Biblia Todo Logo
Bib sou entènèt

- Piblisite -




ଯାକୁବଙ୍କ ପତ୍ର 2:19 - ପବିତ୍ର ବାଇବଲ (CL) NT (BSI)

19 ତୁମେ କ’ଣ ବିଶ୍ୱାସ କରୁଛ ଯେ, କେବଳ ଜଣେ ମାତ୍ର ଈଶ୍ୱର ଅଛନ୍ତି? ଉତ୍ତମ! ପ୍ରେତାତ୍ମାମାନେ ମଧ୍ୟ ଏ ଭଳି ବିଶ୍ୱାସ କରନ୍ତି ଏବଂ ଭୟରେ ଥରହର ହୁଅନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ଈଶ୍ଵର ଯେ ଏକମାତ୍ର, ଏହା ତୁମ୍ଭେ ବିଶ୍ଵାସ କରୁଅଛ; ଭଲ କଥା, ଭୂତମାନେ ମଧ୍ୟ ବିଶ୍ଵାସ କରି ଥରହର ହୁଅନ୍ତି।

Gade chapit la Kopi

ଓଡିଆ ବାଇବେଲ

19 ଈଶ୍ୱର ଯେ ଏକମାତ୍ର, ଏହା ତୁମ୍ଭେ ବିଶ୍ୱାସ କରୁଅଛ; ଭଲ କଥା, ଭୂତମାନେ ମଧ୍ୟ ବିଶ୍ୱାସ କରି ଥରହର ହୁଅନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ଈଶ୍ବର ଯେ ଏକମାତ୍ର, ଏହା ତୁମ୍ଭେ ବିଶ୍ୱାସ କରୁଅଛ; ଭଲ କଥା, ଭୂତମାନେ ମଧ୍ୟ ବିଶ୍ୱାସ କରି ଥରହର ହୁଅନ୍ତି।

Gade chapit la Kopi

ପବିତ୍ର ବାଇବଲ

19 ତୁମ୍ଭେ ବିଶ୍ୱାସ କର ଯେ, କେବଳ ଜଣେ ପରମେଶ୍ୱର ଅଛନ୍ତି; ଭଲ କଥା କିନ୍ତୁ ଭୂତମାନେ ମଧ୍ୟ ଏହା ବିଶ୍ୱାସ କରନ୍ତି ଓ ଭୟରେ ଥରହର ହୁଅନ୍ତି।

Gade chapit la Kopi




ଯାକୁବଙ୍କ ପତ୍ର 2:19
31 Referans Kwoze  

“ହେ ନାଜରିତର ଯୀଶୁ, ଆମଠ।।ରୁ ତୁମେ କ’ଣ ଚାହଁ? ତୁମେ କ’ଣ ଆମର ବିନା ସାଧନ କରିବା ପାଇଁ ଆସିଛ? ମୁଁ ଜାଣେ, ତୁମେ କିଏ: ତୁମେ ଈଶ୍ୱରଙ୍କର ପବିତ୍ର ଦୂତ।”


“ହେ ନାଜରିତୀୟ ଯୀଶୁ, ଆମ ସହିତ ତୁମର କି ସମ୍ପର୍କ? ତୁମେ କ’ଣ ଆମକୁ ଧ୍ୱଂସ କରିବାକୁ ଏଠାକୁ ଆସିଛ? ମୁଁ ଜାଣେ, ତୁମେ କିଏ: ତୁମେ ଈଶ୍ୱରଙ୍କଠାରୁ ଆଗତ ସେହି ପବିତ୍ର ବ୍ୟକ୍ତି।”


ସେମାନେ ଯୀଶୁଙ୍କୁ ଦେଖିବା ମାତ୍ରେ ଚିକ୍ରାର କରି କହିଲେ, “ହେ ଈଶ୍ୱରଙ୍କ ପୁତ୍ର! ଆମଠାରୁ ତୁମେ ମ’ଣ ଚାହଁ? ଆମ ସମୟ ନ ହେଉଣୁ ଆମକୁ ମ’ଣ ଦଣ୍ଡ ଦେବାକୁ ଆସିଛ?”


