Biblia Todo Logo
Bib sou entènèt

- Piblisite -




ଯୋହନ 11:4 - ପବିତ୍ର ବାଇବଲ (CL) NT (BSI)

4 ଏ ଖବର ଶୁଣି ଯୀଶୁ କହିଲେ, “ଏ ରୋଗରେ ଲାଜାର ମରିବ ନାହିଁ। କିନ୍ତୁ ଏହା ଦ୍ୱାରା ଈଶ୍ୱର ମହିମାନ୍ୱିତ ହେବେ ଓ ସେଥି ସଙ୍ଗେ ଈଶ୍ୱରଙ୍କ ପୁତ୍ର ମଧ୍ୟ ଗୌରବ ପାଇବେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 କିନ୍ତୁ ଯୀଶୁ ତାହା ଶୁଣି କହିଲେ, ଏହି ପୀଡ଼ା ମୃତ୍ୟୁ ନିମନ୍ତେ ନୁହେଁ, ମାତ୍ର ଈଶ୍ଵରଙ୍କ ଗୌରବ ନିମନ୍ତେ, ଯେପରି ତଦ୍ଦ୍ଵାରା ଈଶ୍ଵରଙ୍କ ପୁତ୍ର ଗୌରବପ୍ରାପ୍ତ ହୁଅନ୍ତି।

Gade chapit la Kopi

ଓଡିଆ ବାଇବେଲ

4 କିନ୍ତୁ ଯୀଶୁ ତାହା ଶୁଣି କହିଲେ, ଏହି ପୀଡ଼ା ମୃତ୍ୟୁ ନିମନ୍ତେ ନୁହେଁ, ମାତ୍ର ଈଶ୍ୱରଙ୍କ ଗୌରବ ନିମନ୍ତେ, ଯେପରି ତଦ୍ଵାରା ଈଶ୍ୱରଙ୍କ ପୁତ୍ର ଗୌରବପ୍ରାପ୍ତ ହୁଅନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 କିନ୍ତୁ ଯୀଶୁ ତାହା ଶୁଣି କହିଲେ, “ଏହି ପୀଡ଼ା ମୃତ୍ୟୁ ନିମନ୍ତେ ନୁହେଁ, ମାତ୍ର ଈଶ୍ବରଙ୍କ ଗୌରବ ନିମନ୍ତେ, ଯେପରି ତଦ୍ୱାରା ଈଶ୍ବରଙ୍କ ପୁତ୍ର ଗୌରବପ୍ରାପ୍ତ ହୁଅନ୍ତି।”

Gade chapit la Kopi

ପବିତ୍ର ବାଇବଲ

4 ଯୀଶୁ ଏହି କଥା ଶୁଣି କହିଲେ, “ତାହାର ପୀଡ଼ା ମୃତ୍ୟୁଜନକ ନୁହେଁ। କିନ୍ତୁ ତା'ର ଅସୁସ୍ଥତା ପରମେଶ୍ୱରଙ୍କର ଗୌରବ ନିମନ୍ତେ। ପରମେଶ୍ୱରଙ୍କର ପୁତ୍ର ଏହା ଦ୍ୱାରା ଗୌରବାନ୍ୱିତ ହେବେ।”

Gade chapit la Kopi




ଯୋହନ 11:4
20 Referans Kwoze  

ଯୀଶୁ ତାଙ୍କୁ କହିଲେ, “ତୁମେ ବିଶ୍ୱାସ କଲେ, ଈଶ୍ୱରଙ୍କ ମହିମା ଦେଖିବ ବୋଲି ମୁଁ କ’ଣ କହି ନ ଥିଲି?”


