Biblia Todo Logo
Bib sou entènèt

- Piblisite -




ଯାକୁବଙ୍କ ପତ୍ର 3:13 - ପବିତ୍ର ବାଇବଲ (CL) NT (BSI)

13 ତୁମ୍ଭମାନଙ୍କ ମଧ୍ୟରେ କେହି କ’ଣ ଜ୍ଞାନୀ ଓ ବିଦ୍ଧିମାନ? ସେ ବିଜ୍ଞାତା ଓ ନିମ୍ରତା ସହିତ ସତ୍କର୍ମ କରି ତା’ ଜୀବନରେ ଏହାର ପ୍ରମାଣ ଦେଉ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ତୁମ୍ଭମାନଙ୍କ ମଧ୍ୟରେ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି? ସେ ଜ୍ଞାନସଙ୍ଗତ ନମ୍ରତା ସହ ସଦାଚରଣ ଦ୍ଵାରା ଆପଣା କର୍ମ ପ୍ରକାଶ କରୁ।

Gade chapit la Kopi

ଓଡିଆ ବାଇବେଲ

13 ତୁମ୍ଭମାନଙ୍କ ମଧ୍ୟରେ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି ? ସେ ଜ୍ଞାନସଙ୍ଗତ ନମ୍ରତା ସହ ସଦାଚରଣ ଦ୍ୱାରା ଆପଣା କର୍ମ ପ୍ରକାଶ କରୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ତୁମ୍ଭମାନଙ୍କ ମଧ୍ୟରେ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି? ସେ ଜ୍ଞାନସଙ୍ଗତ ନମ୍ରତା ସହ ସଦାଚରଣ ଦ୍ୱାରା ଆପଣା କର୍ମ ପ୍ରକାଶ କରୁ।

Gade chapit la Kopi

ପବିତ୍ର ବାଇବଲ

13 ତୁମ୍ଭମାନଙ୍କ ଭିତରେ ପ୍ରକୃତ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି? ତା'ହେଲେ ସେ ଧାର୍ମିକ ଜୀବନଯାପନ କରି ନିଜର ବିଜ୍ଞତା ଦେଖାଉ। ସେ ନମ୍ର ଭାବରେ ଭଲ କାମ କରିବା ଉଚିତ୍। ଜ୍ଞାନୀ ଲୋକ ଗର୍ବ କରେ ନାହିଁ।

Gade chapit la Kopi




ଯାକୁବଙ୍କ ପତ୍ର 3:13
46 Referans Kwoze  

କିନ୍ତୁ ଉଦ୍ଧ୍ୱର୍ରୁ ଆଗତ ଜ୍ଞାନ ପ୍ରଥମତଃ, ବିଶୁଦ୍ଧ; ତାହା ମଧ୍ୟ ଶାନ୍ତି ପ୍ରଦାୟକ, ସୁଶାନ୍ତ ଓ ମୈତ୍ରୀ-ଭାବାପନ୍ନ। ତାହା ଅନୁକମ୍ପାରେ ପରିପୂର୍ଣ୍ଣ ଓ ହୁଳଭାବେ ସତ୍କର୍ମରୂପେ ଫଳ ଉତ୍ପାଦସନ କରେ; ତାହା ନିରପେକ୍ଷ ଓ ଛଳନାଶୂନ୍ୟ।


ନମ୍ର ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ପ୍ରତିଜ୍ଞାତ ବିଷୟ ଲାଭ କରିବେ।


ତୁମ୍ଭେମାନେ ଈଶ୍ୱରଙ୍କ ଲୋକ। ସେ ତୁମ୍ଭମାନଙ୍କୁ ପ୍ରେମ କରି ନିଜ ପାଇଁ ମନୋନୀତ କରିଛନ୍ତି। ତେଣୁ ତୁମ୍ଭେମାନେ ଅନୁକମ୍ପା, ଦୟା, ନମ୍ରତା, ସୁଶୀଳତା ଓ ଧୈର୍ଯ୍ୟରୂପ ବସ୍ତ୍ର ପରିଧାନ କର।


