Biblia Todo Logo
Bib sou entènèt

- Piblisite -




ଯାକୁବଙ୍କ ପତ୍ର 4:3 - ପବିତ୍ର ବାଇବଲ (CL) NT (BSI)

3 ପୁଣି, ମାଗିଲେ ମଧ୍ୟ ନ ପାଇବାର କାରଣ ହେଉଛି, ତୁମ ଅଭିପ୍ରାୟ ଅସତ୍। ତୁମ୍ଭେମାନେ ନିଜର ସୁଖଭୋଗ ପାଇଁ ମାଗିଥାଅ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ତୁମ୍ଭେମାନେ ମାଗିଥାଅ, କିନ୍ତୁ ପାଇ ନ ଥାଅ, କାରଣ ଆପଣା ଆପଣା ସୁଖାଭିଳାଷରେ ବ୍ୟୟ କରିବା ନିମନ୍ତେ ମନ୍ଦ ଅଭିପ୍ରାୟରେ ମାଗିଥାଅ।

Gade chapit la Kopi

ଓଡିଆ ବାଇବେଲ

3 ତୁମ୍ଭେମାନେ ମାଗିଥାଅ, କିନ୍ତୁ ପାଇ ନ ଥାଅ, କାରଣ ଆପଣା ଆପଣା ସୁଖାଭିଳାଷରେ ବ୍ୟୟ କରିବା ନିମନ୍ତେ ମନ୍ଦ ଅଭିପ୍ରାୟରେ ମାଗିଥାଅ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ତୁମ୍ଭେମାନେ ମାଗିଥାଅ, କିନ୍ତୁ ପାଇ ନ ଥାଅ, କାରଣ ଆପଣା ଆପଣା ସୁଖାଭିଳାଷରେ ବ୍ୟୟ କରିବା ନିମନ୍ତେ ମନ୍ଦ ଅଭିପ୍ରାୟରେ ମାଗିଥାଅ।

Gade chapit la Kopi

ପବିତ୍ର ବାଇବଲ

3 ବା ଯେତେବେଳେ ତୁମ୍ଭେ ମାଗ, ତାହା ପାଅ ନାହିଁ। କାହିଁକି? କାରଣ ଯେଉଁ କାରଣରୁ ତୁମ୍ଭେ ମାଗ, ତାହା ଭୁଲ୍ ଥାଏ। ତୁମ୍ଭେ ନିଜର ଅଭିଳାଷ ପାଇଁ ଯେପରି ସେଗୁଡ଼ିକୁ ବ୍ୟବହାର କରିପାର, ସେଥିପାଇଁ ସେହିସବୁ ମାଗିଥାଅ।

Gade chapit la Kopi




ଯାକୁବଙ୍କ ପତ୍ର 4:3
25 Referans Kwoze  

ଆମେ ନିର୍ଭୀକ ଭାବରେ ଈଶ୍ୱରଙ୍କ ନିକଟକୁ ଆସି ପାରୁଛୁ, କାରଣ ଆମେ ନିଶ୍ଚିତଭାବେ ଜାଣୁ ଯେ, ତାଙ୍କ ଇଚ୍ଛା ଅନୁଯାୟୀ ଯେକୌଣସି ବିଷୟ ପ୍ରାର୍ଥନା କଲେ, ସେ ଶୁଣିବେ।


ପୁଣି ତାଙ୍କୁ ଯାହା ମଗିବ, ସେ ତାହା ଦାନ କରିବେ, କାରଣ ଆମେ ତାଙ୍କ ଆଜ୍ଞାନୁବର୍ତ୍ତୀ; ଆମ୍ଭମାନଙ୍କ କାର୍ଯ୍ୟରେ ତାଙ୍କୁ ପ୍ରୀତ କରିଛୁ।


ତୁମ୍ଭମାନଙ୍କ ମଧ୍ୟରେ ସଂଘର୍ଷ ଓ କଳହ କାହିଁକତ ହୁଏ? ତୁମ ଅନ୍ତରରେ ଲାଗି ରହିଥିବା ଭୋଗ ବିଳାସର କାମନା ହିଁ ଏହାର କାରଣ।


କିଛି ଦିନ ପରେ ସାନ ପୁଅ ତା’ ସମ୍ପତ୍ତିର ଅଂଶ ବିକ୍ରୀ କଲା ଏବଂ ଟଙ୍କା ନେଇ ଘର ଛାଡ଼ି ଦୂର ଦେଶକୁ ଚାଲିଗଲା। ଭ୍ରଷ୍ଟାଚାରୀ ହୋଇ ଟଙ୍କା ଅପବ୍ୟୟ କଲା।


ଯୀଶୁ ସେମାନଙ୍କୁ କହିଲେ, “ତୁମେ କଅଣ ମାଗୁଛ, ବୁଝିପାରୁ ନାହଁ। ମୁଁ ଯେଉଁ ଦୁଃଖ ଭୋଗର ପାନପାତ୍ରରୁ ପିଇବାକୁ ଯାଉଛି, ସେଥିରୁ ତୁମେ ପାନ କରିପାରିବ? ମୁଁ ଯେପରି ଦୀକ୍ଷିତ ହେବାକୁ ଯାଉଛି, ସେହି ଦୀକ୍ଷା ତୁମ୍ଭେମାନେ କ’ଣ ଗ୍ରହଣ କରିପାରିବ?”


ଯୀଶୁ ଜେବଦୀଙ୍କ ପୁତ୍ରମାନଙ୍କୁ ଉତ୍ତର ଦେଇ କହିଲେ, “ତୁମେ କଅଣ ମାଗୁଛ, ବୁଝି ପାରୁ ନାହଁ। ମୁଁ ଯେଉଁ ଦୁଃଖଭୋଗର ପାନପାତ୍ରରୁ ପିଇବାକୁ ଯାଉଛି, ତୁମେ କ’ଣ ସେଥିରୁ ପାନ କରିପାରିବ?” ସେମାନେ ଉତ୍ତର ଦେଲେ, “ହଁ ପାରିବୁ।”


କିନ୍ତୁ ଯେଉଁ ପୁଅ ତୁମର ସମସ୍ତ ସମ୍ପତ୍ତି ବେଶ୍ୟାମାନଙ୍କ ପଛରେ ଉଡ଼ାଇଲା, ସେ ଘରକୁ ଫେରି ଆସିବାରୁ ତୁମେ ତା’ ପାଇଁ ହୃଷ୍ଟପୁଷ୍ଟ ବାଛୁରୀ ମାରିଛ!’ ବାପା ବୁଝାଇ କହିଲେ,


କାରଣ ଯେ ମାଗେ, ତାକୁ ଦିଆଯାଏ; ଯେ ଖୋଜେ, ସେ ପାଏ ଓ ଯେ ଆଘାତ କରେ, ତା’ ପାଇଁ ଦ୍ୱାର ଫିଟାଇ ଦିଆଯାଏ।


Swiv nou:

Piblisite


Piblisite