ଯୀଶୁ ଉତ୍ତର ଦେଲେ - “ତା’ର କିମ୍ବା ତା’ ପିତାମାତାଙ୍କର ପାପ- କୌଣସିଟି ଏହାର କାରଣ ନୁହେଁ। ଈଶ୍ୱରଙ୍କ ଶକ୍ତି ତା’ଠାରେ ପ୍ରକାଶ ପାଇବ ବୋଲି ସେ ଆଜି ଅନ୍ଧ।


ଖ୍ରୀଷ୍ଟଙ୍କ ଅନୁଗାମୀ ହୋଇଥିବାରୁ ଅପମାନିତ ହେଲେ, ତୁମ୍ଭେମାନେ ପ୍ରକୃତରେ ଧନ୍ୟ, କାରଣ ଈଶ୍ୱରଙ୍କ ଗୌରବମୟ ଆତ୍ମା ତୁମଠାରେ ଅଧିଷ୍ଠାନ କରିଛନ୍ତି।


ତାହାହେଲେ ପିତା ଯେପରି ସମ୍ମାନିତ ହେବେ- ଯେ ପୁତ୍ରଙ୍କୁ ସମ୍ମାନ ଦିଏ ନାହିଁ, ତାଙ୍କ ପ୍ରେରଣକର୍ତ୍ତା ପିତାଙ୍କୁ ମଧ୍ୟ ସେ ସମ୍ମାନିତ କରେ ନାହିଁ।


ପିତା, ଜଗତର ସୃଷ୍ଟି ପୂର୍ବରୁ ତୁମ ସହିତ ମୋର ଯେଉଁ ଗୌରବ ଥିଲା, ବର୍ତ୍ତମାନ ତୁମର ଉପସ୍ଥିତିରେ ସେହି ଗୌରବ ମୋତେ ପ୍ରଦାନ କର।


ଯୀଶୁ ତାଙ୍କର ଏହି ପ୍ରଥମ ଅଲୌକିକ କାର୍ଯ୍ୟ ଗାଲିଲୀର କାନ୍ନା ସହରରେ କରିଥିଲେ। ସେଠାରେ ସେ ତାଙ୍କର ମହିମା ପ୍ରକାଶ କଲେ ଏବଂ ଶିଷ୍ୟମାନେ ତାଙ୍କଠାରେ ବିଶ୍ୱାସ କଲେ।


ଯେ ପ୍ରଚାର କରେ, ସେ ଈଶ୍ୱରଙ୍କ ବର୍ତ୍ତା ପ୍ରଚାର କରୁ। ଯେ ସେବା କରେ, ଈଶ୍ୱରତାକୁ ଦେଇଥିବା ଶକ୍ତି ଅନୁସାରେ ସେ ସେବା କରୁ। ତା’ ହେଲେ, ଈଶ୍ୱର ସବୁ ବିଷୟରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଗୌରବାନ୍ୱିତ ହେବେ। ଯୁଗେ ଯୁଗେ ମହିମା ସ ପରାକ୍ରମ ତାହାଙ୍କର।


ଜୀବନରେ ଅବା ମରଣରେ, ମୋର କର୍ତ୍ତବ୍ୟରେ ଅବହେଳା ନ କରି ସବୁ ସମୟରେ ଓ ବିଶେଷରେ ଏହି ଦୁର୍ଦ୍ଦିନରେ ସାହସିକ ହୋଇ ସମ୍ପୂର୍ଣ୍ଣଭାବେ ଯେପରି ମୁଁ ଖ୍ରୀଷ୍ଟଙ୍କୁ ଗୌରବାନ୍ୱିତ କରିବି, ଏହା ହିଁ ମୋର ଏକାନ୍ତ ଆଶା ଓ ଆକାଂକ୍ଷା।


ଏହି ସବୁ କଥା କହିସାରିବା ପରେ, ଯୀଶୁ ଊଦ୍ଧ୍ୱର୍ମୁଖ ହୋଇ ପ୍ରାର୍ଥନା କଲେ; “ପିତା, ମୋର ସମୟ ଉପସ୍ଥିତ। ତୁମ ପୁତ୍ରଙ୍କୁ ମହିମାନ୍ୱିତ କର। ତା’ହେଲେ ପୁତ୍ର ମଧ୍ୟ ତୁମକୁ ମହିମାନ୍ୱିତ କର। ତା’ହେଲେ ପୁତ୍ର ମଧ୍ୟ ତୁମକୁ ମହିମାନ୍ୱିତ କରିବେ।


