Biblia Todo Logo
Bib sou entènèt

- Piblisite -




ଯୋହନ 1:10 - ପବିତ୍ର ବାଇବଲ (CL) NT (BSI)

10 ସେହି ‘ବାକ୍ୟ’ ଜଗତରେ ଥିଲେ; ତାଙ୍କ ଦ୍ୱାରା ଜଗତ ସୃଷ୍ଟ ହୋଇଥିଲା, ତଥାପି ଜଗତ ତାଙ୍କୁ ଚିହ୍ନିଲା ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ସେ ଜଗତରେ ଥିଲେ ଓ ଜଗତ ତାହାଙ୍କ ଦ୍ଵାରା ସୃଷ୍ଟ ହେଲା, ତଥାପି ଜଗତ ତାହାଙ୍କୁ ଚିହ୍ନିଲା ନାହିଁ।

Gade chapit la Kopi

ଓଡିଆ ବାଇବେଲ

10 ସେ ଜଗତରେ ଥିଲେ ଓ ଜଗତ ତାହାଙ୍କ ଦ୍ୱାରା ସୃଷ୍ଟ ହେଲା, ତଥାପି ଜଗତ ତାହାଙ୍କୁ ଚିହ୍ନିଲା ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ସେ ଜଗତରେ ଥିଲେ ଓ ଜଗତ ତାହାଙ୍କ ଦ୍ୱାରା ସୃଷ୍ଟ ହେଲା, ତଥାପି ଜଗତ ତାହାଙ୍କୁ ଚିହ୍ନିଲା ନାହିଁ।

Gade chapit la Kopi

ପବିତ୍ର ବାଇବଲ

10 ସେହି ବାକ୍ୟ ଜଗତରେ ଥିଲେ। ତାହାଙ୍କ ଦ୍ୱାରା ଏ ପୃଥିବୀର ସୃଷ୍ଟି ହେଲା, କିନ୍ତୁ ଏହି ଜଗତର ଲୋକମାନେ ତାହାଙ୍କୁ ଗ୍ରହଣ କରି ପାରିଲେ ନାହିଁ।

Gade chapit la Kopi




ଯୋହନ 1:10
23 Referans Kwoze  

ପୁଣ୍ୟବାନ୍ ପିତା! ଜଗତ ତୁମକୁ ଜାଣେ ନାହିଁ। ମୁଁ ତୁମକୁ ଜାଣେ ଏବଂ ଏମାନେ ଜାଣନ୍ତି ଯେ, ତୁମେ ମୋତେ ପଠାଇଛ।


ଈଶ୍ୱର ଆମକୁ କେଡ଼େ ପ୍ରେମ କରନ୍ତି, ଟିକିଏ ଚିନ୍ତା କରି ଦେଖ। ଆମ ପ୍ରତି ତାଙ୍କ ପ୍ରେମ ଏତେ ପ୍ରଚୁର ଯେ, ଆମେ ତାଙ୍କର ସନ୍ତାନ ରୂପେ ନାର୍ମିତ ହୋଇଛୁ। ବାସ୍ତବରେ ଆମେ ତାଙ୍କର ସନ୍ତାନ- ସେଥିପାଇଁ ଜଗତ ଈଶ୍ୱରଙ୍କୁ ଜାଣି ନ ଥିବାରୁ, ଆମକୁ ମଧ୍ୟ ଚିହ୍ନିପାରେ ନାହିଁ।


ଜଗତର କୌଣସି ଅଧିପତି ଏହି ଜ୍ଞାନର ପରିଚୟ ପାଇ ନ ଥିଲେ। ଯଦି ତାହା ପାଇଥା’ନ୍ତେ, ତେବେ ସେମାନେ ମହାମହିମ ପ୍ରଭୁଙ୍କୁ କ୍ରୁଶାର୍ପଣ କରି ନ ଥାନ୍ତେ।


ଈଶ୍ୱର ତାଙ୍କ ମହାଜ୍ଞାନରେ ସ୍ଥିର କରିଥିଲେ ଯେ ମନୁଷ୍ୟ ନିଜ ଜ୍ଞାନ ଦ୍ୱାରା ଈଶ୍ୱରଙ୍କୁ ଜାଣିପାରିବ ନାହିଁ। ଅନ୍ୟ ପକ୍ଷରେ, ଆମେ ପ୍ରଚାର କରୁଥିବା ତଥାକଥିତ ନିର୍ବୋଧ ସୁସମାଚାରରେ ବିଶ୍ୱାସ କରୁଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଈଶ୍ୱର ମନସ୍ଥ କରିଛନ୍ତି।


“ମୋ’ ନିତା ମୋତେ ସବୁକିଛି ଦାନ କରିଛନ୍ତି। ପିତାଙ୍କ ଛଡ଼ଶ ପୁତ୍ରଙ୍କୁ ଆଉ କେହି ଜାଣିନ୍ତି ନାହିଁ। ପୁତ୍ର ଯେଉଁମାନଙ୍କ ନିକଟରେ ପିତାଙ୍କୁ ପ୍ରକାଶ କରିବେ, କେବଳ ସେହିମାନେ ପିତାଙ୍କୁ ଜାଣି ପାରିବେ।


