Biblia Todo Logo
Bib sou entènèt

- Piblisite -




ଯାକୁବଙ୍କ ପତ୍ର 4:5 - ପବିତ୍ର ବାଇବଲ (CL) NT (BSI)

5 ଶାସ୍ତ୍ରର ଏହି ଉକ୍ତିରେ କ’ଣ ସତ୍ୟତା ନାହିଁ ବୋଲି ମନେ କରୁଛ, “ଈଶ୍ୱର ଆମ୍ଭମାନଙ୍କଠାରେ ଯେଉଁ ଆତ୍ମା ସ୍ଥାପନ କରିଛନ୍ତି, ତାହାକୁ ସମ୍ପୁର୍ଣ୍ଣ ଅଧିକାର କରିବା ପାଇଁ ସେ ଉତ୍କଣ୍ଠିତ?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ନା ତୁମ୍ଭେମାନେ କଅଣ ଧର୍ମଶାସ୍ତ୍ରର ଏହି ବାକ୍ୟକୁ ବ୍ୟର୍ଥ ବୋଲି ମନେ କରୁଅଛ; ଯେଉଁ ଆତ୍ମାଙ୍କୁ ସେ ଆମ୍ଭମାନଙ୍କ ମଧ୍ୟରେ ବାସ କରିବାକୁ ଦେଇଅଛନ୍ତି, ସେ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ଅଧିକାର କରିବା ନିମନ୍ତେ ଏକା; କାମନା କରନ୍ତି?

Gade chapit la Kopi

ଓଡିଆ ବାଇବେଲ

5 ନା ତୁମ୍ଭେମାନେ କ'ଣ ଧର୍ମଶାସ୍ତ୍ରର ଏହି ବାକ୍ୟକୁ ବ୍ୟର୍ଥ ବୋଲି ମନେ କରୁଅଛ; ଯେଉଁ ଆତ୍ମାଙ୍କୁ ସେ ଆମ୍ଭମାନଙ୍କ ମଧ୍ୟରେ ବାସ କରିବାକୁ ଦେଇଅଛନ୍ତି, ସେ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ଅଧିକାର କରିବା ନିମନ୍ତେ ଏକାନ୍ତ କାମନା କରନ୍ତି ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ନା ତୁମ୍ଭେମାନେ କଅଣ ଧର୍ମଶାସ୍ତ୍ରର ଏହି ବାକ୍ୟକୁ ବ୍ୟର୍ଥ ବୋଲି ମନେ କରୁଅଛ; ଯେଉଁ ପବିତ୍ର ଆତ୍ମାଙ୍କୁ ସେ ଆମ୍ଭମାନଙ୍କ ମଧ୍ୟରେ ବାସ କରିବାକୁ ଦେଇଅଛନ୍ତି, ସେ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ଅଧିକାର କରିବା ନିମନ୍ତେ ଏକାନ୍ତ କାମନା କରନ୍ତି?

Gade chapit la Kopi

ପବିତ୍ର ବାଇବଲ

5 ତୁମ୍ଭେ କ’ଣ ଭାବୁଛ କି ଶାସ୍ତ୍ରର ଅର୍ଥ କିଛି ନାହିଁ? ଶାସ୍ତ୍ର କୁହେ: “ପରମେଶ୍ୱର ଆମ୍ଭ ମଧ୍ୟରେ ବାସ କରିବା ପାଇଁ ଯେଉଁ ଆତ୍ମାଙ୍କୁ ଦେଇଛନ୍ତି, ସେ ଆମ୍ଭକୁ ସମ୍ପୂର୍ଣ୍ଣ ରୂପେ ଅଧିକାର କରିବା ନିମନ୍ତେ ଗ୍ଭହାନ୍ତି।”

Gade chapit la Kopi




ଯାକୁବଙ୍କ ପତ୍ର 4:5
24 Referans Kwoze  

ଈଶ୍ୱରଙ୍କ ମନ୍ଦିରରେ କିପରି ପ୍ରତିମାର ପ୍ରତିଷ୍ଟା ହେଇପାରେ? ଆମେମାନେ ତ ଜୀବନ୍ତ ଈଶ୍ବରଙ୍କ ମନ୍ଦିର, କାରଣ ଈଶ୍ୱର ନିଜେ କହି ଅଛନ୍ତି, “ମୋର ଲୋକମାନଙ୍କ ସହିତ ମୁଁ ବାସ କରିବି ଓ ସେମାନଙ୍କ ମଧ୍ୟରେ ବିଚରଣ କରିବି; ମୁଁ ସେମାନଙ୍କ ଈଶ୍ୱର ହେବି ଓ ସେମାନେ ମୋର ନିଚ ଲୋକ ହେବେ।”


ତୁମ୍ଭେମାନେ କ’ଣ ଜାଣ ନାହିଁ ଯେ ତୁମ୍ଭମାନଙ୍କର ଶରୀର ଈଶ୍ୱରଙ୍କଠାରୁ ପ୍ରାପ୍ତ ଅନ୍ତର୍ବାସୀ ପବିତ୍ରଆତ୍ମାଙ୍କ ମନ୍ଦିର? ତୁମେ ଆଉ ତୁମର ହୋଇ ନାହଁ, ମାତ୍ର ଈଶ୍ୱରଙ୍କର।


