Biblia Todo Logo
Bib sou entènèt

- Piblisite -




ଯାକୁବଙ୍କ ପତ୍ର 2:1 - ପବିତ୍ର ବାଇବଲ (CL) NT (BSI)

1 ଭାଇମାନେ, ଆମ୍ଭମାନଙ୍କ ଗୌରବମୟ ପ୍ରଭୁ ଯୀଶୁ ଖୀଷ୍ଟଙ୍କ ବିଶ୍ୱାସୀ ରୂପେ ତୁମ୍ଭେମାନେ ଲୋକମାନଙ୍କର ବାହ୍ୟ ବେଶଭୂଷା ଦେଖି ପକ୍ଷପାତିତା କର ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ହେ ମୋହର ଭାଇମାନେ, ଆମ୍ଭମାନଙ୍କ ଗୌରବମୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବାରୁ ମନୁଷ୍ୟର ମୁଖାପେକ୍ଷା କର ନାହିଁ।

Gade chapit la Kopi

ଓଡିଆ ବାଇବେଲ

1 ହେ ମୋହର ଭାଇମାନେ, ଆମ୍ଭମାନଙ୍କ ଗୌରବମୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାରୁ ମନୁଷ୍ୟର ମୁଖାପେକ୍ଷା କର ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ହେ ମୋହର ଭାଇମାନେ, ଆମ୍ଭମାନଙ୍କ ଗୌରବମୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାରୁ ମନୁଷ୍ୟର ମୁଖାପେକ୍ଷା କର ନାହିଁ।

Gade chapit la Kopi

ପବିତ୍ର ବାଇବଲ

1 ମୋ’ ପ୍ରିୟ ଭାଇ ଓ ଭଉଣୀମାନେ, ଆମ୍ଭର ମହିମାମୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ତୁମ୍ଭେମାନେ ବିଶ୍ୱାସ କର। ଅତଏବ କେତେକ ଲୋକଙ୍କୁ ଅନ୍ୟମାନଙ୍କ ତୁଳନାରେ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ଭାବ ନାହିଁ।

Gade chapit la Kopi




ଯାକୁବଙ୍କ ପତ୍ର 2:1
29 Referans Kwoze  

କିନ୍ତୁ ଯଦି ବାହ୍ୟ ବେଶଭୂଷା ଦେଖି ଲୋକଙ୍କ ପ୍ରତି ପକ୍ଷପାତ ବ୍ୟବହାର କରୁଥାଅ, ତେବେ ତୁମେ ପାପ କରୁଛ ଓ ବ୍ୟବସ୍ଥଇା ଅନୁଯାୟୀ ତୁମେ ଜଣେ ଆଜ୍ଞାଲଘଂନକାରୀ।


କିନ୍ତୁ ଉଦ୍ଧ୍ୱର୍ରୁ ଆଗତ ଜ୍ଞାନ ପ୍ରଥମତଃ, ବିଶୁଦ୍ଧ; ତାହା ମଧ୍ୟ ଶାନ୍ତି ପ୍ରଦାୟକ, ସୁଶାନ୍ତ ଓ ମୈତ୍ରୀ-ଭାବାପନ୍ନ। ତାହା ଅନୁକମ୍ପାରେ ପରିପୂର୍ଣ୍ଣ ଓ ହୁଳଭାବେ ସତ୍କର୍ମରୂପେ ଫଳ ଉତ୍ପାଦସନ କରେ; ତାହା ନିରପେକ୍ଷ ଓ ଛଳନାଶୂନ୍ୟ।


ଯଦି ତୁମେ ମୂଲ୍ୟବାନ ବସ୍ତ୍ରପରିହିତ ଲୋକକୁ ଅଧିକ ସମ୍ମାନ ଦେଖାଇ କୁହ, “ଏହି ଆସନ ଗ୍ରହଣ କରନ୍ତୁ”, କିନ୍ତୁ ଦରିଦ୍ର ଲୋକଟିକୁ କୁହ, “ସେଠାରେ ଠିଆ ହୁଅ, ବା ତଳେ ମୋ’ ପାଦ ପାଖରେ ବସ”,


