Biblia Todo Logo
Bib sou entènèt

- Piblisite -




ଯୋହନ 1:3 - ପବିତ୍ର ବାଇବଲ (CL) NT (BSI)

3 ପୁଣି ସେହି ବାକ୍ୟ ଦ୍ୱାରା ଈଶ୍ୱର ସମସ୍ତ ସୃଷ୍ଟି କଲେ। ତାଙ୍କ ବିନା କିଛି ହିଁ ସୃଷ୍ଟି ହୋଇ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ତାହାଙ୍କ ଦ୍ଵାରା ସମସ୍ତ ସୃଷ୍ଟ ହେଲା; ଆଉ ଯେସମସ୍ତ ସୃଷ୍ଟ ହୋଇଅଛି, ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇ ନାହିଁ।

Gade chapit la Kopi

ଓଡିଆ ବାଇବେଲ

3 ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା; ଆଉ ଯେ ସମସ୍ତ ସୃଷ୍ଟ ହୋଇଅଛି, ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇ ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା; ଆଉ ଯେ ସମସ୍ତ ସୃଷ୍ଟ ହୋଇଅଛି, ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇ ନାହିଁ।

Gade chapit la Kopi

ପବିତ୍ର ବାଇବଲ

3 ତାହାଙ୍କ ଦ୍ୱାରା ସବୁକିଛି ସୃଷ୍ଟି ହୋଇଅଛି। ଏହି ସଂସାରରେ ଏପରି କିଛି ବସ୍ତୁ ନାହିଁ, ଯାହା ତାହାଙ୍କ ଦ୍ୱାରା ସୃଷ୍ଟି ହୋଇ ନାହିଁ।

Gade chapit la Kopi




ଯୋହନ 1:3
20 Referans Kwoze  

ତଥାପି ଆମର ଆରାଧ୍ୟ ଈଶ୍ୱର ଏକମାତ୍ର। ସେ ପିତା, ତାଙ୍କ ଦ୍ୱାରା ସମସ୍ତ ବିଷୟ ସୃଷ୍ଟ ଓ ତାଙ୍କ ପାଇଁ ଆମେ ବଞ୍ଚିଛୁ। ପୁଣି ଆମର ଜଣେ ମାତ୍ର ପ୍ରଭୁ: ଯୀଶୁ ଖ୍ରୀଷ୍ଟ। ତାଙ୍କ କର୍ତ୍ତୃକ ସମସ୍ତ ବିଷୟ ସୃଷ୍ଟି ହୋଇଛି ଏବଂ ତାଙ୍କଠାରେ ଆମେ ବଞ୍ଚିଛୁ।


“ହେ ଆମ୍ଭମାନଙ୍କର ପ୍ରଭୁ ଈଶ୍ୱର! ତୁମେ ହିଁ ଗୌରବ, ସମ୍ଭ୍ରବ ଓ ପରାକ୍ରମର ଭାଜନ, କାରଣ, ତୁମେ ସମସ୍ତ ବିଷୟ ସୃଷ୍ଟି କରିଛ। ନିଜ ଇଚ୍ଛାରେ ସେହି ସମସ୍ତଙ୍କୁ ଅସ୍ତିତ୍ୱ ପ୍ରଦାନ କରିଛ, ପ୍ରାଣୀମାନଙ୍କୁ ସଜୀବ କରିଛ।”


ସେହି ‘ବାକ୍ୟ’ ଜଗତରେ ଥିଲେ; ତାଙ୍କ ଦ୍ୱାରା ଜଗତ ସୃଷ୍ଟ ହୋଇଥିଲା, ତଥାପି ଜଗତ ତାଙ୍କୁ ଚିହ୍ନିଲା ନାହିଁ।


ଈଶ୍ୱରଙ୍କର ସେହି ଗୁପ୍ତ ଯୋଜନା କିପରି କାର୍ଯ୍ୟକାରୀ ହୋଇ ପାରିବ, ତାହା ସମସ୍ତଙ୍କୁ ଅବଗତ କରାଇବାର ସୌଭାଗ୍ୟ ମୁଁ ଲାଭ କରିଛି। ସମସ୍ତ ବିଷୟର ସୃଷ୍ଟିକର୍ତ୍ତା ଈଶ୍ୱର ଅତୀତରେ ସବୁ ଯୁଗରେ ତାଙ୍କର ନିଗୂଢ଼ ତତ୍ତ୍ୱକୁ ଗୁପ୍ତ ରଖିଥିଲେ,


ସୃଷ୍ଟିର ପ୍ରାରମ୍ଭରୁ ସେହି ବାକ୍ୟ ହିଁ ଈଶ୍ୱରଙ୍କ ସଙ୍ଗରେ ଥିଲେ।


ଈଶ୍ୱରଙ୍କ ଆଦେଶରେ ବିଶ୍ୱଚଗତରେ ସୃଷ୍ଟି ହେଲା ଓ ଅଦୃଶ୍ୟ ବିଷୟରୁ ଦୃଶ୍ୟ ବିଷୟର ଉତ୍ପତ୍ତି ହେଲା, ଏ କଥା କେବଳ ବିଶ୍ୱାସ ଦ୍ୱାରା ଆମେ ଜାଣୁଛୁ।


ଯେ ଯୀଶୁଙ୍କୁ ମସୀହ ବୋଲି ବିଶ୍ୱାସ କରେ, ସେ ଈଶ୍ୱରଙ୍କ ସନ୍ତାନ। ଯେ କେହି ଜଣେ ପିତାକୁସ୍ନେହ କରେ, ସେହି ପିତାର ସନ୍ତାନକୁ ମଧ୍ୟ ଦେ ସ୍ନେହ କରେ।


“ଲାଓଦେସିଆରେ ଥିବା ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ:- “ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ ଏବଂ ଈଶ୍ୱରଙ୍କ ସମସ୍ତ ସୃଷ୍ଟିର ଆଦି ତଥା ଅନ୍ତ ସେହି “ଆମେନ୍”ଙ୍କ ଏହି ବାର୍ତ୍ତା:


Swiv nou:

Piblisite


Piblisite