Biblia Todo Logo
Bib sou entènèt

- Piblisite -




ଯାକୁବଙ୍କ ପତ୍ର 5:5 - ପବିତ୍ର ବାଇବଲ (CL) NT (BSI)

5 ଏ ଜଗତରେ ତୁମ ଜୀବନ ଭୋଗ ବିଳାସରେ ପରିପୂର୍ଣ୍ଣ। ହାଣ ଖାଇବାକୁ ଥିବା ପଶୁ ପରି ତୁମେ ହୃଷ୍ଟପୁଷ୍ଟ ହୋଇଛ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ତୁମ୍ଭେମାନେ ଜଗତରେ ସୁଖଭୋଗ ଓ ବିଳାସିତାରେ କାଳକ୍ଷେପଣ କରିଅଛ, ବଧ ଦିନରେ ଆପଣା ଆପଣା ମନକୁ ତୃପ୍ତ କରିଅଛ।

Gade chapit la Kopi

ଓଡିଆ ବାଇବେଲ

5 ତୁମ୍ଭେମାନେ ଜଗତରେ ସୁଖଭୋଗ ଓ ବିଳାସିତାରେ କାଳକ୍ଷେପଣ କରିଅଛ, ବଧ ଦିନରେ ଆପଣା ଆପଣା ହୃଦୟକୁ ତୃପ୍ତ କରିଅଛ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ତୁମ୍ଭେମାନେ ଜଗତରେ ସୁଖଭୋଗ ଓ ବିଳାସିତାରେ କାଳକ୍ଷେପଣ କରିଅଛ, ବଧ ଦିନରେ ଆପଣା ଆପଣା ହୃଦୟକୁ ତୃପ୍ତ କରିଅଛ।

Gade chapit la Kopi

ପବିତ୍ର ବାଇବଲ

5 ପୃଥିବୀରେ ତୁମ୍ଭ ଜୀବନ ବିଳାସମ୍ପୂର୍ଣ୍ଣ ଥିଲା। ତୁମ୍ଭେ ଯାହା ଇଚ୍ଛା କରିଥିଲ, ତାହା ପୂରଣ କରି ନିଜକୁ ଆନନ୍ଦିତ କଲ। ତୁମ୍ଭେ ବଳି ଦିବସ ପାଇଁ ପ୍ରସ୍ତୁତ ଥିବା ଏକ ପଶୁପରି ନିଜକୁ ମୋଟା କଲ।

Gade chapit la Kopi




ଯାକୁବଙ୍କ ପତ୍ର 5:5
28 Referans Kwoze  

କିନ୍ତୁ ଯିଏ ବିଧବା ହୋଇ ସୁଦ୍ଧା ଭୋଗବିଳାସରେ ଦିନାତିପାତ କରେ, ତାକୁ ଜୀବନ୍ମୃତ ବୋଲି ମନେ କରିବାକୁ ହେବ।


“କିନ୍ତୁ ଅବ୍ରାହମ କହିଲେ, ‘ହେ ମୋର ପୁଅ, ତୁ ଯେ ଜୀବନରେ ସମସ୍ତ ଉକ୍ରୃଷ୍ଟ ବିଷୟ ଭୋଗ କଲୁ, କିନ୍ତୁ ଲାଜାର କେବଳ ନିକୃଷ୍ଟ ବିଷୟ ପାଇଥିଲା, ତାହା ସ୍ମରଣ କର। କିନ୍ତୁ ବର୍ତ୍ତମାନ ସେ ଏଠାରେ ସୁଖ ଭୋଗ କରୁଛି ଓ ତୁ କଷ୍ଟ ଭୋଗ କରୁଛୁ।


“ଜଣେ ଧନୀ ଲୋକ ଥିଲା। ସେ ବହୁତ ମୂଲ୍ୟବାନ୍ ପୋଷାକ ପିନ୍ଧି ବିଳାସ ବ୍ୟସନରେ ସମୟ କାଟୁଥିଲା।


ସେ ନିଜକୁ ଯେତେ ଗୌରବାନ୍ୱିତ କରୁଥିଲା ଓ ବିଳାସ ବ୍ୟସନରେ ବୁଡ଼ି ରହିଥିଲା, ସେହି ପରିମାଣରେ ତାକୁ ଦୁଃଖକଷ୍ଟ ଦିଅ। କାରଣ ସେ ନିଜର ବଡ଼ାଇ କରି କହୁଛି, ‘ମୁଁ ଏଠାରେ ରାଣୀ ପରି ବସିଛି! ମୁଁ ବିଧବା ନୁହେଁ, ମୋର କେବେ ଦୁଃଖ ହେବ ନାହିଁ।’


ସେମାନ ନିର୍ଲ୍ଲଜ ଭାବରେ ସୁରାପାନରେ ମତ୍ତ ହୋଇ, ତୁମ୍ଭମାନଙ୍କ ପ୍ରୀତି ଭୋଜନରେ କଳଙ୍କ ସ୍ୱରୂପ ହେଉଛନ୍ତି। ସେମ।।ନେ କେବଳ ନିଜ ପ୍ରତି ମନୋଯୋଗୀ। ସେମାନେ ବୃଷ୍ଟିପାତ କରୁ ନ ଥିବା ବାୟୁରେ ଚଳିତ ମେଘ ତୂଲ୍ୟ। ସେମାନେ ଶରତ ଋତୁରେ ଫଳଶୂନ୍ୟ ବୃକ୍ଷ ଓ ମୂଳୋତ୍ପାଟିତ ଶୁଷ୍କ ବୃକ୍ଷ ସଦୃଶ।


ଅନ୍ୟମାନଙ୍କୁ ଯେପରି କ୍ଳେଶ ଦେଇଛନ୍ତି, ନିଜେ ସେହିପରି କ୍ଳେଶ ଭୋଗ କରିବେ। ଯାହା କିଛି ସେମାନଙ୍କର ଶାରୀରିକ ଅଭିଳାଷ ତୃପ୍ତ କରେ, ତାହା ସେମାନେ ଦିବାଲୋକରେ କରି ଆନନ୍ଦ ପାଆନ୍ତି। ସେମାନେ ନିଜର ଛଳନାପୂର୍ଣ୍ଣ କାର୍ଯ୍ୟରେ ଆନନ୍ଦ ଉପଭୋଗ କରୁ କରୁ ତୁମ ସହିତ ଏକତ୍ର ଭୋଜନ କରନ୍ତି।


ସେମାନେ ଗର୍ବରେ ସ୍ଫୀତ ହୋଇ ବିଶ୍ୱାସଘାତକ ଓ ବିଚାରଶୂନ୍ୟ ହେବେ; ସେମାନେ ଈଶ୍ୱର ଭକ୍ତିଠାରୁ ଆମୋଦ ପ୍ରମୋଦକୁ ଅଧିକ ସୁଖକର ମଣିବେ।


ଉଚ୍ଛୃଙ୍ଖଳ ଆମୋଦ ପ୍ରମୋଦ, ସୁରାପାନରେ ମତ୍ତତା, ନୀତିହୀନତା, ଅଶ୍ଳୀଳ ଆଚରଣ, ଈର୍ଷା, କଳିଗୋଳ ପ୍ରଭୃତିରେ ଲିପ୍ତ ନ ହୋଇ ଆସ, ଆଲୋକରେ କାର୍ଯ୍ୟରତ ଲୋକଙ୍କ ପରି ଭଦ୍ରୋଚିତ ବ୍ୟବହାର କରିବା।


Swiv nou:

Piblisite


Piblisite