ଫାରୁଶୀମାନେ ସେହି ଜନ୍ମାନ୍ଧକୁ ଆଉ ଥରେ ଡାକି କହିଲେ, “ଈଶ୍ୱରଙ୍କ ସମ୍ମୁଖରେ ଶପଥ କରି କହ, ତୁ ସତ କହିବୁ। ଆମେ ଜାଣୁ, ଯେଉଁ ଲୋକ ତୋତେ ଦୃଷ୍ଟି ଶକ୍ତି ଦେଇଛି, ସେ ଜଣେ ପାପୀ।”


ଯୀଶୁ ଉତ୍ତର ଦେଲେ: “ମୁଁ ଯଦି ନିଜକୁ ଗୌରବାନ୍ୱିତ କରିବାକୁ ଚେଷ୍ଟା କରୁଥାଆନ୍ତି, ଏହାର କିଛି ମୂଲ୍ୟ ରହନ୍ତା ନାହିଁ। ଯେ ମୋତେ ଗୌରବାନ୍ୱିତ କରନ୍ତି, ସେ ମୋର ପିତା- ଯାହାଙ୍କୁ ତୁମ୍ଭମାନଙ୍କର ଈଶ୍ୱର ବୋଲି କହୁଛ।


ମୁଁ ପ୍ରଶ୍ନ କରେ: ଇହୁଦୀମାନେ ଝୁଣ୍ଟି ପଡ଼ିବା ଦ୍ୱାରା କଅଣ ବିନଷ୍ଟ ହେଲେ? କେବେ ନୁର୍ହେ। ସେମାନେ ପାପ କରିବାରୁ, ସେମାନଙ୍କୁ ଈର୍ଷାନ୍ୱିତ କରିବା ପାଇଁ ଅଣଇହୁଦୀମାନଙ୍କୁ ପରିତ୍ରାଣର ଅଧିକାରୀ କରାଗଲା।


ମୋର ଯାହା କିଛି ଅଛି, ସବୁ ତୁମର ଓ ତୁମର ଯାହା କିଛି ଅଛି, ସବୁ ମୋର ଏବଂ ଏମାନଙ୍କ ଦ୍ୱାରା ମୁଁ ଗୌରବାନ୍ୱିତ।


ପିତା, ତୁମ ନାମ ମହିମାନ୍ୱିତ ହେଉ।” ଏହି ସମୟରେ ଊଦ୍ଧ୍ୱର୍ରୁ ଏକ ବାଣୀ ଶୁଣାଗଲା, “ଆମେ ତାହାକୁ ମହିମାନ୍ୱିତ କରିଛୁ ଏବଂ ପୁନର୍ବାର କରିବୁ।”


ତାଙ୍କ ଯୋଗୁଁ ତୁମ୍ଭେମାନେ ଈଶ୍ୱରବିଶ୍ୱାସୀ ହୋଇଛ। ତାଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରାଇ ମହିମାନ୍ୱିତ କରିଥିବା ଈଶ୍ୱରଙ୍କ ଉପରେ ତୁମ୍ର ବିଶ୍ୱାସ ଓ ଭରସା ଦୃଢ଼ ହୋଇଛି।


ଓ ଈଶ୍ୱରଙ୍କ ଗୌରବ ଓ ପ୍ରଶଂସା ନିମନ୍ତେ ତୁମ୍ଭମାନଙ୍କର ଜୀବନ ଯୀଶୁ ଖ୍ରୀଷ୍ଟଙ୍କ ପ୍ରଦତ୍ତ ସମସ୍ତ ସଦ୍ଗୁଣରେ ପରିପୂର୍ଣ୍ଣ ହେବ।


କିନ୍ତୁ ଯଦି ମୁଁ ତାଙ୍କ ଇଚ୍ଛା ସାଧନ କରୁଥାଏ, ତା’ ହେଲେ ମୋତେ ବିଶ୍ୱାସ ନ କଲେ ସୁଦ୍ଧା, ଅନ୍ତତଃ ମୋ’ କାର୍ଯ୍ୟ ଦେଖି ବିଶ୍ୱାସ କର। ତେବେ ତୁମ୍ଭେମାନେ ନିଶ୍ଚିତଭାବେ ଜାଣି ପାରିବ, ମୋ’ ପିତା ଈଶ୍ୱର ମୋ’ଠାରେ ବିଦ୍ୟମାନ।”


Swiv nou:

Piblisite


Piblisite