Biblia Todo Logo
Bib sou entènèt

- Piblisite -




ଯାକୁବଙ୍କ ପତ୍ର 2:8 - ପବିତ୍ର ବାଇବଲ (CL) NT (BSI)

8 “ପ୍ରତିବେଶୀକୁ ଆତ୍ମତୁଲ୍ୟ ପ୍ରେମ କର” ଶାସ୍ତ୍ର ରେ ଲିଖିତ ଈଶ୍ୱରଙ୍କ ରାଜ୍ୟର ଏହି ବିଧି ଯଦି ପାଳନ କରୁଥାଅ, ତେବେ ତୁମେ ଯଥୋଚିତ କାର୍ଯ୍ୟ କରୁଛ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ତୁମ୍ଭେ ଆପଣା ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କର, ଶାସ୍ତ୍ରର ଏହି ରାଜକୀୟ ବ୍ୟବସ୍ଥା ଯଦି ପ୍ରକୃତରେ ପାଳନ କର,

Gade chapit la Kopi

ଓଡିଆ ବାଇବେଲ

8 ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର, ଶାସ୍ତ୍ରର ଏହି ରାଜକୀୟ ମୋଶାଙ୍କ ବ୍ୟବସ୍ଥା ଯଦି ପ୍ରକୃତରେ ପାଳନ କର,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର, ଶାସ୍ତ୍ରର ଏହି ରାଜକୀୟ ବ୍ୟବସ୍ଥା ଯଦି ପ୍ରକୃତରେ ପାଳନ କର,

Gade chapit la Kopi

ପବିତ୍ର ବାଇବଲ

8 ଗୋଟିଏ ନିୟମ, ଅନ୍ୟ ସମସ୍ତ ନିୟମଗୁଡ଼ିକର ଉପରେ ଆଧିପତ୍ୟ କରେ। ଶାସ୍ତ୍ରରେ ଏହି ରାଜକୀୟ ନିୟମଟି ମିଳେ: “ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।” ଯଦି ତୁମ୍ଭେ ଏହି ନିୟମ ପାଳନ କରୁଛ, ତା'ହେଲେ ତୁମ୍ଭେ ଠିକ୍ କରୁଛ।

Gade chapit la Kopi




ଯାକୁବଙ୍କ ପତ୍ର 2:8
23 Referans Kwoze  

କାରଣ ଗୋଟିଏ ମାତ୍ର ଆଜ୍ଞାରେ ସମସ୍ତ ବ୍ୟବସ୍ଥାର ସାରମର୍ମ ନିହିତ ଅଛି: “ତୁମ ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।”


ଯେଉଁ ମୁକ୍ତି ସାଧନକାରୀ ବିଧାନ ଦ୍ୱାରା ତୁମେ ବିଚାରିତ ହେବ, ତାହା ତୁମ କଥାବାର୍ତ୍ତା ଓ କମାର୍ଯ୍ୟମଳାପରେ ପ୍ରକାଶ କର।


“ଦ୍ୱିତୀୟ ଶ୍ରେଷ୍ଠ ଆଜ୍ଞା ହେଉଛି, ତୁମ ପଡ଼ୋଶୀକୁ ଆତ୍ମତୁଲ୍ୟ ପ୍ରେମ କର।


ପରସ୍ପରର ଭାର ବହନ କରିବା ନିମନ୍ତେ ସାହାଯ୍ୟ କର। ଏହା କରିବା ଦ୍ୱାରା ତୁମ୍ଭେମାନେ ଖ୍ରୀଷ୍ଟଙ୍କର ଆଜ୍ଞା ପାଳନ କରିବ।


ତୁମ୍ଭେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକବର୍ଗ, ଏକ ପବିତ୍ର ଜାତି ଓ ଈଶ୍ୱରଙ୍କ ଆପଣାର ଲୋକ ହୋଇଅଛ। ଈଶ୍ୱର ତୁମ୍ଭମାନଙ୍କୁ ଅନ୍ଧକାର ମଧ୍ୟରୁ ତାଙ୍କର ଅପୂର୍ବ ଆଲୋକକୁ ଆହ୍ୱାନ କରିଛନ୍ତି। ତୁମ୍ଭେମାନ ତାଙ୍କର ବିସ୍ମୟକର କାର୍ଯ୍ୟସବୁ ଘୋଷଣା କରିବା ପାଇଁ ମନୋନୀତ।


