Biblia Todo Logo
Bib sou entènèt

- Piblisite -




ଯାକୁବଙ୍କ ପତ୍ର 2:6 - ପବିତ୍ର ବାଇବଲ (CL) NT (BSI)

6 ଅଥଚ, ତୁମେ ଦରିଦ୍ରମାନଙ୍କୁ ଅସମ୍ମାନ କରୁଛ! ଯେଉଁମାନେ ତୁମ ପ୍ରତି ଅତ୍ୟାଚାର କରନ୍ତି ଓ ଅଦାଇତକୁ ଟାଣି ନଅନ୍ତି, ସେମାନେ କିଏ? ସେମାନେ ତ ସେହି ଧନିକ ଶ୍ରେଣୀ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 କିନ୍ତୁ ତୁମ୍ଭେମାନେ ଦରିଦ୍ରକୁ ହତାଦର କରିଅଛ। ଧନୀମାନେ କଅଣ ତୁମ୍ଭମାନଙ୍କ ପ୍ରତି ଉପଦ୍ରବ କରନ୍ତି ନାହିଁ ଏବଂ ତୁମ୍ଭମାନଙ୍କୁ ବିଚାର-ସ୍ଥାନକୁ ଟାଣିନିଅନ୍ତି ନାହିଁ?

Gade chapit la Kopi

ଓଡିଆ ବାଇବେଲ

6 କିନ୍ତୁ ତୁମ୍ଭେମାନେ ଦରିଦ୍ରକୁ ହତାଦର କରିଅଛ । ଧନୀମାନେ କ'ଣ ତୁମ୍ଭମାନଙ୍କ ପ୍ରତି ଉପଦ୍ରବ କରନ୍ତି ନାହିଁ ଏବଂ ତୁମ୍ଭମାନଙ୍କୁ ବିଚାର-ସ୍ଥାନକୁ ଟାଣିନିଅନ୍ତି ନାହିଁ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 କିନ୍ତୁ ତୁମ୍ଭେମାନେ ଦରିଦ୍ରକୁ ହତାଦର କରିଅଛ। ଧନୀମାନେ କଅଣ ତୁମ୍ଭମାନଙ୍କ ପ୍ରତି ଉପଦ୍ରବ କରନ୍ତି ନାହିଁ ଏବଂ ତୁମ୍ଭମାନଙ୍କୁ ବିଚାର-ସ୍ଥାନକୁ ଟାଣିନିଅନ୍ତି ନାହିଁ?

Gade chapit la Kopi

ପବିତ୍ର ବାଇବଲ

6 କିନ୍ତୁ ତୁମ୍ଭେ ଗରିବ ଲୋକଙ୍କୁ କୌଣସି ସମ୍ମାନ ଦେଉ ନାହଁ। ଏବଂ ତୁମ୍ଭେ ଜାଣିଛ ଯେ, ଧନୀ ଲୋକମାନେ ତୁମ୍ଭର ଜୀବନକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ଓ ସେହିମାନେ ତୁମ୍ଭକୁ କଚେରୀକୁ ଟାଣି ନେଇ ଯାଆନ୍ତି।

Gade chapit la Kopi




ଯାକୁବଙ୍କ ପତ୍ର 2:6
38 Referans Kwoze  

ଭୋଜନ ପାନ କରିବା ପାଇଁ ତୁମର କ’ଣ ନିଜର ଘର ନାହିଁ? ଅଥବା ଈଶ୍ୱରଙ୍କ ମଣ୍ଡଳୀକୁ ତୁଚ୍ଛ ଜ୍ଞାନ କରିବା ଓ ଅଭାବଗ୍ରସ୍ତ ଲୋକମାନଙ୍କୁ ଅପମାନ ଦେବା, କଅଣ ତୁମର ଉଦ୍ଦେଶ୍ୟ? ମୁଁ ତୁମ୍ଭମାନଙ୍କୁ ଏ ବିଷୟରେ କ’ଣ କହିବି? କ’ଣ ତୁମ୍ଭମାନଙ୍କୁ ପ୍ରଶଂସା କରିବି? ନା, ଏ କ୍ଷେତ୍ରରେ ମୁଁ ତୁମ୍ଭମାନଙ୍କୁ ପ୍ରଶଂସା କରି ପାରିବି ନାହିଁ।


