Biblia Todo Logo
Bib sou entènèt

- Piblisite -




ଯାକୁବଙ୍କ ପତ୍ର 5:16 - ପବିତ୍ର ବାଇବଲ (CL) NT (BSI)

16 ପରସ୍ପର ନିକଟରେ ନିଜ ନିଜ ପାପ ସ୍ୱୀକାର କର ଏବଂ ପରସ୍ପର ନିମନ୍ତେ ପ୍ରାର୍ଥନା କର। ତାହାହେଲେ, ତୁମେ ଆରୋଗ୍ୟ ଲାଭ କରିବ। ଧାର୍ମିକର ପ୍ରାର୍ଥନା, ଶକ୍ତିଶାଳୀ ଓ ଫଳପ୍ରଦ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ଅତଏବ, ପରସ୍ପର ନିକଟରେ ଆପଣା ଆପଣାର ପାପ ସ୍ଵୀକାର କର, ପୁଣି ସୁସ୍ଥ ହେବା ନିମନ୍ତେ ପରସ୍ପର ପାଇଁ ପ୍ରାର୍ଥନା କର। ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଅନେକ କାର୍ଯ୍ୟ ସାଧନ କରି ପାରେ।

Gade chapit la Kopi

ଓଡିଆ ବାଇବେଲ

16 ଅତଏବ, ପରସ୍ପର ନିକଟରେ ଆପଣା ଆପଣାର ପାପ ସ୍ୱୀକାର କର, ପୁଣି, ସୁସ୍ଥ ହେବା ନିମନ୍ତେ ପରସ୍ପର ପାଇଁ ପ୍ରାର୍ଥନା କର । ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଅନେକ କାର୍ଯ୍ୟ ସାଧନ କରି ପାରେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଅତଏବ, ପରସ୍ପର ନିକଟରେ ଆପଣା ଆପଣାର ପାପ ସ୍ୱୀକାର କର, ପୁଣି, ସୁସ୍ଥ ହେବା ନିମନ୍ତେ ପରସ୍ପର ପାଇଁ ପ୍ରାର୍ଥନା କର। ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଅନେକ କାର୍ଯ୍ୟ ସାଧନ କରିପାରେ।

Gade chapit la Kopi

ପବିତ୍ର ବାଇବଲ

16 ତୁମ୍ଭେ କରିଥିବା ପାପଗୁଡ଼ିକୁ ପରସ୍ପର ନିକଟରେ ସ୍ୱୀକାର କର। ତା'ପରେ ପରସ୍ପର ପାଇଁ ପ୍ରାର୍ଥନା କର। ପରମେଶ୍ୱର ଯେପରି ତୁମ୍ଭକୁ ସୁସ୍ଥ କରିଦିଅନ୍ତି, ସେଥିନିମନ୍ତେ ଏପରି କର। ଜଣେ ଧାର୍ମିକ ଲୋକ ଯେତେବେଳେ ନିରନ୍ତର ପ୍ରାର୍ଥନା କରେ, ସେତେବେଳେ ମହାନ ଘଟଣାମାନ ଘଟିଥାଏ।

Gade chapit la Kopi




ଯାକୁବଙ୍କ ପତ୍ର 5:16
68 Referans Kwoze  

ବିଶ୍ୱାସ କରି ପ୍ରାର୍ଥନାରେ ଯାହା ମାଗିବ, ତାହା ତୁମେ ପାଇବ।”


ଆମେ ସମସ୍ତେ ଜାଣୁ, ଈଶ୍ୱର ପାପୀମାନଢ଼ଙ୍କ କଥା ଶୁଣନ୍ତି ନାହିଁ। ଯେଉଁମାନେ ଈଶ୍ୱରଙ୍କୁ ଭକ୍ତି କରନ୍ତି ଓ ତାଙ୍କ ଇଚ୍ଛା ଅନୁଯାୟୀ କାମ କରନ୍ତି, ଈଶ୍ୱର କେବଳ ସେମାନଙ୍କ କଥା ଶୁଣନ୍ତି।


ଆମ୍ଭମାନେ ଯେପରି ପାପ ପ୍ରତି ମୃତ ହେବୁ ଓ ଧର୍ମ ଜୀବନ ଯାପନ କରିବୁ, ଏଥିପାଇଁ ଖୀଷ୍ଟ କ୍ରୁଶ ଉପରେ ନିଜ ଶରୀରରେ ଆମ ପାପ ବୋଝ ବହନ କଲେ। ତାଙ୍କ ଶରୀରର ସେହି କ୍ଷତ ଦ୍ୱାରା ତୁମ୍ଭେମାନେ ସୁସ୍ଥ ହୋଇଛ।


