Biblia Todo Logo
Bib sou entènèt

- Piblisite -




ଯାକୁବଙ୍କ ପତ୍ର 4:9 - ପବିତ୍ର ବାଇବଲ (CL) NT (BSI)

9 ତୁମ୍ଭମାନଭ୍କ ହର୍ଷ ବିଷାଦରେ ପରିଣତ ହେଉ; ତୁମ୍ଭମାନଙ୍କ ଆନନ୍ଦ ନିରାନ୍ଦରେ ପରିଣତ ହେଉ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଖେଦଯୁକ୍ତ ଓ ଶୋକାର୍ତ୍ତ ହୋଇ ରୋଦନ କର; ତୁମ୍ଭମାନଙ୍କ ହାସ୍ୟ ଶୋକରେ ଓ ତୁମ୍ଭମାନଙ୍କ ଆନନ୍ଦ ବିଷାଦରେ ପରିଣତ ହେଉ।

Gade chapit la Kopi

ଓଡିଆ ବାଇବେଲ

9 ଖେଦଯୁକ୍ତ ଓ ଶୋକାର୍ତ୍ତ ହୋଇ ରୋଦନ କର; ତୁମ୍ଭମାନଙ୍କ ହାସ୍ୟ ଶୋକରେ ଓ ତୁମ୍ଭମାନଙ୍କ ଆନନ୍ଦ ବିଷାଦରେ ପରିଣତ ହେଉ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଖେଦଯୁକ୍ତ ଓ ଶୋକାର୍ତ୍ତ ହୋଇ ରୋଦନ କର; ତୁମ୍ଭମାନଙ୍କ ହାସ୍ୟ ଶୋକରେ ଓ ତୁମ୍ଭମାନଙ୍କ ଆନନ୍ଦ ବିଷାଦରେ ପରିଣତ ହେଉ।

Gade chapit la Kopi

ପବିତ୍ର ବାଇବଲ

9 ଦୁଃଖୀ ହୁଅ, ଦୁଃଖ ପ୍ରକାଶ କର ଓ କ୍ରନ୍ଦନ କର! ତୁମ୍ଭର ହାସ୍ୟକୁ କ୍ରନ୍ଦନରେ ବଦଳାଇ ଦିଅ। ତୁମ୍ଭର ପ୍ରଫୁଲ୍ଲତାକୁ ଦୁଃଖରେ ବଦଳାଅ।

Gade chapit la Kopi




ଯାକୁବଙ୍କ ପତ୍ର 4:9
25 Referans Kwoze  

ଶୋକସନ୍ତପ୍ତ ଲୋକେ ଧନ୍ୟ, କାରଣ ଈଶ୍ୱର ସେମାନଙ୍କୁ ସାନ୍ତ୍ୱନା ଦେବେ।


“ହାୟ! ପରିତୃପ୍ତ ବ୍ୟକ୍ତିମାନେ, ତୁମ୍ଭମାନଙ୍କ ଶେଷ ଦଶା କେଡ଼େ ଭୟଙ୍କର! ତୁମ୍ଭେମାନେ କ୍ଷୁଧାତୁର ହେବ। “ହାୟ ଯେଉଁମାନେ ବର୍ତ୍ତମାନ ହସୁଛ, ତୁମ୍ଭମାନଙ୍କର ହାସ୍ୟରୋଳ କ୍ରନ୍ଦନ ଓ ଶୋକରେ ପରିଣତ ହେବ।


“କିନ୍ତୁ ଅବ୍ରାହମ କହିଲେ, ‘ହେ ମୋର ପୁଅ, ତୁ ଯେ ଜୀବନରେ ସମସ୍ତ ଉକ୍ରୃଷ୍ଟ ବିଷୟ ଭୋଗ କଲୁ, କିନ୍ତୁ ଲାଜାର କେବଳ ନିକୃଷ୍ଟ ବିଷୟ ପାଇଥିଲା, ତାହା ସ୍ମରଣ କର। କିନ୍ତୁ ବର୍ତ୍ତମାନ ସେ ଏଠାରେ ସୁଖ ଭୋଗ କରୁଛି ଓ ତୁ କଷ୍ଟ ଭୋଗ କରୁଛୁ।


“ହେ କ୍ଷୁଧାର୍ତ୍ତମାନେ, ତୁମ୍ଭେମାନେ ଧନ୍ୟ, ତୁମ୍ଭେମାନେ ପରିତୃପ୍ତ ହେବ! “ହେ ଶୋକାର୍ତ୍ତମାନେ, ତୁମ୍ଭେମାନେ ଧନ୍ୟ, ତୁମ୍ଭେମାନେ ଉତ୍ଫୁଲ୍ଲ ହେବ!


ସେମାନେ ଉତ୍ତର ଦେଲେ, “ସେହି ଦୁଷ୍ଟମାନଙ୍କୁ ସେ ନିଶ୍ଚୟ ମାରିଦେବେ ଓ ଯେଉଁ ରଇତମାନେ ଠିକ୍ ସମୟରେ ତାଙ୍କ ଭାଗ ଦେବେ, କ୍ଷେତଟି ସେମାନଙ୍କ ହାତରେ ଛାଡ଼ିଦେବେ।”


Swiv nou:

Piblisite


Piblisite