ବିଜାତୀୟମାନଙ୍କ ମଧ୍ୟରେ ତୁମ୍ଭମାନଙ୍କର ସଦାଚରଣ ପ୍ରକାଶ ପାଉ; ତାହାହେଲେ, ସେମାନେ ତୁମ୍ଭମାନଙ୍କୁ ଦୁଷ୍କର୍ମକାରୀ ବୋଲି ଅପବାଦ ଦେଉଥିଲେ ମଧ୍ୟ, ତୁମ୍ଭମାନଙ୍କୁ ସତ୍କର୍ମ ଦେଖି ଖ୍ରୀଷ୍ଟଙ୍କ ଆଗମନ ଦିନରେ ଈଶ୍ୱରଙ୍କ ପ୍ରଶଂସା କରିବେ।


କାହାର କୁତ୍ସା ରଟନା ନ କରି ଶାନ୍ତି ଓ ମୈତ୍ରୀପୂର୍ଣ୍ଣ ଭାବରେ ଚଳିବାକୁ ଓ ସମସ୍ତଙ୍କ ପ୍ରତି ସୌଜନ୍ୟ ପ୍ରଦର୍ଶନ କରିବାକୁ ସେମାନଙ୍କୁ ଉପଦେଶ ଦିଅ।


ତାଙ୍କୁ ବିରୋଧ କରୁଥିବା ଲୋକମାନଙ୍କର ଦୋଷତ୍ରୁଟି ସେ ମୃଦୁ ଭାବରେ ଦର୍ଶାଇ ଦେଉଥିବେ, କାରଣ ଅନୁତାପ କରି ସତ୍ୟ ଉପଲବ୍ଧି କରିବାକୁ ହୁଏତ ଦିନେ ଈଶ୍ୱର ସେମାନଙ୍କୁ ଅବକାଶ ଦେବେ।


ମୁଁ ତୁମ୍ଭମାନଙ୍କୁ ଦେଖିପା ପାଇଁ ଯିବାକୁ ସମର୍ଥ ହୁଏ ଅବା ନ ହୁଏ, ବର୍ତ୍ତମାନ ପ୍ରଧାନ ବିଷୟ ହେଉଛି, ତୁମ୍ଭମାନଙ୍କର ଜୀବନ ପ୍ରଣାଳୀ ଯେପରି ଖ୍ରୀଷ୍ଟଙ୍କ ସୁସମାଚାରର ଅନୁରୂପ ହେବ - ମୁଁ ଯେପରି ଶୁଣିବି, ତୁମ୍ଭେମାନେ ଏକ ଉଦ୍ଦେଶ୍ୟ ନେଇ ଦୃଢ଼ ରୂପେ ଠିଆ ହୋଇଛ ଓ ଏକ ଆକାଂକ୍ଷା ନେଇ ସୁସମାଚାର ବିଶ୍ୱାସ ନିମନ୍ତେ ଏକକ ସଂଗ୍ରାମ କରୁଛ।


ତୁମେ ଈଶ୍ୱରଙ୍କ ଭକ୍ତ - ସୁତରାଂ ଏ ସମସ୍ତଠାରୁ ତୁମେ ଦୂରେଇ ରୁହ। ଧାର୍ମିକତା, ଈଶ୍ୱରପରାୟଣତା, ବିଶ୍ୱାସ, ପ୍ରେମ, ସହିଷ୍ଣୁତା ଓ ସୌଜନ୍ୟ ପ୍ରଭୃତି ସଦ୍ଗୁଣରେ ପରିପୂର୍ଣ୍ଣ ହେବାକୁ ଚେଷ୍ଟା କର।


କିନ୍ତୁ କେହି ହୁଏତ କହିପାରେ, “ଜଣକର ବିଶ୍ୱାସ ଅଛି, ଅନ୍ୟ ଜଣକର କର୍ମ ଅଛି।” ଏ ବିଷୟରେ ମୁଁ କହିବି, “କର୍ମ ନ ଥାଇ କାହାରି ବିଶ୍ୱାସ ଥାଇପାରେ ବୋଲି ମୋତେ ପ୍ରମାଣ ଦେବି।”


ତୁମ୍ଭେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକବର୍ଗ, ଏକ ପବିତ୍ର ଜାତି ଓ ଈଶ୍ୱରଙ୍କ ଆପଣାର ଲୋକ ହୋଇଅଛ। ଈଶ୍ୱର ତୁମ୍ଭମାନଙ୍କୁ ଅନ୍ଧକାର ମଧ୍ୟରୁ ତାଙ୍କର ଅପୂର୍ବ ଆଲୋକକୁ ଆହ୍ୱାନ କରିଛନ୍ତି। ତୁମ୍ଭେମାନ ତାଙ୍କର ବିସ୍ମୟକର କାର୍ଯ୍ୟସବୁ ଘୋଷଣା କରିବା ପାଇଁ ମନୋନୀତ।


