Biblia Todo Logo
Bib sou entènèt

- Piblisite -




ଯୋହନ 10:16 - ପବିତ୍ର ବାଇବଲ (CL) NT (BSI)

16 ମୋର ଆହୁରି ଅନ୍ୟ ମେଷ ଅଛନ୍ତି, ଯେଉଁମାନେ ଏହି ପଲ ଭିତରେ ନାହାନ୍ତି। ସେମାନଙ୍କୁ ମଧ୍ୟ ମୋତେ ଆଣିବାକୁ ପଡ଼ିବ। ସେମାନେ ମୋର ଡାକ ଶୁଣିବେ ଏବଂ ସମସ୍ତେ ଗୋଟିଏ ମେଷପାଳକର ଗୋଟିଏ ପଲ ହୋଇ ରହିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ଯେଉଁ ମେଷଗୁଡ଼ିକ ଏହି ମେଷଶାଳାର ନୁହନ୍ତି, ମୋହର ଏପରି ଅନ୍ୟ ମେଷଗୁଡ଼ିକ ଅଛନ୍ତି, ସେମାନଙ୍କୁ ମଧ୍ୟ ମୋତେ ଆଣିବାକୁ ହେବ, ପୁଣି ସେମାନେ ମୋହର ସ୍ଵର ଶୁଣିବେ; ସେଥିରେ ଗୋଟିଏ ପଲ ଓ ଗୋଟିଏ ପାଳକ ହେବେ।

Gade chapit la Kopi

ଓଡିଆ ବାଇବେଲ

16 ଯେଉଁ ମେଷଗୁଡ଼ିକ ଏହି ମେଷଶାଳାର ନୁହଁନ୍ତି, ମୋହର ଏପରି ଅନ୍ୟ ମେଷଗୁଡ଼ିକ ଅଛନ୍ତି, ସେମାନଙ୍କୁ ମଧ୍ୟ ମୋତେ ଆଣିବାକୁ ହେବ, ପୁଣି, ସେମାନେ ମୋହର ସ୍ୱର ଶୁଣିବେ; ସେଥିରେ ଗୋଟିଏ ପଲ ଓ ଗୋଟିଏ ପାଳକ ହେବେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଯେଉଁ ମେଷଗୁଡ଼ିକ ଏହି ମେଷଶାଳାର ନୁହଁନ୍ତି, ମୋହର ଏପରି ଅନ୍ୟ ମେଷଗୁଡ଼ିକ ଅଛନ୍ତି, ସେମାନଙ୍କୁ ମଧ୍ୟ ମୋତେ ଆଣିବାକୁ ହେବ, ପୁଣି, ସେମାନେ ମୋହର ସ୍ୱର ଶୁଣିବେ; ସେଥିରେ ଗୋଟିଏ ପଲ ଓ ଗୋଟିଏ ପାଳକ ହେବେ।

Gade chapit la Kopi

ପବିତ୍ର ବାଇବଲ

16 ମୋର ଅନ୍ୟ ମେଷମାନେ ମଧ୍ୟ ଅଛନ୍ତି। ସେମାନେ ଏହି ପଲରେ ନାହାନ୍ତି। ମୁଁ ସେମାନଙ୍କୁ ମଧ୍ୟ ଆଣିବି। ସେମାନେ ମୋର ସ୍ୱର ଶୁଣିବେ। ଭବିଷ୍ୟତରେ ଗୋଟିଏ ପଲ ହେବ ଓ ସେ ପଲର ଜଣେ ମେଷପାଳକ ହେବେ।

Gade chapit la Kopi




ଯୋହନ 10:16
48 Referans Kwoze  

ମେଷମାନଙ୍କ ତୁଲ୍ୟ ତୁମ୍ଭେମାନେ ବିପଥଗାମୀ ହୋଇଥଲ। ବର୍ତ୍ତମାନ ତୁମ୍ଭମାନଙ୍କର ମେଷପାଳକ ଓ ଆତ୍ମଶର ରକ୍ଷକଙ୍କୁ ଅନୁସରଣ କରିବା ନିମନ୍ତେ ବାହୁଡ଼ି ଆସିଛ।


ଛିନ୍ନଭିନ୍ନ ହୋଇଥିବା ଈଶ୍ୱରଙ୍କ ଲୋକମାନଙ୍କୁ ଗୋଟିଏ ଗୋଷ୍ଠୀରେ ଏକତ୍ରିତ କରାଇବା ପାଇଁ ଯୀଶୁ ମୃତ୍ୟୁବରଣ କରିବେ।


ଯେଉଁମାନଙ୍କୁ ମୋ’ ପିତା ମୋତେ ଦେଇଛନ୍ତି, ସେମାନେ ମୋ’ ନିକଟକୁ ଆସିବେ। ଯେ କେହି ମୋ’ ପାଖକୁ ଆସିବ, ମୁଁ କେବେ ତାକୁ ଫେରାଇ ଦେବି ନାହିଁ।


