Biblia Todo Logo
Bib sou entènèt

- Piblisite -




ଯୋହନ 10:5 - ପବିତ୍ର ବାଇବଲ (CL) NT (BSI)

5 ସେମାନେ ଅଚିହ୍ନା ଲୋକକୁ ଅନୁସରଣ କରନ୍ତି ନାହିଁ, ବରଂ ତା’ ପାଖରୁ ଦୌଡ଼ି ପଳାଇଥାନ୍ତି, କାରଣ ସେମାନେ ତା’ ସ୍ୱର ଚିହ୍ନନ୍ତି ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 କିନ୍ତୁ ସେମାନେ ଅଚିହ୍ନା ଲୋକର ପଛେ ପଛେ କେବେ ହେଁ ଚାଲିବେ ନାହିଁ, ମାତ୍ର ତାହା ପାଖରୁ ପଳାଇଯିବେ, କାରଣ ସେମାନେ ଅଚିହ୍ନା ଲୋକମାନଙ୍କର ସ୍ଵର ଚିହ୍ନନ୍ତି ନାହିଁ।

Gade chapit la Kopi

ଓଡିଆ ବାଇବେଲ

5 କିନ୍ତୁ ସେମାନେ ଅଚିହ୍ନା ଲୋକର ପଛେ ପଛେ କେବେ ହେଁ ଚାଲିବେ ନାହିଁ, ମାତ୍ର ତାହା ପାଖରୁ ପଳାଇଯିବେ, କାରଣ ସେମାନେ ଅଚିହ୍ନା ଲୋକମାନଙ୍କର ସ୍ୱର ଚିହ୍ନନ୍ତି ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 କିନ୍ତୁ ସେମାନେ ଅଚିହ୍ନା ଲୋକର ପଛେ ପଛେ କେବେ ହେଁ ଚାଲିବେ ନାହିଁ, ମାତ୍ର ତାହା ପାଖରୁ ପଳାଇଯିବେ, କାରଣ ସେମାନେ ଅଚିହ୍ନା ଲୋକମାନଙ୍କର ସ୍ୱର ଚିହ୍ନନ୍ତି ନାହିଁ।”

Gade chapit la Kopi

ପବିତ୍ର ବାଇବଲ

5 କିନ୍ତୁ ମେଷମାନେ ଅପରିଚିତ ଲୋକର ଅନୁସରଣ କରନ୍ତି ନାହିଁ। ସେମାନେ ତା’ ପାଖରୁ ଦୌଡ଼ି ପଳାନ୍ତି, କାରଣ ସେମାନେ ଅପରିଚିତ ଲୋକର ସ୍ୱର ଚିହ୍ନନ୍ତି ନାହିଁ।”

Gade chapit la Kopi




ଯୋହନ 10:5
15 Referans Kwoze  

ତୁମର କାର୍ଯ୍ୟକଳାପ, କଠିନ ପରିଶ୍ରମ ଓ ଧୈର୍ଯ୍ୟ ବିଷୟ ମୁଁ ଜାଣେ। ମୁଁ ମଧ୍ୟ ଜାଣେ ଯେ, ତୁମେ ଦୁଷ୍କର୍ମମାନଙ୍କୁ ସହ୍ୟ କରିପାର ନାହିଁ। ଯେଉଁମାନେ ପ୍ରେରିତ ଶିଷ୍ୟ ବୋଲି ନିଜର ପରିଚୟ ଦିଅନ୍ତି, ଅଥଚ ପ୍ରକୃତରେ ଶିଷ୍ୟ ନୁହଁନ୍ତି, ପରୀକ୍ଷା କରି ସେମାନଙ୍କୁ ମିଥ୍ୟାବାଦୀ ବୋଲି ତୁମେ ପ୍ରମାଣିତ କରିଛ।


