Biblia Todo Logo
Bib sou entènèt

- Piblisite -




ଯାକୁବଙ୍କ ପତ୍ର 3:6 - ପବିତ୍ର ବାଇବଲ (CL) NT (BSI)

6 ଜିହ୍ୱା ଅଗ୍ନି ତୁଲ୍ୟ; ବହୁ ଅସତ୍ ବିଷୟରେ ପରିପୂର୍ଣ୍ଣ; ପୁଣି ତାହା ଆମ ଶରୀର ମଓ୍ୟରେ ଅବସ୍ଥିତ ଥିବାରୁ ଅସତ୍ ପ୍ରଭାବ ବିସ୍ତାର କରି ଆମର ସମସ୍ତ ବ୍ୟକ୍ତିତ୍ୱକୁ କଳୁଷିତ କରେ। ଜିହ୍ୱାର ନରକାଗ୍ନି ଆମର ସାରା ଜୀବନକୁ ଜଳାଇ ଦିଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଜିହ୍ଵା ମଧ୍ୟ ଅଗ୍ନି ସ୍ଵରୂପ; ତାହା ଆମ୍ଭମାନଙ୍କ ଅଙ୍ଗସମୂହ ମଧ୍ୟରେ ସମସ୍ତ ଅଧର୍ମର ମୂଳାଧାର ସ୍ଵରୂପେ ଅବସ୍ଥିତ; ତାହା ସମସ୍ତ ଶରୀରକୁ ଅଶୁଚି କରେ ଓ ନିଜେ ନରକାନଳରେ ପ୍ରଜ୍ଵଳିତ ହୋଇ ପ୍ରକୃତିର ଚକ୍ରକୁ ଜ୍ଵଳାଏ।

Gade chapit la Kopi

ଓଡିଆ ବାଇବେଲ

6 ଜିହ୍ୱା ମଧ୍ୟ ଅଗ୍ନି ସ୍ୱରୂପ; ତାହା ଆମ୍ଭମାନଙ୍କ ଅଙ୍ଗସମୂହ ମଧ୍ୟରେ ସମସ୍ତ ଅଧର୍ମର ମୂଳାଧାର ସ୍ୱରୂପେ ଅବସ୍ଥିତ; ତାହା ସମସ୍ତ ଶରୀରକୁ ଅଶୁଚି କରେ ଓ ନିଜେ ନର୍କରେ ପ୍ରଜ୍ୱଳିତ ହୋଇ ପ୍ରକୃତିର ଚକ୍ରକୁ ଜ୍ୱଳାଏ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଜିହ୍ୱା ମଧ୍ୟ ଅଗ୍ନି ସ୍ୱରୂପ; ତାହା ଆମ୍ଭମାନଙ୍କ ଅଙ୍ଗସମୂହ ମଧ୍ୟରେ ସମସ୍ତ ଅଧର୍ମର ମୂଳାଧାର ସ୍ୱରୂପେ ଅବସ୍ଥିତ; ତାହା ସମସ୍ତ ଶରୀରକୁ ଅଶୁଚି କରେ ଓ ନିଜେ ନର୍କରେ ପ୍ରଜ୍ୱଳିତ ହୋଇ ପ୍ରକୃତିର ଚକ୍ରକୁ ଜ୍ୱଳାଏ।

Gade chapit la Kopi

ପବିତ୍ର ବାଇବଲ

6 ଜିହ୍ୱା ହେଉଛି ଏକ ଛୋଟ ଅଗ୍ନିଶିଖା ଭଳି। ଆମ୍ଭ ଶରୀରର ଅଙ୍ଗଗୁଡ଼ିକ ଭିତରେ ଜିହ୍ୱା ହେଉଛି ସବୁଠାରୁ ମନ୍ଦ। କିପରି? ଜିହ୍ୱା ଆମ୍ଭ ଶରୀର ମାଧ୍ୟମରେ ନିଜର ମନ୍ଦତା ପ୍ରସାର କରେ। ଏହା ଏପରି ଅଗ୍ନି ସୃଷ୍ଟି କରେ ଯେ, ତାହା ସମଗ୍ର ଜୀବନକୁ ପ୍ରଭାବିତ କରେ। ଜିହ୍ୱା ଏହି ଅଗ୍ନିକୁ ନରକରୁ ପାଇଥାଏ।

Gade chapit la Kopi




ଯାକୁବଙ୍କ ପତ୍ର 3:6
62 Referans Kwoze  

ବାହାରର କୌଣସି ବିଷୟ ମନୁଷ୍ୟ ଭିତରେ ପ୍ରବେଶ କରି ତାକୁ ଅପବିତ୍ର କରିପାରେ ନାହିଁ। ବରଂ ଯେଉଁ ବିଷୟ ମନୁଷ୍ୟ ଭିତରୁ ବାହାରକୁ ଆସେ, ତାହା ହିଁ ତାକୁ ଅଶୁଚି କରିଥାଏ।”


