Biblia Todo Logo
Bib sou entènèt

- Piblisite -




ଯୋହନ 10:12 - ପବିତ୍ର ବାଇବଲ (CL) NT (BSI)

12 ଯେ ମୂଲ ନେଇ ମେଷପଲ ଜଗିଥାଏ, ସେ ମେଷପାଳକ ନୁହେଁ, କିମ୍ବା ପଲଟିର ମାଲିକ ନୁହେଁ; ସୁତରାଂ ହେବାବାଘ ଆସିବାର ଦେଖିଲେ, ସେ ମେଷମାନଙ୍କୁ ଛାଡ଼ି ଚାଲିଯାଏ; ହେଟା ମେଣ୍ଢା ନେଇ ପଳାଇଯାଏ ଏବଂ ପଲଟିକୁ ଛିନ୍ନଭିନ୍ନ କରିଦିଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଯେ ମେଷପାଳକ ନୁହେଁ, ମାତ୍ର ବର୍ତ୍ତନଗ୍ରାହକ, ମେଷଗୁଡ଼ିକ ଯାହାର ନିଜର ନୁହନ୍ତି, ସେ ବାଘ ଆସିବା ଦେଖି ମେଷଗୁଡ଼ିକୁ ଛାଡ଼ି ପଳାଏ (ଆଉ ବାଘ ସେମାନଙ୍କୁ ଧରି ଛିନ୍ନଭିନ୍ନ କରେ),

Gade chapit la Kopi

ଓଡିଆ ବାଇବେଲ

12 ଯେ ମେଷପାଳକ ନୁହେଁ, ମାତ୍ର ମୂଲିଆ, ମେଷଗୁଡ଼ିକ ଯାହାର ନିଜର ନୁହଁନ୍ତି, ସେ ବାଘ ଆସିବା ଦେଖି ମେଷଗୁଡ଼ିକୁ ଛାଡ଼ି ପଳାଏ (ଆଉ ବାଘ ସେମାନଙ୍କୁ ଧରି ଛିନ୍ନଭିନ୍ନ କରେ),

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଯେ ମେଷପାଳକ ନୁହେଁ, ମାତ୍ର ମୂଲିଆ, ମେଷଗୁଡ଼ିକ ଯାହାର ନିଜର ନୁହଁନ୍ତି, ସେ ବାଘ ଆସିବା ଦେଖି ମେଷଗୁଡ଼ିକୁ ଛାଡ଼ି ପଳାଏ (ଆଉ ବାଘ ସେମାନଙ୍କୁ ଧରି ଛିନ୍ନଭିନ୍ନ କରେ),

Gade chapit la Kopi

ପବିତ୍ର ବାଇବଲ

12 ମେଷ ରଖିବା ପାଇଁ ଯେଉଁ ମୂଲିଆକୁ ରଖାଯାଇଛି, ସେ ଲୋକ ମେଷପାଳକଠାରୁ ଭିନ୍ନ। ମେଷଗୁଡ଼ିକ ମୂଲିଆର ନୁହନ୍ତି। ତେଣୁ ସେ ଗଧିଆ ଆସିବା ଦେଖିଲେ ମେଷମାନଙ୍କୁ ଏକୁଟିଆ ଛାଡ଼ି ଦୌଡ଼ି ପଳାଏ। ତା'ପରେ ଗଧିଆ ମେଷମାନଙ୍କ ଉପରକୁ କୁଦାମାରେ ଓ ସେମାନଙ୍କୁ ଛିନ୍ନଭିନ୍ନ କରି ଦିଏ।

Gade chapit la Kopi




ଯୋହନ 10:12
15 Referans Kwoze  

ଏହି ଶଠ ଶିକ୍ଷକଗଣ ଧନଲୋଭରେ ମନଗଢ଼ା ଗଳ୍ପ କହି ଲାଭ ଉଠାଇବେ। କିନ୍ତୁ ଅନେକ ଦିନରୁ ଏମାନେ ବିଚାରିତ ହୋଇ ଆସିଛନ୍ତି ଓ ଏମାନଙ୍କ ବିନାଶର ଦିନ ଘନେଇ ଆସୁଛି।


ଈଶ୍ୱରଙ୍କ କାର୍ଯ୍ୟର ଦାୟିତ୍ୱରେ ଥିବା ମଣ୍ଡଳୀର ବିଶପ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ରହିବା ଆବଶ୍ୟକ। ସେ ଉଦ୍ଧତ ବା କ୍ଷଣକୋପୀ ହୋଇ ନ ଥିବେ, ମଦ୍ୟପ, ଉଗ୍ରସ୍ୱଭାବ ବା ଅର୍ଥଲିପ୍ସୁ ହୋଇ ନ ଥିବେ।