ପୁଣି ତାଙ୍କୁ ଯାହା ମଗିବ, ସେ ତାହା ଦାନ କରିବେ, କାରଣ ଆମେ ତାଙ୍କ ଆଜ୍ଞାନୁବର୍ତ୍ତୀ; ଆମ୍ଭମାନଙ୍କ କାର୍ଯ୍ୟରେ ତାଙ୍କୁ ପ୍ରୀତ କରିଛୁ।


ବିଶ୍ୱାସୀମାନଙ୍କ ମଧ୍ୟରୁ ଅନେକେ ନିଜର ସମସ୍ତ ଦୁଷ୍କର୍ମ ପ୍ରକାଶ୍ୟରେ ସ୍ୱୀକାର କଲେ।


ନିରନ୍ତର ପ୍ରାର୍ଥନା କର।


ସଳଖ ପଥମାନଙ୍କପରେ ଗମନ କର; ତାହାହେଲେ, ତୁମର ପଙ୍ଗୁ ପଦ ଅଚଳ ନ ହୋଇ ସୁସ୍ଥ ହେବ।


ଭାଇମାନେ, ଆମ ପାଇଁ ମଧ୍ୟ ପ୍ରାର୍ଥନା କର।


ସେମାନେ ନିଜ ନିଜର ପାପ ସ୍ୱୀକାର କରି ଯୋହନଙ୍କ ଦ୍ୱାରା ଯର୍ଦ୍ଦନ ନଦୀରେ ଦୀକ୍ଷିତ ହେଉଥିଲେ।


ଆମ ପାଇଁ ପ୍ରାର୍ଥନା କରୁଥାଅ। ଆମ ବିବେକ ଯେ ନିର୍ମଳ, ଏଥିରେ ସନ୍ଦେହ ନାହିଁ, କାରଣ ସର୍ବଦା ନ୍ୟାୟୋଚିତ କାଯ୍ର୍ୟ୍ର କରିାବକୁ ଆମର ଏକାନ୍ତ ଇଚ୍ଛା।


ବିଶ୍ୱାସ ବଳରେ ନେହ ଅଦୃଶ୍ୟ ଭାବୀ ଘଟଣା ସମ୍ବଦ୍ଧରେ ଈଶ୍ୱରଙ୍କ ସତକପର୍ବାଣୀ ଶୁଣି ପାରିଥିଲେ। ସେ ଈଶ୍ୱରଙ୍କ ଆଦେଶ ପାଳନ କରି ଏକ ଜାହାଜ ପରିବାରବର୍ଗ ରକ୍ଷା ପାଇଥିଲେ। ଫଳରେ ଜଗତବାସୀ ଦଣ୍ଡିତ ହେଲେ, କିନ୍ତୁ ନୋହ ତାଙ୍କ ବିଶ୍ୱାସ ହେତ ଧାର୍ମକତାର ପୁରସ୍କାର ଲାଭ କଲେ।


ଜଣକର ଅବାଧ୍ୟତା ଲାଗି ଯେପରି ସମସ୍ତେ ପାପୀ ହେଲେ, ସେହିପରି ଜଣକର ଆଜ୍ଞାବହତା ଯୋଗୁଁ ସମସ୍ତେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ହେବେ।


ଶାସ୍ତ୍ରରେ ଉଲ୍ଲିଖିତ ଅଛି: “ଧାର୍ମିକ କେହି ନାହିଁ, ଜଣେ ସୁଦ୍ଧା ନାହିଁ,


ବିଶ୍ୱାସ ଦ୍ୱାରା ହେବଲ ଈଶ୍ୱରଙ୍କ ଉଦ୍ଦେଶ୍ୟରେ କୟିନଙ୍କ ଅପେପକ୍ଷା ଉତ୍କୃଷ୍ଟର ନୈବେଦ୍ୟ ଉତ୍ସର୍ଗ କରିଥିଲେ। ନିଜ ବିଶ୍ୱାସ ବଳରେ ସେ ଈଶ୍ୱରଙ୍କ ଦ୍ୱାରା ଧାର୍ମିକ ବୋଲି ଗଣ୍ୟ ହୋଇଥିଲେ, କାରଣ ଈଶ୍ୱର ନିଜେ ତାଙ୍କର ନୈବେଦ୍ୟ ଗ୍ରହଣ କରିଥିଲେ। ତାଙ୍କର ବିଶ୍ୱାସ ଯୋଗୁଁ, ହେବଲ ମୃତ ହେଲେ ସୁଦ୍ଧା ଏ ପର୍ଯ୍ୟନ୍ତ କଥା କହୁଛନ୍ତି।