ମୋ’ ମେଷମାନେ ମୋର ଡାକ ଶୁଣନ୍ତି। ମୁଁ ସେମାନଙ୍କୁ ଜାଣେ ଏବଂ ସେମାନେ ମୋତେ ଅନୁସରଣ କରନ୍ତି।


“ମୁଁ ଶ୍ରେଷ୍ଠ ମେଷପାଳକ। ମେଷମାନଙ୍କ ପାଇଁ ମୁଁ ପ୍ରାଣ ଦେବାକୁ ପ୍ରସ୍ତୁତ।


ଦେଖ! ମୁଁ ବାହାରେ ଠିଆହୋଇ ଦ୍ୱାରରେ ଆଘାତ କରୁଛି; ଯଦି କେହି ମୋର ସ୍ୱର ଶୁଣି ଦ୍ୱାର ଖୋଲି ଦିଏ, ମୁଁ ତା’ ଘର ଭିତରକୁ ଆସି ତା’ ସହିତ ଭୋଜନ କରିବି ଏବଂ ସେ ମୋ’ ସହିତ ଭୋଜନ କରିବ।


ପୂର୍ବେ ତୁମ୍ଭମାନେ ଈଶ୍ୱରଙ୍କ ଦୟା ସମ୍ବନ୍ଧରେ ଅଜ୍ଞ ଥିଲ, ର୍ବତ୍ତମାନ ତାଙ୍କ ଦୟାର ପାତ୍ର ହୋଇଛ।


ତେଣୁ ହେ ଭାଇମାନେ, ତୁମ୍ଭମାନଙ୍କ ନିମନ୍ତେ ଈଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେବା ଉଚିତ୍। କାରଣ ପ୍ରଭୁ ତୁମ୍ଭମାନଙ୍କୁ ପ୍ରେମ କରନ୍ତି। ସତ୍ୟରେ ତୁମ୍ଭମାନଙ୍କର ବିଶ୍ୱାସ ଯୋଗୁଁ ଈଶ୍ୱର ତୁମକୁ ସର୍ବାଗ୍ରେ ମନୋନୀତ କରିଛନ୍ତି - ଯେପରି ପବିତ୍ର ଆତ୍ମାଙ୍କ ଶକ୍ତିରେ ତୁମ୍ଭେମାନେ ପରିତ୍ରାଣ ପାଇବ ଓ ଏକ ପବିତ୍ର ଗୋଷ୍ଠୀ ହେବ।


ପିତର ଏହା କହିବାବେଳେ ଗୋଟିଏ ଉଜ୍ଜଳ ମେଘ ସେମାନେ ମୁଣ୍ଡ ଉପରକୁ ଭାସି ଆସିଲାଓ ସେଥରୁ ଗେଟିଏ ସ୍ୱର ଶୁଭିଲା, “ଏ ମୋର ପ୍ରୟ ପୁତ୍ର, ଏହାଙ୍କଠାରେ ମୁଁ ଅତ୍ୟନ୍ତ ପ୍ରୀତ। ତାଙ୍କ କଥା ମନଦେଇ ଶୁଣ।”


ସେ କହିଲେ, ‘ଆମ ପୂର୍ବପୁରୁଷମାନଙ୍କର ପ୍ରଭୁ ତୁମକୁ ତାଙ୍କର ଅଭିମତ ଜାଣିବା ପାଇଁ, ତାଙ୍କର ଧାର୍ମିକ ସେବକଙ୍କୁ ଦେଖିବା ପାଇଁ ଓ ତାଙ୍କର କଥା ଶୁଣିବା ପାଇଁ ମନୋନୀତ କରିଛନ୍ତି।


କାରଣ ମୁଁ ତୁମ ସଙ୍ଗେ ସଙ୍ଗେ ଅଛି। କେହି ତୁମର କ୍ଷତି କରିପାରିବ ନାହିଁ, କାରଣ ଏହି ନଗରରେ ମୋର ଅନେକ ଲୋକ ଅଛନ୍ତି।”


ଈଶ୍ୱର କିପରି ଅନୁଗ୍ରହ କରି ଅଣଇହୁଦୀମାନଙ୍କ ମଧ୍ୟରୁ କେତେକଙ୍କୁ ତାଙ୍କ ପାଇଁ ମନୋନୀତ କରିଛନ୍ତି, ଶିମୋନ ସେ କଥା ବୁଝାଇ ଦେଇଛନ୍ତି।


