Biblia Todo Logo
Bib sou entènèt

- Piblisite -




ଯୋହନ 1:6 - ପବିତ୍ର ବାଇବଲ (CL) NT (BSI)

6 ଏହି ଜ୍ୟୋତି ବିଷୟରେ ସାକ୍ଷ୍ୟ ଦେବାକୁ ଯୋହନ ନାମକ ଜଣେ ବ୍ୟକ୍ତିଙ୍କୁ ଈଶ୍ୱର ପ୍ରେରଣ କରିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଈଶ୍ଵରଙ୍କ ନିକଟରୁ ପ୍ରେରିତ ଜଣେ ବ୍ୟକ୍ତି ଉପସ୍ଥିତ ହେଲେ; ତାହାଙ୍କ ନାମ ଯୋହନ।

Gade chapit la Kopi

ଓଡିଆ ବାଇବେଲ

6 ଈଶ୍ୱରଙ୍କ ନିକଟରୁ ପ୍ରେରିତ ଜଣେ ବ୍ୟକ୍ତି ଉପସ୍ଥିତ ହେଲେ; ତାହାଙ୍କ ନାମ ଯୋହନ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଈଶ୍ବରଙ୍କ ନିକଟରୁ ପ୍ରେରିତ ଜଣେ ବ୍ୟକ୍ତି ଉପସ୍ଥିତ ହେଲେ; ତାହାଙ୍କ ନାମ ଯୋହନ।

Gade chapit la Kopi

ପବିତ୍ର ବାଇବଲ

6 ଯୋହନ ନାମକ ଜଣେ ବ୍ୟକ୍ତି ଥିଲେ। ତାହାଙ୍କୁ ପରମେଶ୍ୱର ପଠାଇଥିଲେ।

Gade chapit la Kopi




ଯୋହନ 1:6
15 Referans Kwoze  

ମୁଁ କହିଥିଲି, ‘ମୁଁ ମସୀହ ନୁହେଁ। ମୁଁ କେବଳ ତାଙ୍କର ଅଗ୍ରଦୂତ ସ୍ୱରୂପେ ପ୍ରେରିତ ହୋଇଛି।’


ତଥାପି ଏ ସେହି ବ୍ୟକ୍ତି ବୋଲି ସେତେବେଳେ ମୁଁ ଜାଣି ନ ଥିଲି, କିନ୍ତୁ ଜଳଦୀକ୍ଷା ଦେବା ପାଇଁ ଯେଉଁ ଈଶ୍ୱର ମୋତେ ପଠାଇଛନ୍ତି, ସେ ମୋତେ ଜଣାଇଲେ, ‘ମୋର ଆତ୍ମା ଜଣେ ବ୍ୟକ୍ତିଙ୍କ ଉପରକୁ ଅବତରଣ କରି ଆସି ଅଧିଷ୍ଠାନ କରିବା ତୁମେ ଦେଖିବ। ପବିତ୍ରଆତ୍ମାରେ ଯେ ଦୀକ୍ଷା ଦେବେ, ଏ ହେଉଛନ୍ତି ସେହି ବ୍ୟକ୍ତି।


ଯୀଶୁ ତାଙ୍କ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଯୋହନ ଇଶ୍ରାଏଲର ସମସ୍ତ ଲୋକଙ୍କ ନିକଟରେ ପ୍ରଚାର କରି କହିଲେ, ସେମାନଙ୍କୁ ପାପରୁ ମନ ଫେରାଇ ଜଳଦୀକ୍ଷା ନେବାକୁ ହେବ।


ହେ ମୋର ପୁତ୍ର, ତୁମେ ସର୍ବୋପରିସ୍ଥ ଈଶ୍ୱରଙ୍କର ଏକ ଭାବବାଦୀରୂପେ ପ୍ରସିଦ୍ଧ ହେବ। ତୁମେ ପ୍ରଭୁଙ୍କର ଜଣେ ଅଗ୍ରଦୂତ ରୂପେ ତାଙ୍କ ନିମନ୍ତେ ତାଙ୍କ ପଥ ପ୍ରସ୍ତୁତ କରିବ।


କାରଣ ଏହି ଯୋହନଙ୍କ ବିଷୟରେ ଶାସ୍ତ୍ରରେ ଲେଖାଯାଇଛି, ‘ଈଶ୍ୱର କହିଲେ, ତୁମ ପାଇଁ ପଥ ପ୍ରସ୍ତୁତ କରିବାକୁ ମୁଁ ପଥମେ ମୋ’ ଦୂତକୁ ପଠାଇବି’।


କିନ୍ତୁ ସ୍ୱର୍ଗଦୂତ ତାଙ୍କୁ କହିଲେ, “ଜିଖରିୟ, ଭୟ କର ନାହିଁ। ଈଶ୍ୱର ତୁମ ପ୍ରାର୍ଥନା ଶୁଣିଛନ୍ତି, ତୁମ ସ୍ତ୍ରୀ ଏଲିଶାବେଥ୍ ଏକ ପୁତ୍ର ପ୍ରସବ କରିବେ। ତୁମେ ତାହାଙ୍କ ନାମ ଯୋହନ ଦେବ।


ଜଳଦୀକ୍ଷା ଦେବା ଅଧିକାର ଯୋହନ କାହାଠାରୁ ପାଇଥିଲେ? ଈଶ୍ୱରଙ୍କଠାରୁ ନା ମନୁଷ୍ୟଠାରୁ?” ସେମାନେ ପରସ୍ପର ଭିତରେ ଆଲୋଚନା କଲେ, “ଏ ବିଷୟରେ କ’ଣ କହିବା? ଯଦି କହିବା ଈଶ୍ୱରଙ୍କଠାରୁ, ତେବେ ଯୋହନଙ୍କୁ କାହିଁକି ବିଶ୍ୱାସ କରୁ ନାହଁ ବୋଲି ସେ ଆମ୍ଭମାନଙ୍କୁ ପଚାରିବେ।


Swiv nou:

Piblisite


Piblisite