ସେ ଚିକ୍ରାର କରି କହିଲା, ‘ହେ ପିତା ଅବ୍ରାହାମ! ମୋ’ ପ୍ରତି ଦୟା କରନ୍ତୁ; ଲାଜାରକୁ ପଠାନ୍ତୁ, ସେ ତା’ ଅଙ୍ଗୁଳିରେ ଟିକେ ପାଣି ମୋ’ ଜିଭରେ ଦେଇ ଶୀତଳ କରିବ - ଏହି ଅଗ୍ନିରେ ମୁଁ ବଡ଼ କଷ୍ଟ ପାଉଛି।’


ମୁଁ ସେଠାକୁ ଆସିଲେ, ସେ ଯାହା କରୁଛନ୍ତି, ସବୁ ପ୍ରଶାଶ କରିଦେବି- ଆମ ସମ୍ପର୍କରେ ସେ କେଡ଼େ ଜଘନ୍ୟ କୁତ୍ସା ରଟନା କରୁଛନ୍ତି ଓ କେତେ ମିଧ୍ୟା କହୁଛନ୍ତି, ସେ ସବୁ ପଦାରେ ପଡ଼ିଯିବ। ସେତିକି କେବଳ ନୁହେଁ, ସେ ଖ୍ରୀଷ୍ଟବିଶ୍ୱାସୀ ଭାଇମାନଙ୍କର ଆତିଥ୍ୟ କରୁ ନାହାଁନ୍ତି କିମ୍ବା ତାହା କରିବାକୁ ଅନ୍ୟ କାହାକୁ ଛାଡ଼ି ଦେଉ ନାହିଁନ୍ତି ଏବଂ ଯେଉଁମାନେ ତାହା କରିବାକୁ ଯାଉଛନ୍ତି, ସେମାନଙ୍କୁ ମଣ୍ଡଳୀରୁ ବହିଷ୍କାର କରିବାକୁ ଚେଷ୍ଟା କରୁଛନ୍ତି।


ଯେଉଁ ନମ ତୁମ୍ଭମାନଙ୍କୁ ପ୍ରଦତ୍ତ ହୋଇଛି, ସେମାନେ ସେହି ମହତ୍ ନାମର ନିନ୍ଦା କରନ୍ତି।


ତା’ପରେ ସେମାନେ ତାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେବା ପାଇଁ କେତେକ ଲୋକଙ୍କୁ ଭିତରକୁ ଆଣିଲେ। ସେମାନେ କହିଲେ, “ଏହି ବ୍ୟକ୍ତି ସବୁବେଳେ ଆମର ପବିତ୍ର ମନ୍ଦିର ଓ ମୋଶାଙ୍କ ବ୍ୟବସ୍ଥା ବିରୁଦ୍ଧରେ ପ୍ରଚାର କରୁଛି।


ପିତର ତାକୁ କହିଲେ, “ହନନୀୟ, ତୁମେ କାହିଁକି ଶୟତାନର ବଶୀଭୂତ ହୋଇ ଜମି ବିକ୍ରୀ କରି ପାଇଥିବା ଟଙ୍କାର କିଛି ପରିମାଣ ନିଜ ପାଇଁ ରଖି ପବିତ୍ରଆତ୍ମାଙ୍କ ସମ୍ମୁଖରେ ମିଥ୍ୟା କହିଲ? ସମ୍ପତ୍ତି ବିକ୍ରୟ କରିବା ପୂର୍ବରୁ ତାହା ତୁମର ଥିଲା;


ଫାରୁଶୀମାନେ ଏହାଶଉଣି କହିଲେ, “ସେ ପ୍ରେତପତି ବାଆଲଜିବୂଲଠାରୁ ଶକ୍ତି ପାଇ ଭୂତ ଛଡ଼ାଉଛି।”


କିନ୍ତୁ ମୁଁ କହୁଛି, ଯେ କେହି କୌଣସି ଭାଇ ଉପରେ ରାଗିଯାଏ, ସେ ମଧ୍ୟ ବିଚାରର ସମ୍ମୁଖୀନ ହେବ। ଯେ ଭାଇକୁ ନିର୍ବୋଧ କହି ତାତ୍ସଲ୍ୟ କରେ, ସେ ମହାବିଚାରାଳୟରେ ଦଣ୍ଡନୀୟ ହେବ। ପୁଣି ଯେ ଭାଇକୁ ନରାଧମ ମୂର୍ଖ ବୋଲି କହେ, ତା’ର ନରକାଗ୍ନିରେ ନିକ୍ଷିପ୍ତ ହେବାର ବିପଦ ରହିଛି।


