Biblia Todo Logo
Bib sou entènèt

- Piblisite -




ଯାକୁବଙ୍କ ପତ୍ର 2:21 - ପବିତ୍ର ବାଇବଲ (CL) NT (BSI)

21 ଆମ ପିତୃପୁରୁଷ ଅବ୍ରାହାମ, ଈଶ୍ୱରଙ୍କ ଦୃଷ୍ଟିରେ କିପରି ଧାର୍ମିକ ବିବେଚିତ ହୋଇଥିଲେ? ସେ କର୍ମ ଦ୍ୱାରା ଧାର୍ମିକ ବିବେଚିତ ହେଲେ, ଯେତେବେଳେ ସେ ତାଙ୍କ ପୁତ୍ର ଇସାହାକଙ୍କୁ ବେଦି ଉପରେ ଉତ୍ସର୍ଗ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ଆମ୍ଭମାନଙ୍କ ପିତା ଅବ୍ରହାମ ବେଦି ଉପରେ ଆପଣା ପୁତ୍ର ଇସ୍‍ହାକଙ୍କୁ ଉତ୍ସର୍ଗ କରିବା ବେଳେ କଅଣ କର୍ମ ଦ୍ଵାରା ଧାର୍ମିକ ଗଣିତ ହୋଇ ନ ଥିଲେ?

Gade chapit la Kopi

ଓଡିଆ ବାଇବେଲ

21 ଆମ୍ଭମାନଙ୍କ ପିତା ଅବ୍ରହାମ ବେଦି ଉପରେ ଆପଣା ପୁତ୍ର ଇସ୍‍ହାକଙ୍କୁ ଉତ୍ସର୍ଗ କରିବା ବେଳେ କ'ଣ କର୍ମ ଦ୍ୱାରା ଧାର୍ମିକ ଗଣିତ ହୋଇ ନ ଥିଲେ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ଆମ୍ଭମାନଙ୍କ ପିତା ଅବ୍ରହାମ ବେଦି ଉପରେ ଆପଣା ପୁତ୍ର ଇସ୍‌ହାକଙ୍କୁ ଉତ୍ସର୍ଗ କରିବା ବେଳେ କଅଣ କର୍ମ ଦ୍ୱାରା ଧାର୍ମିକ ଗଣିତ ହୋଇ ନ ଥିଲେ?

Gade chapit la Kopi

ପବିତ୍ର ବାଇବଲ

21 ଅବ୍ରହାମ ଆମ୍ଭର ପିତା। ସେ ନିଜର କର୍ମଗୁଡ଼ିକ ଦ୍ୱାରା ପରମେଶ୍ୱରଙ୍କ ନିକଟରେ ଧାର୍ମିକ ଭାବେ ଗଣାଗଲେ। ସେ ବେଦୀ ଉପରେ ନିଜ ପୁତ୍ର ଇସ୍‌ହାକଙ୍କୁ ବଳି ରୂପରେ ପରମେଶ୍ୱରଙ୍କଠାରେ ଉତ୍ସର୍ଗ କଲେ।

Gade chapit la Kopi




ଯାକୁବଙ୍କ ପତ୍ର 2:21
21 Referans Kwoze  

ସେମାନେ କହିଲେ, “ଆମ୍ଭମାନଙ୍କ ପିତା ଯେ ଅବ୍ରହାମ।” ଯୀଶୁ କହିଲେ: “ତୁମ୍ଭେମାନେ ଯଦି ପ୍ରକୃତରେ ଅବ୍ରହାମଙ୍କ ସନ୍ତାନ, ସେ ଯାହା କରିଥିଲେ, ତୁମ୍ଭେମାନେ ତାହା କରିଥାଆନ୍ତ।


ତେଣୁ ଈଶ୍ୱରଙ୍କ ପ୍ରତିଜ୍ଞା ବିଶ୍ୱାସ ଉପରେ ପ୍ରତିଷ୍ଠିତ। ଯେଉଁମାନେ ବ୍ୟବସ୍ଥା ପାଳନ କରନ୍ତି, କେବଳ ସେମାନଙ୍କ ପାଇଁ ଈଶ୍ୱରଙ୍କ ପ୍ରତିଜ୍ଞା ଉଦ୍ଦିଷ୍ଟ ନୁହେଁ। ଅବ୍ରାହମଙ୍କ ପରି ବିଶ୍ୱାସ କରୁଥିବା ସମସ୍ତଙ୍କ ପାଇଁ ତା’ ଉଦ୍ଦିଷ୍ଟ, କାରଣ ଅବ୍ରାହମ ସେମାନଙ୍କର ଆଧ୍ୟାତ୍ମିକ ପିତା।


“ତୁମ କଥା ଦ୍ୱାରା ତୁମେ ବିଚାରିତ ହୋଇ ନିର୍ଦ୍ଦୋଷ ବା ଦୋଷୀ ସାବ୍ୟସ୍ତ ହେବ।”


ଅତଏବ, ତୁମ୍ଭେମାନେ ବୁଝି ପାରିବ ଯେ, ମନୁଷ୍ୟ କର୍ମ ଦ୍ୱାରା ଧାର୍ମିକ ବିବେଚତ ହୁଏ, କେବଳ ବିଶ୍ୱାସ ଦ୍ୱାରା ନୁହେଁ।


କିନ୍ତୁ କେହି ହୁଏତ କହିପାରେ, “ଜଣକର ବିଶ୍ୱାସ ଅଛି, ଅନ୍ୟ ଜଣକର କର୍ମ ଅଛି।” ଏ ବିଷୟରେ ମୁଁ କହିବି, “କର୍ମ ନ ଥାଇ କାହାରି ବିଶ୍ୱାସ ଥାଇପାରେ ବୋଲି ମୋତେ ପ୍ରମାଣ ଦେବି।”


