Biblia Todo Logo
Bib sou entènèt

- Piblisite -




ଯାକୁବଙ୍କ ପତ୍ର 4:4 - ପବିତ୍ର ବାଇବଲ (CL) NT (BSI)

4 ହେ ବିଶ୍ୱାସଘାତକ ଲୋକେ, ତୁମେ କଅଣ ଜାଣି ନାହିଁ, ସଂସାରପ୍ରୀତି ଈଶ୍ୱରଙ୍କ ପ୍ରତିଶତ୍ରୁତାଜରଣ? ଯେ ଇହ ଜଗତ ସହିତ ବନ୍ଧୁତା କରେ, ସେ ଈଶ୍ୱରଙ୍କ ଶତ୍ରୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ହେ ବ୍ୟଭିଚାରିଣୀମାନେ, ଜଗତର ମିତ୍ରତା ଈଶ୍ଵରଙ୍କର ଶତ୍ରୁତା, ଏହା କଅଣ ଜାଣ ନାହିଁ? ଅତଏବ, ଯେକେହି ଜଗତର ମିତ୍ର ହେବାକୁ ଇଚ୍ଛା କରେ; ସେ ଆପଣାକୁ ଈଶ୍ଵରଙ୍କ ଶତ୍ରୁ ବୋଲି ପ୍ରତିପନ୍ନ କରେ।

Gade chapit la Kopi

ଓଡିଆ ବାଇବେଲ

4 ହେ ବ୍ୟଭିଚାରିଣୀମାନେ, ଜଗତର ମିତ୍ରତା ଈଶ୍ୱରଙ୍କର ଶତ୍ରୁତା, ଏହା କ'ଣ ଜାଣ ନାହିଁ ? ଅତଏବ, ଯେ କେହି ଜଗତର ମିତ୍ର ହେବାକୁ ଇଚ୍ଛା କରେ ସେ ଆପଣାକୁ ଈଶ୍ୱରଙ୍କ ଶତ୍ରୁ ବୋଲି ପ୍ରତିପନ୍ନ କରେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ହେ ବ୍ୟଭିଚାରିଣୀମାନେ, ଜଗତର ମିତ୍ରତା ଈଶ୍ବରଙ୍କର ଶତ୍ରୁତା, ଏହା କଅଣ ଜାଣ ନାହିଁ? ଅତଏବ, ଯେ କେହି ଜଗତର ମିତ୍ର ହେବାକୁ ଇଚ୍ଛା କରେ ସେ ଆପଣାକୁ ଈଶ୍ବରଙ୍କ ଶତ୍ରୁ ବୋଲି ପ୍ରତିପନ୍ନ କରେ।

Gade chapit la Kopi

ପବିତ୍ର ବାଇବଲ

4 ଏହା ଦ୍ୱାରା ତୁମ୍ଭେମାନେ ପରମେଶ୍ୱରଙ୍କ ନିକଟରେ ବିଶ୍ୱସ୍ତ ନୁହଁ। ତୁମ୍ଭେ ଜାଣି ରଖିବା ଉଚିତ୍ ଯେ, ଜଗତକୁ ଭଲ ପାଇବା ଓ ପରମେଶ୍ୱରଙ୍କୁ ଘୃଣା କରିବା ବିଷୟ ସମାନ। ଅତଏବ ଯଦି କେହି ଏହି ସଂସାରର ଅଂଶୀ ହେବା ପାଇଁ ଇଚ୍ଛା କରେ, ତେବେ ସେ ନିଜକୁ ପରମେଶ୍ୱରଙ୍କୁ ଶତ୍ରୁ କରି ପକାଏ।

Gade chapit la Kopi




ଯାକୁବଙ୍କ ପତ୍ର 4:4
24 Referans Kwoze  

ମାନବ ପ୍ରକୃତିର ବଶୀଭୂତ ହେବା ଦ୍ୱାରା ବ୍ୟକ୍ତି ଈଶ୍ୱରଙ୍କ ଶତ୍ରୁ ହୁଏ; କାରଣ ସେ ଈଶ୍ୱରଙ୍କ ବ୍ୟବସ୍ଥା ପାଳନ କରେ ନାହିଁ- ସେ ତା’ କରିବାକୁ ଅସମର୍ଥ।


