Biblia Todo Logo
Bib sou entènèt

- Piblisite -




ଯୋହନ 11:51 - ପବିତ୍ର ବାଇବଲ (CL) NT (BSI)

51 ବାସ୍ତବିକ କୟାଫା ନିଜ ମନରୁ ଏହା କହି ନ ଥିଲେ। କିନ୍ତୁ ସେ ସେହି ବର୍ଷର ପ୍ରଧାନ ଯାଜକ ହୋଇଥିବାରୁ, ଏହି ଭବିଷ୍ୟତ୍ ବାଣୀ ତାଙ୍କ ମୁଖରୁ ନିସୃତ ହୋଇଥିଲା। ସେ ସୂଚାଇ ଦେଇଥିଲେ ଯେ ସମଗ୍ର ଇହୁଦୀ ଜାତିକୁ ତଥା

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

51 ସେ ଆପଣାଠାରୁ ଏହା କହିଲେ ନାହିଁ, କିନ୍ତୁ ସେ ସେହି ବର୍ଷର ମହାଯାଜକ ଥିବାରୁ ଯୀଶୁ ଯେ ଜାତି ନିମନ୍ତେ,

Gade chapit la Kopi

ଓଡିଆ ବାଇବେଲ

51 ସେ ଆପଣାଠାରୁ ଏହା କହିଲେ ନାହିଁ, କିନ୍ତୁ ସେ ସେହି ବର୍ଷର ମହାଯାଜକ ଥିବାରୁ ଯୀଶୁ ଯେ ଜାତି ନିମନ୍ତେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

51 ସେ ଆପଣାଠାରୁ ଏହା କହିଲେ ନାହିଁ, କିନ୍ତୁ ସେ ସେହି ବର୍ଷର ମହାଯାଜକ ଥିବାରୁ ଯୀଶୁ ଯେ ଜାତି ନିମନ୍ତେ,

Gade chapit la Kopi

ପବିତ୍ର ବାଇବଲ

51 କୟାଫା ନିଜେ ସେହି କଥା ଭାବି ପାରି ନ ଥିଲେ। ଯେ ସେ ବାସ୍ତବରେ ଭବିଷ୍ୟ‌‌‌ଦ୍‌‌‌ବାଣୀ କରିଥିଲେ, ଯୀଶୁ ଯିହୂଦୀୟ ଜାତି ପାଇଁ ପ୍ରାଣ ଦେବେ।

Gade chapit la Kopi




ଯୋହନ 11:51
23 Referans Kwoze  

କାରଣ ଖ୍ରୀଷ୍ଟ ସମ୍ପୂର୍ଣ୍ଣ ନିଷ୍ଠାପ ଥିଲେ ସୁଦ୍ଧା, ଈଶ୍ୱର ତାଙ୍କୁ ଆମ ପାଇଁ ପାପ ସ୍ୱରୂପ କଲେ, ଆମେ ଯେପିର ତାଙ୍କ ସହିତ ଯଂଯୁକ୍ତ ହୋଇ ଈଶ୍ୱରଙ୍କ ଧାର୍ମିକତାର ଅଂଶୀ ହୋଇ ପାରିବା।


ମାତ୍ର ଖ୍ରୀଷ୍ଟ ଆମ ପାଇଁ ଅଭିଶପ୍ତ ହୋଇ ବ୍ୟବସ୍ଥାରେ ଉଲ୍ଲିଖିତ ଅଭିଶାପରୁ ଆମକୁ ମୁକ୍ତ କରିଛନ୍ତି। ଧର୍ମଶାସ୍ତ୍ରରେ ଲେଖାଅଛି, “ଯେ ବୃକ୍ଷରେ ଟଙ୍ଗାଯାଇ ମୃତ୍ୟୁଦଣ୍ଡ ଭୋଗ କରେ, ସେ ଈଶ୍ୱରଙ୍କ ଦ୍ୱାରା ଅଭିଶପ୍ତ!”


