Biblia Todo Logo
Bib sou entènèt

- Piblisite -




ଯୋହନ 11:11 - ପବିତ୍ର ବାଇବଲ (CL) NT (BSI)

11 ଏ କଥା ଶେଷ କରି ଯୀଶୁ କହିଲେ, “ଆମ୍ଭମାନଙ୍କର ବନ୍ଧୁ ଲାଜାର ଏବେ ନିଦ୍ରିତ। ମୁଁ ଯାଇ ତାଙ୍କୁ ଉଠାଇବି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ସେ ଏସମସ୍ତ କଥା କହିଲା ଉତ୍ତାରେ ସେମାନଙ୍କୁ ଆହୁରି କହିଲେ, ଆମ୍ଭମାନଙ୍କ ବନ୍ଧୁ ଲାଜାର ନିଦ୍ରା ଯାଇଅଛନ୍ତି, କିନ୍ତୁ ତାଙ୍କୁ ନିଦ୍ରାରୁ ଉଠାଇବା ନିମନ୍ତେ ମୁଁ ଯାଉଅଛି।

Gade chapit la Kopi

ଓଡିଆ ବାଇବେଲ

11 ସେ ଏସମସ୍ତ କଥା କହିଲା ଉତ୍ତାରେ ସେମାନଙ୍କୁ ଆହୁରି କହିଲେ, ଆମ୍ଭମାନଙ୍କ ବନ୍ଧୁ ଲାଜାର ନିଦ୍ରା ଯାଇଅଛନ୍ତି, କିନ୍ତୁ ତାଙ୍କୁ ନିଦ୍ରାରୁ ଉଠାଇବା ନିମନ୍ତେ ମୁଁ ଯାଉଅଛି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ସେ ଏସମସ୍ତ କଥା କହିଲା ଉତ୍ତାରେ ସେମାନଙ୍କୁ ଆହୁରି କହିଲେ, “ଆମ୍ଭମାନଙ୍କ ବନ୍ଧୁ ଲାଜାର ନିଦ୍ରା ଯାଇଅଛନ୍ତି, କିନ୍ତୁ ତାହାଙ୍କୁ ନିଦ୍ରାରୁ ଉଠାଇବା ନିମନ୍ତେ ମୁଁ ଯାଉଅଛି।”

Gade chapit la Kopi

ପବିତ୍ର ବାଇବଲ

11 ଯୀଶୁ ଏ କଥା କହିବା ସାରିବା ପରେ, କହିଲେ, “ଆମ୍ଭର ବନ୍ଧୁ ଲାଜାର ବର୍ତ୍ତମାନ ଶୋଇଛନ୍ତି। ମୁଁ ତାହାଙ୍କୁ ଉଠେଇବା ପାଇଁ ସେଠାକୁ ଯାଉଛି।”

Gade chapit la Kopi




ଯୋହନ 11:11
25 Referans Kwoze  

ଲାଜାର ମରିଯାଇଛି ବୋଲି ଯୀଶୁ ସୂଚନା ଦେଇଥିଲେ, କିନ୍ତୁ ସେ ସ୍ୱାଭାବିକଭାବେ ଶୋଇଛି ବୋଲି ସେମାନେ ଯୀଶୁଙ୍କ କଥାର ଅର୍ଥ କରିଥିଲେ।


ଖ୍ରୀଷ୍ଟଙ୍କ ପୁନରାଗମନ ସମୟରେ ଆମେ ଇହଜୀବନରେ ଥାଉ ବା ନ ଥାଉ, ତାଙ୍କ ସହିତ ଯେପରି ସଂଯୁକ୍ତ ହୋଇ ରହିବୁ, ଏଥିନିମନ୍ତେ ସେ ଆମ ପାଇଁ ମୃତ୍ୟୁଭୋଗ କଲେ।


ଶୁଣ, ମୁଁ ତୁମ୍ଭମାନଙ୍କୁ ଏକ ନିଗୂଢ଼ ସତ୍ୟ ଜଣାଉଛି। ଆମେ ସମସ୍ତେ ମୃତ୍ୟୁ ଭୋଗ କରିବା ନାହିଁ। କିନ୍ତୁ ଶେଷ ତୂରୀ ଧ୍ୱନି ହେବା ସମୟରେ, ଗୋଟିଏ ମୁହୂର୍ତ୍ତରେ, ଆଖି ପଲକରେ ଆମେ ସମସ୍ତେ ରୂପାନ୍ତରିତ ହେବା। ସେତେବେଳେ ମୃତମାନେ ଅମର ହୋଇ ଉତ୍ଥିତ ହେବେ ଏବଂ ଆମେ ସମସ୍ତେ ପରିବର୍ତ୍ତିତ ହେବା।


ସେ ଆଣ୍ଠୁମାଡ଼ି ଉଚ୍ଚ ସ୍ୱରରେ କହିଲେ, “ପ୍ରଭୁ! ଏମାନଙ୍କ ବିରୁଦ୍ଧରେ ଏହି ପାପ ସ୍ମରଣ କର ନାହିଁ।” ଏହା କହି ସେ ପ୍ରାଣତ୍ୟାଗ କଲେ। ସ୍ତିଫାନଙ୍କ ପ୍ରାଣଦଣ୍ଡକୁ ଶାଉଲ ଅନୁମୋଦନ କରିଥିଲେ।


