Biblia Todo Logo
Bib sou entènèt

- Piblisite -




ଯୋହନ 11:53 - ପବିତ୍ର ବାଇବଲ (CL) NT (BSI)

53 ସେହି ଦିନଠାରୁ ଇହୁଦୀ କର୍ତ୍ତୃପକ୍ଷମାନେ ଯୀଶୁଙ୍କୁ ହତ୍ୟା କରିବା ପାଇଁ ଚକ୍ରାନ୍ତ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

53 ତେଣୁ ସେହି ଦିନଠାରୁ ସେମାନେ ତାହାଙ୍କୁ ବଧ କରିବା ନିମନ୍ତେ ମନ୍ତ୍ରଣା କଲେ।

Gade chapit la Kopi

ଓଡିଆ ବାଇବେଲ

53 ତେଣୁ ସେହି ଦିନଠାରୁ ସେମାନେ ତାହାଙ୍କୁ ବଧ କରିବା ନିମନ୍ତେ ମନ୍ତ୍ରଣା କଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

53 ତେଣୁ ସେହି ଦିନଠାରୁ ସେମାନେ ତାହାଙ୍କୁ ବଧ କରିବା ନିମନ୍ତେ ମନ୍ତ୍ରଣା କଲେ।

Gade chapit la Kopi

ପବିତ୍ର ବାଇବଲ

53 ସେହି ଦିନଠାରୁ ଯିହୂଦୀନେତାମାନେ ଯୀଶୁଙ୍କୁ ହତ୍ୟା କରିବା ପାଇଁ ଯୋଜନା କଲେ।

Gade chapit la Kopi




ଯୋହନ 11:53
22 Referans Kwoze  

ଅନେକ ଦିନ ଅତିବାହିତ ହେବା ପରେ ଇହୁଦୀମାନେ ଏକତ୍ରିତ ହୋଇ ଶାଉଲଙ୍କୁ ହତ୍ୟା କରିବା ପାଇଁ ମନ୍ତ୍ରଣା କଲେ, କିନ୍ତୁ ଶାଉଲ ସେମାନଙ୍କର ଚକ୍ରାନ୍ତ ଜାଣିପାରିଲେ।


ମହାସଭାର ସଦସ୍ୟମାନେ ଏହି କଥା ଶୁଣି ଏତେ ଉତ୍ତ୍ୟକ୍ତ ହେଲେ ଯେ, ସେମାନେ ଶିଷ୍ୟମାନଙ୍କୁ ମାରିଦେବା ପାଇଁ ଚାହିଁଲେ।


ତେଣୁ ମୁଖ୍ୟ ଯାଜକମାନେ ଲାଜାରଙ୍କୁ ମାରିଦେବା ପାଇଁ ଷଡ଼ଯନ୍ତ୍ର କଲେ,


ଏହା ଶୁଣି ଫାରୁଶୀ ଓ ମୁଖ୍ୟ ଯାଜକମାନେ ମହାସଭାର ସଦସ୍ୟମାନଙ୍କୁ ଭେଟି କହିଲେ, “ଆମେ କ’ଣ କିରବା? ଦେଖ, ଏ ଲୋକଟା କେତେ କେତେ ଆଶ୍ଚର୍ଯ୍ୟ କର୍ମ କରି ଯାଉଛି।


ନିସ୍ତାରପର୍ବ ଓ ଖମୀରଶୂନ୍ୟ ରୋଟୀ ପର୍ବର ଦୁଇଦିନ ଆଗରୁ ଯୀଶୁଙ୍କୁ ଗୋପନରେ ନେଇ ହତ୍ୟା କରିବା ପାଇଁ ମୁଖ୍ୟ ପୁରୋହିତ ଓ ଧର୍ମଗୁରୁମାନେ ଉପାୟ ଖୋଜିଲେ।


ସେହିକ୍ଷଣି ଫାରୁଶୀମାନେ ସମାଜ ଗୃହରୁ ବାହାରି ଯାଇ ଯୀଶୁଙ୍କୁ ହତ୍ୟା କରିବା ପାଇଁ ‘ହେରୋଦୀୟ’ ଦଳର ଲୋକମାନଙ୍କ ସହିତ ମନ୍ତ୍ରଣା କଲେ।


ମୁଖ୍ୟ ପୁରୋହିତ ଓ ମହାସଭାର ସଦସ୍ୟମାନେ ଯୀଶୁଙ୍କୁ ପ୍ରାଣଦଣ୍ଡ ଦେବା ପାଇଁ ତାଙ୍କ ବିରୁଦ୍ଧରେ ମିଥ୍ୟା ପ୍ରମାଣ ସଂଗ୍ରହ କରିବାକୁ ଚେଷ୍ଟା କଲେ। ଅନେକ ଲୋକ ଯୀଶୁଙ୍କ ବିରୁଦ୍ଧରେ ମିଥ୍ୟା କଥା କହିଲେ।


ଯୀଶୁଙ୍କୁ କେହି ଏହାର ଉତ୍ତର ଦେଇ ପାରିଲେ ନାହିଁ। ସେହି ଦିନଠାରୁ ତାଙ୍କୁ ଆଉ କୌଣସି ପ୍ରଶ୍ନ ପଚାରିବାକୁ କେହି ସାହସ କଲେ ନାହିଁ।


ସେହି ସମୟରୁ ଯୀଶୁ ଶିଷ୍ୟମାନଙ୍କୁ ସ୍ପଷ୍ଟଭାବରେ କହିବାକୁ ଲାଗିଲେ, “ମୁଁ ଯିରୂଶାଲମକୁ ଯାଇ ଓର୍ମଯାଜକ, ଧର୍ମଗୁରୁ ଓ ଧର୍ମନେତାମାନଙ୍କ ଦ୍ୱାରା ନିର୍ଯ୍ୟତିତ ହୋଇ ବହୁ କଷ୍ଟ ଭୋଗ କରିବି। ଶେଷରେ ନିହତ ହେବି, କିନ୍ତୁ ତିନି ଦିନ ପରେ ପୁନର୍ଜୀବିତ ହୋଇ ଉଠିବି।”


ଏହାପରେ ଫାରୁଶୀମାନେ ସେ ସ୍ଥାପରୁ ବାହାରିଯାଇ ଯୀଶଉଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କଲେ।


ଯୀଶୁଙ୍କୁ ଗୋପନରେ ଧରି ମାରିଦେବା ପାଇଁ ମନ୍ତ୍ରଣା କଲେ।


ଏହାପରେ ଯୀଶୁ ଗାଲିଳୀରେ ଭ୍ରମଣ କଲେ। ସେ ଆଉ ଯିହୁଦା ଦେଶରେ ଭ୍ରମଣ କରିବାକୁ ଚାହିଁଲେ ନାହିଁ, କାରଣ ସେଠାକାର ଇହୁଦୀ କର୍ତ୍ତୃପକ୍ଷମାନେ ତାଙ୍କୁ ପ୍ରାଣରେ ମାରିଦେବା ପାଇଁ ଚାହୁଁଥିଲେ।


Swiv nou:

Piblisite


Piblisite