ଏହି ଲୋକମାନେ ସବୁବେଳେ ଅସନ୍ତୁଷ୍ଠ ଓ ଅନ୍ୟମାନଙ୍କ ଉପରେ ଦୋଷାରୋପ କରନ୍ତି। ସେମାନେ କେବଳ ନିଜର କୂଅଭିଳାଷ ଚରିତାର୍ଥ କରୁଥାନ୍ତି; ନିଜର ବଡ଼ିମା ଦେଖାଇ ହୁଅନ୍ତି ଓ ନିଜର ସ୍ୱାର୍ଥସିଦ୍ଧି ନିମନ୍ତେ ଅନ୍ୟମାନଙ୍କର ଚାଟୁବାଦ କରନ୍ତି।


ପ୍ରଭୁ ଯୀଶୁ ଖ୍ରୀଷ୍ଟ, ସ୍ୱର୍ଗଦୂତ ଓ ସ୍ୱୟଂ ଈଶ୍ୱରଙ୍କୁ ସାକ୍ଷୀ ରଖି, ଏହି ସବୁ ନିର୍ଦ୍ଦେଶ ପାଳନ କରିବାକୁ ମୁଁ ତୁମକୁ ଏକାନ୍ତ ଅନୁରୋଧ କରୁଛି। କାହା ବିରୁଦ୍ଧରେ ପକ୍ଷପାତିତା ବା ଆକ୍ରୋଶମୂଳକ ଭାବରେ କୌଣସି କାର୍ଯ୍ୟାନୁଷ୍ଠାନ କର ନାହିଁ।


ସେମାନେ ନିଜର କେତେ ଜଣ ଶିଷ୍ୟଙ୍କୁ ଓ ହେରୋଦ ପକ୍ଷର କେତେକ ଲୋକଙ୍କୁ ଯୀଶୁଙ୍କ ନିକଟକୁ ପଠାଇଲେ। ଏମାନେ ଆସି ଯୀଶୁଙ୍କୁ ପଚାରିଲେ, “ଗୁରୁ, ଆମେ ଜାଣୁ, ଆପଣ ସତ୍ୟ ଶିକ୍ଷା ଦେଇଛନ୍ତି। ଆପଣ ମନୁଷ୍ୟର ପଦମର୍ଯ୍ୟାଦାକୁ ଖାତିରି କରୁ ନ ଥିବାରୁ ଲୋକେ କଅଣ ଭାବିବେ, ଚିନ୍ତା ନ କରି ମନୁଷ୍ୟ ପାଇଁ ଈଶ୍ୱରଙ୍କର ସଂକଳ୍ପ ଯଥାର୍ଥ ଭାବରେ ବୁଝାଇ ପାରୁଛନ୍ତି।


ଜଗତର କୌଣସି ଅଧିପତି ଏହି ଜ୍ଞାନର ପରିଚୟ ପାଇ ନ ଥିଲେ। ଯଦି ତାହା ପାଇଥା’ନ୍ତେ, ତେବେ ସେମାନେ ମହାମହିମ ପ୍ରଭୁଙ୍କୁ କ୍ରୁଶାର୍ପଣ କରି ନ ଥାନ୍ତେ।


ଯେଉଁମାନେ ଈଶ୍ୱରଙ୍କ ଆଜ୍ଞାବହ ଓ ଯୀଶୁଙ୍କ ପ୍ରତି ବିଶ୍ୱସ୍ତ, ଈଶ୍ୱରଙ୍କ ସେହି ଲୋକମାନଙ୍କ ପକ୍ଷରେ ସହିଷ୍ଣୁତା ନିତାନ୍ତ ଆବଶ୍ୟକ।


