Biblia Todo Logo
Bib sou entènèt

- Piblisite -




ଯୋହନ 1:21 - ପବିତ୍ର ବାଇବଲ (CL) NT (BSI)

21 ସେମାନେ ପୁଣି ତାଙ୍କୁ ପ୍ରଶ୍ନ କଲେ, “ତେବେ ଆପଣ କିଏ? ଆପଣ କ’ଣ ଏଲୀୟ?” ଯୋହନ ‘ନାହିଁ’ କରିବାରୁ ସେମାନେ ଆଉ ଥରେ ପଚାରିଲେ, “ଆମେ ଯେଉଁ ଭାବବାଦୀଙ୍କୁ ପ୍ରତୀକ୍ଷା କରୁଛୁ, ଆପଣ କ’ଣ ସେହି?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତେବେ କଅ? ଆପଣ କଅଣ ଏଲୀୟ? ସେ କହିଲେ, ମୁଁ ନୁହେଁ। ଆପଣ କଅଣ ସେହି ଭାବବାଦୀ? ସେ ଉତ୍ତର ଦେଲେ, ନା।

Gade chapit la Kopi

ଓଡିଆ ବାଇବେଲ

21 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତେବେ କ'ଣ ? ଆପଣ କ'ଣ ଏଲୀୟ ? ସେ କହିଲେ, ମୁଁ ନୁହେଁ । ଆପଣ କ'ଣ ସେହି ଭାବବାଦୀ ? ସେ ଉତ୍ତର ଦେଲେ, ନା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତେବେ କଅଣ? ଆପଣ କଅଣ ଏଲୀୟ? ସେ କହିଲେ, ମୁଁ ନୁହେଁ। ଆପଣ କଅଣ ସେହି ଭାବବାଦୀ? ସେ ଉତ୍ତର ଦେଲେ, ନା।

Gade chapit la Kopi

ପବିତ୍ର ବାଇବଲ

21 ସେଥିରେ ସେମାନେ ଯୋହନଙ୍କୁ ପଗ୍ଭରିଲେ, “ତାହାହେଲେ ଆପଣ କିଏ? ଆପଣ କ'ଣ ଏଲିୟ?” ସେ ଉତ୍ତର ଦେଲେ, “ନା, ମୁଁ ଏଲିୟ ନୁହେଁ।” ପୁଣି ସେମାନେ ପଗ୍ଭରିଲେ, “ଆପଣ କ'ଣ ସେହି ଭବିଷ୍ୟ‌‌‌ଦ୍‌‌‌ବକ୍ତା?” ଯୋହନ ଉତ୍ତର ଦେଲେ, “ନା, ମୁଁ ସେହି ଭବିଷ୍ୟ‌‌‌ଦ୍‌‌‌ବକ୍ତା ନୁହେଁ।”

Gade chapit la Kopi




ଯୋହନ 1:21
12 Referans Kwoze  

ଯଦି ସେମାନେ କଥା ତୁମେ ବିଶ୍ୱାସ କର, ତେବେ ଯୋହନ ହେନ୍ନ୍ି ଏଲିୟ, ଯାହାଙ୍କର ପ୍ରଥମେ ଆସିବାର ଥିଲା।


“ଆପଣ ଯଦି ମସୀହ ବା ଏଲୀୟ ବା ସେହି ଭାବବାଦୀ ନୁହଁନ୍ତି, ତେବେ କାହିଁକି ଜଳଦୀକ୍ଷା ଦେଉଛନ୍ତି?”


ସେମାନେ ଉତ୍ତର ସେଲେ, “କେତେକ କହୁଛନ୍ତି, ସେ ଜଳଦୀକ୍ଷାଦାତା ଯୋହନ। ଆଉ କେତେକ କହୁଛନ୍ତି ‘ଏଲିୟ’, ଅନ୍ୟମାନେ କହୁଛନ୍ତି, ଯରିମିୟ ବା ଅନ୍ୟ କୌଣସି ଭାବବାଦୀ।”


ଯେତେବେଳେ ଲୋକେ ଏ କଥା ଶୁଣିଲେ, ସେମାନଙ୍କ ମଧ୍ୟରୁ କେତେକ କହିଲେ, “ଏ ନିଶ୍ଚୟ ସେହି ଭାବବାଦୀ।”


ସେ ଭାବବାଦୀ ଏଲିୟଙ୍କ ପରି ବଳିଷ୍ଠ ଓ ଶକ୍ତିଶାଳୀ ହୋଇ ପ୍ରଭୁଙ୍କ ଅଗ୍ରଦୂତ ହେବେ। ସେ ପିତା ଓ ସନ୍ତାନମାନଙ୍କୁ ପୁନର୍ମିଳିତ କରାଇବେ, ଅବାଧ୍ୟ ଲୋକମାନଙ୍କୁ ଧାର୍ମିକମାନଙ୍କ ଚିନ୍ତାଧାରା ଆଡ଼କୁ ଫେରାଇ ଆଣିବେ ଏବଂ ପ୍ରଭୁଙ୍କ ପାଇଁ ତାଙ୍କ ଲୋକମାନଙ୍କୁ ପ୍ରସ୍ତୁତ କରିବେ।”


ଲୋକେ ପଚାରିଲେ, “ସେ କିଏ?” ଅନ୍ୟମାନେ ଉତ୍ତର ଦେଲେ, “ସେ ହେଉଛନ୍ତି, ଗାଲିଲୀସ୍ଥ ନାଜରିତର ଭାବବାଦୀ ଯୀଶୁ।”


ଯୋହନ ଏକଥା ମଧ୍ୟ ଅସ୍ୱୀକାର କରିଦେଲେ। ଏଥର ସେମାନେ ପୁଣି ପଚାରିଲେ, “ଆପଣ କିଏ କୁହନ୍ତୁ। କାରଣ ଆମେ ଫେରିଯାଇ ଆମକୁ ଯେଉଁମାନେ ପଠାଇଛନ୍ତି, ସେମାନଙ୍କୁ ଏ କଥାର ଉତ୍ତର ଦେବାକୁ ପଡ଼ିବ। ଆପଣ ନିଜର କି ପରିଚୟ ଦେଉଛନ୍ତି?”


ଯୀଶୁଙ୍କ ଏହି ଅଲୌକିକ କାର୍ଯ୍ୟ ଦେଖି ଲୋକେ କହିଲେ, “ଯେଉଁ ଭାବବାଦୀ ଜଗତକୁ ଆସବାର ଥିଲା, ଏ ନିଶ୍ଚୟ ସେହି।”


Swiv nou:

Piblisite


Piblisite