ଏହା ଶୁଣି ତୁମ୍ଭେମାନେ କ’ଣ ମନେ କରୁଛ ଯେ, ମୁଁ ମନୁଷ୍ୟମାନଙ୍କର ସମର୍ଥନ ଲାଭ କରିବା ପାଇଁ ଚେଷ୍ଟା କରୁଛି? ନା, କଦାପି ନୁହେଁ। ମୁଁ ଚାହେଁ କେବଳ ଈଶ୍ୱରଙ୍କ ସମର୍ଥନ। ମୁଁ କ’ଣ ଲୋକପ୍ରିୟ ହେବା ନିମନ୍ତେ ଇଚ୍ଛା କରୁଛି? ମୁଁ ଯଦି ଏ ପର୍ଯ୍ୟନ୍ତ ଲୋକପ୍ରିୟ ହେବାକୁ ଚେଷ୍ଟା କରୁଥାନ୍ତି, ତେବେ ମୁଁ ଆଜି ଖ୍ରୀଷ୍ଟଙ୍କର ସେବକ ହୋଇ ନ ଥାଆନ୍ତି।


ତୁମେ ଯଦି ଜାଗତିକମନା ହୋଇଥା’ନ୍ତ, ତେବେ ଜଗତ ତୁମ୍ଭମାନଙ୍କୁ ନିଜର ଭାବି ପେୟମ କରିଥା’ନ୍ତା; କିନ୍ତୁ ମୁଁ ତୁମ୍ଭମାନଙ୍କୁ ମନୋନୀତ କରି ଜଗତଠାରୁ ଅଲଗା କରିଦେଇଛି। ସେଥିପାଇଁ ଜଗତ ତୁମକୁ ଘୃଣା କରେ।


“ଜଣେ ଲୋକ ଦୁଇଜଣ ମାଲିକଙ୍କର କ୍ରୀତଦାସ ହୋଇ ପାରିବ ନାହିଁ। ସେ ଜଣକୁ ଆଦର କଲେ ଅପରକୁ ଘୃଣା କରିବ, ଜଣକ ପ୍ରତି ଅନୁଗତ ହେଲେ ଅନ୍ୟକୁ ଅବଜ୍ଞା କରିବ। ତୁମେ ଏକା ସଙ୍ଗେ ଈଶ୍ୱର ଓ ଧନସମ୍ପତ୍ତି ପ୍ରତି ଆସକ୍ତ ହୋଇ ରହି ପାରିବ ନାହିଁ।


ମୁଁ ସେମାନଙ୍କୁ ତୁମର ବାର୍ତ୍ତା ଶୁଣାଇଛି। ସେଥିଲାଗି ସେମାନଙ୍କୁ ଜଗତ ଘୃଣା କରିଛି, କାରଣ ମୁଁ ଯେପରି ଏହି ଜଗତର ନୁହେଁ, ସେମାନେ ମଧ୍ୟ ନୁହନ୍ତି।


ଯେଉଁ ଧର୍ମକର୍ମ ପିତା ଈଶ୍ୱରଙ୍କ ଦୃଷ୍ଟିରେ ବିଶୁଦ୍ଧଓ ଯଥାର୍ଥ, ତାହା ହେଉଛି- ଦୁର୍ଦ୍ଧଶାଗ୍ରସ ଅନାଥ ଓ ବଧମାନଙ୍କର ଯତ୍ନ ନେବା ଏବଂ ଜଗତରେ କଳୁଷରୁ ନିଜକୁ ମୁକ୍ତ ରଖିବା।


ଆମ୍ଭେମାନେ ଈଶ୍ୱରଙ୍କ ଶତ୍ରୁ ଥିବା ସମୟରେ ତାଙ୍କ ପୁତ୍ର ଆମ୍ଭମାନଙ୍କ ପାଇଁ ପ୍ରାଣ ଦେଲେ, ତାହା ଦ୍ୱାରା ଈଶ୍ୱରଙ୍କ ସହିତ ପୁନର୍ମିଳନ ହେଲା ପରେ ବର୍ତ୍ତମାନ ଖ୍ରୀଷ୍ଟଙ୍କ ଜୀବନ ଦ୍ୱାରା ପରିତ୍ରାଣ ପାଇବା ପାଇଁ ଆମେ କେତେ ଅଧିକ ସୁଯୋଗ ନ ପାଇବା?


