Biblia Todo Logo
Bib sou entènèt

- Piblisite -




ଯାକୁବଙ୍କ ପତ୍ର 2:23 - ପବିତ୍ର ବାଇବଲ (CL) NT (BSI)

23 ଏହା ଦ୍ୱାରା ଧର୍ମଶାସ୍ତ୍ର ଉକ୍ତି ସଫଳ ହେଲା: “ଅବ୍ରାହାମ ଈଶ୍ୱରଙ୍କୁ ବିଶ୍ୱାସ କଲେ ଏବଂ ତାଙ୍କର ବିଶ୍ୱାସ କଲେ ଏବଂ ତାଙ୍କର ବିଶ୍ୱାସ ହେତୁ ଈଶ୍ୱରଙ୍କ ଦୃଷ୍ଟିରେ ସେ ଧାର୍ମିକ ରୂପେ ଗଣ୍ୟ ହେଲେ।” ପୁଣି ଅବ୍ରାହାମ ଈଶ୍ୱରଙ୍କ ବନ୍ଧୁ ବୋଲି ପରିଚିତ ହେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ସେଥିରେ ଶାସ୍ତ୍ରର ଏହି ବାକ୍ୟ ସଫଳ ହେଲା, ଅବ୍ରହାମ ଈଶ୍ଵରଙ୍କଠାରେ ବିଶ୍ଵାସ କଲେ, ଆଉ ତାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା, ପୁଣି ସେ ଈଶ୍ଵରଙ୍କ ମିତ୍ର ବୋଲି ଖ୍ୟାତ ହେଲେ।

Gade chapit la Kopi

ଓଡିଆ ବାଇବେଲ

23 ସେଥିରେ ଶାସ୍ତ୍ରର ଏହି ବାକ୍ୟ ସଫଳ ହେଲା, ଅବ୍ରହାମ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ, ଆଉ ତାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା, ପୁଣି, ସେ ଈଶ୍ୱରଙ୍କ ମିତ୍ର ବୋଲି ଖ୍ୟାତ ହେଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ସେଥିରେ ଶାସ୍ତ୍ରର ଏହି ବାକ୍ୟ ସଫଳ ହେଲା, ଅବ୍ରହାମ ଈଶ୍ବରଙ୍କଠାରେ ବିଶ୍ୱାସ କଲେ, ଆଉ ତାହାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା, ପୁଣି, ସେ ଈଶ୍ବରଙ୍କ ମିତ୍ର ବୋଲି ଖ୍ୟାତ ହେଲେ।

Gade chapit la Kopi

ପବିତ୍ର ବାଇବଲ

23 ଏହା ଦ୍ୱାରା ଶାସ୍ତ୍ରର ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶିତ ହୁଏ ଯେ: “ଅବ୍ରହାମ ପରମେଶ୍ୱରଙ୍କୁ ବିଶ୍ୱାସ କଲେ। ଓ ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସକୁ ଗ୍ରହଣ କଲେ। ସେହି ବିଶ୍ୱାସ ଅବ୍ରହାମଙ୍କୁ ପରମେଶ୍ୱରଙ୍କ ନିକଟରେ ଧାର୍ମିକ କଲା।” “ପରମେଶ୍ୱରଙ୍କ ମିତ୍ର” ବୋଲି ଅବ୍ରହାମ ଡକାଗଲେ।

Gade chapit la Kopi




ଯାକୁବଙ୍କ ପତ୍ର 2:23
22 Referans Kwoze  

ଅବ୍ରାହାମଙ୍କ କଥା ସ୍ମରଣ କର। ଶାସ୍ତ୍ରରେ ଲେଖାଅଛି, “ସେ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ ଓ ତାଙ୍କର ବିଶ୍ୱାସ ହେତୁ ଈଶ୍ୱର ତାଙ୍କୁ ଧାର୍ମିକ ରୂପେ ଗ୍ରହଣ କଲେ।”


ଈଶ୍ୱର ଆଦ୍ୟରୁ ମନୋନୀତ କରିଥିବା ତାଙ୍କ ଲୋକମାନଙ୍କୁ କେବେହେଲେ ବର୍ଜ୍ଜନ କରିନାହାନ୍ତି। ତୁମ୍ଭେମାନେ ଶାସ୍ତ୍ରରେ ପାଠ କରିଛ, କିପରି ଏଲିୟ ଈଶ୍ୱରଙ୍କ ନିକଟରେ ଇଶ୍ରାଏଲୀୟମାନଙ୍କ ବିରୁଦ୍ଧରେ ଅଭିଯୋଗ କରି କହିଥିଲେ:


କିନ୍ତୁ ଧର୍ମଶାସ୍ତ୍ରରେ ଉଲ୍ଲିଖିତ ଅଛି, ସମଗ୍ର ମାନବ ଜାତି ପାପ ଶକ୍ତିର ଅଧୀନ, ତେଣୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସର ଫଳ ସ୍ୱରୂପ ପ୍ରତିଜ୍ଞାତ ଆଶୀର୍ବାଦ ଖ୍ରୀଷ୍ଟବିଶ୍ୱାସୀମାନେ ପାଇବେ।


ଶାସ୍ତ୍ର ଅନୁଯାୟୀ ଈଶ୍ୱର ମିସର ରାଜାଙ୍କୁ କହିଥିଲେ, “ତୁମ୍ଭ ଦ୍ୱାରା ଆମ୍ଭର ଶକ୍ତି ପ୍ରଦର୍ଶନ କରିବା ପାଇଁ ଓ ସମଗ୍ର ଜଗତରେ ଆମ୍ଭର ମହିମା ପ୍ରକାଶ କରିବା ପାଇଁ ଆମ୍ଭେ ତୁମ୍ଭକୁ ରାଜା କରିଅଛୁ।”


ସେତେବେଳେ ସେ ସେମାନଙ୍କୁ କହିଲେ, “ଧର୍ମଶାସ୍ତ୍ରରେ ଏହି ଯେଉଁ ଅଂଶ ଶୁଣିଲ, ତାହା ଆଜି ସଫଳ ହେଲା।”


ସେମାନେ ସେ ଦିନ ଦୁଇଜଣ ଦସ୍ୟୁଙ୍କୁ ମଧ୍ୟ କ୍ରୁଶରେ ଚଢ଼ାଇଲେ - ଜଣଙ୍କୁ ଯୀଶୁଙ୍କ ବାମ ପାଶ୍ୱର୍ରେ ଓ ଆଉ ଜଣକୁ ତାଙ୍କ ଦକ୍ଷିଣ ପାଶ୍ୱର୍ରେ କ୍ରୁଶବିଦ୍ଧ କଲେ।


ଶାସ୍ତ୍ରରେ ଏହି କଥା ତୁମେ ନିଶ୍ଚୟ ପଢ଼ିଛ। ‘ଗୃହ ନିର୍ମାଣକାରୀମାନେ ଯେଉଁ ପଥରଟିକୁ ଅଦରକାରୀ ଭାବି ଛାଡ଼ି ଦେଇଥିଲେ, ତାହା ଗୃହର ପ୍ରଧାନ କୋଣପଥର ହେଲା।


ଶାସ୍ତ୍ରରେ ଏହିପରି ଲେଖାଅଛି: “ଆମ୍ଭେ ଏକ ବହୁମୂଲ୍ୟ ପ୍ରସ୍ତର ମୋନାୀତ କଲୁ; ତାହା ଆମ୍ଭେ ସିୟୋନର କୋଣ ପ୍ରସ୍ତର ରୂପେ ସ୍ଥାପନ କରୁଛୁ। ଯେ କେହି ତାଙ୍କଠାରେ ବିଶ୍ୱାସ କରେ, ସେ କେବେ ନିରାଶ ହେବ ନାହିଁ।”


ଧର୍ମଶାସ୍ତ୍ର ଈଶ୍ୱରଙ୍କ ଦିବ୍ୟ ପ୍ରେରଣାରେ ପ୍ରଣୀତ- ସତ୍ୟର ଅବତାରଣା ଓ ମିଥ୍ୟାର ପ୍ରତିରୋଧ କରି ଓ ଭ୍ରମ ସଂଶୋଧନ କରିବା ପାଇଁ ପରାମର୍ଶ ଦେଇ, ସତ୍ଜୀବନ ଯାପନ କରିବାକୁ ଧର୍ମଶାସ୍ତ୍ର ସାହାଯ୍ୟ କରେ।


“ଭାଇମାନେ, ଯେଉଁ ଯିହୁଦା ଯୀଶୁଙ୍କୁ ଧରିବା ପାଇଁ ଶତ୍ରୁମାନଙ୍କୁ ବାଟ କଢ଼ାଇ ନେଇଥିଲା, ତା’ ସମ୍ବନ୍ଧରେ ଦାଉଦ ପବିତ୍ରଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ଭବିଷ୍ୟତ୍ ବାଣୀ ଶୁଣାଇ ଥିଲେ। ଧର୍ମଶାସ୍ତ୍ରରେ ଉଲ୍ଲିଖିତ ସେହି କଥା ସଫଳ ହେବା ନିଶ୍ଚିତ ଥିଲା।


ଅତଏବ, ତୁମ୍ଭେମାନେ ବୁଝି ପାରିବ ଯେ, ମନୁଷ୍ୟ କର୍ମ ଦ୍ୱାରା ଧାର୍ମିକ ବିବେଚତ ହୁଏ, କେବଳ ବିଶ୍ୱାସ ଦ୍ୱାରା ନୁହେଁ।


Swiv nou:

Piblisite


Piblisite