ସେହି ଯୁଦ୍ଧରେ ପଶୁ ଓ ତା’ ସମ୍ମୁଖରେ ଅଲୌକିକ କାର୍ଯ୍ୟ କରୁଥିବା ସେହି ଭଣ୍ଡ ଭାବବାଦୀ ଧରାପଡ଼ି ବନ୍ଦୀ ହେଲେ। ଯେଉଁମାନଙ୍କଠାରେ ପଶୁ-ଚିହ୍ନ ଥିଲା ଓ ଯେଉଁମାନେ ତା’ର ପ୍ରତିମୂର୍ତ୍ତିକୁ ପୂଜା କରୁଥିଲେ, ପଶୁ ତା’ର ଅଲୌକିକ କାର୍ଯ୍ୟ ଦ୍ୱାରା ସେମାନଙ୍କୁ ପ୍ରତାରିତ କରିଥିଲା। ପଶୁ ଓ ଉକ୍ତ ଭଣ୍ଡ ଭାବବାଦୀ ଗନ୍ଧକ ଜଳୁଥିବା ଅଗ୍ନି ହ୍ରଦରେ ଜୀଅନ୍ତା ନିକ୍ଷିପ୍ତ ହେଲେ।


ତୋ’ ମଧ୍ୟରେ ଆଉ କେବେ ପ୍ରଦୀପ ଜଳିବ ନାହିଁ; କିମ୍ବା ବର କନ୍ୟାଙ୍କର ସମ୍ଭାଷଣ ଶୁଣାଯିବ ନାହିଁ। କାରଣ ତୋର ବ୍ୟବସାୟୀମାନେ ପୃଥିବୀରେ ମହାଶକ୍ତିଶାଳୀ ହୋଇ ରହିଥିଲେ, ତୋହର କୁହୁକ ଦ୍ୱାରା ତୁ ପୃଥିବୀର ସମସ୍ତଙ୍କୁ ପ୍ରବଞ୍ଚନା କରି ରଖିଥିଲୁ।”


ଏବଂ ପ୍ରଥମ ପଶୁର ଉପସ୍ଥିତିରେ ଏହିପରି ବହୁ ଅଲୌକିକ କର୍ମମାନ କରି ପୃଥ୍ୱୀବାସୀ ସମସ୍ତଙ୍କୁ ପ୍ରତାରଣା କଲା। ଖଡ଼୍ଗାହତ ହୋଇ ଆରୋଗ୍ୟ ଲାଭ କରିଥିବା ପ୍ରଥମ ପଶୁଟିର ସମ୍ମାନାର୍ଥେ ତାହାର ଏକ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ଦ୍ୱିତୀୟ ପଶୁଟି ଲୋକମାନଙ୍କୁ ଆଦେଶ ଦେଲା।


ସେହି ସର୍ପ ହେଉଛି, ସପ୍ତମ ଜଗତକୁ ପ୍ରତାରଣା କରିଥିବା ଦ୍ୟାବଳ ଆଦିମ ସର୍ପ, ଶୟତାନ; ତା’ର ଦଳବଳ ସହ ସ୍ୱର୍ଗରୁ ନିକ୍ଷିପ୍ତ ହୋଇ ପୃଥିବୀ ପୃଷ୍ଠରେ ଆସି ପଡ଼ିଲା।


ସର୍ବପ୍ରଥମେ ତୁମ୍ଭେମାନେ ଜାଣି ରଖିବା ଉଚିତ ଯେ, ଏହି ଶେଷ ଦିନମାନଙ୍କରେ କେତେକେ କେବଳ ନିଜର କୁପ୍ରବୃତ୍ତି ଦ୍ୱାରା ଚଳିତ ହେବେ;


ସେମାନଙ୍କୁ ଏଥିରୁ ନିବୃତ୍ତ କରିବାକୁ ହେବ, କାରଣ ସେମାନେ ନିର୍ଲ୍ଲଜ୍ଜ ଭାବରେ କେବଳ ଅର୍ଥ ଲାଭ ଉଦ୍ଦେଶ୍ୟରେ ଅବାନ୍ତର ଶିକ୍ଷା ଦେଇ ଅନେକ ପରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି କରୁଛନ୍ତି।


ସମୟ ଆସିବ, ଯେତେବେଳେ ତୁମ୍ଭମାନଙ୍କ ନିଜ ଦଳର କେତେକ ଲୋକ ବିଶ୍ୱାସୀମାନଙ୍କୁ ମିଥ୍ୟା କହି ବିପଥରେ କଢ଼ାଇ ନେବେ।


ମନୁଷ୍ୟ ସମସ୍ତ ବନ୍ୟଜନ୍ତୁ, ପକ୍ଷୀ, ସରୀସୃପ ଓ ଜଳଚର ପ୍ରାଣୀକୁ ବଶ କରି ପାରିଛି।


Swiv nou:

Piblisite


Piblisite