Biblia Todo Logo
Bib sou entènèt

- Piblisite -




ଯାକୁବଙ୍କ ପତ୍ର 5:3 - ପବିତ୍ର ବାଇବଲ (CL) NT (BSI)

3 ତୁମ ସୁନା ସ ରୂପାରେ କଳଙ୍କ ଲାଗିଲାଣି ଏବଂ କଳଙ୍କ ତୁମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେବ, ପୁଣି ତୁମ୍ଭମାନଙ୍କ ଶରୀରକୁ ଅଗ୍ନିପରି ଗ୍ରାସ କରିବ। ଏହି ଅନ୍ତିମ କାଳରେ ତୁମ୍ଭେମାନେ ଧନ ସମ୍ପଦ ଠୁଳ କରିଛ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ପୁଣି ତୁମ୍ଭମାନଙ୍କର ସୁନା ଓ ରୂପାରେ କଳଙ୍କ ଲାଗିଲାଣି; ସେଥିରେ କଳଙ୍କ ତୁମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେବ ଓ ଅଗ୍ନି ପରି ତୁମ୍ଭମାନଙ୍କ ମାଂସ ଗ୍ରାସ କରିବ। ଏହି ଶେଷକାଳରେ ତୁମ୍ଭେମାନେ ଧନ ସଞ୍ଚୟ କରିଅଛ !

Gade chapit la Kopi

ଓଡିଆ ବାଇବେଲ

3 ପୁଣି, ତୁମ୍ଭମାନଙ୍କର ସୁନା ଓ ରୂପାରେ କଳଙ୍କ ଲାଗିଲାଣି; ସେଥିରେ କଳଙ୍କ ତୁମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେବ ଓ ଅଗ୍ନି ପରି ତୁମ୍ଭମାନଙ୍କ ମାଂସ ଗ୍ରାସ କରିବ । ଏହି ଶେଷକାଳରେ ତୁମ୍ଭେମାନେ ଧନ ସଞ୍ଚୟ କରିଅଛ !

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ପୁଣି, ତୁମ୍ଭମାନଙ୍କର ସୁନା ଓ ରୂପାରେ କଳଙ୍କ ଲାଗିଲାଣି; ସେଥିରେ କଳଙ୍କ ତୁମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେବ ଓ ଅଗ୍ନି ପରି ତୁମ୍ଭମାନଙ୍କ ମାଂସ ଗ୍ରାସ କରିବ। ଏହି ଶେଷକାଳରେ ତୁମ୍ଭେମାନେ ଧନ ସଞ୍ଚୟ କରିଅଛ!

Gade chapit la Kopi

ପବିତ୍ର ବାଇବଲ

3 ତୁମ୍ଭର ସୁନା ଓ ରୂପାରେ କଳଙ୍କି ଲାଗି ଯାଇଛି। ଏହା ନଷ୍ଟ ହୋଇ ପ୍ରମାଣ କରୁଛି ଯେ, ତୁମ୍ଭେ ଭୁଲକାର୍ଯ୍ୟ କରିଛ। ସେହି କଳଙ୍କ ତୁମ୍ଭ ଶରୀରକୁ ଅଗ୍ନି ଭଳି ଗ୍ରାସ କରି ଦେବ। ଶେଷଦିନଗୁଡ଼ିକରେ ତୁମ୍ଭେ ନିଜର ଧନ ସଞ୍ଚୟ କରୁଅଛ।

Gade chapit la Kopi




ଯାକୁବଙ୍କ ପତ୍ର 5:3
19 Referans Kwoze  

କିନ୍ତୁ ତୁମେ ଦାମ୍ଭିକ ଓ କଠିନମନା। ତେଣୁ ଶେଷ ଦିନର ବିଚାରବେଳେ ତୁମେ ଈଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ଅଧିକ କଠୋର ଦଣ୍ଡ ପାଇବ।


କିନ୍ତୁ କାପୁରୁଷ, ବିଶ୍ୱାସଘାତକ, ବିକୃତଚରିତ୍ର, ନରହନ୍ତା, ଲମ୍ପଟ, ତନ୍ତ୍ରମନ୍ତ୍ରସାଧକ, ପ୍ରତିମାପୂଜକ ଓ ମିଥ୍ୟାବାଦୀ ଆଦି ସମସ୍ତ ଭ୍ରଷ୍ଟାଚାରୀମାନଙ୍କର ନିରୂପିତ ସ୍ଥାନ ହେଉଛି, ଗନ୍ଧକାଗ୍ନି ଜଳୁଥିବା ହ୍ରଦ - ସେଠାରେ ସେମାନେ ଦ୍ୱିତୀୟ ମୃତ୍ୟୁଭୋଗ କରିବେ।”


ଯେଉଁମାନଙ୍କର ନାମ ଜୀବନ ପୁସ୍ତକରେ ଲେଖାଯାଇ ନ ଥିଲା, ସେମାନେ ମଧ୍ୟ ସମସ୍ତେ ଅଗ୍ନିମୟ ହ୍ରଦରେ ନିକ୍ଷିପ୍ତ ହେଲେ।


ସର୍ବପ୍ରଥମେ ତୁମ୍ଭେମାନେ ଜାଣି ରଖିବା ଉଚିତ ଯେ, ଏହି ଶେଷ ଦିନମାନଙ୍କରେ କେତେକେ କେବଳ ନିଜର କୁପ୍ରବୃତ୍ତି ଦ୍ୱାରା ଚଳିତ ହେବେ;


ଯେଉଁମାନେ ଏହିଭଳି ବାକ୍ୟାଳାପ କରନ୍ତି, ସେମାନଙ୍କ ଶିକ୍ଷା ଗଚ୍ଚିତ କ୍ଷତ ପରି କ୍ଷୟକାରୀ - ସେମାନଙ୍କ ମଧ୍ୟରେ ଅଛନ୍ତି ହୁମନାୟ ଓ ଫିଲିତ।


ତୁମେ ଦେଖିଥିବା ସାତଟି ଶୃଙ୍ଗ ଓ ସେହି ପଶୁ, ବେଶ୍ୟାକୁ ଘୃଣା କରିବେ; ସେମାନେ ତାହାଠାରୁ ତାହାର ସବୁ ଛଡ଼ାଇ ନେଇ ତାକୁ ଉଲଗ୍ନ କରି ଛାଡ଼ିଦେବେ। ସେମାନେ ତାହାର ମାଂସ ଭକ୍ଷଣ କରି, ତାକୁ ଅଗ୍ନିରେ ପକାଇ ଧ୍ୱଂସ କରିଦେବେ।


“ଈଶ୍ୱର କହନ୍ତି: ‘ଶେଷ ଦିନମାନଙ୍କରେ ଏହା ସବୁ ଘଟିବ: ମୁଁ ସମସ୍ତଙ୍କ ଉପରେ ମୋର ଆତ୍ମା ବୃଷ୍ଟି କରିବି। ତୁମ ପୁତ୍ର ଓ କନ୍ୟାମାନେ ଭାବବାଣୀ କହିବେ। ତୁମର ଯୁବକମାନେ ଦିବ୍ୟ ଦର୍ଶନ ପାଇବେ, ଓ ତୁମର ବୃଦ୍ଧମାନେ ସ୍ୱପ୍ନ ଦେଖିବେ।


Swiv nou:

Piblisite


Piblisite