ତୁମ୍ଭେମାନେ ନାଜରିତର ଯୀଶୁଙ୍କ ବିଷୟରେ ଓ ଈଶ୍ୱର କିପରି ତାଙ୍କ ଉପରେ ପବିତ୍ର ଆତ୍ମା ଓ ଶକ୍ତି ଢାଳି ଦେଇଥିଲେ, ତାହା ଜାଣ। ସେ ସବୁଆଡ଼େ ଯାଇ ମହତ୍ କାର୍ଯ୍ୟ ସାଧନ କଲେ। ଶୟତାନର କବଳରେ ଥିବା ଲୋକଙ୍କୁ ସୁସ୍ଥ କଲେ, କାରଣ ଈଶ୍ୱର ତାଙ୍କ ସହିତ ଥିଲେ।


ଯେଉଁ ଈଶ୍ୱର ଆମକୁ ଶାନ୍ତି ପ୍ରଦାନ କରନ୍ତି, ସେ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣଭାବେ ପବିତ୍ର କରନ୍ତୁ ଓ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ସମୟରେ ତୁମର ସମସ୍ତ ସତ୍ତା, ମନ, ଆତ୍ମା, ଶରୀରକୁ ସମ୍ପୂର୍ଣ୍ଣଭାବେ ନିର୍ଦ୍ଦୋଷ ରଖନ୍ତୁ।


ଏହି କାରଣରୁ ତୁମ୍ଭମାନଙ୍କ ବିଷୟରେ ଶୁଣିବା ସମୟରୁ ଆମେ ସବୁବେଳେ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁଛୁ। ପବିତ୍ର ଆତ୍ମାଙ୍କ ପ୍ରଦତ୍ତ ସମସ୍ତ ଜ୍ଞାନ ଓ ବୁଝିବା ଶକ୍ତି ଦ୍ୱାରା ଈଶ୍ୱରଙ୍କ ଅଭିମତ ସମ୍ପୂର୍ଣ୍ଣ ରୂପେ ତୁମ୍ଭେମାନେ ଯେପରି ଜାଣି ପାରିବ, ଏଥିପାଇଁ ତୁମ୍ଭମାନଙ୍କ ନିମନ୍ତେ ଆମେ ପ୍ରାର୍ଥନା କରୁଛୁ।


ଶିଷ୍ୟମାନେ ପ୍ରସ୍ଥାନ କଲେ! ଗ୍ରାମେ ଗ୍ରାମେ ଭ୍ରମଣ କରି ଶୁଭବାର୍ତ୍ତା ପ୍ରଚାର କଲେ ଓ ଲୋକମାନଙ୍କୁ ସୁସ୍ଥ କଲେ।


ଯିହୂଦା ପ୍ରଦେଶ ଓ ଯିରୂଶାଲମ ସହରକୁ ବହୁ ଲୋକ ଯୋହନଙ୍କ ପ୍ରଚାର ଶୁଣିବା ପାଇଁ ଆସିଲେ। ସେମାନେ ନିଜ ନିଜ ପାପ ସ୍ୱୀକାର କଲେ ଏବଂ ଯୋହନ ସେମାନଙ୍କୁ ଯର୍ଦ୍ଦନ ନଦୀରେ ଜଳଦୀକ୍ଷା ଦେଲେ।


ଶିମୋନ ସେମାନଙ୍କୁ କହିଲା, “ଆପଣମାନେ ଯାହା ସବୁ କହିଲେ, ତାହା ଯେପରି ମୋ’ ପ୍ରତି ନ ଘଟେ, ଏଥିପାଇଁ ଅନୁଗ୍ରହ କରି ପ୍ରଭୁଙ୍କ ଛାମୁରେ ପ୍ରାର୍ଥନା କରନ୍ତୁ।”


Swiv nou:

Piblisite


Piblisite