ଏବଂ କବର ଖୋଲିଯାଇ ଅନେକ ଧାର୍ମିକ ମୃତ ବ୍ୟକ୍ତି ପୁନର୍ଜୀବିତ ହେଲେ।


କାରଣ ଆଲୋକ ସମସ୍ତ ବିଷୟର ପ୍ରକାଶକ। ସେଥିପାଇଁ ଏହିପରି ଲେଖାଅଛି: “ହେ ନିଦ୍ରିତ, ଜାଗ୍ରତ ହୁଅ ଓ ମୃତମାନଙ୍କ ମଧ୍ୟରୁ ଉତ୍ôଥତ ହୁଅ! ଖ୍ରୀଷ୍ଟଙ୍କ ଆଲୋକରେ ଉଦ୍ଭାସିତ ହୁଅ।”


ସେ ଭିତରକୁ ଯାଇ ସେମାନଙ୍କୁ କହିଲେ, “କାହିଁକି କୋଳାହଳ କରୁଛ? କାହିଁକି କାନ୍ଦୁଛ? ପିଲାଟି ମରି ନାହିଁ, ଶୋଇଛି।”


ଯୀଶୁ କହିଲେ, “ସମସ୍ତେ ଏଠାରୁ ବାହାରି ଯାଅ। ଝିଅଟି ମରି ନାହିଁ। କେବଳ ଶୋଇଛି।” ତାଙ୍କ କଥା ଶୁଣି ସେମାନେ ପରିହସ କଲେ।


ଏହା ଦ୍ୱାରା ଧର୍ମଶାସ୍ତ୍ର ଉକ୍ତି ସଫଳ ହେଲା: “ଅବ୍ରାହାମ ଈଶ୍ୱରଙ୍କୁ ବିଶ୍ୱାସ କଲେ ଏବଂ ତାଙ୍କର ବିଶ୍ୱାସ କଲେ ଏବଂ ତାଙ୍କର ବିଶ୍ୱାସ ହେତୁ ଈଶ୍ୱରଙ୍କ ଦୃଷ୍ଟିରେ ସେ ଧାର୍ମିକ ରୂପେ ଗଣ୍ୟ ହେଲେ।” ପୁଣି ଅବ୍ରାହାମ ଈଶ୍ୱରଙ୍କ ବନ୍ଧୁ ବୋଲି ପରିଚିତ ହେଲେ।


ତେଣୁ ସଂଯତ ହୁଅ, ପାପ କର ନାହିଁ। ତୁମ୍ଭମାନଙ୍କ ପକ୍ଷରେ ଗୋଟିଏ ଲଜ୍ଜାଜନକ ବିଷୟ ଏଠାରେ କହି ରଖୁଛି - ତୁମ୍ଭମାନଙ୍କ ମଧ୍ୟରୁ କେତେକେ ଈଶ୍ୱରଙ୍କୁ ଜାଣି ନାହାନ୍ତି।


ପୁଣି ଏହାର ଅର୍ଥ ହେବ ଯେ, ମୃତ୍ୟୁଭୋଗ କରିଥିବା ଖ୍ରୀଷ୍ଟବିଶ୍ୱାସୀମାନେ ମଧ୍ୟ ବିନଷ୍ଟ ହୋଇଛନ୍ତି।


ଏମାନଙ୍କର ଭାଇ ଲାଜାର ଅସୁସ୍ଥ ହୋଇ ପଡ଼ିବାରୁ ସେମାନେ ଯୀଶୁଙ୍କ ନିକଟକୁ ଖବର ପଠାଇଲେ: “ପ୍ରଭୁ, ଆପଣଙ୍କ ପ୍ରିୟ ବନ୍ଧୁ ପୀଡ଼ିତ ଅଛି।”


ମୋର ଏ କଥାର ତୁମ୍ଭେମାନେ ସାକ୍ଷୀ। ନବବଧୂ କେବଳ ବରର ନିଜସ୍ୱ। କିନ୍ତୁ ପାଶ୍ୱର୍ରେ ଠିଆ ହୋଇଥିବା ବରର ବନ୍ଧୁ ତା’ କଥା ଶୁଣି ଉତ୍ଫୁଲ ହୁଏ। ଏହି ପରିପୂର୍ଣ୍ଣ ଆନନ୍ଦ ମୁଁ ଏବେ ଉପଭୋଗ କରୁଛି।


କିନ୍ତୁ ରାତିରେ ଚାଲିଲେ ସେ ଝୁଣ୍ଟି ପଡ଼ିବ। କାରଣ ତା’ ଅନ୍ତରରେ ଜ୍ୟୋତି ନ ଥାଏ।”


ଶିଷ୍ୟମାନେ କହିଲେ: “ପ୍ରଭୁ! ସେ ଯଦି ଶୋଇଛନ୍ତି, ତେବେ ନିଶ୍ଚୟ ସୁସ୍ଥ ହୋଇ ଉଠିବେ।”


Swiv nou:

Piblisite


Piblisite