କିନନ୍ତୁ ମନୁଷ୍ୟର ପରିତ୍ରାଣ ପାଇଁ ଏକ ପୂର୍ଣ୍ଣାଙ୍ଗ ବ୍ୟବସ୍ଥା ଅଛି। ଯେ ତାହା ଶୁଣି ଭୁଲିଯାଏ ନାହିଁ ଓ ତା’ ପ୍ରତି ସର୍ବାନ୍ତଃକରଣରେ ମନୋଯୋଗୀ ହୋଇ ନିଜ ଜୀବନେ ପାଳନ କରେ, ତା’ର ସକଳ କାର୍ଯ୍ୟକୁ ଈଶ୍ୱର ଆଶୀର୍ବାଦ କରିବେ।


ଖ୍ରୀଷ୍ଟ ବିଶ୍ୱାସୀ ଭାଇମାନଙ୍କୁ ତୁମର ପ୍ରେମ କରିବା ବିଷୟରେ ଆମେ ଆଉ ଅଧିକ ଲେଖିବା ପ୍ରୟୋଜନ ନାହିଁ। ପରସ୍ପରକୁ କିପରି ପ୍ରେମ କରିବା ଉଚିତ୍, ଏହା ସ୍ୱୟଂ ଈଶ୍ୱରଙ୍କଠାରୁ ଶିକ୍ଷା କରିଛ।


ତଥାପି ମୋର କ୍ଲେଶଭୋଗ ସମୟରେ ମୋତେ ସାହାଯ୍ୟ କରି ତୁମ୍ଭେମାନେ ମହତ୍ କାର୍ଯ୍ୟ କରିଛ।


ମାଲିକ କହିଲେ, ‘ବେଶ୍ କରିଛ। ତୁମେ ମଧ୍ୟ ମୋର ଉପଯୁକ୍ତ ଦାସ। ଅଳ୍ପ ଧନରେ ବିଶ୍ୱସ୍ତତା ଦେଖାଇଛ। ବହୁତ ଧନ ମୁଁ ତୁମ ଜିମା କରିଦେବି। ଆସ, ମୋ’ ଆନନ୍ଦରେ ଭାଗୀ ହେବ।’


ତୁମେ କ’ଣ ବିଶ୍ୱାସ କରୁଛ ଯେ, କେବଳ ଜଣେ ମାତ୍ର ଈଶ୍ୱର ଅଛନ୍ତି? ଉତ୍ତମ! ପ୍ରେତାତ୍ମାମାନେ ମଧ୍ୟ ଏ ଭଳି ବିଶ୍ୱାସ କରନ୍ତି ଏବଂ ଭୟରେ ଥରହର ହୁଅନ୍ତି।


ମାଲିକ ଖୁସି ହୋଇ କହିଲେ, ‘ଠିକ୍ କରିଛ, ତୁମେ ମୋର ଉପଯୁକ୍ତ ଓ ବିଶ୍ୱସ୍ତ ଦାସ। ତୁମେ ବିଶ୍ୱସ୍ତ ଭାବରେ ଅଳ୍ପ ଧନର କାରବାର କରିପାରିଥିବାରୁ ତୁମ ହାତରେ ବହୁତ ଧନ ଛାଡ଼ି ଦେବି। ଆସ, ମୋ’ ସହିତ ଆନନ୍ଦ କର।’


ତୁମ ପାଇଁ ଅନ୍ୟମାନେ ଯାହା କରନ୍ତୁ ବୋଲି ତୁମେ ଇଚ୍ଛାକରୁଛ, ତୁମେ ଅନ୍ୟମାନଙ୍କ ପାଇଁ ତାହା କର। ମୋଶା ଦେିଥିବା ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଶିକ୍ଷାର ଏହା ହେଉଛି ସାର କଥା।


ତୁମେ ଜଣକୁ ପ୍ରେମ କରୁଥିଲେ, ତା’ ପ୍ରତି କେବେ ଅନ୍ୟାୟ କରିବ ନାହିଁ। ତେଣୁ ପ୍ରେମ କରିବା ଦ୍ୱାରା ହିଁ ସମସ୍ତ ବ୍ୟବସ୍ଥା ପାଳନ କରାଯାଏ।


ଭାଇମାନେ, ପରସ୍ପରକୁ ସମାଲୋଚନା କର ନାହିଁ। ବିଶ୍ୱାସୀ ଭାଇର ବିଚାର କର ଯିଏ ତାହାର ଗ୍ଳାନ କରେ, ସେ ବ୍ୟବସ୍ଥା ବିଚାର କର, ତେବେ ତୁମ୍ଭେମାନେ ତାହା ପାଳନ କରୁନାହିଁ, ବରଂ ତାହାର ବଚାରକ ହେଉଛ।


Swiv nou:

Piblisite


Piblisite