ଆମ୍ଭେମାନେ ନିଜେ ଦିନେ ନିର୍ବୋଧ, ଅବାଧ୍ୟ ଓ ଭ୍ରାନ୍ତ ଥିଲୁ; ନାନା ପ୍ରକାର ଆମୋଦେ ପ୍ରମୋଦ ଓ ନୀଚ ପ୍ରବୃତ୍ତିଗୁଡ଼ିକର ବଶୀଭୂତ ଥିଲୁ; ଦ୍ୱେଷ ଓ ଈର୍ଷାପରବଶ ହୋଇ ଦିନାତିପାତ କରିଥିଲୁ; ଅନ୍ୟମାନେ ଆମ୍ଭମାନଙ୍କୁ ଘୃଣା କରୁଥିଲେ, ଆମ୍ଭେମାନେ ମଧ୍ୟ ସେମାନଙ୍କୁ ଘୃଣା କରୁଥିଲୁ।


ଆଦ୍ୟରୁ ଧର୍ମଶାସ୍ତ୍ରରେ ସୂଚୀତ ହୋଇଛି ଯେ, ବିଶ୍ୱାସ ଦ୍ୱାରା ଈଶ୍ୱର ଅଣଇହୁଦୀମାନଙ୍କୁ ଧାର୍ମିକ ବୋଲି ବିବେଚନା କରିବେ। “ତୁମ ଦ୍ୱାରା ଈଶ୍ୱର ପୃଥିବୀର ସମସ୍ତ ଲୋକଙ୍କୁ ଆଶୀର୍ବାଦ କରିବେ” ଏହି ବାର୍ତ୍ତା ପ୍ରଥମେ ଅବ୍ରହାମଙ୍କ ନିକଟରେ ପ୍ରଚାର କରାଯାଇଥିଲା।


“ଯାକୁବଙ୍କର ପୁତ୍ରମାନେ ସେମାନଙ୍କର ଭାଇ ଯୋସେଫ ପ୍ରତି ଈର୍ଷାନ୍ୱିତ ହୋଇ ତାଙ୍କୁ ମିସର ଦେଶରେ କ୍ରୀତଦାସ ରୂପେ ବିକ୍ରୀ କଲେ।


ଆମେ ଜାଣୁ, ଶାସ୍ତ୍ର ବାକ୍ୟ ଚିରନ୍ତନ ସତ୍ୟ। ଈଶ୍ୱରଙ୍କ ବାର୍ତ୍ତା ଯେଉଁମାନଙ୍କ ନିକଟରେ ପ୍ରକାଶିତ, ସେମାନଙ୍କୁ ଏଠାରେ ଦେବତା କୁହାଯାଇଛି।


ସେମାନେ ଦୁଷ୍ଟତା, ମନ୍ଦତା, ଲୋଭ ଓ ଭ୍ରଷ୍ଟାଚାରରେ ପରିପୂର୍ଣ୍ଣ। ସେମାନେ ଈର୍ଷାପରାୟଣ, ନରହନ୍ତା, କଳହପ୍ରିୟ, ପ୍ରତାରକ ଓ ହିଂସ୍ରକ; ସେମାନେ ପର କୁତ୍ସାରଟନା କରନ୍ତି;


ଶାସ୍ତ୍ର ଅନୁଯାୟୀ ଈଶ୍ୱର ମିସର ରାଜାଙ୍କୁ କହିଥିଲେ, “ତୁମ୍ଭ ଦ୍ୱାରା ଆମ୍ଭର ଶକ୍ତି ପ୍ରଦର୍ଶନ କରିବା ପାଇଁ ଓ ସମଗ୍ର ଜଗତରେ ଆମ୍ଭର ମହିମା ପ୍ରକାଶ କରିବା ପାଇଁ ଆମ୍ଭେ ତୁମ୍ଭକୁ ରାଜା କରିଅଛୁ।”


ଶାସ୍ତ୍ରରେ ଏହା ମଧ୍ୟ ଲେଖାଅଛି: “ଯାହାଙ୍କୁ ସେମାନେ ବିଦ୍ଧ କରିଛନ୍ତି, ତାଙ୍କ ଉପରେ ଲୋକମାନଙ୍କର ଦୃଷ୍ଟି ନିବଦ୍ଧ ହେବ।”


ଶାସ୍ତ୍ରରେ ଲେଖାଅଛି, ମସୀହ ଦାଉଦ ରାଜାଙ୍କ ବଂଶଧର ଏବଂ ସେ ଦାଉଦଙ୍କ ବାସସ୍ଥାନ ବେଥ୍ଲେହିମ୍ ସହରରେ ଜନ୍ମ ଗ୍ରହଣ କରିବେ।”


Swiv nou:

Piblisite


Piblisite