ତୁମ କ୍ଷେତରେ କାମ କରୁଥିବା ମଊଲିଆମାନଙ୍କୁ ମଜୁରି ଦେ ନାହିଁ। ସେମାନଙ୍କ ଅଭିଯୋଗ ଶୁଣ। ଶସ୍ୟ କଟାଳିମାନଙ୍କର ଆର୍ତ୍ତନାଦ ସର୍ମଶକ୍ତିମାନ ପ୍ରଭୁ ଈଶ୍ୱର ଶୁଣିଛନ୍ତି।


ଯଦି ତୁମେ ମୂଲ୍ୟବାନ ବସ୍ତ୍ରପରିହିତ ଲୋକକୁ ଅଧିକ ସମ୍ମାନ ଦେଖାଇ କୁହ, “ଏହି ଆସନ ଗ୍ରହଣ କରନ୍ତୁ”, କିନ୍ତୁ ଦରିଦ୍ର ଲୋକଟିକୁ କୁହ, “ସେଠାରେ ଠିଆ ହୁଅ, ବା ତଳେ ମୋ’ ପାଦ ପାଖରେ ବସ”,


କିନ୍ତୁ ସେଠାରେ ପାଉଲ ଓ ଶୀଲାଙ୍କୁ ନ ପାଇ, ସେମାନେ ଯେସନ୍ ଓ ଅନ୍ୟ କେତେକ ବିଶ୍ୱାସୀମାନଙ୍କୁ ନଗରର କର୍ତ୍ତୃପକ୍ଷମାନଙ୍କ ନିକଟକୁ ଟାଣି ନେଇ ଚିକ୍ରାର କରି କହିଲେ, “ଏହି ଲୋକମାନେ ଚାରିଆଡ଼େ ଗଣ୍ଡଗୋଳ କରୁଛନ୍ତି! ବର୍ତ୍ତମାନ ସେମାନେ ଆମ ନଗରକୁ ଆସିଛନ୍ତି ଓ


କିନ୍ତୁ ଇହୁଦୀମାନେ ନଗରର ନେତୃସ୍ଥାନୀୟ ଲୋକମାନଙ୍କୁ ପ୍ରରୋଚିତ କରି ପାଉଲ ଓ ବର୍ଣ୍ଣବାଙ୍କ ଉପରେ ଉତ୍ପୀଡ଼ନ କରିବାକୁ ଲାଗିଲେ ଏବଂ ସେହି ଅଞ୍ଚଳକୁ ସେମାନଙ୍କୁ ବାହାର କରିଦେଲେ।


କିନ୍ତୁ ଶାଉଲ ମଣ୍ଡଳୀକୁ ଧ୍ୱଂସ କରିବାକୁ ଚେଷ୍ଟା କଲେ, ଘର ଘରକୁ ଯାଇ ଖ୍ରୀଷ୍ଟ ବିଶ୍ୱାସୀ ପୁରୁଷ, ସ୍ତ୍ରୀ ସମସ୍ତଙ୍କୁ ଟାଣି ଆଣି କାରାଗାରରେ ପକାଇଲେ।


ତୁମେ ନିର୍ଦ୍ଦୋଷ ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରି ହତ୍ୟା କରିଛ; ସେମାନେ ତୁମର ପ୍ରତିରୋଧ କରି ପାରି ନାହାିଁନ୍ତି।


ଗାଲିୟୋ ଆଖାୟାର ରୋମୀୟ ଶାସକ ଥିବା ସମୟରେ, ଇହୁଦୀମାନେ ଏକତ୍ରିତ ହୋଇ ପାଉଲଙ୍କୁ ଧରି ବିଚାରାଳୟକୁ ନେଲେ।


ଯୀଶୁ ଉତ୍ତର ଦେଲେ: “ନା, ମୁଁ ଭୂତଗ୍ରସ୍ତ ନୁହେଁ। ମୁଁ ମୋ’ ପିତା ଈଶ୍ୱରଙ୍କୁ ସମ୍ମାନ ଦିଏ, କିନ୍ତୁ ତୁମ୍ଭେମାନେ ମୋତେ ଅପମାନ ଦେଉଛ।


Swiv nou:

Piblisite


Piblisite