ଅତଏବ ସବୁ ପ୍ରକାର କୁଅଭ୍ୟାସ ଓ ଅସତ୍ ଆଚରଣ ପରିହାର କର। ଈଶ୍ୱରଙ୍କ ନିକଟରେ ନିଜକୁ ସମର୍ପଣ କର ଏବଂ ତୁମ ହୃଦୟରେ ସେ ଯେଉଁ ବାକ୍ୟ ରୋପଣ କରିଛନ୍ତି ଏବଂ ଯାହା ତୁମକୁ ରକ୍ଷା କରିବାକୁ ସମର୍ଥ, ତାହା ଗ୍ରହଣ କର।


ତୁମେ ନିଜର କଥାବାର୍ତ୍ତା, ଆଚରଣ, ପ୍ରେମ, ବିଶ୍ୱାସ ଓ ଚରିତ୍ରର ନିର୍ମଳତାରେ ଆଦର୍ଶ ଦେଖାଇ ପାରିଲେ, ଅଳ୍ପ ବୟସ୍କ ହୋଇଥିଲେ ସୁଦ୍ଧା ତୁମକୁ ମଣ୍ଡଳୀରେ କେହି ଅବଜ୍ଞା କରିପାରିବେ ନାହିଁ।


ମୁଁ ପାଉଲ- ତୁମ୍ଭମାନଙ୍କୁ ମୋର ଏହି ବ୍ୟକ୍ତିଗତ ନିବେଦନ- କେହି କେହି କହନ୍ତି, “ମୁଁ ତୁମ୍ଭମାନଙ୍କ ନିକଟରେ ଥଲାବେଳେ ଅତି ନମ୍ର ଓ ଶାନ୍ତି, କିନ୍ତୁ ଦୂରକୁ ଚାଲିଗଲେ ଅତି କଠୋର।” ଖ୍ରୀଷ୍ଟଙ୍କ ନମ୍ରତା ଓ ସୌଜନ୍ୟର ଦୁହାଇ ଦେଇ ମୁଁ ତୁମ୍ଭମାନଙ୍କୁ ଅନୁନୟ କରି କହୁଛି,


ମୋର ଜୁଆଳି ବହନ କରି ମୋ’ଠାରୁ ଶିକ୍ଷଶ କର। କାରଣ ମୁଁ ନିଜେ ନମ୍ର ଓ କୋମଳମନା ହୋଇଥିବାରୁ ତୁମେ ମୋ’ ପାଖରେ ବିଶ୍ରାମ ପାଇବ।


ହେ ଭାଇମାନେ, ତୁମ୍ଭମାନଙ୍କ ମଧ୍ୟରୁ ଅନେକେ ଧର୍ମଶିକ୍ଷ।। ଗୁରୁ ହେବା ଅନୁଚିତ। କାରଣ ତୁମେ ଜାଣ ଯେ, ଆମ ପରି ଶିକ୍ଷାଗୁରୁମାନଙ୍କ ଅପେକ୍ଷା ଅଧିକ କଠୋର ଭାବରେ ବିଚାରିତ ହେବେ।


ସର୍ବଦା ନମ୍ର, ସୁଶୀଳ ଓ ଧୈର୍ଯ୍ୟଶୀଳ ହୁଅ। ପରସ୍ପର ପ୍ରତି ସହନଶୀଳ ହୋଇ ପ୍ରେମ ପ୍ରଦର୍ଶନ କର।


ପ୍ରତ୍ୟେକେ ନିଜ ନିଜର ଆଚରଣକୁ ବିଚାର କରି ଦେଖିବା ଉଚିତ। ଯଦି ତାହା ଉକ୍ରୃଷ୍ଟ ହୋଇଥାଏ, ସେଥିପାଇଁ ସେ ନିଜକୁ କୃତାର୍ଥ ମନେକରୁ ଏବଂ ଅନ୍ୟର କାର୍ଯ୍ୟକଳାପ ସହିତ ନିଜର କୃତିତ୍ୱକୁ ତୁଳନା କରି ସେ ଗର୍ବ ନ କରୁ।