ଯୀଶୁ ସେମାନଙ୍କୁ କହିଲେ, “ଯାହା ଶୁଣୁଛ, ସେଥିପ୍ରତି ମନୋଯୋଗୀ ହୁଅ। ଯେଉଁ ମାନଦଣ୍ଡରେ ତୁମେ ଅନ୍ୟର ବିଚାର କର, ସେହି ମାନଦଣ୍ଡରେ, କିନ୍ତୁ ଅଧିକ କଠୋର ଭାବରେ ଈଶ୍ୱର ତୁମର ବିଚାର କରିବେ।


ସତ୍ୟ ଜାଣି ନ ଥିବାରୁ ଯେ ତୁମ୍ଭମାନଙ୍କୁ ଏପତ୍ର ଲେଖୁଛି- ସତ୍ୟରୁ କୌଣସି ମିଥ୍ୟାର ଉତ୍ପତ୍ତି ହୋଇପାରେ ନାହିଁ ବୋଲି ଜାଣିଛ।


ଏମାନେ ପ୍ରକୃତରେ ଆମ ଦଳରୁ ଲୋକ ନୁହଁନ୍ତି, ସେଥିପାଇଁ ଏମାନେ ଆମକୁ ପରିତ୍ୟାଗ କରିଛନ୍ତି- ଆମ ଦଳର ହୋଇଥିଲେ, ସେମାନେ ଆମ ସହିତ ରହି ଥାଆନ୍ତେ; ଆମଠାରୁ ଦୂରେଇ ଯିବା ଦ୍ୱାରା ସେମାନେ ଆମ ଦଳର ନୁହଁନ୍ତି ବୋଲି ସ୍ପଷ୍ଟ ପ୍ରମାଣିତ ହୋଇ ଯାଇଛି।


ଦିନ ଆସିବ, ଯେତେବେଳେ ଲୋକେ ସତ୍ଶିକ୍ଷାକୁ କର୍ଣ୍ଣପାତ କରିବେ ନାହିଁ - ସେମାନେ କେବଳ ନିଜ ନିଜର ଅଭିଳାଷ ଚରିତାର୍ଥ କରିବା ପାଇଁ ଲାଳାୟିତ ହେବେ ଏବଂ ଏ ଦିଗରେ ସେମାନଙ୍କୁ ସମର୍ଥନ କରୁଥିବା ଭଣ୍ଡ ଶିକ୍ଷକମାନଙ୍କୁ ସେମାନେ ସ୍ୱାଗତ କରିବେ।


“ସେଥିପାଇଁ ତୁମ୍ଭେମାନେ କିପରି ଶୁଣୁଛ, ସେ ବିଷୟରେ ସାବଧାନ ହୁଅ; କାରଣ ଯାହାର ଅଛି, ତାହାକୁ ଆହୁରି ଦିଆଯିବ, କିନ୍ତୁ ଯାହାର ନାହିଁ, ତାହାର ଯାହା କିଛି ଅଛି ବୋଲି ସେ ଭାବେ, ତାହା ମଧ୍ୟ ତା’ଠାରୁ ଛଡ଼ାଇ ନିଆଯିବ।”


ସେମାନଙ୍କୁ ବାହାରକୁ ଆଣିବାବେଳେ ଆଗେ ଆଗେ ମେଷପାଳକ ଚାଲେ ଓ ମେଷଗୁଡ଼ିକ ତା’ର ପଛେ ପଛେ ଚାଲନ୍ତି, କାରଣ ସେମାନେ ତା’ର ସ୍ୱର ଚିହ୍ନନ୍ତି।


ମୋର ଆହୁରି ଅନ୍ୟ ମେଷ ଅଛନ୍ତି, ଯେଉଁମାନେ ଏହି ପଲ ଭିତରେ ନାହାନ୍ତି। ସେମାନଙ୍କୁ ମଧ୍ୟ ମୋତେ ଆଣିବାକୁ ପଡ଼ିବ। ସେମାନେ ମୋର ଡାକ ଶୁଣିବେ ଏବଂ ସମସ୍ତେ ଗୋଟିଏ ମେଷପାଳକର ଗୋଟିଏ ପଲ ହୋଇ ରହିବେ।


Swiv nou:

Piblisite


Piblisite