ଅକପଟ ଓ ଧାର୍ମିକ ଜୀବନ ଯାପନ କରିବାକୁ ଆମେ ପ୍ରେରଣା ପାଇଛୁ। ମହାନ୍ ଈଶ୍ୱର ଓ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କର ଗୌରବ ପ୍ରକାଶ ପାଇବାକୁ ଯାଉଛି ସେହି ଦିନର ଅପେକ୍ଷାରେ ଆମ୍ଭେମାନେ ରହିଛୁ।


ଇହୁଦୀ ଓ ଅଣଇହୁଦୀ ସମସ୍ତଙ୍କୁ ମୁଁ ଦୃଢ଼ ସତର୍କ ବାଣୀ ଶୁଣାଇଥିଲି ଯେ, ସେମାନେ ପାପରୁ ବିମୁଖ ହୋଇ ଈଶ୍ୱରଙ୍କ ପ୍ରତି ମନ ଫେରାଇବେ ଏବଂ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରିବେ।


ଯେଉଁମାନେ ଆମ ଈଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଧାର୍ମିକତା ଯୋଗୁଁ ଆମ ପରି ବିଶ୍ୱାସରୂପ ବହୁମୂଲ୍ୟ ଦାନ ପ୍ରାପ୍ତ ହୋଇଛନ୍ତି, ସେମାନଙ୍କ ନିକଟକୁ ଯୀଶୁ ଖ୍ରୀଷ୍ଟଙ୍କ ସେବକ ଓ ପ୍ରେରିତ ଶିଷ୍ୟ ଶିମୋନ ପିତରଙ୍କ ପତ୍ର:-


ଈଶ୍ୱରଙ୍କ ଦାସ ଓ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତ ଶିଷ୍ୟ ପାଉଲଙ୍କ ପତ୍ର। ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କ ବିଶ୍ୱାସକୁ ବଳିଷ୍ଠ କରିବା ପାଇଁ ଏବଂ ଅନନ୍ତ ଜୀବନ ପ୍ରାପ୍ତିର ଆଶା ଉପରେ ଆଧାରିତ ଆମ ଧର୍ମବିଶ୍ୱାସର ସତ୍ୟ ପ୍ରତି ସେମାନଙ୍କୁ ସଚେତନ କରାଇବା ପାଇଁ ମୁଁ ପ୍ରେରିତ ହୋଇଛି।


ବିବେକକୁ ନିର୍ମଳ ରଖି, ତୁମ ଧର୍ମ ବିଶ୍ୱାସରେ ଅଟଳ ରୁହ। କେହି କେହି ବିବେକର ଚେତାବନୀକୁ ଉପେକ୍ଷା କରି ନିଜ ଧର୍ମବିଶ୍ୱାସକୁ ନଷ୍ଟ କରି ଦେଇଛନ୍ତି।


କାରଣ ଆମେ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କର ବିଶ୍ୱାସ ଓ ଈଶ୍ୱରଙ୍କ ସମସ୍ତ ଲୋକମାନଙ୍କ ପ୍ରତି ତୁମ୍ଭମାନଙ୍କର ପ୍ରେମ ବିଷୟ ଶୁଣିଛୁ।


ତାଙ୍କଠାରେ ଈଶ୍ୱରଙ୍କ ମହିମାର ତେଜ ପ୍ରତିଫଳିତ ଓ ସମ୍ପୂର୍ଣ୍ଣ ଐଶ୍ୱରିକତ୍ପ ସନ୍ନିବେଶିତ। ପୁଣି ସେ ନିଜର ବାକ୍ୟ ବଳରେ ସମଗ୍ର ବିଶ୍ୱଜଗତକୁ ପିୟତ୍ରଣ କରୁଛନ୍ତି। ସେ ମନୁଷ୍ୟ ଜାତି ନିକନ୍ତେ ପାପ କ୍ଷମା ସାଧନ କରି ସ୍ୱର୍ଗରେ ପରାତ୍ପର ଈଶ୍ୱରଙ୍କ ଦକ୍ଷିଣ ପାଶ୍ୱର୍ରେ ଉପବେଶନ କରିଛନ୍ତି।