ପିତା ଅବ୍ରାହାମ ସୁନ୍ନତ ହେବା ପୂର୍ବରୁ ଯେଉଁ ବିଶ୍ୱାସର ପରିଚୟ ଦେଇଥିଲେ, ଯଦି ସୁନ୍ନତ ହୋଇ ନ ଥିବା ଲୋକମାନେ ନିଜ ଜୀବନରେ ସେହି ପ୍ରକାର ବିଶ୍ୱାସ ଦେଖାଇ ପାରିବେ, ଅବ୍ରାହାମ ସେମାନଙ୍କର ମଧ୍ୟ ପିତା।


ଆମ ଆଦି ପିତା ଅବ୍ରାହାମଙ୍କ ବିଷୟରେ କ’ଣ କହିବା?


କିନ୍ତୁ ବ୍ୟବସ୍ଥାର କ୍ରିୟାକର୍ମ ସାଧନ କରି କେହି ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇପାରିବ ନାହିଁ। ବ୍ୟବସ୍ଥାରୁ ମନୁଷ୍ୟ କେବଳ ପାପର ବୋଧ ପାଇଥାଏ।


ସ୍ତିଫାନ ଉତ୍ତର ଦେଲେ, “ହେ ମୋର ଭାଇ ଓ ଗୁରୁଜନମାନେ, ଦୟାକରି ଶୁଣନ୍ତୁ, ଆମ ପୂର୍ବପୁରୁଷ ଅବ୍ରହାମ ହାରଣରେ ବାସ କରିବାକୁ ଯିବା ପୂର୍ବରୁ ଗୌରବମୟ ଈଶ୍ୱର ମେସୋପଟାମିୟାରେ ଦର୍ଶନ ଦେଇ ତାଙ୍କୁ କହିଲେ,


ଆମ ପିତୃପୁରୁଷ ଅବ୍ରାହାମ ମରିଛନ୍ତି। ତୁମେ କ’ଣ ଅବ୍ରାହାମଙ୍କଠାରୁ ମହାନ୍ ବୋଲି ମନେ କରୁଛ? ଭାବବାଦୀମାନେ ମଧ୍ୟ ମରିଛନ୍ତି। ନିଜକୁ ତୁମେ କ’ଣ ବୋଲି ମନେ କରୁଛ?”


ଧନୀ ଲୋକଟି ଉତ୍ତର ଦେଲା, ‘ହେ ପିତା ଅବ୍ରାହମ, ସେତିକି ଯଥେଷ୍ଟ ନୁହେଁ। କିନ୍ତୁ ଯଦି କେହି ମୃତ୍ୟୁରୁ ଉତ୍ଥିତ ହୋଇ ସେମାନଙ୍କ ନିକଟକୁ ଯିବ, ତେବେ ସେମାନେ ସେମାନଙ୍କ ପାପରୁ ମନ ଫେରାଇବେ।’


ସେ ଚିକ୍ରାର କରି କହିଲା, ‘ହେ ପିତା ଅବ୍ରାହାମ! ମୋ’ ପ୍ରତି ଦୟା କରନ୍ତୁ; ଲାଜାରକୁ ପଠାନ୍ତୁ, ସେ ତା’ ଅଙ୍ଗୁଳିରେ ଟିକେ ପାଣି ମୋ’ ଜିଭରେ ଦେଇ ଶୀତଳ କରିବ - ଏହି ଅଗ୍ନିରେ ମୁଁ ବଡ଼ କଷ୍ଟ ପାଉଛି।’


ଆମ ପୂର୍ବପୁରୁଷ ଅବ୍ରାହାମଙ୍କୁ ସେ ଶପଥ କରି କହିଥିଲେ, ଶତ୍ରୁମାନଙ୍କ ହସ୍ତରୁ ଆମକୁ ରକ୍ଷା କରିବେ ଏବଂ ନିର୍ଭୟରେ ତାଙ୍କ ସେବା କରିବା ନିମନ୍ତେ ଆମକୁ ସୁଯୋଗ ଦେବେ,


ଭାବ ନାହିଁ ଯେ ଅବ୍ରାହାମ ତୁମ ପୂର୍ବପୁରୁଷ ବୋଲି କହିଦେବା ଦ୍ୱାରା ତୁମେ ଦଣ୍ଡରୁ ରକ୍ଷା ପାଇଯିବ। ମୁଁ ତୁମକୁ କହି ରଖୁଛି ଯେ ଈଶ୍ୱର ଏହି ପଥରଗୁଡ଼ିକ ନେଇ ଅବ୍ରାହାମଙ୍କ ବଂଶଧର ସୃଷ୍ଟି କରି ପାରିବେ।


ଈଶ୍ୱର ଅବ୍ରାହାମଙ୍କର ବିଶ୍ୱାସ ପରୀକ୍ଷା କଲାବେଳେ ଅବ୍ରାହାମ ନିଜ ପୁତ୍ର ଇସାହାକଙ୍କୁ ବଳିରୂପ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ହେଲେ। ଈଶ୍ୱର ଅବ୍ରାହାମଙ୍କୁ ହିଁ ତାଙ୍କର ପ୍ରତିଜ୍ଞା ବଚନ ଦେଇଥିଲେ, ଅଥଚ ଅବ୍ରାହାମ ନିଜର ଏକମାତ୍ର ପୁତ୍ରକୁ ବଳିରୂପେ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ଥିଲେ।


Swiv nou:

Piblisite


Piblisite