ଦୀମା ସାଂସାରିକ ମୋହମାୟାରେ ପଡ଼ି ମୋତେ ପରିତ୍ୟାଗ କରିଛି। ସେ ବର୍ତ୍ତମାନ ଥେସଲନିକାରେ। କ୍ରେସ୍କେନ୍ସ ଗାଲାତିଆକୁ ଓ ତୀତସ ଡଲମାତିଆକୁ ଚାଲିଯାଇଛନ୍ତି।


ମଣ୍ଡଳୀର ଦୀକନମାନେ ମଧ୍ୟ ସଚରିତ୍ର ଓ କର୍ତ୍ତବ୍ୟପରାୟଣ ହେବା ଆବଶ୍ୟକ। ସେମାନେ ମଦ୍ୟପ ବା ଧନଭୋଲୀ ହୋଇ ନ ଥିବେ।


ସେ ମଦ୍ୟପ ବା ଉଗ୍ର ପ୍ରକୃତିର ଲୋକ ନ ହୋଇ, ସୁଶୀଳ ଓ ଶାନ୍ତିପ୍ରିୟ ଥିବେ। ତାଙ୍କର ବିଷୟାସକ୍ତି ନ ଥିବ।


ମୁଁ ଜାଣେ, ମୁଁ ଯିବା ପରେ ତୁମ ମଧ୍ୟକୁ ଭୟଙ୍କର ହେଟା ବାଘମାନେ ଆସିବେ ଓ ପଲକୁ କ୍ଷତବିକ୍ଷତ ନ କରି ଛାଡ଼ିବେ ନାହିଁ।


ଈଶ୍ୱର ତୁମ୍ଭମାନଙ୍କ ହସ୍ତରେ ଯେଉଁ ମେଷପଲର ଦାୟିତ୍ୱ ଦେଇଛନ୍ତି, ମୁଁ ଅନୁରୋଧ କରୁଛି, ତୁମ୍ଭେମାନେ କୁଣ୍ଠିତଭାବେ ତାହା ନ କରି ଆଗ୍ର୍ରହର ସେମାନଙ୍କୁ ପ୍ରତିପାଳନ କର। ଧନଲାଭ ଆଶାରେ ତା’ ନ କରି, ପ୍ରକୃତ ସେବା ମନୋଭାବ ସହିତ ତୁମର କର୍ତ୍ତବ୍ୟ ସାଧନ କର।


ଦ୍ୱାରରକ୍ଷକ ତା’ ପାଇଁ ଦ୍ୱାର ଖୋଲି ଦିଏ ଏବଂ ସେ ନିଜ ମେଷମାନଙ୍କୁ ନାମ ଧରି ଡାକିଲେ, ସେମାନେ ତା’ର ଡାକ ଶୁଣନ୍ତି ଓ ସେ ସେହି ପଲଟିକୁ ବାହାରକୁ ବାଟ କଢ଼ାଇ ନେଇ ଆସେ।


“ଶୁଣ, ମେଣ୍ଡାମାନଙ୍କୁ ବାଘ ମୁହଁକୁ ଠେଲିଦେଲା ପରି ମୁଁ ତୁମ୍ଭମାନଙ୍କୁ ପଠାଉଛି। ସୁତଚାଂ ତୁମେ ସର୍ପ ନରି ସତର୍କ ରୁହ, କିନ୍ତୁ କପୋତ ପରି ଅମାୟିକ ହୁଅ।


ଭଣ୍ଡା ଭାବବାଦୀମାନଙ୍କ ପ୍ରତି ସାବଧାନ! ସେମାନେ ବାହାରକୁ ମେଣ୍ଢା ପରି ଦେଖାଯାଆନ୍ତି, କିନ୍ତୁ ପ୍ରକୃତରେ ସେମାନେ ଗୋଟିଏ ହେଟା ବାଘ।


ଯେ ଦ୍ୱାର ଦେଇ ପ୍ରବେଶ କରେ, ସେ ହେଉଛି ପଲର ମେଷପାଳକ।


ଯେ ମୂଲ ନେଇ ମେଷ ଜଗିଥାଏ, ସେ ପଳାଇଯାଏ, କାରଣ ସେ ଜଣେ ମୂଲିଆ ମାତ୍ର– ମେଷମାନଙ୍କ ପାଇଁ ତା’ର ଦରଦ ନ ଥାଏ।


Swiv nou:

Piblisite


Piblisite