ତୁମ୍ଭମାନଙ୍କ ନିକଟକୁ ଆସି ମୁଁ ପାଇଥିବା ଆଧ୍ୟାତ୍ମିକ ଦାନ ବିଷୟ ତୁମ୍ଭମାନଙ୍କୁ ଜଣାଇବା ଦ୍ୱାରା ତୁମ୍ଭମାନଙ୍କ ବିଶ୍ୱାସକୁ ବଳିଷ୍ଠ କରିବି, ଏହା ମୋର ଏକାନ୍ତ ଇଚ୍ଛା।


କିଛିଦିନ ପରେ ଫେଲିକ୍ସ୍ ତାଙ୍କର ଇହୁଦୀୟା ସ୍ତ୍ରୀ ଦ୍ରୁସିଲାଙ୍କ ସହିତ ଆସିଲେ, ସେ ପାଉଲଙ୍କୁ ଡକାଇ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ସମ୍ପର୍କରେ ତାଙ୍କ କଥା ଶୁଣିଲେ।


ସ୍ତିଫାନ ଉତ୍ତର ଦେଲେ, “ହେ ମୋର ଭାଇ ଓ ଗୁରୁଜନମାନେ, ଦୟାକରି ଶୁଣନ୍ତୁ, ଆମ ପୂର୍ବପୁରୁଷ ଅବ୍ରହାମ ହାରଣରେ ବାସ କରିବାକୁ ଯିବା ପୂର୍ବରୁ ଗୌରବମୟ ଈଶ୍ୱର ମେସୋପଟାମିୟାରେ ଦର୍ଶନ ଦେଇ ତାଙ୍କୁ କହିଲେ,


ପିତର ଶିକ୍ଷା ଦେବାକୁ ଆରମ୍ଭ କରି କହିଲେ, “ବର୍ତ୍ତମାନ ମୁଁ ବୁଝିପାରୁଛି ଯେ ପ୍ରକୃତରେ ଈଶ୍ୱର ସମସ୍ତଙ୍କୁ ସମାନ ଭାବରେ ଦେଖନ୍ତି।


ଯାହାଙ୍କ ଉପରେ ଆମ ନିରବଚ୍ଛିନ୍ନ ବିଶ୍ୱାସ ନିର୍ଭର କରୁଛୁ, ସେହି ଯୀଶୁଙ୍କ ପ୍ରତି ଆମ ଦୃଷ୍ଟି ନିବଦ୍ଧ କରି ରଖିବା। ସେ କ୍ରୁଶ ଭୟରେ ନିଜ କର୍ତ୍ତବ୍ୟରୁ ବିରତ ହୋଇ ନ ଥିଲେ; ବରଂ ଭବିଷ୍ୟତରେ ତାଙ୍କ ପାଇଁ ଗଚ୍ଛିତ ରହିଥିବା ଆନନ୍ଦ ହେତୁ, କ୍ରୁଶୀୟ ମରଣର ଅପମାନକୁ ସେ ତୁଚ୍ଛ ଜ୍ଞାନ କଲେ; ବର୍ତ୍ତମାନ ସେ ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାଶ୍ୱର୍ାରେ ଆସୀନ।


ପ୍ରିୟ ଭାିମାନେ, ପ୍ରତାରିତ ହୁଅ ନାହିଁ।


ପ୍ରିୟ ଭାଇମାନେ, ମନେରଖ। ତୁମ୍ଭେମାନେ ଶୁଣିବାରେ ତତ୍ପର ହେବା ଉଜିତ, କିନ୍ତୁ ଭାବିଚିନ୍ତି କଥା କୁହ।


Swiv nou:

Piblisite


Piblisite