ସେ ପାଉଲ ଓ ଆମ ପଛେ ପଛେ ଆସି ଚିକ୍ରାର କରି କହିଲା, “ଏହି ଲୋକମାନେ ସର୍ବୋପରିସ୍ଥ ଈଶ୍ୱରଙ୍କ ସେବକ। ତୁମ୍ଭେମାନେ କିପରି ପରିତ୍ରାଣ ପାଇବ, ଏକଥା ସେମାନେ କହୁଛନ୍ତି।”


କିନ୍ତୁ ପ୍ରତିଜ୍ଞା ଦାନ ସହିତ କେବଳ ଗୋଟିଏ ପକ୍ଷ ସମ୍ପୃକ୍ତ ଥିଲେ। ସେ ହେଉଛନ୍ତି ସ୍ୱୟଂ ଈଶ୍ୱର।


କିନ୍ତୁ ପ୍ରେତାତ୍ମା ସେମାନଙ୍କୁ କହିଲା, “ମୁଁ ଯୀଶୁଙ୍କୁ ଜାଣେ ଓ ପାଉଲଙ୍କ ବିଷୟରେ ଜଣେ; କିନ୍ତୁ ତୁମେ ସବୁ କିଏ?”


ଚିକ୍ରାର କରି କହିଲା, “ହେ ସର୍ବୋପରିସ୍ଥ ଈଶ୍ୱରଙ୍କ ପୁତ୍ର ଯୀଶୁ! ମୋ’ ନିକଟରେ ତୁମର କ’ଣ ପ୍ରୟୋଜନ? ଈଶ୍ୱରଙ୍କ ନାମରେ ମିନତି କରୁଛି, ମୋତେ ଯନ୍ତ୍ରଣା ଦିଅ ନାହିଁ।”


ଈଶ୍ୱର ଅଦ୍ୱିତୀୟ ଏବଂ ମନୁଷ୍ୟକୁ ଈଶ୍ୱରଙ୍କ ସହିତ ସମ୍ମିଳିତ କରାଇବା ପାଇଁ ଜଣେ ମାତ୍ର ମଧ୍ୟସ୍ଥ ଅଛନ୍ତି - ସେ ହେଉଛନ୍ତି ଖ୍ରୀଷ୍ଟ ଯୀଶୁ।


ଯୀଶୁ ଉତ୍ତର ଦେଲେ, “ଇଶ୍ରାୟେଲୀୟ ଲୋକମାନେ ଶୁଣ - ସବୁଠାରୁ ଶ୍ରେଷ୍ଠ ଆଜ୍ଞାଟି ହେଉଛି, ‘ଆମ୍ଭମାନଙ୍କ ପ୍ରଭୁ ଈଶ୍ୱର ଏକମାତ୍ର ପ୍ରଭୁ।


ତଥାପି ଆମର ଆରାଧ୍ୟ ଈଶ୍ୱର ଏକମାତ୍ର। ସେ ପିତା, ତାଙ୍କ ଦ୍ୱାରା ସମସ୍ତ ବିଷୟ ସୃଷ୍ଟ ଓ ତାଙ୍କ ପାଇଁ ଆମେ ବଞ୍ଚିଛୁ। ପୁଣି ଆମର ଜଣେ ମାତ୍ର ପ୍ରଭୁ: ଯୀଶୁ ଖ୍ରୀଷ୍ଟ। ତାଙ୍କ କର୍ତ୍ତୃକ ସମସ୍ତ ବିଷୟ ସୃଷ୍ଟି ହୋଇଛି ଏବଂ ତାଙ୍କଠାରେ ଆମେ ବଞ୍ଚିଛୁ।


ଈଶ୍ୱର ଏକ। ଉଭୟ ଇହୁଦୀ ଓ ଅଣଇହୁଦୀମାନଙ୍କର ବିଶ୍ୱାସ ଯୋଗୁ ସେ ସେମାନଙ୍କୁ ଧାର୍ମିକ ରୂପେ ଗ୍ରହଣ କରିବେ।


ତୁମେ ଯେ ଏକ ମାତ୍ର ସତ୍ୟ ଈଶ୍ୱର, ଏହା ଉପଲବ୍ଧି କରିବା ଏବଂ ତୁମ ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ହିଁ ଅନନ୍ତ ଜୀବନ।