ଯେ ନିଜର ପ୍ରାଣବଳି ଦ୍ୱାରା ମେମଷମାନଙ୍କର ‘ପ୍ରଧାନ ମେଷପାଳକ’ ହୋଇଛନ୍ତି, ଆମ୍ଭମାନଙ୍କର ସେହି ପ୍ରଭୁ ଯୀଶୁଙ୍କୁ ଈଶ୍ୱର ମୃତ୍ୟରୁ ପୁନରୂତ୍ଥିତ କରିଛନ୍ତି। ସେହି ଯୀଶୁଙ୍କୁ ପ୍ରାଣବଳିର ରକ୍ତରେ ଏକ ଚିରସଥାୟୀ ଚୁକ୍ତି ମୁଦ୍ରାଙ୍କିତ ହୋଇଛି। ଶାନ୍ତିଦାତା ଈଶ୍ୱର ତାଙ୍କର ଇଚ୍ଛା ପାଳନ କରିବା ପାଇଁ ତୁମମାନଙ୍କର ପ୍ରୟୋଜନ ଅନୁସାରେ ସମସ୍ତ ଉତ୍ତମ ବିଷୟ ଦାନ କରନ୍ତୁ ଏବଂ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନଙ୍କ ଜୀବନରେ ତାଙ୍କର ସନ୍ତୋଷଜନକ କାର୍ଯ୍ୟ ସାଧନ କରନ୍ତୁ। ଯୁଗେ ଯୁଗେ ଖ୍ରୀଷ୍ଟଙ୍କର ମହିମା ହୋଉ। ଆମେନ୍।


ଯେ ଦ୍ୱାର ଦେଇ ପ୍ରବେଶ କରେ, ସେ ହେଉଛି ପଲର ମେଷପାଳକ।


ଯେତେବେଳେ “ପ୍ରଧାନ ମେଷପାଳକ” ଆଗମନ କରିବେ, ତୁମ୍ଭେମାନେ ଗୌରବର ମୁକୁଟ ପାଇବ। ତା’ର ଜ୍ୟୋତି କେବେ ମ୍ଳାନ ହେବ ନାର୍ହି।


ଦ୍ୱାରରକ୍ଷକ ତା’ ପାଇଁ ଦ୍ୱାର ଖୋଲି ଦିଏ ଏବଂ ସେ ନିଜ ମେଷମାନଙ୍କୁ ନାମ ଧରି ଡାକିଲେ, ସେମାନେ ତା’ର ଡାକ ଶୁଣନ୍ତି ଓ ସେ ସେହି ପଲଟିକୁ ବାହାରକୁ ବାଟ କଢ଼ାଇ ନେଇ ଆସେ।


ସେମାନଙ୍କୁ ବାହାରକୁ ଆଣିବାବେଳେ ଆଗେ ଆଗେ ମେଷପାଳକ ଚାଲେ ଓ ମେଷଗୁଡ଼ିକ ତା’ର ପଛେ ପଛେ ଚାଲନ୍ତି, କାରଣ ସେମାନେ ତା’ର ସ୍ୱର ଚିହ୍ନନ୍ତି।


ସେମାନେ ଅଚିହ୍ନା ଲୋକକୁ ଅନୁସରଣ କରନ୍ତି ନାହିଁ, ବରଂ ତା’ ପାଖରୁ ଦୌଡ଼ି ପଳାଇଥାନ୍ତି, କାରଣ ସେମାନେ ତା’ ସ୍ୱର ଚିହ୍ନନ୍ତି ନାହିଁ।”


“ମୁଁ କେବଳ ସେମାନଙ୍କ ପାଇଁ ଏହି ପ୍ରାର୍ଥନା କରୁ ନାହିଁ। ଯେଉଁମାନେ ସେମାନଙ୍କ ବାର୍ତ୍ତା ଶୁଣି ମୋ’ଠାରେ ବିଶ୍ୱାସ ସ୍ଥାପନ କରନ୍ତି,


ଭାଇମାନେ, ଏ ସମ୍ପର୍କରେ ଗୋଟିଏ ଗୁପ୍ତ ସତ୍ୟ ପ୍ରକାଶ କରୁଛି। ତା’ ଶୁରିଲେ, ତୁମ୍ଭେମାନେ ନିଜକୁ ଆଉ ଜ୍ଞାନୀ ବୋଲି ଭାବି ପାରିବ ନାହିଁ। ଇଶ୍ରାଏଲୀୟମାନଙ୍କ ଅବାଧ୍ୟତା ଚିରସ୍ଥାୟୀ ହୋଇ ରହିବ ନାହିଁ। ଅଣଇହୁଦୀମାନେ ସମସ୍ତେ ଈଶ୍ୱରଙ୍କ ନିକଟକୁ ଆସିବା ପର୍ଯ୍ୟନ୍ତ ସେମାନେ ସେପରି ରହିବେ।


“ମନେକର, ଜଣେ ସ୍ତ୍ରୀ ଲୋକର ଦଶଟି ରୌପ୍ୟ ମୁଦ୍ରା ଅଛି। ସେଥିରୁ ଗୋଟିଏ ହଜିଗଲା। ତେବେ ସେ କ’ଣ କରିବ? ସେ ଦୀପ ଜାଳି ଘର ଓଳାଇବ, ମୁଦ୍ରାଟି ପାଇଲା ପର୍ଯ୍ୟନ୍ତ ଚାରିଆଡ଼େ ଯତ୍ନ ସହକାରେ ଖୋଜିବ।


Swiv nou:

Piblisite


Piblisite