସେ ମୃତମାନଙ୍କ ମଧ୍ୟରୁ ଉଠାଇଥିଲେ, ସେ ସେହି ସ୍ଥାନରେ ଥିଲେ।

Gade chapit la Kopi

ପବିତ୍ର ବାଇବଲ

1 ଯୀଶୁ ନିସ୍ତାରପର୍ବ ଉତ୍ସବର ଛଅ ଦିନ ପୂର୍ବରୁ ବେଥନୀୟାକୁ ଗଲେ। ଲାଜାର ବେଥନୀୟାରେ ରହୁଥିଲେ। (ଯାହାଙ୍କୁ ଯୀଶୁ ମୃତ୍ୟୁରୁ ଉଠେଇ ଥିଲେ)।

Gade chapit la Kopi




ଯୋହନ 12:1
13 Referans Kwoze  

ତା’ପରେ ସେ ସେମାନଙ୍କୁ ବେଥାନୀ ପର୍ଯ୍ୟନ୍ତ ନେଇଗଲେ। ସେଠାରେ ସେ ହାତ ତୋଳି ସେମାନଙ୍କୁ ଆଶୀର୍ବାଦ କଲେ।


ପର୍ବ ସମୟରେ ଉପାସନା କରିବା ପାଇଁ ଯିରୂଶାଲମକୁ ଆସିଥିବା ଯାତ୍ରୀମାନଙ୍କ ମଧ୍ୟରେ କେତେ ଜଣ ଗ୍ରୀକ୍ ଲୋକ ଥିଲେ।


ସେତେବେଳେ ଇହୁଦୀମାନଙ୍କର “ନିସ୍ତାର” ପର୍ବ ନିକଟ ହୋଇ ଆସିଥିଲା ଏବଂ ସେହି ପର୍ବ ଆଗରୁ ନିଜ ନିଜକୁ ଶୁଚି କରିବା ପାଇଁ ଗ୍ରାମାଞ୍ଚଳରୁ ଅନେକ ଲୋକ ଯିରୂଶାଲମରେ ଏକତ୍ର ହେଲେ।


ବେଥନିଆ ନିବାସୀ ଲାଜାର ଅସୁସ୍ଥ ଥିଲେ। ତାଙ୍କର ଦୁଇ ଭଉଣୀ ମରିୟମ ଓ ମାର୍ଥା ସେହି ଗ୍ରାମରେ ରହୁଥିଲେ।


ଏହା କହି ଯୀଶୁ ସେମାନଙ୍କୁ ଛାଡ଼ି ଯିରୂଶାଲମରୁ ବେଥନିକୁ ଗଲେ। ସେଠାରେ ସେ ରାତିଟା ବିତାଇ ଦେଲେ।


ସଙ୍ଗେ ସଙ୍ଗେ ଲାଜାର ଉଠି ଆସିଲା। ତା’ର ଗୋଡ଼ ହାତ କବର ଲୁଗାରେ ଗୁଡ଼ା ହୋଇଥିଲା ଓ ମୁହଁ ମଧ୍ୟ ଲୁଗାରେ ଘୋଡ଼ାଇ ଦିଆଯାଇଥିଲା। ଯୀଶୁ କହିଲେ, “ତାକୁ ଖୋଲି ଦେଇ ଯିବାକୁ ଦିଅ।”


ଯୀଶୁ ଯିରୂଶାଲମରେ ପ୍ରବେଶ କଲେ ଏବଂ ମନ୍ଦିରକୁ ଯାଇ ସବୁଆଡ଼େ ଦୃଷ୍ଟିପାତ କଲେ। କିନ୍ତୁ ସେତେବେଳେ ସନ୍ଧ୍ୟା ହୋଇ ଆସୁଥିବାରୁ ବାର ଜଣ ଶିଷ୍ୟଙ୍କ ସହିତ ଯୀଶୁ ବେଥାନୀ ଗ୍ରାମକୁ ଚାଲିଗଲେ।


ସେହି ସହରରେ ଜଣେ ଦୁଶ୍ଚରିତ୍ରା ସ୍ତ୍ରୀ ଲୋକ ଥିଲା। ସେ ଯେତେବେଳେ ଶୁଣି ପାରିଲା ଯେ ଯୀଶୁ ଫାରୁଶୀ ଗୃହରେ ଖାଉଛନ୍ତି, ସେ ଗୋଟିଏ ପଥର ଫରୁଆରେ ସୁଗନ୍ଧି ତୈଳ ନେଇ ଆସିଲା ଏବଂ


ଏତିକି କହି ଯୀଶୁ ଉଚ୍ଚ ସ୍ୱରରେ ଡାକିଲେ: “ଲାଜାର, ବାହାରି ଆସ”!


ଯୀଶୁ ବେଥନିଆରେ ଅଛନ୍ତି ଶୁଣି ଅନେକ ଲୋକ ସେଠାକୁ ଗଲେ- କେବଳ ତାଙ୍କୁ ଦେଖିବାକୁ ନୁହେଁ; ଯୀଶୁ ମୃତ୍ୟୁରୁ ବଞ୍ଚାଇ ଥିବା ଲାଜାରକୁ ଦେଖିବା ପାଇଁ।


ତା’ ପରଦିନ ନିସ୍ତାର ପର୍ବରେ ଯୋଗ ଦେବାକୁ


Swiv nou:

Piblisite


Piblisite