ଈଶ୍ୱରଙ୍କ ଆଦେଶରେ ବିଶ୍ୱଚଗତରେ ସୃଷ୍ଟି ହେଲା ଓ ଅଦୃଶ୍ୟ ବିଷୟରୁ ଦୃଶ୍ୟ ବିଷୟର ଉତ୍ପତ୍ତି ହେଲା, ଏ କଥା କେବଳ ବିଶ୍ୱାସ ଦ୍ୱାରା ଆମେ ଜାଣୁଛୁ।


କେହି କେବେ ଈଶ୍ୱରଙ୍କୁ ଦେଖି ନାହିଁ। ତାଙ୍କ ସହିତ ଥିବା କେବଳ ତାଙ୍କର ଅଦ୍ୱିତୀୟ ପୁତ୍ର ତାଙ୍କୁ ପ୍ରକାଶ କରିଛନ୍ତି।


ସେହି ଜ୍ୟୋତି ଅନ୍ଧକାର ମଧ୍ୟରେ ସଦା ଦୀପ୍ତିମାନ। ଅନ୍ଧକାର ତାକୁ କଦାପି ନିର୍ବାପିତ କରିପାରେ ନାହିଁ।


କିନ୍ତୁ ତାଙ୍କର ସକଳ ଉତ୍ତମ କାର୍ଯ୍ୟ ଦ୍ୱାରା ସେ ସର୍ବଦା ତାଙ୍କର ଅସ୍ତିତ୍ୱର ସୂଚନା ଦେଇଛନ୍ତି; ସେ ଆକାଶରୁ ବୃଷ୍ଟି ଓ ଉପଯୁକ୍ତ ସମୟରେ ଫସଲ ଦିଅନ୍ତି, ଖାଦ୍ୟ ଯୋଗାନ୍ତି ଓ ଆନନ୍ଦରେ ତୁମ ହୃଦୟ ପୂର୍ଣ୍ଣ କରନ୍ତି।”


କିନ୍ତୁ ଯୀଶୁ ସେମାନଙ୍କୁ କହିଲେ: “ମୋ’ ପିତା ଈଶ୍ୱର ସବୁବେଳେ କାର୍ଯ୍ୟରତ; ମୋତେ ମଧ୍ୟ ସେହିପରି କାର୍ଯ୍ୟ କରିବାକୁ ହେବ।”


ପୁଣି ସେହି ବାକ୍ୟ ଦ୍ୱାରା ଈଶ୍ୱର ସମସ୍ତ ସୃଷ୍ଟି କଲେ। ତାଙ୍କ ବିନା କିଛି ହିଁ ସୃଷ୍ଟି ହୋଇ ନାହିଁ।


ସେ ତାଙ୍କ ନିଜ ରାଜ୍ୟକୁ ଆସିଲେ, ଅଥଚ ତାଙ୍କ ଲୋକମାନେ ତାଙ୍କୁ ଗ୍ରହଣ କଲେ ନାହିଁ।


ତଥାପି ଆମର ଆରାଧ୍ୟ ଈଶ୍ୱର ଏକମାତ୍ର। ସେ ପିତା, ତାଙ୍କ ଦ୍ୱାରା ସମସ୍ତ ବିଷୟ ସୃଷ୍ଟ ଓ ତାଙ୍କ ପାଇଁ ଆମେ ବଞ୍ଚିଛୁ। ପୁଣି ଆମର ଜଣେ ମାତ୍ର ପ୍ରଭୁ: ଯୀଶୁ ଖ୍ରୀଷ୍ଟ। ତାଙ୍କ କର୍ତ୍ତୃକ ସମସ୍ତ ବିଷୟ ସୃଷ୍ଟି ହୋଇଛି ଏବଂ ତାଙ୍କଠାରେ ଆମେ ବଞ୍ଚିଛୁ।


କାରଣ ତାଙ୍କ ଦ୍ୱାରା ଈଶ୍ୱର ସ୍ୱର୍ଗରେ ଓ ପୃଥିବୀରେ ସମସ୍ତ ଦୃଶ୍ୟ ଓ ଅଦୃଶ୍ୟ ପଦାର୍ଥ, ଅପାର୍ଥିବ ଶକ୍ତସମୂହ, କର୍ତ୍ତାଗଣ, ଶାସକ ବର୍ଗ ଓ ସମସ୍ତ ଅଧିକାରୀମାନଙ୍କୁ ସୃଷ୍ଟି କଲେ। ତାଙ୍କ ଦ୍ୱାରା ଓ ତାଙ୍କ ନିମନ୍ତେ ଈଶ୍ୱର ସମଗ୍ର ବିଶ୍ୱକୁ ସୃଷ୍ଟି କଲେ।


Swiv nou:

Piblisite


Piblisite