ପ୍ରେରଣାପୂର୍ଣ୍ଣ ଧର୍ମପ୍ରଚାର କରିବାକୁ ମୋର ଶକ୍ତି ଥାଇପାରେ। ସମସ୍ତ ବିଷୟରେ ଜ୍ଞାନ ଥାଇପାରେ, ସମସ୍ତ ନିଗୂଢ଼ ତତ୍ତ୍ୱ ବୁଝିବାକୁ ଶକ୍ତି ଥାଇପାରେ, ବିଶ୍ୱାସ ବଳରେ ପାହାଡ଼ ଘୁଞ୍ଚାଇବା ସାମର୍ଥ୍ୟ ଥାଇପାରେ; ତଥାପି ମୋର ପ୍ରେମ ନ ଥିଲେ, ମୁଁ କିଛି ନୁହେଁ।


ମୁଁ ସେହିପରି ମୋ’ ମେଷମାନଙ୍କୁ ମଧ୍ୟ ଜାଣେ ଏବଂ ସେମାନେ ମଧ୍ୟ ମୋତେ ଜାଣନ୍ତି। ମୁଁ ସେମାନଙ୍କ ପାଇଁ ମୋ ଜୀବନ ଦେବାକୁ ପ୍ରସ୍ତୁତ।


ଯେପରି ମନୁଷ୍ୟପୁତ୍ର ସେବା ପାଇବା ପାଇଁ ଆସି ନାହାନ୍ତି - ସେବା କରି ଅନ୍ୟମାନଙ୍କର ମୁକ୍ତି ପାଇଁ ନିଜର ପ୍ରାଣ ବିସର୍ଜନ କରିବାକୁ ଆସିଛନ୍ତି।”


ତୁମ୍ଭମାନଙ୍କୁ ଈଶ୍ୱରଙ୍କ ନିକଟକୁ କଢ଼ାଇ ଆଣିବା ପାଇଁ ଖ୍ରୀଷ୍ଟ ନିଜେ ଧାମର୍ମିକ ହୋଇ ଅଧାର୍ମିକମାନଙ୍କ ପାପର ପ୍ରାୟଶ୍ଚିତ ନିମନ୍ତେ ନିଜର ପ୍ରାଣ ଦେଲେ। ଏହି ପ୍ରାୟଶ୍ଚିତ ସେ ଏକାଥରକେ ଅନନ୍ତ କାଳ ପାଇଁ ସାଧନ କରିଛନ୍ତି। ସେ ଶାରୀରିକ ଭାବରେ ହତ ହେଲେ, କିନ୍ତୁ ଆତ୍ମିକ ଭାବରେ ସଞ୍ଜୀବିତ ହେଲେ


ଆମ୍ଭମାନେ ଯେପରି ପାପ ପ୍ରତି ମୃତ ହେବୁ ଓ ଧର୍ମ ଜୀବନ ଯାପନ କରିବୁ, ଏଥିପାଇଁ ଖୀଷ୍ଟ କ୍ରୁଶ ଉପରେ ନିଜ ଶରୀରରେ ଆମ ପାପ ବୋଝ ବହନ କଲେ। ତାଙ୍କ ଶରୀରର ସେହି କ୍ଷତ ଦ୍ୱାରା ତୁମ୍ଭେମାନେ ସୁସ୍ଥ ହୋଇଛ।


ସେମାନଙ୍କ ମଧ୍ୟରୁ ସେହି ବର୍ଷ ପାଇଁ ମନୋନୀତ ହୋଇଥିବା ପ୍ରଧାନ ଯାଜକ କୟାଫା କହିଲେ, “ତୁମେମାନେ କେଡ଼େ ନିର୍ବୋଧ!


ଏବଂ ପ୍ରଥମେ ହାନାନ୍ଙ୍କ ନିକଟକୁ ନେଇଗଲେ। ହାନାନ୍ ସେହି ବର୍ଷର ପ୍ରଧାନ ଯାଜକ କୟାଫାଙ୍କ ଶ୍ୱଶୁର ଥିଲେ।


ସେହହି ଖ୍ରୀଷ୍ଟନିଜେ ଆମର ତଥା ସମଗ୍ର ମାନବ ଜାତିର ପାପ କ୍ଷମା ନିମନ୍ତେ ପ୍ରାୟଶ୍ଜିତ୍ତ ସ୍ୱରୂପ ହୋଇଛନ୍ତି।


Swiv nou:

Piblisite


Piblisite