ହେ ଭାଇମାନେ! ଯଦି କେହି କୌଣସି ପ୍ରକାର ଅସତ୍ କାର୍ଯ୍ୟରେ ଧରା ପଡ଼େ, ତୁମ ମଧ୍ୟରୁ ଯେଉଁମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ପରିଚାଳିତ, ସେମାନେ ତାହାକୁ ସଂଶୋଧନ କରିବା ଉଚିତ, କିନ୍ତୁ ତୁମ୍ଭେମାନେ ଏହି କାର୍ଯ୍ୟ ମୃଦୁ, ନମ୍ର ଭାବରେ କରିବା ଆବଶ୍ୟକ। ପୁଣି ସାବଧାନ, ନିଜେ ଯେପରି ସେହିଭଳି କାର୍ଯ୍ୟ କରିବାକୁ ପ୍ରଲୋଭିତ ନ ହୁଅ।


ସେମାନଙ୍କୁ ତୁମ୍ଭମାନଙ୍କର ପ୍ରେମ ଦେଖାଅ। ତା’ହେଲେ ସମସ୍ତ ମଣ୍ଡଳୀ ଏ ବିଷୟରେ ନିଶ୍ଚିତ ହେବ ଏବଂ ତୁମ୍ଭମାନଙ୍କ ପାଇଁ ଆମେ କରୁଥିବା ଦର୍ପ ଯଥାର୍ଥ ବୋଲି ଉପଲବ୍ଧି କରିପାରିବେ।


“ସିୟୋନ ନଗରୀକୁ କୁହ! ଦେଖ, ତୁମ ରାଜା ତୁବମ ନିକଟକୁ ଆସୁଛନ୍ତି; ସେ କେଡ଼େ ନମ୍ର-ଗଧ ଛୁଆ ପିଠିରେ ବସିଛନ୍ତି; ଦେଖ, ସେ ଗଧ ଉପରେ ବସି ଆସୁନ୍ତି।”


ପ୍ରକୃତ ସୌଦର୍ଯ୍ୟ ହେଉଛି, ତୁମ ଅନ୍ତରର ମୃଦୁ ନମ୍ରଭାବ। ତୁମ୍ଭମାନଙ୍କର ସେହି ଅକ୍ଷୟ ଭୂଷଣ ଈଶ୍ୱରଙ୍କ ଦୃଷ୍ଟିରେ ସବୁଠାରୁ ମୂଲ୍ୟବାନ।


ଏଥିପାଇଁ ତୁମ୍ଭେମାନେ ଲଜ୍ଜିତ ହେବା ଉଚିତ୍। ଖ୍ରୀଷ୍ଟବିଶ୍ୱାସୀ ଭାଇ ମଧ୍ୟରେ ଉପୁଜିଥିବା ବିବାଦର ନିଷ୍ପତ୍ତି କରିବାକୁ ନିଶ୍ଚୟ ତୁମ ମଣ୍ଡଳୀରେ କେହି ନା କେହି ଜଣେ ବିଜ୍ଞ ବ୍ୟକ୍ତି ଅଛନ୍ତି।


“ଯେ ମୋ’ କଥା ଶୁଣି ପାଳନ କରେ, ସେ ପଥଣ ଉପରେ ଘର ମୋଳି ଥିବା ବୁଦ୍ଧିମନ ଲୋକ ପରି।


ଧନ ଲାଳସାରୁ ନିବୃତ୍ତ ହୁଅଏବଂ ତୁମର ଯାହା ଅଛି, ସେଥିରେ ସନ୍ତୁଷ୍ଟ ରୁହ। କାରଣ ଈଶ୍ୱର କହିଛନ୍ତି, “ମୁଁ ତୁମକୁ ପରିତ୍ୟାଗ କରିବ ନାହିଁ, ମୁଁ ତୁମକୁ କେବେ ବଜୀନ କରିବି ନାହିଁ।”


କିନ୍ତୁ ତୁମ ଆହ୍ୱାନକାରୀ ଈଶ୍ୱର ଯେପରି ପବିତ୍ର, ତୁମ୍ଭେମାନେ ନିଜ ନିଜ ଆଚରଣରେ ସେପରି ପବିତ୍ର ହୁଅ।


Swiv nou:

Piblisite


Piblisite