Biblia Todo Logo
Bib sou entènèt

- Piblisite -




ଯୋହନ 10:41 - ପବିତ୍ର ବାଇବଲ (CL) NT (BSI)

41 ତାଙ୍କ ନିକଟକୁ ଅନେକ ଲୋକ ଆସିଲେ। ସେମାନେ କୁହାକୁହି ହେଲେ, “ଯୋହନ ନିଜେ କୌଣସି ଅଲୌକିକ କାର୍ଯ୍ୟ କରି ନ ଥିଲେ କିନ୍ତୁ ଏହାଙ୍କ ବିଷୟରେ ସେ ଯାହା କହିଥିଲେ, ତାହା ଯଥାର୍ଥ”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

41 ଆଉ, ଅନେକେ ତାହାଙ୍କ ନିକଟକୁ ଆସି କହିଲେ, ଯୋହନ ସିନା କୌଣସି ଆଶ୍ଚର୍ଯ୍ୟକର୍ମ କଲେ ନାହିଁ, କିନ୍ତୁ ଏହି ବ୍ୟକ୍ତିଙ୍କ ବିଷୟରେ ଯୋହନ ଯେସମସ୍ତ କଥା କହିଲେ, ସେହିସବୁ ସତ୍ୟ;

Gade chapit la Kopi

ଓଡିଆ ବାଇବେଲ

41 ଆଉ, ଅନେକେ ତାହାଙ୍କ ନିକଟକୁ ଆସି କହିଲେ, ଯୋହନ ସିନା କୌଣସି ଆଶ୍ଚର୍ଯ୍ୟକର୍ମ କଲେ ନାହିଁ, କିନ୍ତୁ ଏହି ବ୍ୟକ୍ତିଙ୍କ ବିଷୟରେ ଯୋହନ ଯେ ସମସ୍ତ କଥା କହିଲେ, ସେହି ସବୁ ସତ୍ୟ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

41 ଆଉ, ଅନେକେ ତାହାଙ୍କ ନିକଟକୁ ଆସି କହିଲେ, ଯୋହନ ସିନା କୌଣସି ଆଶ୍ଚର୍ଯ୍ୟକର୍ମ କଲେ ନାହିଁ, କିନ୍ତୁ ଏହି ବ୍ୟକ୍ତିଙ୍କ ବିଷୟରେ ଯୋହନ ଯେ ସମସ୍ତ କଥା କହିଲେ, ସେହିସବୁ ସତ୍ୟ;

Gade chapit la Kopi

ପବିତ୍ର ବାଇବଲ

41 ତାହାଙ୍କ ପାଖକୁ ଅନେକ ଲୋକ ଆସିଲେ। ଲୋକମାନେ କହିଲେ, “ଯୋହନ ଯଦ୍ୟପି କୌଣସି ଆଶ୍ଚର୍ଯ୍ୟ କାର୍ଯ୍ୟ କରି ନ ଥିଲେ, କିନ୍ତୁ ସେ ଏହି ଲୋକ ବିଷୟରେ ଯାହା କହିଥିଲେ, ତାହା ସବୁ ସତ୍ୟ।”

Gade chapit la Kopi




ଯୋହନ 10:41
12 Referans Kwoze  

ଯୀଶୁ ତାଙ୍କର ଏହି ପ୍ରଥମ ଅଲୌକିକ କାର୍ଯ୍ୟ ଗାଲିଲୀର କାନ୍ନା ସହରରେ କରିଥିଲେ। ସେଠାରେ ସେ ତାଙ୍କର ମହିମା ପ୍ରକାଶ କଲେ ଏବଂ ଶିଷ୍ୟମାନେ ତାଙ୍କଠାରେ ବିଶ୍ୱାସ କଲେ।


ସେ ମୋ’ ପରେ ଆସୁଛନ୍ତି। ତାଙ୍କ ପାଦୁକାର ବନ୍ଧନ ଖୋଲି ଦେବାକୁ ମଧ୍ୟ ମୁଁ ଅଯୋଗ୍ୟ।”


ହଜାର ହଜାର ଲୋକଙ୍କ ସମାଗମ ଭିତରେ, ସେମାନେ ପରସ୍ପର ଉପରେ ମାଡ଼ି ପଡ଼ୁଥିବା ବେଳେ, ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ କହିଲେ, “ଫାରୁଶୀମାନଙ୍କ ଖମୀର ଅର୍ଥାତ୍ ସେମାନଙ୍କ କପଟତା ବିଷୟରେ ସାବଧାନ ହୁଅ।


ଦିନେ ଯୀଶୁ ଗିନେସରତ୍ ହ୍ରଦ କୂଳରେ ଛିଡ଼ା ହୋଇଥିଲେ ଓ ଲୋକମାନେ ତାଙ୍କଠାରୁ ଈଶ୍ୱରଙ୍କ ବାକ୍ୟ ଶୁଣିବା ପାଇଁ ତାଙ୍କ ଉପରେ ମାଡ଼ି ପଡ଼ୁଥିଲେ।


ତାଙ୍କୁ ଯାଇ ସେମାନେ କହିଲେ, “ସମସ୍ତେ ଆପଣଙ୍କୁ ଖୋଜୁଛନ୍ତି।”


ସେ ତାଙ୍କ କର୍ମଚାରୀମାନଙ୍କୁ କହିଲେ, “ଏ ନିଶ୍ଚୟ ଜଳଦୀକ୍ଷାଦାତା ଯୋହନ-ପୁନର୍ଜନ୍ମ ପାଇ ଫେରି ଆସିଛନ୍ତି। ସେଥିପାଇଁ ତାଙ୍କର ଅଲୌକିକ କାର୍ଯ୍ୟ କରିବାର ଶକ୍ତି ଅଛି।”


Swiv nou:

Piblisite


Piblisite