ଏ ଯୁଗର ଲୋକମାନେ କେଡ଼େ ଭ୍ରଷ୍ଟ ଓ ଈଶ୍ୱର ଅବିଶ୍ୱାସୀ! ତୁମେ ଗୋଟିଏ ଅଲୌକିକ କାର୍ଯ୍ୟ କରିବାରୁ କହୁଛ? କିନ୍ତୁ ଯୂନସଙ୍କ ଚୀବନରେ ଘଟିଥିବା ଆଶ୍ଚର୍ଯ୍ୟ କ୍ରିୟା ଛାଡ଼ା ଅନ୍ୟ କୌଣସି ଅଲୌକିକ କାର୍ଯ୍ୟ ତୁମେ ମୋ’ଠାରେ ଦେଖିବ ନାହିଁ।” ଏହା କହି ଯୀଶୁ ସେମାନଙ୍କୁ ଛାଡ଼ି ଜାଲିଗଲେ।


କାରଣ ଜଗତ ତୁମକୁ ଘୃଣା କରେ ନାହିଁ। କିନ୍ତୁ ଜଗତ ମୋତେ ଘୃଣା କରେ, କାରଣ ତା’ର କାର୍ଯ୍ୟକଳାପ ମନ୍ଦ ବୋଲି ମୁଁ କହି ଆସୁଛି।


ବର୍ତ୍ତମାନ ମୋର ଯେଉଁ ଶତ୍ରୁମାନେ ମୋତେ ରାଜା କରିବାକୁ ଇଚ୍ଛା କରୁ ନ ଥିଲେ, ସେମାନଙ୍କୁ ଏଠାକୁ ଆଣ ଓ ମୋ’ ଆଗରେ ସେମାନଙ୍କୁ ବଧ କର’।”


ଯୀଶଉ ବିସ୍ମୟ ପ୍ରକାଶ କରି କହିଲେ, “ଏ ଯୁଗର ଲୋକମାନେ କେଡ଼େ ଦୁଷ୍ଟ ଓ ଈଶ୍ୱର ଅବିଶ୍ୱାସୀ। ତୁମ୍ଭେମାନେ ମୋତେ ଗୋଟିଏ ଆଶ୍ଚର୍ଯ୍ୟ କର୍ମ ଦେଖାଇବାକୁ କହୁଛ? କେବଳ ଭାବବାଦୀ ଯୂପସଙ୍କ ଜୀବନରେ ଘଟିଥିବା ଆଶ୍ଚର୍ଯ୍ୟ କର୍ମ ହିଁ ତୁମ୍ଭମାନଙ୍କୁ ଦେଖାଇ ଦିଆଯିବ।


ତେଣୁ ଏ ଯୁଗର ଜ୍ଞାନୀ, ପଣ୍ଡିତ କିମ୍ବା ତାର୍କିକମାନଙ୍କର ସ୍ଥାନ କେଉଁଠାରେ? ଏହି ଜଗତର ଜ୍ଞାନକୁ ମୂର୍ଖତା ବୋଲି ଈଶ୍ୱର ପ୍ରକାଶ କରି ନାହାନ୍ତି କି?


ଈଶ୍ୱର ତାଙ୍କ ମହାଜ୍ଞାନରେ ସ୍ଥିର କରିଥିଲେ ଯେ ମନୁଷ୍ୟ ନିଜ ଜ୍ଞାନ ଦ୍ୱାରା ଈଶ୍ୱରଙ୍କୁ ଜାଣିପାରିବ ନାହିଁ। ଅନ୍ୟ ପକ୍ଷରେ, ଆମେ ପ୍ରଚାର କରୁଥିବା ତଥାକଥିତ ନିର୍ବୋଧ ସୁସମାଚାରରେ ବିଶ୍ୱାସ କରୁଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଈଶ୍ୱର ମନସ୍ଥ କରିଛନ୍ତି।


Swiv nou:

Piblisite


Piblisite