ଯେଉଁ ସ୍ୱର୍ଗଦୂତମାନେ ନିଜ କ୍ଷମତାର ପରିସର ଭିତରେ ନ ରହ ସେମାନଙ୍କ ବାସସ୍ଥାନ ପରିତ୍ୟାଗ କଲେ, ସେମାନଙ୍କ କଥା ସ୍ମରଣ କର। ମହାବିଚାର ଦିନରେ ସମୁଚି ଦଣ୍ଡ ପାଇବା ନିମନ୍ତେ ଈଶ୍ୱର ସେମାନଙ୍କୁ ଅଧଃଲୋକର ଅନ୍ଧକାରରେ ଚରିଦିନ ପାଇଁ ଶୃଙ୍ଖଳବଦ୍ଧ କରି ରଖିଛନ୍ତି।


“ପ୍ରତିବେଶୀକୁ ଆତ୍ମତୁଲ୍ୟ ପ୍ରେମ କର” ଶାସ୍ତ୍ର ରେ ଲିଖିତ ଈଶ୍ୱରଙ୍କ ରାଜ୍ୟର ଏହି ବିଧି ଯଦି ପାଳନ କରୁଥାଅ, ତେବେ ତୁମେ ଯଥୋଚିତ କାର୍ଯ୍ୟ କରୁଛ।


ପ୍ରତିମାର ପ୍ରସାଦ ସେବନ ବିଷୟରେ ଆମେ ଜାଣୁ ଯେ, ଏ ଜଗତରେ ପ୍ରତିମାର କୌଣସି ପ୍ରକୃତ ଅସ୍ତିତ୍ୱ ନାହିଁ। ଆମ ଈଶ୍ୱର ହିଁ ଏକମାତ୍ର ଈଶ୍ୱର।


ଏବଂ ଯେଉଁ ଗନ୍ଧକାଗ୍ନି ଜଳୁଥିବା ହ୍ରଦରେ ପଶୁ ଓ ଭଣ୍ଡ ଭାବବାଦୀ ନିକ୍ଷିପ୍ତ ହୋଇଥିଲେ, ପ୍ରତାରକ ଶୟତାନକୁ ମଧ୍ୟ ସେଥିରେ ନିକ୍ଷେପ କରାଯିବ। ସେଠାରେ ସେମାନେ ଦିବାରାତ୍ର ଚିରକାଳ ଦାରୁଣ ଯନ୍ତ୍ରଣା ଭୋଗ କରିବେ।


କେତେକ ଅଧାର୍ମିକ ଲୋକ ଅଲକ୍ଷିତ ଭାବରେ ତୁମ୍ଭମାନଙ୍କ ମଧ୍ୟରେ ପ୍ରବେଶ କରିଛନ୍ତି। ସେମାନେ ନିଜର ଅନୈତିକ କାର୍ଯ୍ୟକଳାପକୁ ସମର୍ଥନ କରିବା ପାଇଁ ଈଶ୍ୱରଙ୍କ “ଅନୁଗ୍ରହ” ବିଷୟକ ବାର୍ତ୍ତା ବିକୃତ ଅର୍ଥ କରୁଛନ୍ତି। ଆମର ଏକମାତ୍ର ଗୁରୁ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସେମାନେ ଅସ୍ୱୀକାର କରୁଛନ୍ତି। ସେମାନଙ୍କ ପ୍ରତି ନିରୂପିତ ହୋଇଥିବା ଦଣ୍ଡ ବିଧାନ ସମ୍ପର୍କରେ ବହୁ ପୂର୍ବରୁ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି।


ଯୀଶୁ ପୁନର୍ବାର କହିଲେ, “ଈଶ୍ୱରଙ୍କ ବିଧାନକୁ ଉପେକ୍ଷା କରି ନିଜ ଶିକ୍ଷାକୁ ଧରି ରଖିବା ପାଇଁ ତୁମ୍ଭେମାନେ ଚତୁର ଉପାୟ ଅବଲମ୍ବନ କରିଛ।


କିନ୍ତୁ ଯେତେବେଳେ ପାଉଲ ଧାର୍ମିକତା, ଆତ୍ମସଂଯମ ଓ ଆଗାମୀ ବିଚାର ଦିନ କଥା ଆଲୋଚନା କଲେ, ଫେଲିକ୍ସ୍ ଭୟଭୀତ ହୋଇ କହିଲେ, “ତୁମେ ବର୍ତ୍ତମାନ ଯାଇପାର। ସୁଯୋଗ ପାଇଲେ, ଆଉ ଥରେ ତୁମକୁ ଡକାଇବି।”


Swiv nou:

Piblisite


Piblisite